"ଚୈତ୍ର ମଙ୍ଗଳବାର ଓଷା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ରୋବଟ୍‌: ପ୍ରସାଧନ ବଦଳ
ଟିକେ Wikipedia python library
୧ କ ଧାଡ଼ି:
[[ଚୈତ୍ର]] ମାସରେ ଯେତୋଟି [[ମଙ୍ଗଳବାର]] ପଡେ ସେଦିନ ଚୈତ୍ର ମଙ୍ଗଳବାର ଓଷା ପାଳିତ ହୁଏ । ପୋଥିର ବର୍ଣ୍ଣନା ଅନୁଯାୟୀ ଚଇତି ହାଡିଆଣୀ ଚୈତ୍ର ମାସର ପ୍ରତି ମଙ୍ଗଳବାର ଦିନ ଘରଦ୍ୱାର ଲିପାପୋଛା କରି ଝୋଟି ପକାଏ I ବିଭିନ୍ନ ପ୍ରକାର ଫଳ, ଫୁଲ, ମଦ, ମାଂସ ଓ ଭୋଗରେ ମଙ୍ଗଳାଙ୍କୁ ପୂଜା କରେ । ଦିନେ ରାଜନବର ଓଳାଇବାକୁ ଯାଇଥିଲା । ସକାଳୁ ରାଜାଙ୍କ ମୁହଁକୁ ଦେଖି ଅଶୁଭ ହେବ ବୋଲି ଚଇତି ହାଡିଆଣି ଆଶଙ୍କା କରିଛି, କାରଣ ରାଜା ହେଉଛନ୍ତି ଅପୁତ୍ରିକ I ଆଉ ନିଜକୁ ସଂଯତ କରି ନପାରି ରାଜାଙ୍କୁ ଆଣ୍ଠୁକୁଡା କହିଦେଲା । ଫଳରେ ରାଜା ଭୀଷଣ ରାଗିଗଲେ ଆଉ ଚଇତି ହାଡିଆଣିର ସାତପୁଅକୁ ଢିଙ୍କିରେ କୁଟାଇ କାଳୁଆ ଗଣ୍ଡରେ ଭସାଇଦେବାକୁ ଆଦେଶ ଦେଲେ । ପୁତ୍ରମାନଙ୍କୁ ହରାଇ ଥିଲେ ମଧ୍ୟ ଦୁଃଖରେ ଭାଙ୍ଗି ନପଡିନପଡ଼ି ଚଇତି ମଙ୍ଗଳାଙ୍କୁ ମଦ ମାଂସ ଆଦି ଭୋଗ ଦେଇ ପୂଜାକଲା । ଦୁବ ପ୍ରସାଦ ନେଇ ମା ମଙ୍ଗଳାଙ୍କୁ ସ୍ମରଣ କରି କାଳୁଆ ଗଣ୍ଡରେ ପକାଇଲା । ମା’ଙ୍କ କୃପାରୁ ସବୁପୁଅ ବଞ୍ଚିଉଠିଲେ, କିଏ ଘୁମୁରା ବଜାଉଛି ଆଉକିଏ ଢୋଲ ବଜାଉଛି । ରାଜାଙ୍କୁ ଚଇତି ହାଡିଆଣୀ ଅନେକଥର ଆଣ୍ଠୁକୁଡା କହିଛି । ରାଜା କ୍ରୋଧିତ ହୋଇ ତାର ପୁଅମାନଙ୍କୁ ମୃତ୍ୟୁଦଣ୍ଡ ଦେଇଛନ୍ତି । ପ୍ରତିଥର ଚଇତି ହାଡିଆଣି ଦୁବ ପ୍ରସାଦ ଛିଞ୍ଚି ସେମାନଙ୍କୁ ବଞ୍ଚାଇଛି । ଶେଷରେ ରାଜା ଚଇତି ହାଡିଆଣୀ ଠାରୁ ଚଇତି ମଙ୍ଗଳବାର ଓଷାର ମହିମା ଶୁଣିଛନ୍ତି । ତାଙ୍କର ଅନେଶତ ରାଣୀ ମଙ୍ଗଳା ଓଷା ବିଧି ଅନୁସାରେ କରିଛନ୍ତି ଓ ପୁତ୍ରବତୀ ହୋଇଛନ୍ତି I କିନ୍ତୁ ବଳରାମ ଦାସଙ୍କ ରଚିତ ଓଷା କଥାଟି ଏହାଠାରୁ ସାମାନ୍ୟ ଅଲଗା I ଦିନଟି ଥାଏ ମଙ୍ଗଳବାର I ମଙ୍ଗଳା ବୁଢୀ ବେଶ ଧରିଲେ । ବିକୃତ ଚେହେରା, ଆଖିରୁ ଲେଞ୍ଜରା ବୋହିଯାଉଥାଏ ।
== ଆଧାର ==
{{ଆଧାର}}