"ଜଗନ୍ନାଥ ଦାସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ 117.197.250.61 (ଆଲୋଚନା) ଙ୍କ ଦେଇ କରାଯାଇଥିବା 176750 ସଙ୍କଳନଟି ପଛକୁ ଫେରାଇନିଆଗଲା
୫୫ କ ଧାଡ଼ି:
ଦିନେ ଉତ୍କଳର ମହାରାଜା ପ୍ରତାପରୁଦ୍ର ଦେବ ଜଗନ୍ନାଥ ଦର୍ଶନକୁ ଯାଇଥିଲେ, ଏମନ୍ତ ସମୟରେ ଶ୍ରୀଚୈତନ୍ୟଙ୍କ ସଙ୍ଗେ ମନ୍ଦିରରେ ତାଙ୍କର ଭେଟ ହେଲା ମହାରାଜ ଶ୍ରୀଚୈତନଙ୍କୁ ପଚାରିଲେ, "ଜଗନ୍ନାଥ ମୂର୍ତ୍ତିରେ କିପରି ରାଧାକୃଷ୍ଣଙ୍କର ୟୁଗଳମୂର୍ତ୍ତି ଭାବ ଉପଲବ୍ଧି କରି ପାରିବି, ଏହା ମୋତେ ଅନୁଗ୍ରହ କରି ବୁଝାଇ ଦିଅନ୍ତୁ" ଏହା ଶୁଣି ଶ୍ରୀଚୈତନ୍ୟ ଦେବ ଉତ୍ତର ଦେଲେ 'ଆମ୍ଭ ଅତିବଡ଼ ସ୍ଵାମୀ ତାହା ଆପଣଙ୍କୁ ସ୍ପଷ୍ଟଭାବେ ବୁଝାଇ ଦେବେ" ତହୁଁ ଅତିବଡ଼ ସ୍ଵାମୀ ଶ୍ରୀ ଜଗନ୍ନାଥ ଦାସ ମହାରାଜ ପ୍ରତାପରୁଦ୍ର ଦେବଙ୍କୁ ତାହା ବୁଝାଇ ଦେବାରୁ ରାଜା ତାଙ୍କଠାରେ ଅତ୍ୟନ୍ତ ସନ୍ତୁଷ୍ଟ ହୋଇ ତାଙ୍କର ଭକ୍ତ ଓ ବଶୀଭୂତ ହେଲେ ଶ୍ରୀ ଜଗନ୍ନାଥ ମନ୍ଦିରର ବାୟୁ କୋଣରେ ମାର୍କଣ୍ଡେୟ ତୀର୍ଥର ଅନତିଦୂର ଦକ୍ଷିଣରେ ନିଜ ରାଣୀଙ୍କର ଶ୍ରୀକ୍ଷେତ୍ରରେ ଅବସ୍ଥାନ ନିମନ୍ତେ ମହାରାଜାଙ୍କର ୟେଉଁ ରାଜପ୍ରସାଦ ନିର୍ମିତ ହୋଇଥିଲା, ତହିଁରେ ଜଗନ୍ନାଥ ଦାସଙ୍କୁ ରହିବାକୁ ମହାରାଜ ପ୍ରାର୍ଥନା କଲେ ଅତିବଡ଼ ସ୍ଵାମୀ ପ୍ରଥମେ ସେଠାରେ ରହିବାକୁ ଅନିଚ୍ଛୁକ ଥିଲେ ସୁଦ୍ଧା ମହରାଜଙ୍କର ସେବାରେ ଓ ଭକ୍ତିରେ ସନ୍ତୁଷ୍ଟ ହୋଇ କିଛି କାଳ ସେଠାରେ ଅବସ୍ଥାନ କଲେ ବର୍ତ୍ତମାନ ତାହା ଓଡ଼ିଆମଠ ନାମରେ ଖ୍ୟାତ ।
 
