"ଛତୁ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
ଟିକେ re-categorisation & Clean up using AWB
୧ କ ଧାଡ଼ି:
{{ଛୋଟ|Mushroom}}
[[File:Amanita muscaria (fly agaric).JPG|thumb|200px|right|ଛତୁ]]
'''ଛତୁ'''କୁ ଖାଦ୍ୟରୂପେ ବ୍ୟବହାର କରାଯାଏ । ସାରାବିଶ୍ୱରେ ପ୍ରାୟ ୪୦୦ପ୍ରକାର ଛତୁ ଦେଖାଯାଏ; ତନ୍ମଧ୍ୟରୁ ଅନ୍ୟୁନ ୨୦୦ପ୍ରଜାତିର ଛତୁ ଅଧୁନା ଅବଲୁପ୍ତପ୍ରାୟ । ଛତୁ ମଧ୍ୟରେ [[ବାଲି ଛତୁ]], ବୁଢ଼ାବୁଢ଼ୀ ଛତୁ, ନାଡ ଛତୁ, ହୁଙ୍କା ଛତୁ, [[ପାଳ ଛତୁ]]ର ବେଶ୍ ଆଦର ରହିଛି । ଛତୁକୁ [[ଛତୁ ତରକାରୀ|ତରକାରୀ]] ଛଡ଼ା ଭାଜି ଓ ନିଆଁରେ ପୋଡ଼ି ଖିଆଯାଏ । ତେବେ ବାଲି ଛତୁର ସ୍ୱାଦ ଅତୀବ ରୁଚିକର, ତେବେ ମଧ୍ୟ ବୁଢ଼ାବୁଢ଼ୀ ଓ ହୁଙ୍କା ଛତୁର ମଧ୍ୟ ବେଶ୍ ଆଦର ରହିଛି ।ଏହି ଛତୁସବୁ ବର୍ଷାଋତୁରେ ଫୁଟିଥାଏ । ବର୍ଷା ହେଲେ ଗ୍ରାମରେ ବସବାସ କରୁଥିବା ଲୋକମାନେ ଛତୁ ତୋଳିବା ପାଇଁ ସକାଳୁ ଉଠି ପଡ଼ିଆ, ବଣ, ବିଲ ଆଦି ଅଞ୍ଚଳରେ ଘୁରିବୁଲନ୍ତି । ମାତ୍ର ବିଗତ ୨୦ବର୍ଷ ହେବ ଅଧିକାଂଶ ଛତୁ ଆଉ ଦେଖିବାକୁ ମିଳୁନାହିଁ ।
 
==ଫୁଟୁଥିବା ସ୍ଥାନ==
ଦେଶୀଛତୁ ମଧ୍ୟରେ ବୁଢ଼ାବୁଢ଼ୀ ଛତୁ ଓ ବାଲି ଛତୁ ଖୋଲା ପଡ଼ିଆରେ ଫୁଟୁଥିବା ବେଳେ ନାଡ଼ ଛତୁ ବଣବୁଦା ତଥା ସନ୍ତସନ୍ତିଆ ସ୍ଥାନମାନଙ୍କରେ ଫୁଟେ । ହୁଙ୍କା ଛତୁ ମାଟିକାନ୍ଥ କିମ୍ବା ଉଇହୁଙ୍କାରେ ଫୁଟୁଥିବାସ୍ଥଳେ ପାଳଛତୁ ପଚାସଢ଼ା ଗଛପତ୍ର, ନଡା କିମ୍ବା ପାଳଗଦାରେ ଫୁଟିଥାଏ । ବାଲିଛତୁ ଛୋଟ ଓ ବଡ଼ ଆକାରରେ ଫୁଟୁଥିବା ବେଳେ ହୁଙ୍କାଛତୁ ଅତି ଛୋଟଛୋଟ ଆକାରରେ ଫୁଟୁଥିବାର ଦେଖାଯାଏ । ତେଣୁ ସେଗୁଡିକୁ ତୋଳିବାକୁ ବହୁତ ସମୟ ଲାଗେ । ଏହା ବ୍ୟତୀତ ନାଡ଼ଛତୁର ଉପର ଅଂଶ ଛୋଟ ଏବଂ ନିମ୍ନଅଂଶ ପ୍ରାୟ ୬ରୁ ୮ଇଞ୍ଚ ପର୍ଯ୍ୟନ୍ତ ମାଟି ଭିତରକୁ ଯାଇଥିବା ଯୋଗୁଁ ତା’କୁ ଏପରି ନାମ ଦିଆଯାଇଛି। କିନ୍ତୁ ପାଳଛତୁ ଅନ୍ୟ ପ୍ରଜାତିର ଛତୁ ଅପେକ୍ଷା ଆକାରରେ ବଡ଼ ଓ ତୋଳିବାକୁ ସହଜ । କିନ୍ତୁ ବୁଢ଼ାବୁଢ଼ୀ ଛତୁ କେବଳ ଖୋଲା ପଡ଼ିଆରେ ମେଞ୍ଚାମେଞ୍ଚା ହୋଇ ଫୁଟୁଥିବାର ଦେଖାଯାଏ ଏବଂ ଅଧିକାଂଶ ଘାସ ମଧ୍ୟରେ ଲୁକ୍କାୟିତ ଅବସ୍ଥାରେ ରହିଯାଉଥିବାରୁ, ସେଗୁଡ଼ିକୁ ଖୋଜି ତୋଳିବା ଟିକେ କଷ୍ଟକର ହୋଇଥାଏ ।
==ଫାର୍ମ ଛତୁ==
ପାଣିପାଗ ଓ ପରିବେଶର ପରିବର୍ତ୍ତନ ଯୋଗୁଁ ପ୍ରାକୃତିକ ଉପାୟରେ ଉତ୍ପନ ହେଉଥିବା ଦେଶୀଛତୁ ବହୁଳ ପରିମାଣରେ ହ୍ରାସ ଘଟିଛି । ଅନ୍ୟ ପକ୍ଷରେ ଜନସଂଖ୍ୟା ଦୃତ ଗତିରେ ବୃଦ୍ଧି ଘଟିବାରୁ ଛତୁର ଚାହିଦାକୁ ଦୃଷ୍ଟିରେ ରଖି ବୈଜ୍ଞାନିକ ପଦ୍ଧତିରେ ଏବେ ଛତୁଚାଷ କରାଯାଉଛି । ସେଥି ମଧ୍ୟରେ ଧିଙ୍ଗିରି, ପାଳ ଏବଂ ଦୁଧଛତୁ ଅନ୍ୟତମ । ପାଳଛତୁ ଉଭୟ ଖରା ଓ ବର୍ଷା ଋତୁରେ ଚାଷ କରାଯାଉଥିବାବେଳେ ଧିଙ୍ଗିରି ଛତୁ କେବଳ ଶୀତଋତୁରେ ଚାଷ କରାଯାଇ ଥାଏ । ସେହିପରି ଦୁଧ ଛତୁ ନାତିଶୀତୋଷ୍ଣ ଜଳବାୟୁରେ ଚାଷ କରାଯାଏ । କାଶ୍ମୀର, ହିମାଚଳ ପ୍ରଦେଶ, ହରିଆଣା, ରାଜସ୍ଥାନ ଆଦି ଅଞ୍ଚଳରେ ବହୁଳ ଭାବରେ ଉତ୍ପାଦନ କରାଯାଏ । <ref>ପ୍ରତାପ କେଶରୀ ପାତ୍ର, ରବିବାର ସମାଜ, ପୃଷ୍ଠା-୩, ୨୦-୨୬.୧୦.୨୦୧୩ </ref>
==ଆଧାର==
{{ଆଧାର}}
୨୪ କ ଧାଡ଼ି:
* [http://www.pnwfungi.org/ Pacific Northwest Fungi Online Journal]
 
[[ଶ୍ରେଣୀ:ଜୀବ ଜଗତଜୀବଜଗତ]]
"https://or.wikipedia.org/wiki/ଛତୁ"ରୁ ଅଣାଯାଇଅଛି