"ସାରଳା ମନ୍ଦିର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ତଥ୍ୟ
ସଜାଣି
୧ କ ଧାଡ଼ି:
{{Infobox Mandir
ଓଡ଼ିଶା ରାଜ୍ୟର ଜଗତସିଂହପୁର ଜିଲ୍ଲାରେ ମା’ଶାରଳା ମନ୍ଦିର ଅବସ୍ଥିତ୤ ପଣ୍ଡିତ ସୂର୍ଯ୍ୟନାରାୟଣ ଦାଶଙ୍କ ଲିଖିତ ଜଗନ୍ନାଥ ମନ୍ଦିର ଓ ଜଗନ୍ନାଥ ବହିରେ ସପ୍ତମ ପରିଚ୍ଛେଦରେ ଲିଖିତ ଅଛି – ରତ୍ନଗିରି ଦକ୍ଷିଣକୁ ସିଧାସଳଖ ପ୍ରାୟ ୨୦ ମାଇଲ ଦୂରରେ ପ୍ରସିଦ୍ଧ ତିର୍ତ୍ତୋଳ ଭୂବନ୍ଦର ୤ ଏହାକୁ ହୁଏନ୍ ସାଂ ‘ଚେଲିତାଲେ’ କହିଛନ୍ତି ୤ ତିରିତୋଳର ବର୍ତ୍ତମାନ ନାମ ତିର୍ତ୍ତୋଲ ୤ ଏହା ନିକଟରେ ଥିବା ଝଙ୍କଡ଼ଠାରେ ଦେବୀ ଶାରଳାଙ୍କ ପୀଠ ୤ ସାରଳା ମହାଭାରତରେ ଏହି ଝଙ୍କଡ଼କୁ ଜଙ୍ଗେର ବା ଜଙ୍ଗେରପୁର କୁହାହୋଇଛି ୤ ପୂର୍ବେ ପୂର୍ବଭାରତର ପ୍ରସିଦ୍ଧ ବନ୍ଦର ଚେଳିତାଳୋ ଥିବା ଯୋଗୁଁ ସେହି ଅଞ୍ଚଳରେ ଯକ୍ଷ ବା ଜଙ୍ଖମାନେ ରହିବା ସ୍ୱାଭାବିକ ୤ ତେଣୁ ଜଙ୍ଖମାନେ ରହୁଥିବା ଅଞ୍ଚଳକୁ ଜଙ୍ଖେରପୁର କୁହାଯାଉଥିବା ସମ୍ଭବ ୤ ସେତେବେଳେ ବୃଦ୍ଧା ଏବଂ ଚନ୍ଦ୍ରଭାଗା ଦୁଇଟି ନଦୀ ଶାରଳା ଠାକୁରାଣୀଙ୍କ ବିଜେସ୍ଥଳୀର ଉତ୍ତର ଦକ୍ଷିଣରେ ପ୍ରବାହିତ ହୋଇ ସମୁଦ୍ରରେ ମିଶିଥିଲେ ୤ ବର୍ତ୍ତମାନ ସେହି ବୃଦ୍ଧନଦୀ ବୁଢ଼ାନଈ ନାମରେ ନାମିତ ୤ ସାରଳା ଦାସ ବୃଦ୍ଧନଦୀକୁ ‘ବୁଧମାତା ନାମେ ନଦୀ’ ବର୍ଣ୍ଣନା କରିଛନ୍ତି ୤ ସାରଳା ଦାସ ତାଙ୍କ ପୁରାଣରେ ଶାରୋଳ ଗ୍ରାମରେ ଶାରଳାପୀଠ ଅବସ୍ଥିତ ବୋଲି କହିଛନ୍ତି ୤ ବର୍ତ୍ତମାନ ଝଙ୍କଡ଼ ପ୍ରଗଣାରେ ବଡ଼ ଶାରୋଳ ଓ ସାନ ଶାରୋଳ ନାମରେ ଦୁଇଟି ଗ୍ରାମ ଅଛି ୤ ସେହି ଗ୍ରାମ ନିକଟରେ ପୂର୍ବେ ଶାରଳା ଠାକୁରାଣୀଙ୍କ ମନ୍ଦିର ଥିଲା ୤ ଐତିହାସିକ କେଦାରନାଥ ମହାପାତ୍ର ତାଙ୍କ ଲିଖିତ ଖୋରଧାର ଇତିହାସରେ ଲେଖିଛନ୍ତି, ସେଠାରେ ଥିବା ଶାରଳା ମନ୍ଦିର ୧୬୮୬ ମସିହାରେ ମୁସଲମାନମାନେ ଭାଙ୍ଗିନେଇ ସେହି ମନ୍ଦିରର ପ୍ରାୟ ମାଇଲିଏ ପଶ୍ଚିମକୁ ଏକ ମସଜିଦ ନିର୍ମାଣ କରିଛନ୍ତି ୤ ସେହି ମସଜିଦ ନିର୍ମାଣ ୧୦୯୮ ହିଜ୍ରିରେ ହୋଇଥିବା ଉଲ୍ଲେଖ ଅଛି ୤ ବର୍ତ୍ତମାନ ସେଠାରେ ଗଣେଶଙ୍କ ମୂର୍ତ୍ତି ପୂଜା ପାଉଛନ୍ତି ୤ ଲୋକମାନେ ତାହାକୁ ନଣ୍ଡା ଦେଉଳ କହନ୍ତି ୤ ଓଡ଼ିଆ ଭାଷାର ପ୍ରଥମ କବି ହେଉଛନ୍ତି ସାରଳା ଦାସ ୤ ତାଙ୍କ ରଚିତ ଗ୍ରନ୍ଥମାନଙ୍କ ମଧ୍ୟରେ ଚଣ୍ଡୀପୁରାଣରେ ଓଡ଼ିଶାର ଆଠଟି ତନ୍ତ୍ରପୀଠର ନାମ ଉଲ୍ଲେଖ କରିଛନ୍ତି ୤ ଓଡ଼ିଶା ରାଜ୍ୟ ସଂଗ୍ରହାଳୟରେ ଥିବା ଏକ ପ୍ରାଚୀନ ତାଳପତ୍ର ପୋଥିରେ ଅଷ୍ଟଚଣ୍ଡୀଙ୍କ ନାମ ବର୍ଣ୍ଣନା ଅନୁଯାୟୀ ଝଙ୍କଡ଼ର ଶାରଳା, କାକଟପୁରର ମଙ୍ଗଳା, କୋଣାର୍କର ରାମଚଣ୍ଡୀ, ପୁରୀର ବିମଳା, ବାଙ୍କୀର ଚର୍ଚ୍ଚିକା, ଯାଜପୁରର ବିରଜା, ତାଳଚେରର ହିଙ୍ଗୁଳା ଓ ଭୁବନେଶ୍ୱରର ଗୌରୀ ହେଉଛନ୍ତି ଅଷ୍ଟତନ୍ତ୍ରପୀଠର ଅଷ୍ଟଦେବୀ ୤ କିନ୍ତୁ ପରବର୍ତ୍ତୀ କାଳରେ ଧବଳଗିରି ନିବାସୀ ବାଳକବି ଭଗବତୀ ଜଣାଣରେ ଯେଉଁ ଅଷ୍ଟଚଣ୍ଡୀଙ୍କ ନାମ ଉଲ୍ଲେଖ କରିଛନ୍ତି, ସେଥିରେ ଭୁବନେଶ୍ୱରର ଗୌରୀ, ତାଳଚେରର ହିଙ୍ଗୁଳା ଓ କୋଣାର୍କର ରାମଚଣ୍ଡୀଙ୍କ ନାମ ବଦଳରେ ସମ୍ବଲପୁରର ସମଲାଇ, ବାଣପୁରର