"ସାରଙ୍ଗଧର ଦାସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ସଜାଣି, ଆଧାର
No edit summary
୩୫ କ ଧାଡ଼ି:
 
[[ରେଭେନ୍ସା ମହାବିଦ୍ୟାଳୟ|ରେଭେନ୍ସା କଲେଜରେ]] ପାଠ ପଢୁଥିବା ସମୟରେ ତାଙ୍କର ଭେଟ ହୋଇଥିଲା 'ଭାରତ ସେବକ ସମାଜ ସଂଘ'ର ସଭ୍ୟ ସି.ଭି ବୈଦ୍ୟଙ୍କ ସହିତ । ଏ ସମ୍ପର୍କରେ ସେ ନିଜ ଡାଏରୀ ରେ ଲେଖିଛନ୍ତି ,"ଏହି ବୈଦ୍ୟ ମହାଶୟଙ୍କ ସଙ୍ଗେ ବ୍ୟକ୍ତିଗତ ଭାବେ ଦେଖା ଏବଂ କଥାବାର୍ତ୍ତା ସେଦିନ ମୋ ଜୀବନଧାରାରେ ଗୋଟିଏ ପରିବର୍ତ୍ତନ ଆଣିଲା । ଢେଙ୍କାନାଳ ପଢୁଥିବାବେଳେ ସରକାରୀ ଚାକିରୀକୁ ଲକ୍ଷ୍ୟ ରଖି ମୁଁ ପାଠ ପଢୁଥିଲି । ତାହା ସେହିଦିନ ଲୋପ ପାଇଗଲା । ମୁଁ ଅନ୍ଧାଣିଆ ଭାବରେ ଭାବିଲି ଯେ ,ଉଚ୍ଚଶିକ୍ଷାପ୍ରାପ୍ତ ଯୁବକ ସକାଶେ ସରକାରୀ ଚାକିରି ବାହାରେ ମଧ୍ୟ ଅନେକ କାମ ରହିଛି । ତାହା ହୁଏତ ଚାକିରି ଅପେକ୍ଷା ଅଧିକ ମହତ୍ତ୍ବପୂର୍ଣ୍ଣ । ମନୁଷ୍ୟ ଜୀବନରେ ଏହିପରି ଗୋଟିଏ ଗୋଟିଏ ଘାଟି ସମୟ ଆସିଥାଏ । ପରବର୍ତ୍ତୀ ସମୟରେ ଜୀବନ ଧାରାରେ ଯେଉଁ ପରିବର୍ତ୍ତନ ଘଟେ , ତାହା ଉଚ୍ଚରୁ ଉଚ୍ଚତର କରେ ।"
 
==ବିଦେଶ୍ର ଯାତ୍ରା ଓ ବିଦେଶରେ ଶିକ୍ଷା==
ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା ନିମନ୍ତେ ସ୍ୱପ୍ନ ଦେଖୁଥିବା ସାରଙ୍ଗଧର ବିଦେଶରେ ଶିଳ୍ପ ନିମନ୍ତେ ତାଲିମ ନେବାକୁ ଆଗ୍ରହୀ ଥିଲେ । ଇଂରେଜ ମାନେ ଆମ ଦେଶକୁ ପରାଧୀନ କରି ରଖିଥିବାରୁ ସେ ଇଂଲଣ୍ଡ କିମ୍ବା ଅନ୍ୟ ୟୁରୋପୀୟ ଦେଶମାନଂକରେ ପଢିବାକୁ ଚାହିଁନଥିଲେ । ସେତେବେଳେ ଏସିଆ ମହାଦେଶରେ ଜାପାନ ଥିଲା ସବୁଠାରୁ ବିକଶିତ ତଥା ଶିଳ୍ପ ସମୃଦ୍ଧ ଦେଶ । ସେଠାରେ ମଧ୍ୟ ଖର୍ଚ କମ ପଡୁଥିଲା । ତେଣୁ ସେ ଜାପାନ ଯିବାକୁ ଇଚ୍ଛୁକ ହେଲେ ।
 
