"ଚଉଷଠି ଯୋଗିନୀ ମନ୍ଦିର, ହୀରାପୁର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
୪୨ କ ଧାଡ଼ି:
ଚଉଷଠି ଯୋଗିନୀ ପୀଠରେ ଦଶଭୁଜା ମହାମାୟାଙ୍କ ପ୍ରତିମା ଇଷ୍ଟଦେବୀ ଭାବେ ପୂଜିତ । ପୀଠର ବୃତ୍ତାକାର ଶକ୍ତିକେନ୍ଦ୍ରରେ ଅଷ୍ଟଭୁଜା ମହାମାୟାଙ୍କ ପ୍ରତିମା ପୂଜା ପାଉଥିବା ବେଳେ ତାଙ୍କ ସହିତ ୬୪ଯୋଗିନୀ ମୂର୍ତ୍ତି ଲାଗି ରହିଛନ୍ତି। ଏହି ଯୋଗିନୀଗଣ ଦେଉଳ କାନ୍ଥରେ ଥିବା ୬୪ଠାଣିରେ ସେମାନଙ୍କ ବାହନ ଉପରେ ବିରାଜମାନ । ସେମାନେ ସୁନ୍ଦର ବେଶଭୂଷା ସହିତ ନାନାଦି ଅସ୍ତ୍ରଶସ୍ତ୍ର ଧାରଣ କରିଛନ୍ତି । ୬୪ ଯୋଗିନୀଙ୍କ କେଶ ବିନ୍ୟାସ ଭିନ୍ନ ଭିନ୍ନ । ଏଠାରେ ପୂଜିତ ୬୪ ଯୋଗିନୀ ମୂର୍ତ୍ତିମାନଙ୍କର ଉଚ୍ଚତା ୨ଫୁଟରୁ ୨.୫ଫୁଟ ଏବଂ ଏଗୁଡ଼ିକ କଳା ମୁଗୁନି ପଥରରେ ନିର୍ମିତ । ଦେଉଳ ପରିସରରେ ସଙ୍କଟେଶ୍ଵର ଶିବ ମନ୍ଦିର ରହିଛି । ଏଠାରେ ପୂଜିତ ହେଉଥିବା ଶିବଲିଙ୍ଗଟି ପାତାଳଫୁଟ । <ref name =samaja/>
 
== ଇତିହାସ ==
ଏହି ଦେଉଳ ୯ମ ଶତାବ୍ଦୀରେ ବ୍ରହ୍ମ ରାଜବଂଶର ରାଣୀ ହୀରାଦେବୀଙ୍କ ଦେଇ ପ୍ରତିଷ୍ଠିତ ବୋଲି ଐତିହାସିକ ତଥ୍ୟ ମିଳିଛି । ସ୍ଥାପତ୍ୟ ଓ ଭାସ୍କର୍ଯ୍ୟଶୈଳୀରୁ ମଧ୍ୟ ଚଉଷଠି ଯୋଗିନୀ ମନ୍ଦିରଟି ନବମ ଶତାବ୍ଦୀରେ ନିର୍ମାଣ କରାଯାଇଥିବା ଅନୁମିତ । ଏହା [[ଭୌମ ରାଜବଂଶ|ଭୌମ]] ଓ ସୋମ ରାଜବଂଶୀଙ୍କ ସମୟରେ ପ୍ରତିଷ୍ଠିତ ହୋଇଥିବାର ଜଣାଯାଏ । ଏହା ଏକ ଶକ୍ତିପୀଠ ହୋଇଥିବାରୁ ତନ୍ତ୍ର ସାଧନା ପାଇଁ ଏଠାକୁ ବହୁ ତନ୍ତ୍ର ସାଧକଙ୍କ ଆଗମନ ହେଉଥିଲା । <ref name =samaja/> ମଧ୍ୟପ୍ରଦେଶର ଖଜୁରାହୋ ଓ ଜବଲପୁର ଏବଂ ଓଡ଼ିଶାର ହୀରାପୁର ଓ ରାଣୀପୁର- ଝରିଆଲର ୬୪ଯୋଗିନୀ ମନ୍ଦିର ଢାଞ୍ଚାରେ ଭାରତୀୟ ସଂସଦ ନିର୍ମାଣ କରାଯାଇଥିବା ଅନୁମାନ କରାଯାଏ । ସଂସଦ ଭବନର ଗୋଲାକାର ନକ୍ସା ଚଉଷଠି ଯୋଗିନୀ ମନ୍ଦିରରୁ ପ୍ରସ୍ତୁତ କରାଯାଇଛି ବୋଲି ବିଶେଷଜ୍ଞ ମତ ଦିଅନ୍ତି ।{{cn|ନଭେମ୍ବର ୨୦୧୪}}