ଭଗବତୀ ଓ ଚଣ୍ଡୀ (ସମ୍ଭବତଃ ଚିତ୍ରୋତ୍ପଳା ଓ ଲୁଣାନଦୀ ମଧ୍ୟରେ ଥିବା ହରଚଣ୍ଡୀ)ଙ୍କୁ ବର୍ଣ୍ଣନା କରିଛନ୍ତି ୤ ସାରଳାଙ୍କର ପରବର୍ତ୍ତୀ କବିମାନେ ଶାରଳା ଠାକୁରାଣୀ ଝଙ୍କଡ଼ରେ ଥିବା ବର୍ଣ୍ଣନା କରିଛନ୍ତି ୤ ବଳରାମଦାସଙ୍କ ମାଳଶ୍ରୀ ଯାହାକୁ ଭାଦ୍ରବ ମାସ ଖୁଦୁରୁକୁଣୀଙ୍କ ପାଖରେ ପଢ଼ାଯାଏ ୤ ମାଳଶ୍ରୀକୁ ଅନୁଧ୍ୟାନ କଲେ ଦେଖାଯାଏ, ଝଙ୍କଡ଼ ପ୍ରଗଣାର ତେନ୍ତୁଳିପଦାଠାରେ ବିଲ-ଶାରଳା ନାମରେ ଆଉ ଏକ ଦେବୀଙ୍କ ମନ୍ଦିର ଅଛି ୤ ସମ୍ଭବତତଃ ୧୬୮୬ ମସିହାରେ ଯେତେବେଳେ ମୁସଲମାନମାନେ ଶାରଳା ଠାକୁରାଣୀଙ୍କ ମୂଳ ମନ୍ଦିରକୁ ଭାଙ୍ଗିଦେଇ ମସଜିଦ କଲେ, ସେତେବେଳେ ଠାକୁରାଣୀଙ୍କ ସେବକମାନେ ଓ ହିନ୍ଦୁମାନେ ଶାରଳା ଠାକୁରାଣୀଙ୍କୁ ସେହି ବୃଦ୍ଧନଦୀରେ ନେଇଯାଇ ତେନ୍ତୁଳିପଦାଠାରେ ଯେଉଁଠାରେ ବିଲ-ଶାରଳା ଅଛନ୍ତି ସେଠାରେ ରଖିଦେଇ ଆସିଲେ ୤ ପରେ ସେଠାରୁ ଶାରଳାଙ୍କ ମୂର୍ତ୍ତିକୁ ଉନବିଂଶ ଶତାବ୍ଦୀର ଶେଷଭାଗରେ ବା ବିଂଶ ଶତାବ୍ଦୀର ଆରମ୍ଭରେ କନକପୁର ନିଆଯାଇଥିଲା ୤ ବର୍ତ୍ତମାନ କନକପୁରଠାରେ ଯେଉଁ ମନ୍ଦିର ଅଛି ସେହି ମନ୍ଦିରରେ ଶାରଳା ଠାକୁରାଣୀଙ୍କର ବିଧିବଦ୍ଧ ପ୍ରତିଷ୍ଠା ୧୩୨୧ ସାଲ ଆଷାଢ଼ ଦି୧୨ନ ଠାରୁ ଦି୧୯ନ ପର୍ଯ୍ୟନ୍ତ ହୋଇଥିବା ମନ୍ଦିର ପ୍ରତିଷ୍ଠା ନିମନ୍ତ୍ରଣପତ୍ରରୁ ଜଣାଯାଏ ୤ ଏହି ୧୩୨୧ ସାଲ ଇଂରାଜୀ ୧୯୧୪ ମସିହାରେ ପଡ଼ିଥିଲା ୤ ପୁରୀ ଜଗନ୍ନାଥ ପ୍ରେସରେ ୧୯୦୯ରେ ଛପା ହୋଇଥିବା ‘ମୋହନ’ଙ୍କ ଚନ୍ଦ୍ରାବତୀ ହରଣ ବହିର ଆରମ୍ଭରେ ଶାରଳାଙ୍କ ବନ୍ଦନା ଅଛି ୤ ଉକ୍ତବହିରେ କବି ମୋହନ ବର୍ଣ୍ଣନା କରିଛନ୍ତି ନଣ୍ଡାଦେଉଳ ନିକଟରେ ଥିବା ଗୋପତମାଣିକା ବା ଗୁପ୍ତମାଣିକାରେ ଶାରଳା ସାତଦିନ ସାତରାତି ବୁଡ଼ି ରହିଥିଲେ ୤ ତା’ପରେ ତେନ୍ତୁଳିପଦା ଚାଲିଗଲେ ୤ ସାରଳା ମହାଭାରତ ଦ୍ରୋଣପର୍ବର ଉକ୍ତି ସହିତ ଆଦିପର୍ବର ଶାରଳାଦେବୀଙ୍କ ବନ୍ଦନାରେ ଥିବା ବିବରଣୀକୁ ମେଳ କଲେ ଜଣାଯାଏ ପୁରୀ ଓ ଯାଜପୁର ମଧ୍ୟରେ ଝଙ୍କଡ଼ ବା ଜଙ୍ଗେର ଅବସ୍ଥିତ ୤ ସେଠାରେ ଶାରଳା ଠାକୁରାଣୀ ପୂଜା ପାଉଛନ୍ତି ୤ ଶାରଳାପୀଠ ଏକ ମହାନ ତନ୍ତ୍ରପୀଠ୤ ଶାରଳା ଠାକୁରାଣୀଙ୍କ ମୂର୍ତ୍ତିକୁ ଦେଖି ଐତିହାସିକ ତଥା ପ୍ରତ୍ନତାତ୍ତ୍ୱିକ ଡଃ. କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ଦେବୀ ଅଷ୍ଟମ ଶତାବ୍ଦୀର ବୋଲି ମତପ୍ରକାଶ କରିଥିଲେ ୤ ଚୀନ ପରିବ୍ରାଜକ ହୁଏନ୍ ସାଂ ସପ୍ତମ ଶତାବ୍ଦୀରେ ଓଡ଼ିଶା ଆସିଥିଲେ ୤ ସେତେବେଳେ ସେ ଚେଳି-ତାଳୋରେ ବୌଦ୍ଧବିହାର ଓ ସ୍ତୂପ ଥିବା ଦେଖିଥିଲେ ୤ S. Bealଙ୍କ ଲିଖିତ The Life of Hiuen Tsiang – Page134ରେ ଚେ-ଳି-ତା-ଳୋ ବନ୍ଦରରେ ବଜ୍ରଜାନୀଙ୍କ ଦେବତା ଆରାଧିତ ହେଲେଣି ୤ ବର୍ତ୍ତମାନ ପୂଜାପାଉଥିବା ଶାରଳା ହିନ୍ଦୁଦେବୀ ହେଲେ ମଧ୍ୟ ତାଙ୍କ ହାତରେ ବଜ୍ରଯାନୀଙ୍କର ପରମ ଆୟୁଧ ବଜ୍ର ଓ ଘଣ୍ଟି ରହିଛି ୤ Budhist Iconographyରେ ଆଦିବୁଦ୍ଧଙ୍କ ସ୍ୱରୂପ ଉଲ୍ଲେଖ ଓ ଚିତ୍ରିତ ହୋଇଛି ୤ ସେଥିରୁ ଜଣାଯାଏ ତାଙ୍କ ଦକ୍ଷିଣହସ୍ତରେ ବଜ୍ର ଓ ବାମହସ୍ତରେ ଘଣ୍ଟି ଅଛି ୤ ଶାରଳା ଅଷ୍ଟଭୂଜା ମହିଷାସୁର