"ଓଡ଼ିଶା ବିଧାନ ସଭା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Migrating 1 interwiki links, now provided by Wikidata on d:q5471613 (translate me)
୫୮ କ ଧାଡ଼ି:
 
==ଅଧ୍ୟକ୍ଷ ବା ବାଚସ୍ପତି==
ବିଧାନ ସଭାର ଅଧ୍ୟକ୍ଷଙ୍କୁ ବାଚସ୍ପତି ଓ ଉପାଧ୍ୟକ୍ଷଙ୍କୁ ଉପବାଚସ୍ପତି କୁହାଯାଏ । ସେ ଦୁଇଜଣ ବିଧାନସଭାର ନିର୍ବାଚିତ ସଦସ୍ୟ ଅଟନ୍ତି । ଗୃହର ସଦସ୍ୟମାନଙ୍କ ଦ୍ଵାରା ସେମାନେ ନିର୍ବାଚିତ ହୁଅନ୍ତି । ପରମ୍ପରା ଅନୁସାରେ ବାଚସ୍ପତି ଓ ଉପ-ବାଚସ୍ପତି ନିର୍ଦ୍ଦ୍ଵନ୍ଦରେ ନିର୍ବାଚିତ ହୋଇଥାନ୍ତି । ବାଚସ୍ପତି ପଦ ଶାସକ ଦଳ ରଖନ୍ତି ଓ ଉପବାଚସ୍ପତି ପଦଟି ବିରୋଧୀଦଳ ନେଇଥାନ୍ତି । ବିରୋଧୀଦଳର ନେତାଙ୍କ ସହିତ ଆଲୋଚନା ମାଧ୍ୟମରେ ମୁଖ୍ୟମନ୍ତ୍ରୀ ବାଚସ୍ପତି ପଦପାଇଁ ବିରୋଧୀଦଳର ସହମତି ଆଣିଥାନ୍ତି । ବାଚସ୍ପତି ହେଉଛନ୍ତି ଗୃହର ନିର୍ବିବାଦୀୟ ଓ ନିରପକ୍ଷ ଅଧ୍ୟକ୍ଷ। ସେ ଗୃହର ସଭା କାର୍ଯ୍ୟ ଶୃଙ୍ଖଳାର ସହିତ ପରିଚାଳନା କରନ୍ତି । ଉଭୟ ବାଚସ୍ପତି ଓ ଉପବାଚସ୍ପତି ଗୃହର ସଦସ୍ୟମାନଙ୍କ ଦ୍ଵାରା ନିର୍ବାଚିତ ଓ ବହିଷୃତ ହୁଅନ୍ତି । ଜଣେ ଅନ୍ୟଜଣଙ୍କୁ ଲିଖିତ ଭାବରେ ଜଣାଇ ନିଜ ପଦରୁ ଇସ୍ତଫା ଦେଇଥାନ୍ତି । ବିଧାନ ସଭା ପାଞ୍ଚ ବର୍ଷର ସମୟସୀମା ପୂର୍ବରୁ ଭାଙ୍ଗିଗଲେ , ବାଚସ୍ପତି ପଦ ଶୂନ୍ୟ ରହେନାହିଁ । ନୂତନ ବିଧାନ ସଭା ବିଧିବଦ୍ଧ ଭାବରେ ଗଠିତ ହୋଇ ନୂତନ ବାଚସ୍ପତି ନିର୍ବାଚିତ ହେବା ପର୍ଯ୍ୟନ୍ତ ବାଚସ୍ପତି ନିଜ ଦାୟିତ୍ଵରେ ରହନ୍ତି । ୧୪ ଦିନ ପୂର୍ବରୁ ଲିଖିତ ସୂଚନା ଦେଇ ନିର୍ଦ୍ଦିଷ୍ଟ ପ୍ରଣାଳୀ ଅବଲମ୍ବନ ପୂର୍ବକ ଗୃହର ସଦସ୍ୟ ମାନେ ସଂଖ୍ୟା ଗରିଷ୍ଠ ସମର୍ଥନରେ ବାଚସ୍ପତିଙ୍କୁ ତାଙ୍କ ପଦରୁ ଅପସାରଣ କରନ୍ତି । ବାଚସ୍ପତିଙ୍କର ସ୍ଵତନ୍ତ୍ର ସଚିବାଳ୍ୟ ( ସେକ୍ରେଟେରୀଏଟ୍) ଅଛି ।
 
ଉଭୟ ବାଚସ୍ପତି ଓ ଉପ-ବାଚସ୍ପତି ଅନୁପସ୍ଥିତ ରହିଲେ, ସଭା କାର୍ଯ୍ୟ ପରିଚାଳନା ପାଇଁ ଏକ '''ଅଧ୍ୟକ୍ଷ ମଣ୍ଡଳୀ''' ରହିଛି । ତେବେ ବାଚସ୍ପତି ଅନୁପସ୍ଥିତ ରହିଲେ, ଉପବାଚସ୍ପତି ଗୃହକାର୍ଯ୍ୟ ଚଳାନ୍ତି । ବିଧାନ ସଭାର ବିଧି ଓ ନିୟମାବଳୀକୁ ବାଚସ୍ପତି ଅବତାରଣା କରି ନିଜର ଚୂଡାନ୍ତ ନିଷ୍ପତି ଦେଇଥାନ୍ତି । ବିବାଦୀୟ ବିଷୟରେ ସେ ଗୃହର ମତାମତ ଲୋଡନ୍ତି ଓ ସର୍ବଦଳୀୟ ବୈଠକ ଡାକନ୍ତି । ବାଚନିକ ଭୋଟଦାନ ଓ ଗୋପନୀୟ ଭୋଟଦାନ ପଦ୍ଧତି ଅନୁସରଣ କରି ସେ ଗୃହର ମତାମତ ଘୋଷଣା କରନ୍ତି । ଭୋଟଦାନରେ ସପକ୍ଷ ଓ ବିପକ୍ଷରେ ସମାନ ସଂଖ୍ୟକ ଭୋଟ ମିଳିଲେ, ବାଚସ୍ପତି ନିଜର ନିର୍ଣ୍ଣାୟକ ଭୋଟ ଦେଇଥାନ୍ତି ।
 
==କାର୍ଯ୍ୟାବଳି==