"ମାସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
୤=।
୧ କ ଧାଡ଼ି:
{{ଛୋଟ|Month}}
ମାସ ଶବ୍ଦ ସଂସ୍କୃତ ମସ (ଚନ୍ଦ୍ର) ଶବ୍ଦରୁ ଉତ୍ପନ୍ନ ଇଂରାଜୀରେ month (ମନ୍ଥ୍‌=ମାସ) moon
(ଅର୍ଥାତ୍‌ ଚନ୍ଦ୍ର) ଶବ୍ଦରୁ ମଧ୍ୟ ଉତ୍ପନ୍ନ ହୋଇଅଛି
 
== ଚାନ୍ଦ୍ରମାସ ==
ଚନ୍ଦ୍ର ପୃଥିବୀର ଚାରିପାଖରେ ଯେଉଁ ସମୟ ମଧ୍ୟରେ ଥରେ ବୁଲି ଆସେ ତାହା ଚାନ୍ଦ୍ରମାସ ନାମରେ ଅଭିହିତ ଏହା ପୂର୍ଣ୍ଣିମାର ପରଦିନ (କୃଷ୍ଣ ପ୍ରତିପଦ) ଠାରୁ ଆରମ୍ଭ ହୋଇ ପରବର୍ତ୍ତୀ ପୂର୍ଣ୍ଣିମାରେ ଶେଷ ହୁଏ ଏହାକୁ ଗୌଣ ଚାନ୍ଦ୍ରମାସ ବୋଲାଯାଏ ମୂଖ୍ୟ ଚାନ୍ଦ୍ରମାସ ଅମାବାସ୍ୟା ପରଦିନ (ଶୁକ୍ଳ ପ୍ରତିପଦ ଅର୍ଥାତ୍‌ ନୂତନ ଚନ୍ଦ୍ରକଳା ଦର୍ଶନ ଠାରୁ) ଠାରୁ ଆରମ୍ଭ ହୋଇ ପରବର୍ତ୍ତି ଅମାବାସ୍ୟାରେ ଶେଷ ହୁଏ ୧୨ଟି ଚାନ୍ଦ୍ରମାସ ହେଲା: ବୈଶାଖ, ଜ୍ୟୈଷ୍ଠ, ଆଷାଢ଼, ଶ୍ରାବଣ, ଭାଦ୍ରବ, ଆଶ୍ବିନ, କାର୍ତ୍ତିକ, ମାର୍ଗଶିର, ପୌଷ, ମାଘ ଫାଲ୍‌ଗୁନ ଓ ଚୈତ୍ର ଚାନ୍ଦ୍ରମାସ କେବେ କେବେ ୨୭, ୨୮, ୨୯ ଓ ୩୦ ଦିନ ହୁଏ ୧୨ଟି ଚାନ୍ଦ୍ରମାସର ପରିମାଣ ୩୫୪ ଦିନ
 
=== ବୈଶାଖ ===
ଶାଳିବାହନ ଶକାବ୍ଦର ପ୍ରଥମ ମାସ ହିନ୍ଦୁମାନଙ୍କର ପ୍ରଥମ ଚାନ୍ଦ୍ରମାନ ମାସ ଏ ମାସ ପଣାସଂକ୍ରାନ୍ତିଠାରୁ ଆରମ୍ଭ ହୁଏ; ଏହାର ପୂର୍ବବର୍ତ୍ତୀ ମାସ ଚୈତ୍ର ଓ ପରବର୍ତ୍ତୀ ମାସ ଜ୍ୟୈଷ୍ଠ ଏହି ମାସ ଓ ଏହାର ପରବର୍ତ୍ତୀ ମାସ ଗ୍ରୀଷ୍ମ ଋତୁ ହିନ୍ଦୁମତରେ ଏହା ୪ଟି ଧର୍ମ ମାସ (କାର୍ତ୍ତିକ, ମାଘ, ବୈଶାଖ, ଆଷାଢ଼) ମଧ୍ୟରୁ ଏକ ମାସ
=== ଜ୍ୟେଷ୍ଠ ===
ଜ୍ୟେଷ୍ଠା ନକ୍ଷତ୍ରଯୁକ୍ତ ପୂର୍ଣ୍ଣିମା ପଡ଼ୁଥିବା ଚାନ୍ଦ୍ରମାନ ମାସ ବୈଶାଖର ପରବର୍ତ୍ତୀ ମାସ
 
