"ପୀତାମ୍ବର ତରାଇ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
ତଥ୍ୟ |
No edit summary |
||
୧ କ ଧାଡ଼ି:
{{Unreferenced}}
[[File:Pitambar Tarai.JPG|thumb|ପୀତାମ୍ବର ତରାଇ]]ଜଗତ୍ସିଂହପୁର ଜିଲ୍ଲାର କୁଜଙ୍ଗ ବ୍ଳକ୍ ଅନ୍ତର୍ଗତ ସମୁଦ୍ର ସନ୍ନିକଟ ମଙ୍ଗରାଜପୁର ଗାଁର ଏକ କୈବର୍ତ୍ତ ପଲ୍ଲୀରେ ୧୯୫୯ ମସିହା ଦିପାବଳୀ ଦିନ କବି ପୀତାମ୍ବର ତରାଇଙ୍କ ଜନ୍ମ ବାସଭବନ ‘ଅଶ୍ରୁନୀଡ଼’ରେ କବି ଦୀର୍ଘ ୩୦ବର୍ଷରୁ ଉର୍ଦ୍ଧ୍ୱହେବ ସାରସ୍ୱତ ସାଧନାରେ ନିମଗ୍ନ ଏହି ସମୟ ମଧ୍ୟରେ ୬ଟି କବିତା ପୁସ୍ତକ ଓ ପିଲାମାନଙ୍କ ପାଇଁ ‘ଲହ ଲହକା ପତର ବଙ୍କା’ ଗଳ୍ପ ସଂକଳନ ପ୍ରକାଶ ପାଇ କବିଙ୍କୁ ଦେଇଛି ଅକାତକାତ ପାଠକୀୟ ଶ୍ରଦ୍ଧା, ସମ୍ମାନ ଓ ସମଧର୍ମୀମାନଙ୍କ ମଧ୍ୟରେ ଦେଇଛି ସ୍ୱତନ୍ତ୍ର ସ୍ଥାନ ଜୀବନର ଚଲାପଥରେ ସେ ଅନୁଭବ କରିଛନ୍ତି ଜନଜୀବନର କୁଢ଼ କୁଢ଼ ଦୁଃଖର ଦ୍ୱିପ୍ରହର, ଶୋକର ଶ୍ରାବଣ, ଭୋକର ଭାଦ୍ରବ ସମ୍ବଳ ସରିଯାଏ ହେଲେ ମଣିଷର ଦୁଃଖ ସରେନା ଏହି ଦୁଃଖମାନେ ବାରମ୍ବାର ଦୁଃଖୀଙ୍କୁ ଲହୁଲୁହାଣ କରନ୍ତି ତଥାପି ଜୀବନ ପାଇଁ ମୋହ ସଞ୍ଚରିଯାଏ ସୂର୍ଯ୍ୟ ଉଦୟ ହେଲେ ପୁନର୍ବାର ଦୁଃଖ ଆସି ଉଭାହୁଏ ମଣିଷ ସାମ୍ନାରେ ଝଡଝଞ୍ଜାରେ ଭୂଲୁଣ୍ଠିତ ହୋଇଥିବା ମଣିଷ ଝାଡ଼ିଝୁଡ଼ି ହୋଇ ଉଠିବସେ ପୁଣି ସେହି ଦୁଃଖର ବୁଜୁଳାକୁ ଧରି ଜୀବନ ସଂଗ୍ରାମ ପାଇଁ ପ୍ରଗତିଶୀଳ କବିତାରେ ନୂତନ ସ୍ୱର, ନିର୍ଦ୍ଦିଷ୍ଟ ଶୈଳୀ ଆଣି ଶବ୍ଦରୋପଣରେ ଚମକ ସୃଷ୍ଟି କରି ଉତ୍ତର ଆଧୁନିକ କାଳର ପ୍ରମୁଖ କବିମାନଙ୍କ ଭିତରୁ ବେଶ୍ ବାରିହୋଇ ପଡ଼ନ୍ତି କବିତା ଭୋଗର ନୁହେଁ ତ୍ୟାଗର, କୌଶଳର ନୁହେଁ କୁଶଳର, ବିବାଦର ନୁହେଁ ବିଦ୍ରୋହର ଆଉ ନଥାଏ ବୌଦ୍ଧିକ ବିଳାସ, ନଥାଏ ଶବ୍ଦ ଖେଳର କପଟତା ବୋଲି ସେ କୁହନ୍ତି ପ୍ରକୃତରେ କବିଙ୍କ ଆବେଗତାରେ ସୂର୍ଯ୍ୟ ଉଏଁ, ବର୍ଷା ଝରେ, ପବନ ବହେ ଚନ୍ଦ୍ର ଅସ୍ତ ହୁଏ, ଆଉ ନଈ ହୁଏ ବାଟବଣା ଆଉ କେଉଁଠି ବିଶାଳ ସମୁଦ୍ର ସବୁ ଶୋଷକୁ ନିଃଶେଷ କରିବାକୁ ପ୍ରୟାସରେ ଲୁଣିଆ ହୋଇଯାଏ କବି ଏହିସବୁ କଥାକୁ ଶବ୍ଦରେ ସଜେଇ କବିତାରେ ରୂପଦିଅନ୍ତି ଓ ଦୃଶ୍ୟକୁ ଜୀବନ୍ୟାସ ଦିଅନ୍ତି ତାଙ୍କ ଲେଖନୀରେ ଦଳିତ, ଅବହେଳିତ, ବିସ୍ଥାପିତ ଜନଜୀବନ ପାଇଁ ତାଙ୍କର କବିତା ପ୍ରତିନିଧି ଶ୍ରେଣୀୟ ମୁକ୍ତିମନ୍ତ୍ର ଓ ବିଦ୍ରୋହର ବିଦ୍ୟାରେ ପରିପୂର୍ଣ୍ଣ
|