"ଚନ୍ଦ୍ର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ତଥ୍ୟ
 
ସଜାଣି
୧ କ ଧାଡ଼ି:
== ଚନ୍ଦ୍ରଙ୍କ ଜନ୍ମ ==
ବ୍ରହ୍ମାଙ୍କର ଅଷ୍ଟ ମାନସପୁତ୍ର ଅତ୍ରିଙ୍କ ଔରସରୁ ପତ୍ନୀ ଅନସୂୟାଙ୍କ ଗର୍ଭରୁ ଚତୁର୍ଦ୍ଦଶୀ ତିଥିରେ ଚନ୍ଦ୍ରଙ୍କର ଜନ୍ମ ୤ ଏକଦା ଋତୁମତୀ ଅନସୂୟାଦେବୀ ଚତୁର୍ଥଦିନ ପ୍ରାତଃ୩ସମୟରେପ୍ରାତଃସମୟରେ ଶୁଦ୍ଧସ୍ନାନ ପାଇଁ କ୍ଷୀରସାଗରକୁ ଯାଇଥିଲେ ୤ ଅତ୍ରିମୁନୀ ତାଙ୍କୁ ଗୃହରେ ନପାଇ ଖୋଜି ଖୋଜି କ୍ଷୀରସିନ୍ଧୁ ସ୍ନାନଘାଟରେ ଭେଟିଲେ ୤ ଏକ ଉତ୍ତମ ପୁତ୍ର ସନ୍ତାନ ଉଦ୍ଦେଶ୍ୟରେ ତିରିଶି ଦିବାରାତ୍ର ସମ୍ଭୋଗରେ ଅନସୂୟାଙ୍କ ସହିତ ସେହି ସାଗର ତଟରେ ମଗ୍ନ ରହିଲେ ୤ କିନ୍ତୁ ପନ୍ଦରଦିନ ଗତହେବା ପରେ ଦେବୀ ଅନସୂୟା ଆସକ୍ତା ହୋଇ ପଡ଼ିବାରୁ ଋଷି ସମ୍ଭୋଗରୁ ବିରତ ହେଲେ ୤ କିନ୍ତୁ ଲିଙ୍ଗଚକ୍ରରୁ ସ୍ଖଳିତ ରେତ ବିନ୍ଦୁଘରେ ପୁନଃ ସ୍ଥାପିତ ହୋଇପାରିଲା ନାହିଁ ୤ ଫଳରେ ଲଲାଟ ମଧ୍ୟଗତ ସେହି ତରଳବିନ୍ଦୁ ନେତ୍ରପଥ ଦେଇ ଲୋତକ ରୂପେ କ୍ଷୀରସାଗର ଜଳରେ ଝରିପଡ଼ିଲା ୤ ସେହି ପତିତ ଲୋତକ ବିନ୍ଦୁରୁ ଏକ ତେଜୋମୟ ପିଣ୍ଡ ସୃଷ୍ଟିହେଲା ୤ ଜଳଦେବତା ବରୁଣଙ୍କ ଅନୁରୋଧରେ ମୁନିଦମ୍ପତି ସେହି ସୁନ୍ଦର ନବଜାତ ସନ୍ତାନକୁ ପୁତ୍ରରୂପେ ବରୁଣଦେବଙ୍କୁ ଅର୍ପଣ କଲେ ୤ ମୁନିଙ୍କ ବର ଯୋଗୁଁ ଚନ୍ଦ୍ର ଷୋଳକଳାରେ ପରିପୂର୍ଣ୍ଣ ହୁଅନ୍ତି ୤ ଶୁକ୍ଳପକ୍ଷରେ ଚନ୍ଦ୍ରଙ୍କର ଅବୟବ ବୃଦ୍ଧିଘଟେ, ପୂର୍ଣ୍ଣମୀରେ ପୂର୍ଣ୍ଣତା ଲାଭକରନ୍ତି ୤ କିନ୍ତୁ କୃଷ୍ଣପକ୍ଷରେ ଚନ୍ଦ୍ରଙ୍କର କ୍ଷୟଘଟେ, ଅମାବାସ୍ୟାରେ ସଂପୂର୍ଣ୍ଣ ଲୀନ ହୋଇଯାଆନ୍ତି ୤ ପୌରାଣିକ ବିବରଣୀ ଅନୁସାରେ ମୁନି ଦମ୍ପତିଙ୍କ କେଳି ଅପୂର୍ଣ୍ଣ ରହିବା ହେତୁ ଚନ୍ଦ୍ରଙ୍କର ପାକ୍ଷିକ କ୍ଷୟବୃଦ୍ଧି ଘଟିଥାଏ ୤ ଏହି ରହସ୍ୟ ଅବିଦିତ ଥିବାରୁ, ସମସ୍ତେ ଜାଣନ୍ତି ଚନ୍ଦ୍ର ବରୁଣଙ୍କ ସନ୍ତାନ ୤ ପରବର୍ତ୍ତୀ ସମୟରେ ଚନ୍ଦ୍ରଙ୍କୁ କ୍ଷୀରସାଗର ମନ୍ଥନରୁ ଉଦ୍ଧାର କରାଯାଇ ମହାକାଶରେ ସ୍ଥାପନ କରାଗଲା ଏବଂ ସାଗର ମନ୍ଥନରୁ ଜାତ ସମସ୍ତ ଔଷଧୀର ଅଧିପତି ଚନ୍ଦ୍ରଙ୍କୁ ଅର୍ପଣ କରାଗଲା ୤ ତେଣୁ ଉଦ୍ଭିଦ ଜଗତରେ ସମସ୍ତ ବୃକ୍ଷଲତାର ଅଧିପତି ହେଲେ ୤ କିନ୍ତୁ ବରାହ ପୁରାଣ ଅନୁସାରେ ସୃଷ୍ଟି ସର୍ଜନା କଥା ଚିନ୍ତା କରୁଥିବା ବେଳେ ବିଶ୍ୱକର୍ତ୍ତାଙ୍କ ଚକ୍ଷୁଦ୍ୱୟରୁ ପ୍ରଥମେ ତେଜ ସୃଷ୍ଟିହୁଏ ୤ ଦକ୍ଷିଣ ଚକ୍ଷୁରୁ ସୂର୍ଯ୍ୟ ବାମ ଚକ୍ଷୁରୁ ଚନ୍ଦ୍ର ସୃଷ୍ଟିହୁଅନ୍ତି ୤ <ref>ଓଡ଼ିଶାର ଦେବଦେବୀ, ପୃଷ୍ଠା-୩୩୬</ref><br />
 
ଅନ୍ୟଏକ ମତ ଅନୁସାରେ ବ୍ରହ୍ମା ଅତ୍ରିଙ୍କୁ ସୃଷ୍ଟି ସର୍ଜନା କରିବାକୁ ନିର୍ଦ୍ଦେଶ ହେଲେ ୤ ସୁଚାରୁରୂପେ ସଂସାର ସୃଷ୍ଟିକରିବା ପାଇଁ ଶକ୍ତି ଆବଶ୍ୟକତା ଦୃଷ୍ଟିରୁ ଋଷି ତପସ୍ୟା କଲେ ୤ ବିଷ୍ଣୁ ଋଷିଙ୍କ ତପସ୍ୟାରେ ସନ୍ତୁଷ୍ଟ ହୋଇ ଏକ ଦିବ୍ୟଜ୍ୟୋତି ରୂପେ ଆସି ହୃଦୟରେ ରହିଲେ ୤ ତାହା ଜାଣି ଅତ୍ରିଙ୍କ ଚକ୍ଷୁରୁ ଆନନ୍ଦାଶ୍ରୁ ଝରିପଡ଼ିଲା ୤ ସେହି ଲୁହରୁ କେତେଗୁଡ଼ିଏ ଭୃଣ\ଭ୍ରୂଣ ଜାତ ହେଲେ ୤ ବ୍ରହ୍ମା ସେହି ଭ୍ରୂଣଗୁଡ଼ିକୁ ଏକାଠି କରି ଏକ ସୁନ୍ଦର ତରୁଣ ସୃଷ୍ଟିକଲେ ୤ ସେହି ସୁନ୍ଦର ତରୁଣ ବ୍ରହ୍ମାଙ୍କ ଅଂଶରୁ ଜାତ ହୋଇଥିବାରୁ ତାଙ୍କର ରୂପ ଅତ୍ୟନ୍ତ ଦୀପ୍ତିମାନ ହୋଇଥିଲା ୤ ସେ ହେଲେ ଚନ୍ଦ୍ରଦେବତା ୤ ତତ୍ପରେ ମୁନି, ଋଷି, ଦେବତା, ଗନ୍ଧର୍ବ ଓ ଅପସରୀମାନେ ସାମବେଦ ଗାନ କରି ଚନ୍ଦ୍ରଙ୍କୁ ସ୍ତୁତିକଲେ ୤ ସେହି ସ୍ତୁତି ହେତୁ ପୃଥିବୀରେ ଔଷଧୀୟ ବୃକ୍ଷଲତା ଉଦ୍ଭବ ହେଲେ ୤ ତେଣୁ, ଚନ୍ଦ୍ରଙ୍କୁ ଔଷଧିମାନଙ୍କର ଅଧିପତି କହାଗଲା ୤ ଆଉମଧ୍ୟ ହରିବଂଶ ପୁରାଣରେ ଚନ୍ଦ୍ରଙ୍କୁ ନକ୍ଷତ୍ରମାନଙ୍କର ରାଜା ରୂପେ ବର୍ଣ୍ଣନା କରାଯାଇଛି ୤<ref> ଅସିତ ମହାନ୍ତି, ଆମଦେବାଦେବୀ, ପୃଷ୍ଠା-୮୫ </ref>
"https://or.wikipedia.org/wiki/ଚନ୍ଦ୍ର"ରୁ ଅଣାଯାଇଅଛି