=== ଆଷାଢ଼ ===
ଆଷାଢ଼ ନକ୍ଷତ୍ରଯୁକ୍ତ ପୂର୍ଣ୍ଣିମା ପଡ଼ୁଥିବା ଚାନ୍ଦ୍ରମାନ ମାସ ଏହି ମାସ ହିନ୍ଦୁମାନଙ୍କର ଗୋଟିଏ ଧର୍ମମାସ
=== ଶ୍ରାବଣ ===
ଶ୍ରବଣା ନକ୍ଷତ୍ରଯୁକ୍ତ ପୂର୍ଣ୍ଣିମା ପଡ଼ୁଥିବା ଚାନ୍ଦ୍ରମାନ ମାସ ଆଷାଢ଼ର ପରବର୍ତ୍ତୀ ଚାନ୍ଦ୍ର ମାସ
=== ଭାଦ୍ରବ (ଭୋଦୁଅ) ===
ଭାଦ୍ର ପଦ ନକ୍ଷତ୍ର ଯୁକ୍ତ ପୂର୍ଣ୍ଣିମା ପଡ଼ୁଥିବା ଚାନ୍ଦ୍ର ମାସ ଶ୍ରାବଣର ପରବର୍ତ୍ତୀ ଓ ଆଶ୍ବିନର ପୂର୍ବବର୍ତ୍ତୀ ମାସ୤ମାସ। ଶରତ ଋତୁର ପ୍ରଥମ ମାସ
=== ଆଶ୍ୱିନ (ଅଶିଣ) ===
ଅଶ୍ୱିନୀ ନକ୍ଷତ୍ରଯୁକ୍ତ [[ପୂର୍ଣ୍ଣିମା]] ପଡ଼ୁଥିବା ଚାନ୍ଦ୍ରମାସ
 
=== କାର୍ତ୍ତିକ ===
ଏହି ମାସର ପୂର୍ଣ୍ଣିମା ଦିନ ଚନ୍ଦ୍ର କୃତ୍ତିକା ନକ୍ଷତ୍ରରେ ଥାଆନ୍ତି ଚାନ୍ଦ୍ରମାନ ତୁଳା ମାସ (October-November)| ଏହି ମାସ ହିନ୍ଦୁମାନଙ୍କର ଗୋଟିଏ ଧର୍ମମାସ
=== ମାର୍ଗଶୀର (ମଗୁଶୀର) ===
ମୃଗଶିରା ନକ୍ଷତ୍ରଯୁକ୍ତ [[ପୂର୍ଣ୍ଣିମା]] ପଡୁଥିବା ମାସ
 
=== ପୌଷ (ପୁଷ) ===
ପୁଷ୍ୟା ନକ୍ଷତ୍ରଯୁକ୍ତ ପୂର୍ଣ୍ଣିମା ପଡ଼ୁଥିବା ମାସ ମାର୍ଗଶୀରର ପରବର୍ତ୍ତୀ ଓ ମାଘର ପୂର୍ବବର୍ତ୍ତୀ ଚାନ୍ଦ୍ରମାସ
=== ମାଘ ===
ମଘା ନକ୍ଷତ୍ର ଯୁକ୍ତ ପୂର୍ଣ୍ଣୀମାବିଶିଷ୍ଟ ଚାନ୍ଦ୍ରମାସ ୤ଏହା।ଏହା ସୌର ମକରମାସ ସଙ୍ଗେ ସମାନ ଏହି ମାସ ହିନ୍ଦୁମାନଙ୍କର ଗୋଟିଏ ଧର୍ମମାସ ଏହା ଶୀତଋତୁର ଶେଷ ମାସ
=== ଫାଲ୍‌ଗୁନ ===
ଫାଲ୍ଗୁନୀ ନକ୍ଷତ୍ରଯୁକ୍ତ ପୂର୍ଣ୍ଣିମା ପଡ଼ୁଥିବା ମାସ ଏହା ମାଘର ପରବର୍ତ୍ତୀ ଚାନ୍ଦ୍ରମାସ
=== ଚୈତ୍ର ===
ଚିତ୍ରା ନକ୍ଷତ୍ରଯୁକ୍ତ ପୂର୍ଣ୍ଣିମା ପଡ଼ୁଥିବା ମାସ ଏହା ଫାଲ୍ଗୁନର ପରବର୍ତ୍ତୀ ଚାନ୍ଦ୍ରମାସ ସଂବତ୍ ଗଣନାରେ ଏହା ବର୍ଷର ପ୍ରଥମ ମାସ ଏହା ବସନ୍ତଋତୁର ଶେଷ ମାସ
 
