"ସରସ୍ୱତୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଅଧିକ ତଥ୍ୟ
ଅଧିକ ତଥ୍ୟ
୧୪ କ ଧାଡ଼ି:
}}
 
[[ହିନ୍ଦୁ]]ଧର୍ମରେ ସରସ୍ୱତୀଙ୍କୁ ଜ୍ଞାନର ଦେବୀ ବୋଲି ପରିଗଣିତ କରାଯାଏ। ସେ ଜ୍ଞାନ, ବୁଦ୍ଧି, ବିବେକ, ବିଦ୍ୟାର ଉତ୍ସ ବା ପ୍ରକାଶରୂପ । ସେ ବ୍ରହ୍ମାଙ୍କ ସହଚରୀ ଓ ଶକ୍ତି ରୂପେ ବିଦିତ। <ref>{{cite web |title= Sarasvati Origine |url=http://sathyasaibaba.wordpress.com/2008/07/12/saraswati-hindu-goddess-of-learning-saraswati-devi}}</ref><ref>Sunil Sehgal (1999); Encyclopaedia of Hinduism, p. 1214; Sarup & Sons, ISBN 81-7625-064-3, 9788176250641</ref> ପଶ୍ଚିମ ଓ ମଧ୍ୟ ଭାରତର ଜୈନମାନେ ମଧ୍ୟ ସରସ୍ୱତୀଙ୍କୁ ପୂଜା କରିଥାନ୍ତି।<ref name=BMA>{{cite book|last=[[Birmingham Museum of Art]]|title=Birmingham Museum of Art : guide to the collection|year=2010|publisher=Birmingham Museum of Art|location=[Birmingham, Ala]|isbn=978-1-904832-77-5|pages=55|url=http://artsbma.org}}</ref>
 
ଓଡ଼ିଆ ଭାଷାରେ ତାଙ୍କୁ ବାଣୀ ବୋଲି ମଧ୍ୟ କୁହାଯାଏ। ତାମିଲ ଭାଷାରେ ସେ କଲାଇମଙ୍ଗଳ (கலைமகள்), କଲାଇବାଣୀ (கலைவாணி), ବାଣୀ (வாணி)ରୂପରେ ପରିଚିତା। ତାଙ୍କର ଅନ୍ୟ ନାମ ସବୁ ହେଲା ବୀଣା ପୁସ୍ତକ ଧାରିଣୀ, ବାଗ୍ଦେବୀବାଗ୍‌ଦେବୀ ବରଦା ଇତ୍ୟାଦି।
 
ସରସ୍ଵତୀ ଶବ୍ଦର ମୂଳ ଅର୍ଥ ହେଲା - ସ୍ଵତଃ + ବତୀ, ଅର୍ଥାତ୍ ପ୍ରସରଣ ଯାହାଙ୍କର ଅଛି । ଅଜ୍ଞାନ ଅନ୍ଧକାର ମଧ୍ୟରୁ ତେଜୋମୟ ଦିବ୍ୟଧାମକୁ ବାଟ କଢାଇ ନେବାର ସେ ହେଉଛନ୍ତି ଅଧିଷ୍ଠାତ୍ରୀ ଦେବୀ ।
ସରସ୍ୱତୀ ଶବ୍ଦ ସରସ (ପ୍ରବାହ) ଓ ବତୀ(...ମାନା) ଶବ୍ଦରୁ ଆସିଅଛି, ଏହାର ଅର୍ଥ ହେଉଛି ପ୍ରବହମାନା। ସେ ସ୍ରୋତସ୍ୱତୀ ପରି ପ୍ରବହମାନା, ଜ୍ଞାନର ଅଧିଷ୍ଠାତ୍ରୀ, ଦିବ୍ୟତେଜଯୁକ୍ତା, ସୁନ୍ଦରୀ, ଶୁକ୍ଳବର୍ଣ୍ଣା, ଶୁକ୍ଳ ବସ୍ତ୍ର ପରିହିତା, ଶୁକ୍ଲ ପଦ୍ମାସୀନା। ସେ ହେଉଛନ୍ତି ବାକ୍ୟର ଦେବୀ ବାଗ୍ଦେବୀବାଗ୍‌ଦେବୀ, ବାଣୀ, ଶାରଦା ।
 
ମା ଯୋଗମାୟା ଆଦ୍ୟାଶକ୍ତିଙ୍କ କଣ୍ଠରୁ ସରସ୍ଵତୀ ସମ୍ଭୁତା ୤ ମା ସରସ୍ଵତୀ, ମା ଲକ୍ଷ୍ମୀ ଓ ମା କାଳୀ ତିନୋଟି ସ୍ଵରୂପ ଆଦ୍ୟାଶକ୍ତିଙ୍କର୤ ମା ସରସ୍ଵତୀ ଶୁକ୍ଳ ବସ୍ତ୍ର ପରିଧାନ କରି କର୍ଣ୍ଣରେ ରତ୍ନବିଭୂଷିତ କୁଣ୍ଡଳ ଧାରଣ କରି ଗଳାରେ ଗଜମୋତି ଏବଂ ମୁକ୍ତାହାର ପିନ୍ଧିଛନ୍ତି ଓ ହସ୍ତରେ ବୀଣା ଓ ପୁସ୍ତକ ଧାରଣ କରି ପଦ୍ମାସନରେ ଶ୍ଵେତପଦ୍ମ ଉପରେ ଅଧିଷ୍ଠାତ୍ରୀ ହୁଅନ୍ତି । ମା ସରସ୍ଵତୀ ବିଦ୍ୟାର୍ଥୀଙ୍କୁ ଓ ସଙ୍ଗୀତ ସାଧକଙ୍କୁ ଅଶେଷ କୃପା ପ୍ରଦାନ କରିଥାନ୍ତି ୤ ମା ସରସ୍ଵତୀ ବାଗ୍‌ଦେବୀ ସମସ୍ତଙ୍କୁ ସଦ୍‌ବୁଦ୍ଧି ସହ ସତବଚନର ଆଶୀର୍ବାଦ ଦେଇଥାନ୍ତି । ବେଦରେ ଦେବୀମାନଙ୍କର ବନ୍ଦନାରେ ଦେବୀ ସରସ୍ଵତୀଙ୍କର ବର୍ଣ୍ଣନା ପ୍ରଥମ ଏବଂ ପ୍ରଧାନ । ଋଗ୍ ବେଦରେ କୁହାଯାଇଛି ଯେ ସରସ୍ଵତୀ ମହାଶକ୍ତିଙ୍କର ଉତ୍ସ । ଏହି ଦେବୀ ନିରାକାର, ନିର୍ଗୁଣ, ନିର୍ମାୟା । ତାଙ୍କୁ ମାତା ଏବଂ ନଦୀ ରୂପରେ ସ୍ତୁତି କରି ଋଗ୍ ବେଦରେ କୁହାଯାଇଛି -<br />
ଅମ୍ବି ତମେ ନଦୀ ତମେ/ଦେବୀ ତମେ ସରସ୍ଵତୀ,<br />
ଅପ୍ରଶସ୍ତ ଇବ ସ୍ଵାମି/କ୍ରଶସ୍ତି ମମ ନିସ୍କୃତି ।<br />