ହେଲେ ତାଂକ ପାଖର ଅର୍ଥ ନଥିବାରୁ ପ୍ରଥମେ ସେ ନୀଳଗିରି ସ୍କୁଲ୍‍ରେ ଶିକ୍ଷକତା କଲେ । ସେ କଲିକତାର ଏକ ସଂସ୍ଥା ଯାହାକି ମେଧାବୀ ଛାତ୍ର ମାନଂକୁ ବିଦେଶରେ ପାଠ ପଢ ନିମଂତେ ସହାୟତା କରୁଥିଲା , ତା ସହ ଯୋଗାଯୋଗ କରି ମାସିକ ୨୫ ଟଂକା ହିସାବରେ ଦୁଇ ବର୍ଷ ନିମଂତେ ବୃତ୍ତି ପାଇଲେ । ମାଟ୍ର ସେ ସଂସ୍ଥାର ଆଉ ଗୋଟିଏ ସର୍ତ୍ତ ଥିଲା କି ଯେ ସେ ଢେଂକାନାଳ ରାଜାଂକ ଠାରୁ ମଧ୍ୟ କିଛି ମାସିକ ବୃତ୍ତି ନେବେ । ଢେଂକାନାଳ ରାଜା ଶ୍ରୀ ସୁର ପ୍ରତାପ ସିଂହଦେଓ ତଂକୁ ମାସିକ ବୃତ୍ତି ଯୋଗାଇଦେବା ପାଇଁ ରାଜିହେଲେ । ପଣ୍ଡିତ ଗୋପବଂଧୁ ଏବଂ ଆଚାର୍ଯ୍ୟ ହରିହର ମଧ୍ୟ କିଛି ଅର୍ଥ ଦେଲେ । ଏହାପରେ ସାରଂଗଧର ୧୯୦୭ ମସିହାରେ ଜାପାନ ଯାତ୍ରା କଲେ ।
 
ଜାପାନରେ ସେ ପ୍ରଥମେ ଦିଆସିଲି ଶିଳ୍ପ ସମ୍ବନ୍ଧରେ ଶିକ୍ଷା ନେଲେ । ଅଧିକ ଶିଳ୍ପ ଶିକ୍ଷା ନିମଂତେ ଜାପାନୀ ଭାଷା ଜାଣିବା ଜରୁରୀ ହେଲା । ମାତ୍ର ଜାପାନୀ ଭାଷା ଶିକ୍ଷା ନିମଂତେ ଅନେକ ସମୟ ଲାଗିବାକୁ ଥିଲା । ତାପରେ ତାଂକର ଧାରଣା ହେଲା ଯେ ଜାପାନରେ ବିଜ୍ଣ ତେଣୁ ସେ
 
 
==ସମାଜ ସେବା==
ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା ନିମନ୍ତେ ସ୍ୱପ୍ନ ଦେଖୁଥିବା ସାରଙ୍ଗଧର ବିଦେଶରେ ଶିଳ୍ପ ନିମନ୍ତେ ତାଲିମ ନେବାକୁ ଆଗ୍ରହୀ ଥିଲେ । ୧୯୫୬ ମସିହା ଐତିହାସିକ ସୀମା ଆନ୍ଦୋଳନ ବେଳେ ଓଡ଼ିଶା ସହିତ [[ଷଢ଼େଇଖଳା-ଖରସୁଆଁ ଜିଲ୍ଲା|ଷଢ଼େଇଖଳା-ଖରସୁଆଁ]] ବିରୁଦ୍ଧରେ କେନ୍ଦ୍ର ସରକାରଙ୍କ ଦ୍ଵାରା ନିଯୁକ୍ତ ସୀମା ନିର୍ଦ୍ଧାରଣ କମିଶନ୍ ସୁପାରିସ୍ ପ୍ରକାଶିତ ହେଲା ପରେ ସମଗ୍ର ଓଡ଼ିଶାରେ ପ୍ରତିବାଦର ସ୍ଵର ଝଙ୍କୃତ ହୋଇଥିଲା । ସାରଙ୍ଗଧର ଦାସ ଲୋକସଭାରେ ଓଡ଼ିଶା ସହିତ ଷଢ଼େଇଖଳା-ଖରସୁଆଁ ମିଶ୍ରଣ ସପକ୍ଷରେ ଏକ ତଥ୍ୟ ସମ୍ବଳିତ ଆବେଗମୟ ଭାଷଣ ଦେଇ କେନ୍ଦ୍ର ସରକାର ଏ ଦିଗରେ ଦୃଢ଼ ପଦକ୍ଷେପ ନେବା ପାଇଁ ଦାବି କରିଥିଲେ । କିନ୍ତୁ ସରକାର ଓଡ଼ିଶାର ନ୍ୟାଯ୍ୟ ଦାବି ଗ୍ରହଣ ନକରିବାରୁ ତା'ର ପ୍ରତିବାଦରେ ସେ ପ୍ରଥମ ସତ୍ୟାଗ୍ରହୀ ଭାବରେ ସୀମା ଆନ୍ଦୋଳନର ନେତୃତ୍ଵ ନେଇ କାରାବରଣ କରିଥିଲେ ।
 
୧୯୫୭ ମସିହା ଲୋକସଭା ନିର୍ବାଚନରେ ସାରଙ୍ଗଧର ଦାସ କଟକ ନିର୍ବାଚନ ମଣ୍ଡଳୀରୁ ପ୍ରଜା-ସୋସାଲିଷ୍ଟ ପାର୍ଟିର ପ୍ରାର୍ଥୀ ଭାବରେ ନିର୍ବାଚନ ଲଢୁଥିଲେ । <ref name=ucb-echoes>{{cite web|title=Echoes of Freedom: South Asian Pioneers in California, 1899-1965|url=http://www.lib.berkeley.edu/SSEAL/echoes/chapter6/chapter6.html|publisher=The Library, University of California, Berkeley|accessdate=28 January 2015}}</ref> ନିର୍ବାଚନ ପ୍ରଚାର ବେଳେ ସେ ଯେଉଁ ଭାଷଣ ଦେଉଥିଲେ ସେଥିରେ ସାମାଜିକ ଓ ଅର୍ଥନୈତିକ ବୈଷମ୍ୟ ବିରୁଦ୍ଧରେ ତାଙ୍କର ପ୍ରଚଣ୍ଡ କ୍ରୋଧର ବିସ୍ଫୋରଣ ଘଟୁଥିଲା । ସେ ସାଧାରଣ ଲୋକଙ୍କୁ ସରଳ ଭାଷାରେ ସମାଜବାଦର ତତ୍ତ୍ଵ ବୁଝାଉଥିଲେ । ତାଙ୍କ ଭାଷଣରେ ସ୍ଥାନୀୟ ସମସ୍ୟାର ସମାଧାନର ମିଥ୍ୟା ଆଶ୍ଵାସନା ନ ଥିଲା, ଏପରିକି ପ୍ରତିଦ୍ଵନ୍ଦୀଙ୍କ ବିରୁଦ୍ଧରେ କୌଣସି ଆକ୍ଷେପ ମଧ୍ୟ ନଥିଲା । ନିର୍ବାଚନ ପ୍ରଚାର ଥିଲା ତାଙ୍କ ପାଇଁ ଲୋକଙ୍କୁ ରାଜନୈତିକ ଶିକ୍ଷା ଦେବାର ସୁଯୋଗ । ସମାଜ ନବଦଳିଲେ ଦେଶର ଭାଗ୍ୟ ବଦଳିବ ନାହିଁ, ସାମାଜିକ ସମ୍ପଦର ସମବଣ୍ଟନ ନହେଲେ ଦେଶରୁ ଦାରିଦ୍ର୍ୟ ଘୁଞ୍ଚିବ ନାହିଁ :-ଏହା ଥିଲା ତାଙ୍କ ଭାଷଣର ମୂଳ କଥା ।