ଅନନ୍ତର ଅତିବଡ଼ ସ୍ଵାମୀ ସଂସାର କୋଳାହଳ ବର୍ଚ୍ଚିତ ସମୁଦ୍ରତୀରବର୍ତ୍ତୀ ବାଲୁକାମଯ ଭୂମିରେ ଏକ ନିର୍ଜନ ଭଜନକୁଟୀ ସ୍ଥାପନ କଲେ ଏହାର ଆଧୁନିକ ନାମ ସାତଲହିଡ଼ ମଠ ଏହି ମଠଟି ଶଙ୍କରାଚାର୍ଯ୍ୟମଠର ଦକ୍ଷିଣରେ ଅବସ୍ଥିତ ଏଠାରେ ଜଗନ୍ନାଥ ଦାସଙ୍କର ମଣିବିଗ୍ରହ (ପ୍ରସ୍ତର—ମୂର୍ତ୍ତି) ବିଦ୍ଯମାନ କଥିତ ଅଛି ଶ୍ରୀ ଅଚିବଡ଼ ସ୍ଵାମୀ ସମୁଦ୍ର ତରଙ୍ଗର ଘୋର ଗର୍ଜନ ୟୋଗୁଁଯୋଗୁଁ ଭଜନସ୍ମରଣରେ ଅସୁବିଧା ଅନୁଭବ କରି ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର କୃପାପ୍ରାର୍ଥୀ ହେବାରୁ ପ୍ରଭୁଙ୍କ ଆଜ୍ଞାରେ ସମୁଦ୍ର ସାତ ସ୍ତର ଲହରୀର ଦୂରତା ପର୍ଯ୍ୟନ୍ତ ଦୂରକୁ ଘୁଞ୍ଚି ୟାଇଥିଲା ତେଣୁ ସେହି ଦିନଠାରୁ ଉକ୍ତ ମଠଟିର ନାମ ସାତଲହଡ଼ି ମଠ ହୋଇଅଛି ।
<!--
ଶ୍ରୀ ଅତିବଡ଼ ଜଗନ୍ନାଥ ଦାସଙ୍କ ପରେ ତାଙ୍କର ୧୬ ଶିଷ୍ୟଙ୍କ ମଧ୍ୟରୁ ସୁପ୍ରସିଦ୍ଧ ଗୋପୀନାଥ ଦାସ ପୁରୀ ଓଡ଼ିଆ ମଠର ଅଧିକାରୀ ହେଲେ ତାଙ୍କର ଶିଷ୍ୟ ମାଧବାନନ୍ଦ ଓ ତାହାଙ୍କ ଶିଷ୍ୟ ମୁରାରି ଓ ଦ୍ଵାରିକାବଲ୍ଲଭ ଦାସ ଏମାନେ ଯଥାକ୍ରମେ ଓଡ଼ିଆ ମଠର ଅଧିକାରୀ ହେଲେ । ଅଧିକାରୀ ମୁରାରି ଦାସ ଗୋସ୍ଵାମୀ ଏ ମଠର ମୃତ୍ତିକା ନିର୍ମିତ ୩ ଗୋଟି ବୃହଦାକାର ନନ୍ଦିଆରେ ଶ୍ରୀମହାପ୍ରସାଦ ଜଳ (ଅର୍ଥାତ୍ ଅଭଡ଼ା ତୋଡ଼ାଣି) ରଖାଇ ଥିଲେ ଅଦ୍ୟାବିଧି ପୂର୍ବପରି ଏହା ମଧ୍ୟ ଏ ମଠରେ ରଖାଯାଇଅଛି । ଏ ତୋଡ଼ାଣି ଶୀତ ଓ ଗ୍ରୀଷ୍ମ ସମଯରେ ବମ୍ବେଇ, ମାନ୍ଦ୍ରାଜ, ପଶ୍ଚିମ ଓ କଲିକତା ପ୍ରଭ଼ୃତିକୁ ରେଲ ଦ୍ଵାରା ପଠାଯାଉ ଅଛି । ଏ ମଧ୍ୟ କେତେଗୁଡ଼ିଏ ଭୂସମ୍ପତ୍ତି କ୍ରଯ କରିଥିଲେ ମୁରାରିଙ୍କ ଶିଷ୍ୟ ରା କୃଷ୍ଣ; ତାହାଙ୍କ ଶିଷ୍ୟ ପୁରୁଷୋତ୍ତମ, ତାହାଙ୍କ ଶିଷ୍ୟ ମୁକୁନ୍ଦ ତାହାଙ୍କ ଶିଷ୍ୟ— ବଂଶୀଧର ଦାସ ଏ ଜଣେ ନୈଷ୍ଠିକ, ବିଦ୍ଵାନ ଓ ସଚ୍ଚରିତ୍ର ସାଧୁ ଥାଇ ମଠୀଯ ସମ୍ପତ୍ତିର ସୁପରିଚାଳନା କରିଥିଲେ ତାହାଙ୍କର ଶିଷ୍ୟ ନୀଳାଦ୍ରି ଦାସ ଅତ୍ୟନ୍ତ ବିଦ୍ଵାନ୍ ଥିଲେ ଉକ୍ତ ମହାତ୍ମା ମଠର ଶ୍ରୀବୃଦ୍ଧି ନିମନ୍ତେ ଢ଼େଙ୍କାନାଳ, ତାଳଚେର, କୁଜଙ୍ଗ, କେନ୍ଦୁଝର, ବଳରାମପୁର, ତିଗରିଆ, ଖଣ୍ଡପଡ଼ା, ରଣପୁର, ହୁମା ପ୍ରଭୃତି ରାଜ୍ୟରୁ ଏବଂ ପୁରୀ, କଟକ, ବାଲେଶ୍ଵର ଜିଲ୍ଲାମାନଙ୍କରୁ ବହୁ ସମ୍ପତ୍ତି ଉପାର୍ଜନ କରିଥିଲେ ଏ ମାହାତ୍ମା ପ୍ରତ୍ୟହ ସନ୍ଧ୍ୟା, ତର୍ପଣ, ପୂଜା, ହୋମ ପୁରାଣପାଠ କରି ଶ୍ରୀ ଜଗନ୍ନାଥଦେବଙ୍କ ଦର୍ଶନ କରିଥିଲେ; ବ୍ରାହ୍ମଣ ଓ ବୈଷ୍ଣବମାନଙ୍କୁ ୟଥାବିଧି ଅର୍ଚ୍ଚନା କରୁଥିଲେ ସେ ମଧ୍ୟ ପୁରୀର ପଞ୍ଚାୟତ କମିଟିର ମେମ୍ବର ଥିଲେ ତାହାଙ୍କ ଶିଷ୍ୟ ରାସବିହାରି ଦାସ; ତାଙ୍କ ଶିଷ୍ୟ ବୈକୁଣ୍ଠଗତ ଶ୍ରୀ ରାମକୃଷ୍ଣ ଦାସ ଗୋସ୍ଵାମୀ ଏହି ମଠର ପୂର୍ବତନ ଅଧିକାରୀ ଏ ମହାତ୍ମା ବିଦ୍ଵାନ୍, ବିବେକୀ, ସ୍ଵଧର୍ମ ପରାୟଣ, ସାଧୁଚରିତ୍ର ଓ ପରମ ବୈଷ୍ଣବ ଥିଲେ । ମଠରେ ସଂସ୍କୃତ ଟୋଲ ଏହାଙ୍କ ଦ୍ଵାରା ସ୍ଥାପିତ ହୋଇଥିଲା ଏ ମହାଶୟ ଜଗନ୍ନାଥବଲ୍ଲଭ ଏଣ୍ଟାଉମେଣ୍ଟ୍ କମିଟିର ଜଣେ ସଦସ୍ୟ ଥିଲେ ଏହା ଛଡ଼ା ସେ ପୁରୀର ଅବୈତନିକ ବେଞ୍ଚମାଜିଷ୍ଟ୍ରେଟ୍ ଥିଲେ ଏବଂ ଦେଶହିତକର କାର୍ଯ୍ୟ ମାନଙ୍କର ମଧ୍ୟ ଅର୍ଥ ସାହାଯ୍ୟ କରୁଥିଲେ । ଏ ମହାତ୍ମା