"ପ୍ରାଣନାଥ ପଟ୍ଟନାୟକ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଆଧାର+
୩୦ କ ଧାଡ଼ି:
'''ପ୍ରାଣନାଥ ପଟ୍ଟନାୟକ''' [[ଓଡ଼ିଶା]]ର ଜଣେ [[ବାମପନ୍ଥା|ବାମପନ୍ଥୀ]] ନେତା, ବିଧାୟକ, ଶିକ୍ଷାବିଦ ଓ ବିପ୍ଲବୀ ଥିଲେ । ସେ [[ଭାରତୀୟ ସ୍ବାଧୀନତା ସଂଗ୍ରାମ]], [[ଓଡ଼ିଶା କୃଷକ ଆନ୍ଦୋଳନ]] ଓ [[ଓଡ଼ିଶାର ସାମ୍ୟବାଦ ଆନ୍ଦୋଳନ]], [[ଗଡ଼ଜାତ ପ୍ରଜା ଆନ୍ଦୋଳନ]], [[ଓଡ଼ିଶା ଭାଗଚାଷୀ ଆନ୍ଦୋଳନ]] ଓ [[ଓଡ଼ିଶା ଶିକ୍ଷା ଆନ୍ଦୋଳନ]]ରେ ଭାଗ ନେଇ ଶ୍ରେଣୀହୀନସମାଜ ଗଠନ ପାଇଁ ଆନ୍ଦୋଳନ କରିଥିଲେ । ସ୍ୱାଧୀନତା ସଂଗ୍ରାମ କାଳରେ ସେ ଦଶଥର [[ଇଂରେଜ ସରକାର]]ର କାରାଗାରେ ବନ୍ଦୀ ଜୀବନ କାଟିଥିଲେ । ବନ୍ଦୀଶାଳା ମଧ୍ୟରେ ଥିବା ସମୟରେ ସେ ୪୫ ଦିନ ଅନଶନ ଚଳାଇଥିଲେ । ପ୍ରାଣନାଥ ପଟ୍ଟନାୟକ ଓଡ଼ିଶାରେ କଂଗ୍ରେସ-ସମାଜବାଦୀ ପାର୍ଟିର ପ୍ରଥମ ସଭାପତି ଥିଲେ ।<ref>{{cite web|title=Prananath Pattnaik|url=http://www.odishahelpline.com/Profile-of-Prananath-Pattnaik-of-KHURDA-constituency-1095.html|publisher=Odisha Helpline|accessdate=30 September 2014}}</ref>
୧୯୬୫-୬୬ ମସିହାରେ ଗ୍ରୀଷ୍ମକାଳରେ ପ୍ରାଣନାଥ [[କଳାହାଣ୍ଡି ଜିଲ୍ଲା|କଳାହାଣ୍ଡି]] ଓ [[ବଲାଙ୍ଗିର ଜିଲ୍ଲା|ବଲାଙ୍ଗିର]]ର ଦୁର୍ଭିକ୍ଷ ପ୍ରପୀଡ଼ିତ ଅଞ୍ଚଳରେ ଜନସେବାରେ ମୁଖ୍ୟ ଭୂମିକା ନେଇଥିଲେ ।<ref name=samaja>{{cite news|last=ପାଟ୍ଟଶାଣୀ|first=ପ୍ରସନ୍ନ|title=କ୍ରାନ୍ତିକାରୀ ଚେତନାର ବାର୍ତ୍ତାବହ ପ୍ରାଣନାଥ|accessdate=୩୦ ସେପ୍ତେମ୍ବର ୨୦୧୪|newspaper=ସମାଜ|date=୩୦ ସେପ୍ତେମ୍ବର ୨୦୧୪}}</ref>
 
== ଜୀବନୀ ==
=== ପାରିବାରିକ ଜୀବନ ===
ପ୍ରାଣନାଥ ପଟ୍ଟନାୟକ ୧୯୦୫ ମସିହାରେ ପୁରୀ ଜିଲ୍ଲା କଣାସର ଡିମିରି ଗାଁରେ ଜନ୍ମ ନେଇଥିଲେ ।
 
=== ଶିକ୍ଷା ===
ସେ ନିଜ ଗାଁ ଚାଟଶାଳିରେ ପ୍ରାଥମିକ ଶିକ୍ଷା ସମାପନ କରିଥିଲେ । ଉଚ୍ଚ ଠିକ ଶେଷ ହେବା ଆଗରୁ ନିଜର ପାଠପଢ଼ା ବନ୍ଦ କରିଥିଲେ ।<ref name=sambad>{{cite news|last=ମହାପାତ୍ର|first=ଆଶିଷ|title=ସଂଗ୍ରାମର ଅନିର୍ବାଣ ଶିଖା- ପ୍ରାଣନାଥ|url=http://sambadepaper.com/epaperpdf%5C30092014%5C30-md-bm-11.pdf|accessdate=୧ ଅକ୍ଟୋବର ୨୦୧୪|newspaper=ସମ୍ବାଦ|date=୩୦ ସେପ୍ଟେମ୍ବର ୨୦୧୪}}</ref>
 