ମର୍ଦ୍ଦିନୀ ଦୁର୍ଗା ୤ ତାଙ୍କ ଦକ୍ଷହସ୍ତ ଚତୁଷ୍ଟୟରେ ଖଡ୍ଗ, ବଜ୍ର, ଶୂଳ ଓ ବାଣ ବା ଶର ରହିଛି ୤ ସେହିଭଳି ବାମହସ୍ତ ଚତୁଷ୍ଟୟରେ ଢ଼ାଲ, ଧନୁ, ମହିଷାସୁରର ମୁଖ ଓ ଘଣ୍ଟି ଥିବା ଦେଖାଯାଏ | ଦେବୀ ତାଙ୍କ ଦକ୍ଷପଦ ମହିଷାସୁରର ପୃଷ୍ଠଦେଶରେ ସ୍ଥାପନ କରିଛନ୍ତି ୤ ଏହି ମହିଷାସୁରର ମୁଣ୍ଡଟି ହେଉଛି ମହିଷର ମୁଣ୍ଡ ଓ ଦେହ ମଣିଷ ଭଳି ୤ ତା ଦେହରେ ବର୍ମ ରହିଛି ୤ ସେ ହାତରେ ଗଦା ଭଳି ଏକ ଅସ୍ତ୍ର ଧରିଛି ୤ ଖୁବ୍ ସମ୍ଭବତଃ ସେ ତା’ର ମୁଖ ଦେବୀଙ୍କ ଜନନଇନ୍ଦ୍ରିୟ ଆଡ଼କୁ ନେଉଥିଲା ୤ ସେଥିପାଇଁ ଦେବୀ ତାଙ୍କ ବାମଭାଗର ଏକ ହସ୍ତରେ ତା’ର ମୁଖକୁ ଚିପିଧରି ଦୂରକୁ ଠେଲୁଛନ୍ତି ୤ ଠିକ୍ ସେହିଭଳି ଦୃଶ୍ୟ ଭୁବନେଶ୍ୱର ବୈତାଳ ମନ୍ଦିର ଗାତ୍ରରେ ଥିବା ଦୁର୍ଗା, ଦ୍ୱାରବାସିନୀ ଦେବୀ, ଦକ୍ଷିଣ ଚଣ୍ଡୀ ଆଦିଙ୍କ ମୂର୍ତ୍ତିରେ ଦେଖିବାକୁ ମିଳେ ୤ କପାଳୀ ମଠରେ ଆରାଧିତା କପାଳିନୀଙ୍କ ମୂର୍ତ୍ତି ଅନେକାଂଶରେ ଶାରଳାଙ୍କ ମୂର୍ତ୍ତି ସହିତ ମିଶିଯାଏ ୤ କେବଳ ପ୍ରତ୍ନତାତ୍ତ୍ୱିକ ଭୂମରାର ମହିଷମର୍ଦ୍ଦିନୀ ଦୁର୍ଗାଙ୍କୁ ପୁରାତନା ବୋଲି କହିଥାନ୍ତି ୤ ଭୂମରାର ମହିଷାମର୍ଦ୍ଦିନୀ ଦୁର୍ଗା ଷଷ୍ଠ ଶତାବ୍ଦୀର ଓ ସେ ଚତୁର୍ଭୁଜା(ପଞ୍ଚୋପାସନା) ୤ ମାତ୍ର ଓଡ଼ିଶାର ଯାଜପୁରରେ ଆରାଧିତା ବିରଜା ଠିକ୍ ଭୂମରାର ଦୁର୍ଗାଙ୍କ ଭଳି ହେଲେ ମଧ୍ୟ ସେ ଦ୍ୱିଭୁଜା ୤ ଡଃ. କୃଷ୍ଣ ଚନ୍ଦ୍ର ପାଣିଗ୍ରାହୀ ଓଡ଼ିଶାର ସଂସ୍କୃତି ଓ ଇତିହାସରେ ଯାଜପୁର ବହିରେ ରମା ପ୍ରସାଦ ଚନ୍ଦଙ୍କ ଯୁକ୍ତି