ଆର୍ଯ୍ୟ ଋଷିଗଣ ସ୍ତୁତି କରୁଛନ୍ତି, ହେ ଶ୍ରେଷ୍ଠ ମାତା, ହେ ଶ୍ରେଷ୍ଠ ନଦୀ, ହେ ଶ୍ରେଷ୍ଠ ଦେବୀ - ଆମେ ସବୁ ଅପ୍ରଶସ୍ତ ପ୍ରାଣୀ, ଆମକୁ ପ୍ରଶସ୍ତ ତଥା ବିସ୍ତାରିତ କରାଅ ।
ଏହି ଆଦ୍ୟାଶକ୍ତି - ଆଦିମାତାଙ୍କଠାରୁ ଭକ୍ତଭିକ୍ଷା କରି ଯୁଗେଯୁଗେ ଦେବତାମାନେ ଅସୁରଙ୍କ କବଳରୁ ରକ୍ଷା ପାଇଛନ୍ତି । ବ୍ରହ୍ମା ମଧୁକୈଟଭ ଜାତରୁ, ମହାଦେବ ତ୍ରିପୁରାସୁରଠାରୁ, ଇନ୍ଦ୍ର ଦୁର୍ବାସାଙ୍କ ଅଭିଶାପରୁ ରକ୍ଷା ପାଇଥିବା ବେଳେ ପ୍ରଭୁ ଶ୍ରୀରାମ ରାବଣଙ୍କ ଉପରେ ବିଜୟ ଲାଭ କରିଛନ୍ତି । କୁରୁକ୍ଷେତ୍ରରେ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଜୟଲାଭ ପାଇଁ ଦେବୀ ସରସ୍ଵତୀଙ୍କର ସ୍ତୋତ୍ରପାଠ କରାଇଥିଲେ ।
ହିନ୍ଦୁଧର୍ମ ବ୍ୟତୀତ ବୌଦ୍ଧ, ଜୈନ ଧର୍ମରେ ମଧ୍ୟ ଦେବୀ ସରସ୍ଵତୀଙ୍କର ଆରାଧନା ରହିଛି । ଭାରତ ବାହାରେ ତିବ୍‌ବତ, ଚୀନ ଏବଂ ଜାପାନରେ ଦେବୀ ସରସ୍ଵତୀ ବୌଦ୍ଧଦେବୀ ଭାବେ ଜନାଦୃତ । ମଥୁରା ନିକଟସ୍ଥ କାଳୀତିକା ଜୈନ ସ୍ତୁପରୁ ଏକ ମନୋଜ୍ଞ ସରସ୍ଵତୀ ମୂର୍ତ୍ତି ମିଳିବା ଘଟଣାରୁ ଜୈନଧର୍ମରେ ସରସ୍ଵତୀଙ୍କର ପୂଜା ରହିଥିବା ସୂଚନା ଦିଏ । ବୌଦ୍ଧ ଧର୍ମଶାସ୍ତ୍ର 'ସାଧନମାଳା'ରେ ଉଲ୍ଲେଖ ଅଛି ଯେ ଦେବୀ ସରସ୍ଵତୀ ଭକ୍ତମାନଙ୍କୁ ଜ୍ଞାନ ଓ ବୁଦ୍ଧି ଦାନ କରନ୍ତି । ଏହି ଗ୍ରନ୍ଥରେ ସରସ୍ଵତୀ ଚତୁଃରୂପରେ ପୂଜିତା - ମହା ସରସ୍ଵତୀ, ବଜ୍ରବୀଣା ସରସ୍ଵତୀ, ବଜ୍ରଶାରଦା ଏବଂ ବଜ୍ର ସରସ୍ଵତୀ । ବୌଦ୍ଧ ଧର୍ମ ଉପରେ ପଡିଥିବା ତାନ୍ତ୍ରିକ ପ୍ରଭାବ ଯୋଗୁଁ ହିଁ ଜ୍ଞାନ ଏବଂ ବୁଦ୍ଧିମତାର ବୌଦ୍ଧଦେବୀ 'ପ୍ରଜ୍ଞା ପାରମିତା' ପରବର୍ତ୍ତୀ ସମୟରେ ସରସ୍ଵତୀ ରୂପେ ପରିଚିତ ହେଲେ ।
"https://or.wikipedia.org/wiki/ସରସ୍ୱତୀ"ରୁ ଅଣାଯାଇଅଛି