== ସୌରମାସ ==
ସୂର୍ଯ୍ୟ ଯେଉଁ ସମୟରେ ଏକ ରାଶିରେ ଅବସ୍ଥାନ କରେ ତାହା ସୌର ମାସ (ସୂର୍ଯ୍ୟଙ୍କର ଏକ ରାଶିରେ ଉଦୟ ହେବା କାଳକୁ ସୌର ମାସ ବୋଲାଯାଏ) ଏହା ସଂକ୍ରାନ୍ତିରୁ ଆରମ୍ଭ ହୋଇ ପରବର୍ତ୍ତୀ ମାସାନ୍ତରେ ଶେଷ ହୁଏ ଏହା କେବେ ୨୯, କେବେ ୩୦, କେବେ ୩୧ ଦିନ ଓ କେବେ ୩୨ ଦିନ ବ୍ୟାପି ହୁଏ ୧୨ ଟି ସୌରମାସ ପରିମାଣ ୩୬୫ ଦିନ ମେଷ, ବୃଷ, ମିଥୁନ, କର୍କଟ, ସିଂହ, କନ୍ୟା, ତୁଳା ବିଛା, ଧନୁ, ମକର, କୁମ୍ଭ, ମୀନ
=== ମେଷ ===
===ବୃଷ===
୫୦ କ ଧାଡ଼ି:
 
== ଇଂରାଜି ମାସ ==
ଇଂରାଜି ଗଣନା କ୍ରମେ ବର୍ଷକୁ (୩୬୫ଦିନ ବା ୩୬୬ଦିନକୁ) ୧୨ ଭାଗରେ ବିଭକ୍ତ କରାଯାଇଥିବା କାଳ: ଜାନୁଆରୀ, ଫେବ୍ରୁଆରୀ, ମାର୍ଚ୍ଚ୍, ଏପ୍ରେଲ୍‌, ମେ, ଜୁନ୍‌, ଜୁଲାଇ, ଅଗଷ୍ଟ, ସେପ୍ଟେମ୍ବର, ଅକ୍ଟୋବର୍‌, ନଭେମ୍ବର୍‌, ଡିସେମ୍ବର୍‌ ଏହିପରି ୧୨ ଟି କାଳ ପରିମାଣ
 
=== ଜାନୁଆରୀ ===
ଇଂରାଜୀ ଗଣନାରେ ବର୍ଷର ପ୍ରଥମ ମାସ ଏହିମାସ ୩୧ ଦିନିଆ
=== ଫେବୃଆରୀ ===
ଇଂରାଜୀ ଗଣନାରେ ବର୍ଷର ଦ୍ଵିତୀୟ ମାସ ଏହିମାସ ୨୮ ବା ୨୯ ଦିନିଆ
 
=== ମାର୍ଚ୍ଚ୍ ===
ଇଂରାଜୀ ଗଣନାରେ ବର୍ଷର ତୃତୀୟ ମାସ ଏହିମାସ ୩୧ ଦିନିଆ
=== ଅପ୍ରେଲ (ଏପ୍ରେଲ୍) ===
ଇଂରାଜୀ ଗଣନାରେ ବର୍ଷର ଚତୁର୍ଥ ମାସ ଏହିମାସ ୩୦ ଦିନିଆ
=== ମଇ (ମେ) ===
ଇଂରାଜୀ ଗଣନାରେ ବର୍ଷର ପଞ୍ଚମ ମାସ ଏହିମାସ ୩୦ ଦିନିଆ
=== ଜୁନ୍ ===
ଇଂରାଜୀ ଗଣନାରେ ବର୍ଷର ଷଷ୍ଟ ମାସ ଏହିମାସ ୩୦ ଦିନିଆ
=== ଜୁଲାଇ ===
ଇଂରାଜୀ ଗଣନାରେ ବର୍ଷର ସପ୍ତମ ମାସ ଏହିମାସ ୩୧ ଦିନିଆ
=== ଅଗଷ୍ଟ ===
ଇଂରାଜୀ ଗଣନାରେ ବର୍ଷର ଅଷ୍ଟମ ମାସ ଏହିମାସ ୩୧ ଦିନିଆ
=== ସେପ୍ଟେମ୍ବର ===
ଇଂରାଜୀ ଗଣନାରେ ବର୍ଷର ନବମ ମାସ ଏହିମାସ ୩୦ ଦିନିଆ
=== ଅକ୍ଟୋବର୍ ===
ଇଂରାଜୀ ଗଣନାରେ ବର୍ଷର ଦଶମ ମାସ ଏହିମାସ ୩୧ ଦିନିଆ
=== ନଭେମ୍ବର୍ ===
ଇଂରାଜୀ ଗଣନାରେ ବର୍ଷର ଏକାଦଶ (୧୧ଶ) ମାସ ଏହିମାସ ୩୦ ଦିନିଆ
=== ଡିସେମ୍ବର୍ ===
ଇଂରାଜୀ ଗଣନାରେ ବର୍ଷର ଶେଷ (ଦ୍ବାଦଶ) ମାସ ଏହିମାସ ୩୦ ଦିନିଆ
 
