"ଦୂତୀବାହନ ଓଷା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଦୁତୀବାହ‌ନ ଓଷା ପ୍ରସଙ୍ଗର ତଥ୍ୟ ଅଣାଗଲା
ଟିକେ Wikipedia python library
୨୬ କ ଧାଡ଼ି:
ଆଶ୍ୱିନ କୃଷ୍ଣପକ୍ଷ ଅଷ୍ଟମୀକୁ ମୂଳାଷ୍ଟମୀ କୁହାଯାଏ । ଏହିଦିନ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଦୂତିଆ ଓଷା ପାଳିତ ହୁଏ । ଦୂତିବାହାନ ଏହି ଓଷାର ଦେବତା । ପ୍ରଚଳିତ ଓଷା କଥା ଅନୁସାରେ ସେ ସୂର୍ଯ୍ୟଙ୍କର ପୁତ୍ର ଏବଂ ଜଣେ ବିଧବା ବ୍ରାହ୍ମଣୀ ଗର୍ଭରୁ ଜନ୍ମ ହୋଇଥିଲେ । ଏହି ପ୍ରସଙ୍ଗରେ ଦୁଇଟି କଥା ରହିଛି ।
===ପ୍ରଥମ କିମ୍ବଦନ୍ତୀ===
ଗରିବ ବ୍ରାହ୍ମଣୀଟିଏ ଥାଏ ବାଳୁତ କାଳରୁ ବିଧବା । ସାହା ଭରସା ହେବାକୁ ଦାସୀଟିଏ ରଖିଥାଏ। ସେମାନେ ଧାନକୁଟି ଚଳନ୍ତି। ଆଶ୍ୱିନ ମାସ ପିତୃପକ୍ଷ ପଡିଲାପଡ଼ିଲା । ରାଜା କୁଟୂତୁଣିମାନଙ୍କୁ ଡକାଇ ଧାନ ଦେଲେ ଏବଂ କୋଠ ଖନ୍ଦା କରି ଚାରିଦିନରେ ଚାଉଳ ଦେବାକୁ ବରାଦ ଦେଲେ । ମେଘ ଉଠାଇଲା । ଧାନ ଶୁଖାଇ ଚାଉଳ କରିଦେବା କଷ୍ଟ। ବ୍ରାହ୍ମଣୀଟି ସୂର୍ଯ୍ୟଦେବତାଙ୍କ ପାଖେ ଖରାକଲେ ଅଙ୍ଗଦାନ କରିବାକୁ ମାନସିକ କଲା। ସୂର୍ଯ୍ୟଦେବତା ତା’ଦାଣ୍ଡରେ ଖରାକଲେ । ନିର୍ଦ୍ଦିଷ୍ଟ ସମୟରେ ସେ ରାଜାଘରେ ଚାଉଳ ଦେଲା । କିନ୍ତୁ ସୂର୍ଯ୍ୟ ଦେବତା ନିର୍ଦ୍ଧାରିତ ରାତ୍ରିରେ ଅଙ୍ଗସଙ୍ଗ ପାଇଲେ ନାହିଁ । ବ୍ରାହ୍ମଣୀଟି ତା’ଦାସୀକୁ ତା’ସ୍ଥାନରେ ଶୁଆଇ ଦେଇ ଆତ୍ମଗୋପନ କଲା । ଦେବତା ଦାସୀ ଅଙ୍ଗ ସ୍ପର୍ଶ ନ କରି ନିରାଶ ହୋଇ ବାହୁଡିବା ବେଳେ ଲେଉଟିଆ ପଟାଳିରେ ପରିଶ୍ରା କରି ଦେଇଗଲେ । ସେ ସେତେବେଳେ କାମାର୍ତ୍ତ ଅବସ୍ଥାରେ ଥିଲେ । ସେଠି ଇଚ୍ଛାଶାଗ ଉଠିଲା ମନକୁ ମନ, ଗହଳିଆ ହୋଇ ଉଠିଥିବା ଲେଉଟିଆ ଶାଗ ଖାଇ ବ୍ରାହ୍ମଣୀ ଗର୍ଭବତୀ ହେଲା । ବିଧବାର ଗର୍ଭବାସ ଏକ ଗର୍ହିତ ଅପରାଧ । ସେ ସେଥିପାଇଁ ରାଜରୋଷ ଏବଂ ସାମାଜିକ ବାସନ୍ଦର ସମ୍ମୁଖୀନ ହେଲା । ଆଶ୍ୱିନ କୃଷ୍ଣ ଅଷ୍ଟମୀ ଦିନ ତା’ର ପୁଅଟିଏ ହେଲା । ମିଥୁନ ଲଗ୍ନରେ ହୋଇଥିଲା । ତା’ର ନାମ ଦୂତିବାହାନ ରଖାଗଲା ‌। ପୁଅ କ୍ରମେ ବଡ ହୋଇ ଚାହାଳୀରେ ପଢିଲା । ଦିନେ ତା’ର ଖଡି ଗୋଟାଳି ଗଡି ଯିବାରୁ ଜଣେ ସାଙ୍ଗକୁ ବଢାଇ ଦେବାକୁ ଅନୁରୋଧ କଲା। ସେ ପିଲାଟି ଦୋସାଧୁର ପୁଅ । ତାକୁ ଖଡି ଗୋଟାଳି ବଢାଇ ଦେବାକୁ କହୁଥିବା ରାଣ୍ଡୀ ବ୍ରାହ୍ମଣୀ ପୁଅକୁ ସେ ଅଣବାପୁଆ ବୋଲି କହି ଅପମାନିତ କଲା । ପୁଅ ଘରକୁ ଫେରି ତା’ର ଜନକ କିଏ ବୋଲି ଜାଣିବାକୁ ମାଆ ପାଖରେ ଦାବୀ କଲା । ମାଆ ସୂର୍ଯ୍ୟୋଦୟ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ କହିଲେ । ରାତି ପାହିଲା । ଅରୁଣ ରଥରେ ବସି ସପ୍ତାଶ୍ୱ ବାହନ ସୂର୍ଯ୍ୟ ଆକାଶରେ ଦେଖାଦେଲେ । ମାଆ ଚିହ୍ନାଇ ଦେଇ କହିଲେ – “ଇଏ ତୋ ବାପା ।” ପୁଅ ଦୂତିବାହାନ ସୂର୍ଯ୍ୟଙ୍କୁ ଦେଖି ନମସ୍କାର କଲା । ସୂର୍ଯ୍ୟ ହାତ ବଢାଇ କୋଳକୁ ଟେକି ନେଲେ । କୋଳରେ ବସାଇ ନାନା ଅଳଙ୍କାର ପିନ୍ଧାଇ ଦେଲେ । ଆକାଶରୁ ନାନା ଅଳଙ୍କାର ପାଟଶାଢୀ ଖସିଲା । ଏହି ବିଚିତ୍ର ଦୃଶ୍ୟଦେଖି ବହୁ ସଂଖ୍ୟାରେ ଲୋକ ଜମିଗଲେ । ଉପସ୍ଥିତ ନରନାରୀ ବିସ୍ମିତ ହେଲେ । ପୁଅ ସୂର୍ଯ୍ୟଦେବଙ୍କୁ ପଚାରିଲା-“ବାପା ! ମୋର ମାଆ କାହିଁକି ଅସତୀ ବୋଲି ନିନ୍ଦା ପାଉଛନ୍ତି ? ଆପଣ ଯଦି ମୋର ବାପା ତେବେ ମୁଁ ଅଣବାବୁଆ ବୋଲି ଅପମାନିତ ହେଉଛି” ? ସୂର୍ଯ୍ୟଦେବ ଆଶ୍ୱସନା ଦେଇ କହିଲେ- “ତୋ ମାଆ ସତୀ । କିଛିଦିନ ପରେ ତୁ ଓ ତୋ ମାଆ ପୃଥିବୀରେ ପୂଜା ପାଇବ ।”
===ଦ୍ଵିତୀୟ କିମ୍ବଦନ୍ତୀ===
ଗୋଟିଏ ଚିଲ ଏବଂ ଗୋଟିଏ ଶୃଗାଳ ଏହି ଓଷା ପାଳନ କରିଥିଲେ । କେତେକ ସ୍ତ୍ରୀଲୋକ ଓଷାକୋଠି ପାଖରେ ବସି ଓଷା ପୂଜୁଥିବାରୁ ଦେଖି ସେମାନେ ଏଥିପ୍ରତି ମନ ବଳାଇଲେ । ଓଷେଇତି ଓଷା ଶେଷରେ ଯେଉଁ ପୂଜା ଜିନିଷ ଫୋପାଡ଼ି ଦେଇଥିଲେ ତାହା ସେମାନେ ସଂଗ୍ରହ କଲେ । ସେମାନେ ଛାଡ଼ି ଯାଇଥିବା ହଳଦୀ ଲଗାଇ ସ୍ନାନ କଲେ । ଚିଲଟି ନିଷ୍ଠାର ସହିତ କାଷ୍ଠାରେ ଓଷା କଲା । କିନ୍ତୁ ଶୃଗାଳଟି ଭୋକ ସମ୍ଭାଳି ପାରିଲାନାହିଁ । ରାତି ଭିତରେ କୋରଡ଼ ଭିତରେ ପଶି ମାଂସ ଖାଇଦେଲା । ଚିଲ କିଛି ଜାଣିନପାରି ଶିଆଳକୁ ପଚାରିଲା- ‘ ଭଉଣୀ ତୁ ଏତେବେଳେ କ’ଣ କଡ଼ମଡ଼ କରି ଚୋବାଉଛୁ ? ଶିଆଳ କହିଲା- କ’ଣ ଅଛି ଯେ ଚୋବାଇବି ? ଥଣ୍ଡାରେ ମୋ ଦାନ୍ତ କଡ଼ମଡ଼ ଶବ୍ଦ ହେଉଛି ।’ ପର ଜନ୍ମରେ ଓଷା ପ୍ରଭାବରୁ ଏହି ଚିଲ ଓ ଶୃଗାଳ ମଣିଷ ଜନ୍ମ ପାଇଲେ । ଉତ୍ତମ କୁଳରେ ଦୁଇ ଭଉଣି ହୋଇ ଜନ୍ମ ହେଲେ । ଶିଆଳ ବଡ ଭଉଣୀ ହେଲା, ଚିଲ ସାନ ଭଉଣୀ ଜନ୍ମ ହେଲା । ବଡ ଭଉଣୀ ମନ୍ତ୍ରୀ ଓ ସାନ ଭଉଣୀ ସାଧବକୁ ବିବାହ କଲେ । ପୂର୍ବ ଜନ୍ମରେ ବ୍ରତ ଖଣ୍ଡିତ କରିଥିବାରୁ ମନ୍ତ୍ରୀ ପତ୍ନୀ ପିଲାଛୁଆ ନହେବାରୁ କଷ୍ଟ ଓ ଦୁଃଖ ଅନୁଭବ କଲା । କିନ୍ତୁ ସାଧବାଣୀ ପୁତ୍ରବତୀ ହୋଇ ସୁଖରେ କାଳ କଟାଇଲା । ଫଳରେ ବଡ଼ ଭଉଣୀ ସାନ ଭଉଣୀକୁ ଇର୍ଷା କଲା । ସାନ ଭଉଣୀ (ସାଧବ ପତ୍ନୀ)ର ସନ୍ତାନମାନେ ମାଉସୀ ଘରକୁ ଖେଳିବାକୁ ଯାଆନ୍ତି । ବଡ଼ ଭଉଣୀ ତଥା ମନ୍ତ୍ରୀ ପତ୍ନୀ ଶୀଳାବତୀ ସେମାନଙ୍କୁ ବିଭିନ୍ନ ଭାବରେ ହତ୍ୟା କରି ସାଧବ ସ୍ତ୍ରୀ ପାଖକୁ ହାଣ୍ଡି, ଚାଙ୍ଗୁଡ଼ି ଇତ୍ୟାଦିରେ ପ୍ରତିଥର ମୃତ ପୁତ୍ରଙ୍କର ଶରୀର ପଠାଏ ଏବଂ ଦୂତୀବାହାନଙ୍କ ମହିମାରୁ ପୁଅମାନେ ଭଲରେ ଥାଆନ୍ତି । ପଠା ହୋଇଥିବା ମାୟା ପୁତ୍ରମାନଙ୍କର ଶରୀର ନଡ଼ିଆ, ଆଖୁ, ଅଦା, ଚଣା ଇତ୍ୟାଦି ଖାଦ୍ୟ ପଦାର୍ଥ ପାଲଟନ୍ତି । ସରଳ ସାଧବ ସ୍ତ୍ରୀ ଏକଥା ଜାଣିପାରେ ନାହିଁ । ପୁଅମାନେ ଠିକ୍ ସମୟରେ ବାହୁଡ଼ନ୍ତି ଏବଂ ମାଉସୀ ପଠାଇଥିବା ଖାଦ୍ୟ ଖାଇ ଖୁସି ହୁଅନ୍ତି । ବାରମ୍ବାର ମାରିବା ପରେ ପୁଅମାନେ ନ ମରିବାରୁ ଶୀଳାବତୀ ଆତଙ୍କିତ ହେଲା । ଏହି ଅବସରରେ ମନ୍ତ୍ରୀ ଏକଥା ଜାଣି ତାକୁ ଭର୍ତ୍ସନା କଲେ । ଶୀଳାବତୀକୁ ନେଇ ସାଧବାଣୀ ପାଖରେ କ୍ଷମା ମାଗିଲେ । କିନ୍ତୁ ଦୂତିବାହାନ ସାଧବାଣିକୁ ପୂର୍ବରୁ ସ୍ୱପ୍ନରେ ସବୁକଥା କହିଦେଇଥିଲେ । ସେ ଭଉଣୀ ଉପରେ ରାଗିଥିଲେ ମଧ୍ୟ ଦୂତୀବାହାନଙ୍କ ଓଷା କରିଥିବାରୁ ସବୁ ପ୍ରକାରେ ସାହାଯ୍ୟ କଲା । ସେମାନେ ଓଷା ପୂଜିବା ସମୟରେ ଦୂତୀବାହାନ ସାତବର୍ଷର ପିଲା ବେଶରେ ଧନୁରେ ଜୁଈର କାଠିଶର ଜୋଖି ଶୀଳାବତୀକୁ କାଣ୍ଡ ବିନ୍ଧିଲେ ଓ ତା’ର ମଡ଼ିଛି ଦୋଷ ଭଗ୍ନ ହୋଇ ସେ ପୁତ୍ରବତୀ ହେଲା । <ref>ସଂଚାର, ପୃଷ୍ଠା-୧୪, ୨୭ ସେପ୍ଟେମ୍ବର ୨୦୧୩</ref><ref>ଅରବିନ୍ଦ ପଟ୍ଟନାୟକ, ବ୍ରତ ସାହିତ୍ୟ, ପୃଷ୍ଠା-୫୧-୫୩, ISBN:81-7586-183-5</ref>