"ରାବଣ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ସଂଶୋଧନ
Infobox, ବାହାର ତଥ୍ୟ, ସଜାଣି
୧ କ ଧାଡ଼ି:
{{ତିଆରି ଚାଲିଛି}}
ରାବଣ ଲଙ୍କାର ରାଜା ଥିବାରୁ ଅନେକ ଏବେକାର ଶ୍ରୀଲଙ୍କାରେ ତାର ଜନ୍ମ ବୋଲି ମତ ଦେଉଥିଲେ ମଧ୍ୟ ପ୍ରକୃତରେ ସେ ଭାରତରେ ଜନ୍ମ ବୋଲି ବିଭିନ୍ନ ସମୟରେ ଚର୍ଚ୍ଚା ହେଉଛି I କେତେକ ଗବେଷକ ରାବଣର ଜନ୍ମ ଦିଲ୍ଲୀ ନିକଟସ୍ଥ ଗ୍ରେଟର ନୋଇଡା ଅନ୍ତର୍ଗତ ବିଶ୍ରାକ ଗ୍ରାମରେ କହନ୍ତି I ଏହି ଅଞ୍ଚଳରେ ରାବଣର ବାପା ବିଶ୍ୱେଶ୍ରବାଙ୍କ ଦ୍ୱାରା ପ୍ରତିଷ୍ଠିତ ଏକ ଶିବ ମନ୍ଦିର ରହିଛି ଓ ଗ୍ରାମବାସୀ ପ୍ରତିବର୍ଷ ଦଶହରା ସମୟରେ ଏଠାରେ ରାବଣର ମୃତ୍ୟୁ ଦିବସ ପାଳନ କରନ୍ତି I ୨୪ ନମ୍ବର ଜାତୀୟ ରାଜପଥର ହିଣ୍ଡର ନଦୀ କୂଳରେ ଏହିମନ୍ଦିର ଅବସ୍ଥିତ I କିନ୍ତୁ ପ୍ରତ୍ନତତ୍ତ୍ୱବିତ୍ ଙ୍କୁ ଏପର୍ଯ୍ୟନ୍ତ କିଛି ପ୍ରମାଣ ମିଳିନାହିଁ I ( ସାପ୍ତାହିକ ସମାଜ – ୨୦୦୫, ଜୁଲାଇ ୬ -୧୨ ସଂଖ୍ୟା ) ତେବେ ରାବଣର ଜନ୍ମ ଓଡିଶାରେ ବୋଲି କେତେକ ପ୍ରମାଣ ଉପସ୍ଥାପନ କରନ୍ତି I ଅନେକ ବର୍ଷ ପୂର୍ବେ ଭଗବାନ ପତି ‘ ଓଡିଶାରେ ଲଙ୍କା ’ ବୋଲି ପ୍ରମାଣ ଦେଇ ‘ ମୁକୁର ’ ରେ ଲେଖା ପ୍ରକାଶ କରିଥିଲେ I ମଧ୍ୟପ୍ରଦେଶର ବସ୍ତରରେ ରାବଣର ଜନ୍ମସ୍ଥାନ ହୋଇପାରେ ବୋଲି ଇନ୍ଦୋରର ପୂର୍ବତନ ପ୍ରଧାନମନ୍ତ୍ରୀ କାବେଙ୍କ ମତ I ରାବଣର ଜନ୍ମସ୍ଥାନ ସ୍ୱର୍ଣ୍ଣପୁର ହୋଇପାରେ କହିବା ପଛରେ ବହୁ ଯୁକ୍ତିପୂର୍ଣ୍ଣ ଗବେଷଣାମୂଳକ ପ୍ରମାଣ ଅଛି I ‘ ସହକାର ’ ୧୨ଶ ଭାଗ ୧୦ମ ସଂଖ୍ୟାରେ ଲକ୍ଷ୍ମୀନାରାୟଣ ସାହୁ ଏମ୍.