ଉଦ୍ଧାର କରି କହିଛନ୍ତି ବିରଜା ପଞ୍ଚମ ଶତାବ୍ଦୀର ୤ ସେତେବେଳେକୁ ଦେବୀ ବଧ କରିଥିବା ପ୍ରାଣୀଟି ପଶୁ ରୂପରେ ମହିଷ ଆକାରରେ ରହିଯାଇଥିଲା ୤ ଅସୁରର ନାମ ଗନ୍ଧ ନଥିଲା କହିଲେ ଚଳେ ୤ ଦୃଷ୍ଟାନ୍ତ ରୂପେ ପର୍ଣ୍ଣଶବରୀଙ୍କୁ ନିଆଯାଇପାରେ ୤ ପର୍ଣ୍ଣଶବରୀଙ୍କ ଧ୍ୟାନରେ ଲେଖାଅଛି “ହୃଦ୍ୱାମ ମୁଷ୍ଟିତର୍ଜନ୍ୟାଧୋ ବିଘ୍ନଗଣାନ୍ ସଂଚର୍ଯ୍ୟ ଦକ୍ଷିଣ ବଜ୍ରମୁଷ୍ଟି ପ୍ରହାରାଭିନୟାଂ” ମୂର୍ତ୍ତିରେ ବିଘ୍ନଗଣ ସ୍ଥାନରେ ହାତୀର ରୂପ ରହିଛି ଓ ଦେବୀ ତାକୁ ଦକ୍ଷିଣ ତର୍ଜନୀ ଦେଖାଇ ମୁଷ୍ଟିପ୍ରହାର ପାଇଁ ଭୟ ଦେଖାଉଛନ୍ତି ୤ ଧ୍ୟାନରେ ପର୍ଣ୍ଣପିଚ୍ଛିକା ବସନା ଲେଖାଅଛି ୤ ପର୍ଣ୍ଣଶବରୀ ନାମରୁ ଜଣାଯାଉଛି ଦେବୀ ଶାବରୀ ଦେବତା ୤ ହୁଏତ ବଣ୍ୟହସ୍ତୀ ଶବରମାନଙ୍କ ଫସଲ ଓ ଘର ନଷ୍ଟ କରୁଥିବା ହେତୁ ଏଥିରୁ ଉଦ୍ଧାର ପାଇବା ପାଇଁ ପର୍ଣ୍ଣଶବରୀ ଦେବୀଙ୍କୁ ଆରାଧନା କରୁଥିଲେ ୤ ସେମାନଙ୍କଠାରୁ ବୌଦ୍ଧ ବଜ୍ରଯାନୀମାନେ ସେହିଭାବକୁ ନେଇ ମୂର୍ତ୍ତି ଗଠନ କଲେ ୤ ସେହିଭଳି କିଏ ନାହିଁ କରିବ ବଣ୍ୟ ମହିଷକୁ ମାରି ଦେବୀ ମାନବମାନଙ୍କୁ ରକ୍ଷା କରିବାର ଚିତ୍ର ମହିଷମର୍ଦ୍ଦିନୀରେ ନିହିତ ନ ହୋଇଥିଲା ? ପରେ ଯେତେବେଳେ ପୁରାଣ ରଚନା କରାଗଲା, ସେତେବେଳେ ମହିଷକୁ ଅସୁର ଆଖ୍ୟା ଦେଇ କାହାଣୀମାନ ସୃଷ୍ଟି ହେଲା ୤ ବିରଜାଙ୍କ ମୂର୍ତ୍ତିଗଠନ ବେଳେ ମହିଷ ଥିଲା ଓ ଶାରଳାଙ୍କ ବେଳକୁ ମହିଷାସୁରର ରୂପ ଆସିଯାଇଥିଲା ୤ ସେଥିପାଇଁ ସାରଳାଦାସ ତାଙ୍କ ଚଣ୍ଡୀ ପୁରାଣ ଗ୍ରନ୍ଥରେ ଲେଖିଛନ୍ତି- ମଇଁଷିର