 
== ମଳମାସ ==
ସୌରମାନ ବର୍ଷ (୧୨ଟି ସୌରମାସର ପରିମାଣ) ୩୬୫ ଦିନ ୬ ଘଣ୍ଟା, ଚାନ୍ଦ୍ରମାନ ବର୍ଷ (୧୨ ଟି ଚାନ୍ଦ୍ର[[ମାସ]]ର ପରିମାଣ) ପ୍ରାୟ ପରିମାଣ ୩୫୪ ଦିନ ଏଣୁ ସୌରମାନ ବର୍ଷ ଅପେକ୍ଷା ଚାନ୍ଦ୍ରମାନ ବର୍ଷ ୧୧ ଦିନ ୬ ଘଣ୍ଟା କମ୍‌ ସୌରମାନ ବର୍ଷ ସଙ୍ଗେ ଚାନ୍ଦ୍ରମାନ ବର୍ଷର ମେଳ ରଖି ଏହି ଅଳ୍ପତାକୁ ପୂରଣ କରିବାପାଇଁ ଚାନ୍ଦ୍ରମାନ ମାସ ଗଣନାରେ ଅଢ଼େଇ ବର୍ଷ ଅନ୍ତରରେ ଗୋଟିଏ ଅଧିକା ମାସ ଗଣାଯାଏ ଓ ସେହି ମାସଟି ଯେଉଁ ଚାନ୍ଦ୍ରମାନ ମାସ ମଧ୍ୟରେ ପଡ଼େ ସେହି ଚାନ୍ଦ୍ରମାନ [[ମାସ]]ର ନାମରେ ଡକାହୁଏ ଯଥା [[କାର୍ତ୍ତିକ]]ମଳ, [[ବୈଶାଖ]]ମଳ ଇତ୍ୟାଦି ମଳମାସ [[ଫାଲ୍‌ଗୁନ]]ଠାରୁ [[ମାର୍ଗଶୀର]] ଏହି ୧୦ ମାସରେ ପଡ଼େ [[ପୌଷ|ପୁଷ]]ମାସ କେବେହେଁ ମଳମାସ ହୁଏନାହିଁ ଓ [[ମାଘ]]ରେ କ୍ଵଚିତ୍‌ ମଳମାସ ପଡ଼େ ସାଧାରଣ ମାସରେ ପ୍ରଥମେ କୃଷ୍ଣପକ୍ଷ ଓ ପରେ ଶୁକ୍ଳପକ୍ଷ ପଡ଼େ କିନ୍ତୁ ଚାନ୍ଦ୍ରମାନ ମଳ ମାସରେ ପ୍ରଥମେ ଶୁକ୍ଳପକ୍ଷ ଓ ପରେ କୃଷ୍ଣପକ୍ଷ ପଡ଼େ ହିନ୍ଦୁ ଗଣନାରେ ମଳମାସର ବ୍ୟବହାର ଥିବାରୁ ପର୍ବ ଓ ଉତ୍ସବମାନ ଋତୁ ଅନୁସାରେ ପଡ଼େ; କିନ୍ତୁ [[ମୁସଲମାନ]]ମାନେ ଚାନ୍ଦ୍ରମାସ ଅନୁସାରେ ମାସ ଗଣୁଥିବାରୁ ଓ ସେମାନଙ୍କର ମଳମାସ ଦ୍ଵାରା ଚାନ୍ଦ୍ର ଓ ସୌର ମାସର ସମତା ରକ୍ଷା କରାଯାଉ ନ ଥିବାରୁ ତାଙ୍କର ପର୍ବ ଓ ଉତ୍ସବମାନ (ଯଥା- ଈଦ, ମହରମ୍) ସବୁ ଋତୁରେ ପଡ଼ିଥାଏ
== ଆଧାର ==
{{ଆଧାର}}
"https://or.wikipedia.org/wiki/ମାସ"ରୁ ଅଣାଯାଇଅଛି