=== କର୍ମ ଜୀବନ ===
[[ମହାତ୍ମା ଗାନ୍ଧୀ]] ନେତୃତ୍ତ୍ୱରେ ଚାଲିଥିବା [[ଜାତୀୟ ମୁକ୍ତି ସଂଗ୍ରାମ]]ରେ ସେ ଯୋଗ ଦେଇଥିଲେ । ଏହି ସମୟରେ ସେ ବ୍ରିଟିସ ସରକାରଙ୍କ ଦ୍ୱାରା ୧୦ ଥର କାରାବରଣ କରିଥିଲେ । ସମାଜକୁ ଅର୍ଥନୈତିକ ଗୋଲାମିରୁ ମୁକୁଳାଇବା ପାଇଁ ପ୍ରାଣନାଥ କୃଷକ ସଭା ଗଠନ କରିଥିଲେ । [[ନବକୃଷ୍ଣ ଚୌଧୁରୀ]], [[ଭଗବତୀ ଚରଣ ପାଣିଗ୍ରାହୀ]], [[ମାଳତୀ ଚୌଧୁରୀ]], [[ଗୁରୁଚରଣ ପଟ୍ଟନାୟକ]], [[ସୁରେନ୍ଦ୍ର ନାଥ ଦ୍ବିବେଦୀ]]ଙ୍କ ଆଦି ସଂଗ୍ରାମୀମାନଙ୍କ ସହ ମିଶି ଓଡ଼ିଶାରେ [[କଂଗ୍ରେସ ସାମ୍ୟବାଦୀ ପାର୍ଟି]] ଗଠନ କରିଥିଲେ । ସେ ଏହାର ପ୍ରଥମ ଅଧିବେଶନରେ ଏହାର ସଭାପତି ଦାୟିତ୍ୱ ତୁଲାଇଥିଲେ। ଭଗବତୀ ଚରଣ ଓ ଗୁରୁଚରଣଙ୍କ ସହିତ ମିଶି ଓଡ଼ିଶାରେ [[ଓଡ଼ିଶା କମ୍ୟୁନିଷ୍ଟ ପାର୍ଟି|କମ୍ୟୁନିଷ୍ଟ ପାର୍ଟି]] ପ୍ରତିଷ୍ଠା କରିଥିଲେ । [[ବାରାଣସୀ]]ର [[କାଶୀ ଜାତୀୟ ବିଦ୍ୟାପୀଠ]]ରେ [[ଅାଚାର୍ଯ୍ୟ ନରେନ୍ଦ୍ର ଦେବ]] ଓ [[ଶ୍ରୀପ୍ରକାଶ]]ଙ୍କ ପାଖରେ ରହି ବିଶ୍ବ ଇତିହାସ, [[ମାର୍କସବାଦ]], ଅର୍ଥନୀତି ସମ୍ପର୍କରେ ଶିକ୍ଷାଲାଭ କରିଥିଲେ । ଏଥିପାଇଁ ସେ "ଶାସ୍ତ୍ରୀ" ଉପାଧିରେ ଭୂଷିତ ହୋଇଥିଲେ । ୧୯୩୬ ମସିହା ନିର୍ବାଚନରେ ପ୍ରାଣନାଥ ପଟ୍ଟନାୟକ ଖୋର୍ଦ୍ଧାରୁ କଂଗ୍ରେସ ପ୍ରାର୍ଥୀ ରୂପେ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶର ପ୍ରଥମ ବିଧାନସଭାକୁ ସଭ୍ୟ ଭାବେ ନିର୍ବାଚିତ ହୋଇଥିଲେ ।<ref name=sambad/>
 
== ପ୍ରତିଷ୍ଠା ==
Line ୩୭ ⟶ ୪୭:
* [[ସାରଥି (ପତ୍ରିକା)|ସାରଥି ପତ୍ରିକା]] ପତ୍ରିକାରେ ପ୍ରବନ୍ଧ
*[[ଆସନ୍ତାକାଲିର ସାହିତ୍ୟ]]
=== ସମ୍ପାଦନା ===
* [[ନୂଅାଦୁନିଅା]] ପତ୍ରିକାର ସମ୍ପାଦକ <ref name=sambad/>
 
== ଆଧାର ==