"ଆର୍କମିଡ଼ିସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Migrating 128 interwiki links, now provided by Wikidata on d:q8739 (translate me)
ଟିକେ ଲିଂକ
୫୨ କ ଧାଡ଼ି:
 
== ଲେଖା ==
ଆର୍କମିଡ଼ିସଙ୍କ ରଚିତ ଲେଖାଗୁଡ଼ିକ [[ଇଉକ୍ଲିଡ]] (Euclid)ଙ୍କ ଲେଖାପରି ଅନେକ ସମୟ ଧରି ତିଷ୍ଠି ରହିପାରିଲା ନାହିଁ । ତାଙ୍କର ୭ଟି ଲେଖା କେବଳ ଅନ୍ୟ ଲେଖକଙ୍କ ଲେଖାରେ ଉଲ୍ଲିଖିତ ହୋଇ ରହିଅଛି । ଆଲେକଜାଣ୍ଡ୍ରିୟାର ପାପସ ଗୋଲକ ନିର୍ମାଣ ବିଷୟରେ ସୂଚାଇଛନ୍ତି ଏବଂ ପଲିହେଡ୍ରା (Polyhedra) ବିଷୟରେ ଲେଖିଛନ୍ତି । ଆଲେକଜାଣ୍ଡ୍ରି ଆରଥିଓରନ ନିର୍ଦ୍ଦିଷ୍ଟ ଲୁପ୍ତପ୍ରାୟ କାଟୋପ୍ରିକା (Catoprica)ରୁ ପରି ସରଣ ବିଷୟରେ ଲେଖିଥିଲେ । ନିଜ ଜୀବନକାଳ ମଧ୍ୟରେ ସେ ଆଲେକଜାଣ୍ଡ୍ରିଆରେ ରହୁଥିବା କିଛି ଗଣିତଜ୍ଞଙ୍କ ସହ ଭାବର ଆଦାନପ୍ରଦାନ କରି ଥିଲେ । ତାଙ୍କ ଲେଖାଗୁଡ଼ିକ ବାଇଜାଣ୍ଟାଇନ ସ୍ଥପତି ମିଲେଟସର ଇସିଡୋରଙ୍କ ଦ୍ଵାରା ୫୩୦ ରେ ସଂଗୃହୀତ ହୋଇଥିଲା । ଆର୍କ୍‌ମିଡ଼ିସ୍‌ଙ୍କ ଏହି କାମ ଗୁଡ଼ିକ ଇଟୋସିୟସ (Eutocius) ଷଷ୍ଠ ଶତାବ୍ଦୀରେ ବହୁ ଲୋକଙ୍କୁ ଜଣାଇ ଦେଇଥିଲେ । ତାଙ୍କ କାମର ଅନୁବାଦ ଆରବି ଭାଷାକୁ କରିଥିଲେ ଥାବିଟ ଇବନ କୁ୍ୟରା (Thabit Ibn Qurra -୮୩୬ ରୁ ୯୦୧ ଖ୍ରୀଷ୍ଟାବ୍ଦ) ଏବଂ ଲାଟିନ ଭାଷାକୁ କରିଥିଲେ ଗେରାଡ ଅଫ କ୍ରୋମୋନା (Gerard of Cremona) ୧୧୧୪ ରୁ ୧୧୮୭ ଖ୍ରୀଷ୍ଟାବ୍ଦ ଭିତରେ । ରେନେସାଁ ସମୟରେ ଏଡିସିଓ ପ୍ରିନସେପସ (Editio Princeps) ପ୍ରଥମ ପ୍ରକାଶନ ହୋଇଥିଲା ବେସଲ (Basel) ରେ ୧୫୪୪ ରେ ଯୋହନ ହରବ଼ାଗନଙ୍କ ଦ୍ଵାରା ( Johann Herwagen) । ତା ସହିତ ଆର୍କ୍‌ମିଡ଼ିସ୍‌ଙ୍କର ଗ୍ରୀକ ଏବଂ ଲାଟିନରେ ଲେଖିଥିବା ଅନେକ ବହି ଲାଟିନରେ ଛପା ହୋଇଥିଲା । ପ୍ରାୟ ୧୫୮୬ ସାଲରେ ଗାଲିଲିଓ (Galileo) ତାଙ୍କ ଦ୍ଵାରା ପ୍ରଭାବିତ ହୋଇ ଉତପ୍ଲାବନ [[ତରାଜୁ]] (hydrostatic balance) ଉଦ୍ଭାବନ କରିଥିଲେ, ଯାହାଦ୍ଵାରା ବାୟୁମଣ୍ଡଳ ଓ ପାଣିରେ ଥିବା ଧାତୁର ଓଜନ ମାପି ନିର୍ଣ୍ଣୟ କରିପାରିଥିଲେ ।
 
ଆର୍କ୍‌ମିଡ଼ିସ୍‌ ଭାରଦଣ୍ଡ ପ୍ରଣାଳୀ ଉପରେ ଦୁଇଟି ଅଧ୍ୟାୟ ଲେଖିଥିଲେ । ପ୍ରଥମଟିରେ ୧୫ଟି ଦୃଢ଼ ଘୋଷଣା ସହିତ ସାତଟି ସ୍ଵତଃସିଦ୍ଧ ପ୍ରମାଣ ଓ ଦ୍ଵିତୀୟ ପୁସ୍ତକରେ ଦଶଟି ଦୃଢ଼ ଘୋଷଣାନାମା ଅଛି । ଏହି କାର୍ଯ୍ୟରେ ସେ ଭାରଦଣ୍ଡର ନିୟମର ଅର୍ଥ ବୁଝାଇ ଦେଇଥିଲେ । ଆର୍କ୍‌ମିଡ଼ିସ୍‌ ଏସବୁ ନିୟମ ବ୍ୟବହାର କରି ବିଭିନ୍ନ ଜ୍ୟାମିତିକ କ୍ଷେତ୍ର ତ୍ରିଭୁଜ, ପାରାବୋଲା ଏବଂ ଅର୍ଦ୍ଧ ଗୋଲକର କ୍ଷେତ୍ରଫଳ ଓ ମାଧ୍ୟାକର୍ଷଣ କେନ୍ଦ୍ର ନିର୍ଦ୍ଧାରଣ କରିଥିଲେ।