ନିତ୍ୟନୈମିତ୍ତିକ କର୍ମମାନ ଯଥାବିଧି ସମାଧାନ କରୁଥିଲେ; ବ୍ରାହ୍ମଣ, ବୈଷ୍ଣବ ଓ ଅନ୍ୟାନ୍ୟ ଶ୍ରେଣୀୟ ଲୋକମାନଙ୍କୁ ସମବୃଦ୍ଧିରେ ଦେଖୁଥିବାରୁ ସର୍ବଜନ ଆଦୃତ ହୋଇ ଥିଲେ ସେ ମଠର ସମୁନ୍ନତି ସାଧନ କରିବା ନିମନ୍ତେ କେତେକ ଭୂସମ୍ପତ୍ତି ଅର୍ଜନ କରିଯାଇଅଛନ୍ତି ଏହାଙ୍କର ଶିଷ୍ୟଠାରେ ବର୍ତ୍ତମାନ ଅଧିକାରୀ ଶ୍ରୀ ବୃନ୍ଦାବନ ଦାସ ଗୋସ୍ଵାମୀ । ଏ ମହାଶୟ ବିଦ୍ଵାନ୍, ବିବେକୀ, ଦାନଶୀଳ, ଧର୍ମପରାଯଣ ଓ ଜିତେନ୍ଦ୍ରିଯ ଅଟନ୍ତି; ଗୁରୁଙ୍କ ଆଦର୍ଶରେ ଜୀବନ ଗଠନ କରି ମଠୀଯ ସମ୍ପତ୍ତିର ସୁପରିଚାଳନାରେ ସର୍ବଦା ତତ୍ପର ବ୍ରାହ୍ମଣ, ବୈଷ୍ଣବ, ଅତିଥି ଓ ଅଭ୍ଯାରତ, ୟେ କେହି ପ୍ରାର୍ଥୀ ଏହାଙ୍କ ନିକଟରେ ଉପସ୍ଥିତ ହେଲେ ନିରାଶ ହୋଇ ପେରନ୍ତି ନାହିଁ । ଏ ମହାଶଯ ଦେଶହିତକର କାର୍ଯ୍ୟରେ ଅର୍ଥ ସାହାଯ୍ୟ କରିବାରେ କୁଣ୍ଠିତ ହୁଅନ୍ତି ନାହିଁ; ବିଶେଷତଃ, ଗତ ପ୍ରବଳ ବନ୍ୟାରେ ବିପନ୍ନ ଲୋକମାନଙ୍କୁ ଧାନ ଚାଉଳ ସାହାଯ୍ୟ କରିଅଛନ୍ତି ଶ୍ରୀଜଗନ୍ନାଥ ଦେବଙ୍କ ନୈବେଦ୍ୟ ପାଇ ମଠରେ ୟାହା ୟାହା ଖଞ୍ଜା ଅଛି ତାହା ଉତ୍ତମରୂପେ ଚଳାଉଅଛନ୍ତି ଶ୍ରୀଜଗନ୍ନାଥ ଦେବଙ୍କ ରତ୍ନସିଂହାସନସ୍ଥ କନକମଣ୍ଡପକୁ ସନ ୧୯୩୬ ମସିହାରେ ବହୁ ଅର୍ଥ ବ୍ୟୟ କରି ନୂତନଭାବେ ନିର୍ମାଣ କରାଇ ଅଛନ୍ତି ଏବଂ ଉକ୍ତ ସିଂହାସନର ପଶ୍ଚିମଭାଗ କଳା ଶଙ୍ଖମର୍ମର ପଥରରେ ନିର୍ମାଣ କରାଇବାଦ୍ଵାରା ତାହାର ପରମ ଶୋଭା ବର୍ଦ୍ଧିତ କରାଇ ଅଛନ୍ତି । ଅତିବଡ଼ ଗୋସ୍ଵାମୀଙ୍କଠାରୁ ଏ ପର୍ଯ୍ୟନ୍ତ ମଠରେ ଏକାଦଶ ପୀଢ଼ ଗୋସ୍ଵାମୀମାନଙ୍କର ଅବସ୍ଥାନ ହେଲା ।