ମୁଣ୍ଡ ଗୋଟା ମନୁଷ୍ୟ ସ୍ୱରୂପ (୧୭ପୃଷ୍ଠା) ୤ ଶାରଳାଙ୍କ ମୂର୍ତ୍ତି ଦୁର୍ଗାଙ୍କ ସ୍ୱରୂପା ୤ ଦୁର୍ଗା ଶାବରୀୟ ଦେବତା ୤ ହରିବଂଶରେ ସ୍ପଷ୍ଟ ଉଲ୍ଲେଖ ଅଛି, “ ଶବରୈଃ ବର୍ବରୈଶ୍ଚୈବ ପୁଲିନ୍ଦୈଶ୍ଚ ସୁପୂଜିତା” ୤ ତେଣୁ ଦୁର୍ଗା, ଶବର, ବର୍ବର, ପୁଲିନ୍ଦ ଜାତି ଦ୍ୱାରା ଆରାଧିତା ୤ ହାତର କଳ୍ପନା ଦିଗରୁ ଆସିଛି ବୋଲି ଶ୍ରୀଦୁର୍ଗାରେ ସ୍ୱାମୀ ପ୍ରଜ୍ଞାନାନନ୍ଦ ଲେଖିଛନ୍ତି ୤ ସେ ଶ୍ରୀଦୁର୍ଗା ପୃ.୧୫୦-୧୫୧ରେ ଲେଖିଛନ୍ତି, “ ଦୁର୍ଗା ଦେବୀଙ୍କ ଦଶହାତ ଦଶଦିଗର ପରିଚାରକ ୤ ଅତଏବ ଦିଗରୁ ହାତର କଳ୍ପନା କରାଯାଇଛି ୤ ବ୍ରାହ୍ମଣ ସାହିତ୍ୟରେ ଦିଗର ପୁଣି ଭିନ୍ନ ଭିନ୍ନ ସଂଖ୍ୟା କୁହାହୋଇଛି” ଇତ୍ୟାଦି ୤ ମଣିଷ ପ୍ରଥମରୁ ଦଶଦିଗ କଥା ଜାଣିନଥିଲା ୤ ତାହାହେଲେ ଅଷ୍ଟଦିଗପାଳଙ୍କ ବିଷୟ କୁହାଯାଆନ୍ତା ନାହିଁ ୤ ଯେଉଁ ସମୟରେ ଜ୍ଞାନୀ ମଣିଷ ଅଷ୍ଟଦିଗ ଜାଣିଥିଲା ସେହି ସମୟରେ ଦେବତାଙ୍କ ହାତ ୮ ଥିଲା ୤ ଅଷ୍ଟଦିଗକୁ ପ୍ରସାରି ଦେବୀଙ୍କ ହାତ ରହିଥିବା ହେତୁ ଶାରଳା ଅଷ୍ଟଭୁଜା ୤ ଶାରଳା ବୌଦ୍ଧବଜ୍ରଯାନୀଙ୍କ ଦେବତା ବୋଲି କୁହାଯାଇପାରେ ୤ କାରଣ ତାଙ୍କ ହାତରେ ବୌଦ୍ଧମାନଙ୍କର ଦୁଇଟି ପରମ ସଙ୍କେତ ବଜ୍ର ଓ ଘଣ୍ଟି ଅଛି ୤ କେତେକ ପଣ୍ଡିତ ଧାରଣା କରନ୍ତି ହିନ୍ଦୁମାନେ ବୌଦ୍ଧମାନଙ୍କଠାରୁ ଦେବାଦେବୀଙ୍କୁ ଧାର କରି
 
|name = ସାରଳା ମନ୍ଦିର
୪୬ କ ଧାଡ଼ି:
'''ସାରଳା ମନ୍ଦିର'''
[[ଫାଇଲ:Sarala temple 1.JPG|thumb|ସାରଳା ଠାକୁରାଣୀ]]

== ଆଧାର ==
{{ଆଧାର}}