ଏ. ମହାଶୟଙ୍କର ‘ ରାବଣ ଜନ୍ମସ୍ଥାନ ’ ପଢି ତତ୍ କାଳୀନ ଗବେଷକମାନେ ଆଲୋଚନା ଓ ଅନୁସନ୍ଧାନ ଦ୍ୱାରା ଅନେକ ତଥ୍ୟ ପାଇଥିଲେ I ବିଶ୍ରବା ଋଷି ସୁବଳୟାରେ ଆଶ୍ରମ କରି ରହିବା ସମୟରେ ରାବଣର ଜନ୍ମ ରାମାୟଣରେ ଉଲ୍ଲେଖ ଅଛି I ତେବେ ସୁବଳୟା ଗ୍ରାମ କେଉଁଠି ଥିବାର ଜଣାନାହିଁ I ଅଦ୍ୟାପି ସେହିଠାରେ କେହି କେହି ସ୍ତ୍ରୀଲୋକ କଥା ପ୍ରସଙ୍ଗରେ ‘ ରାବଣର ଏନ୍ତୁଡିଶାଳ ’ ବୋଲି ଉପମା ଦେଇଥାନ୍ତି I ସୁବର୍ଣ୍ଣପୁରୀ ବା ସ୍ୱର୍ଣ୍ଣପୁରୀ ବୋଲି ରାମାୟଣରେ ଉଲ୍ଲେଖ ଅଛି I ତାଙ୍କର ଗ୍ରାମଦେବତୀଙ୍କୁ ଲଙ୍କେଶ୍ୱରୀ କହିବା ଯୁକ୍ତିଯୁକ୍ତ I ସ୍ୱର୍ଣ୍ଣପୁରର ଅନ୍ୟତମ ଗ୍ରାମଦେବତୀ ଏହିନାମରେ ଅଭିହିତା I ଅଦ୍ୟାପି ମହାନଦୀ ଗର୍ଭସ୍ଥ ଲଙ୍କେଶ୍ୱରୀ ପାହାଡ ଉପରେ ଲଙ୍କେଶ୍ୱରୀ ଓ ସୁବର୍ଣ୍ଣମେରୁଙ୍କୁ ଆରାଧନା କରି ରାବଣ ମହାବିକ୍ରମଶାଳୀ ଓ ଔଶ୍ୱର୍ଯ୍ୟବାନ୍ ହୋଇଥିଲା I ଆଶ୍ଚର୍ଯ୍ୟର ବିଷୟ ଯେ, ସୁବର୍ଣ୍ଣପୁର ସହରର ପୂର୍ବସୀମାରେ ତେଲନଦୀ ଓ ମହାନଦୀର ସଙ୍ଗମସ୍ଥଳୀରେ ରାମେଶ୍ୱର ମନ୍ଦିର ଅବସ୍ଥିତ I ରାବଣ ଯେ ଶକ୍ତି ଉପାସକ ଥିଲେ I ଅସଂଖ୍ୟ ପ୍ରାଚୀନ ଦେବଦେବୀ ମନ୍ଦିର ସ୍ୱର୍ଣ୍ଣପୁର ( ସୁବର୍ଣ୍ଣପୁର )ରେ ଦେଖିବାକୁ ମିଳେ I ଏଥିରୁ ଅନୁମାନ କରାଯାଏ, ରାବଣର ବାସସ୍ଥାନ ଲଙ୍କା ସ୍ୱର୍ଣ୍ଣପୁର ବା ସୁବର୍ଣ୍ଣପୁର ଛଡା ଅନ୍ୟତ୍ର ହୋଇନପାରେ I ବଲାଙ୍ଗୀର ‘ କଳିଙ୍ଗ ସାହିତ୍ୟ ସମିତି ’ ର ମୁଖପତ୍ର ( ହାତଲେଖା ) ‘ କଳିଙ୍ଗ ’ ର ୫ମ ସଂଖ୍ୟାରେ ବିସ୍ତୃତ ଭାବରେ ପ୍ରକାଶିତ ହୋଇଥିଲା ରାବଣର ଜନ୍ମସ୍ଥାନ ବିଷୟରେ I ଜଗବନ୍ଧୁ ସିଂହ ‘ ପ୍ରାଚୀନ ଉତ୍କଳ ’ ର ଏକ ସ୍ଥାନରେ ଲେଖିଛନ୍ତି – ‘ ସୁବର୍ଣ୍ଣପୁର ନାମ ପ୍ରାଚୀନ ପରି ଜଣାଯାଏ ; କାରଣ ମହାଭବ ଗୁପ୍ତଙ୍କ ତ୍ରାମ ଶାସନରେ ଏ ନାମ ଦେଖାଯାଏ I ମହାନଦୀ ଶଯ୍ୟାରେ ଗୋଟିଏ କ୍ଷୁଦ୍ର ପାହାଡ ଅଛି ; ସ୍ଥନଟି ମହାରାଜାଙ୍କ ନଅରଠାରୁ ବେଶି ଦୂର ନୁହେଁ I ଏ ପାହାଡରେ ଖୋଦିତ ଲିପି ଅଛି I ନାବିକମାନେ ନୌକା ନେବା ବେଳେ ଏଠି ପୂଜା କରନ୍ତି I ଯୋଗେଶ୍ୱର ଦେବଙ୍କ ଅନୁଶାସନରେ ସୋନପୁର ରାଜ୍ୟ ଏକଦା ପଶ୍ଚିମ ଲଙ୍କା ବୋଲି କଥିତ ଅଛି ’ I ( ୫୪୨ – ୫୪୩ ପୃଷ୍ଠା ) I ଅନ୍ୟତ୍ର ସେ ଲେଖିଛନ୍ତି – ‘ ଅନ୍ୟ ଗୋଟିଏ ତାମ୍ର ଶାସନ ମିଳେ I ଏ ତାମ୍ରପଟା ସୋନପୁରର କୁମାର ସୋମେଶ୍ୱର ଦେବଙ୍କ ସମୟର I ଏଥିରୁ ପ୍ରକାଶ ଯେ ମହାଭବ ଗୁପ୍ତଙ୍କ ବଂଶଧର ଉଦ୍ୟତ କେଶରୀ ସୋନପୁର ରାଜ୍ୟକୁ ଅଭିମନ୍ୟୁ ଦେବଙ୍କୁ ଦାନ କରିଥିଲେ I ସମ୍ଭବତଃ ଅଭିମନ୍ୟୁ ଦେବ କେବଳ ପ୍ରଥମରେ ଶାସନକର୍ତ୍ତା ଥିଲେ ଏବଂ ସୁବିଧାସୁଯୋଗ ଦେଖି ନିଜେ ପଶ୍ଚିମ ଲଙ୍କାଧିପତି ହୋଇ ବସିଲେ I ସୋନପୁର କାହିଁକି ପୂର୍ବେ ପଶ୍ଚିମ ଲଙ୍କା କଥିତ ହେଉଥିଲା, ତାହା ଜଣାଯାଉନାହିଁ I ଐତିହାସିକ ବିଜୟ ଚନ୍ଦ୍ର ମଜୁମଦାର ‘ ଓରିଶା ଦି ମେକିଙ୍ଗ ’ ନାମକ ପୁସ୍ତକର ପୃଷ୍ଠା – ୧୭୯ରେ ଲେଖିଛନ୍ତି – ‘ କୁମାରାଥିରାଜ ସୋମେଶ୍ୱର ଦେବ ସୋନପୁରର କୋଶଳ ରାଜାଙ୍କ ଅନୁଜ ଥିଲେ ଏବଂ ପରବର୍ତ୍ତୀ କାଳରେ ସେ ପଶ୍ଚିମ ଲଙ୍କାଧୀଶ ବୋଲି ବର୍ଣ୍ଣିତ ହେଲେ ’ I ସ୍ୱର୍ଣ୍ଣପୁରକୁ ପୂର୍ବେ ପଶ୍ଚିମ ଲଙ୍କା କାହିଁକି କୁହାଯାଉଥିଲା, ସେ ସମ୍ୱନ୍ଧରେ ଇତିହାସ ନିରବ I ଗବେଷକମାନେ ଅନୁମାନ କରନ୍ତି ଯେ ସ୍ୱର୍ଣ୍ଣପୁର ପୂର୍ବ ଦିଗରେ ରାବଣର ଉପନିବେଶ ଥିବ I ଲଙ୍କା ସମ୍ୱନ୍ଧରେ ବିଭିନ୍ନ ଐତିହାସିକମାନଙ୍କର ଅଭିମତ – ୧- କୀବେ ... ମଧ୍ୟପ୍ରଦେଶ ( ବସ୍ତର ) , ୨ – ଅପୂର୍ବକୁମାର ମଲ୍ଲିକ ... ଅଷ୍ଟ୍ରେଲିଆ ( ସାହିତ୍ୟ ସମ୍ବାଦ, ୧୮୧ ପୃଷ୍ଠା ) , ୩ – ଅକ୍ଷୟ କୁମାର ମଜୁମଦାର ....ସିଲୋନର ଉତ୍ତର ପଶ୍ଚିମ ଉପକୂଳବର୍ତ୍ତୀ ଏକ କ୍ଷୁଦ୍ର ଦ୍ୱୀପ, ମାତ୍ର ସିଲୋନ ନୁହେଁ I , ୪ – ପ୍ରଫେସର ଏସ୍ . ଏନ୍ . ଅଧିକାରୀ ... ସୁମାତ୍ରା I ଲଙ୍କା ସମ୍ୱନ୍ଧରେ ବିଭିନ୍ନ ପ୍ରକାର ମତ ମିଳୁଥିଲେ ସୁଦ୍ଧା ସ୍ୱର୍ଣ୍ଣପୁର ବିଷୟ ପ୍ରଣିଧାନଯୋଗ୍ୟ I ଲଣ୍ଡନରୁ ଜନ୍ ହାଇଡ ଟେଲର ସାହେବ ଓଡିଶାର ରାବଣ ରାଜ ଏବଂ ଯିଶୁଖ୍ରୀଷ୍ଟଙ୍କ ସମ୍ୱନ୍ଧରେ ଯେଉଁ ପତ୍ର ଦେଇଥିଲେ , ‘ ସହକାର ’ ର ପାଠକ ପାଠିକାମାନଙ୍କ ଅବଗତି ପାଇଁ ଲକ୍ଷ୍ମୀନାରାୟଣ ସାହୁ ଏମ୍ . ଏ . ‘ ରାବଣର ଜନ୍ମସ୍ଥାନ ’ ନାମକ ପ୍ରବନ୍ଧରେ ତାହା ପ୍ରକାଶ କରିଥିଲେ I କେଉଁଯୁଗର ରାବଣ ସହିତ କେଉଁ ଯୁଗର ଯିଶୁଙ୍କ ସମ୍ୱନ୍ଧ ଥିଲା , ତାହା ବ୍ରହ୍ମବିଦ୍ୟାବିତ୍ ମାନେ ସ୍ଥିର କରିପାରିବେ I ରାମାୟଣ ବର୍ଣ୍ଣିତ ରାବଣ ବିଷୟରେ ଗବେଷକମାନଙ୍କ ମତ ରାବଣର ଭଉଣୀ ସୂର୍ପଣଖା ବନବିହାର ଉଦ୍ଦେଶ୍ୟରେ ପଞ୍ଚବଟୀ (ମଧ୍ୟପ୍ରଦେଶାନ୍ତର୍ଗତ ଜଙ୍ଗଲ ) ଭ୍ରମଣ କରି ଯାଇଥିବା ବେଳେ ବ୍ରହ୍ମଚାରୀ ଲକ୍ଷ୍ମଣଙ୍କ ରୂପ ଯୌବନରେ ବିମୋହିତା ହୋଇ ବିବାହ ପ୍ରସ୍ତାବ ଦେଇଥିଲେ I ଫଳରେ ନାସାକର୍ଣ୍ଣ ହରାଇ ଭାଇ ଖରାସୁରଙ୍କ ସାହାଯ୍ୟ ପ୍ରାର୍ଥନା କଲେ I ଖରାସୁର ସ୍ୱଆଳୟରୁ ( ଖରାଳୟ – ଖଳିଆଳ ) ପ୍ରତିଶୋଧ ନେବାକୁ ପଞ୍ଚବଟୀ ଯାଇ ପ୍ରାଣ ହରାଇଲେ I ତତ୍ପରେ ସୀତାଙ୍କ ରୂପଲାବଣ୍ୟ ରାବଣଙ୍କଠାରେ ସୂର୍ପଣଖା ଜ୍ଞାପନ କରାଇଥିଲେ I ତହୁଁ ରାବଣ ପୁଷ୍ପକ ବିମାନରେ ପଞ୍ଚବଟୀ ଯାଇ ସୀତାଙ୍କୁ ହରଣ କରି ଆଣିଲେ I ରାମ ଲକ୍ଷ୍ମଣ ଦକ୍ଷିଣାଭିମୁଖରେ ବନ ମଧ୍ୟରେ ସୀତାଙ୍କୁ ଅନ୍ୱେଷଣ କରୁକରୁ ବାଳୀ ନଗର ( ବଲାଙ୍ଗୀର )ରେ ସୁଗ୍ରୀବଙ୍କ ସହ ମିତ୍ରତା ସ୍ଥାପନ କରି ହନୁମାନଙ୍କୁ ସୀତାଙ୍କ ଠାବ ପାଇଁ ପଠାଇଲେ I ଅପେକ୍ଷାକୃତ ସଂକୀର୍ଣ୍ଣ ସ୍ରୋତ ବିଶିଷ୍ଟା ମହାନଦୀ ( ସମ୍ଭବତଃ ରାମାୟଣ ବର୍ଣ୍ଣିତ ସାଗର ) ଲମ୍ଫ ପ୍ରଦାନପୂର୍ବକ ପାର ହୋଇ ମହାବଳୀ ହନୁମାନ ଅଶୋକ ବନରେ ସିତାଙ୍କ ସନ୍ଧାନ କରି ଫେରିଆସିଲେ I ବଲାଙ୍ଗୀର ପାଟନା ଅଞ୍ଚଳରେ ହନୁମାନ , ପୋଢ , ବାଘ ଇତ୍ୟାଦି ଉପାଧି ବିଶିଷ୍ଟ ବହୁ ଆଦିମ ଜାତି ଅଦ୍ୟାପି ବାସ କରି ଆସୁଛନ୍ତି I କିଛିକାଳ ପୂର୍ବେ ଏଠାରେ କନ୍ଧ , ବିଞ୍ଛାଳ ପ୍ରଭୃତି ଆଦିମ ଜାତିମାନେ ଧନୁ ତୀର , ବର୍ଚ୍ଛା ଇତ୍ୟାଦି ଅସ୍ତ୍ରଶସ୍ତ୍ର ବିଦ୍ୟାରେ ଧୁରନ୍ଧର ଥିବାର ପ୍ରମାଣ ଅଭାବ ନାହିଁ I ଧନୁଶର ଦ୍ୱାରା ବିଶାଳ ତରୁ , ପ୍ରକାଣ୍ଡ ପ୍ରସ୍ତରମାନ ବିଦୀର୍ଣ୍ଣକରୁଥିବାର ଦାମ୍ଭିକତା ସେମାନଙ୍କ ବଂଶଧରମାନଙ୍କ ମୁଖରୁ ଅଦ୍ୟାପି ଶୁଣାଯାଏ I ଶାସନ ଓ ଶୃଙ୍ଖଳା ନିମିତ୍ତ ଜଙ୍ଗଲ ଆଇନ ପ୍ରଣୟନ ଓ ଜାରିହେବା ପରେପରେ ବୋଧହୁଏ ସେମାନେ ଏହାର ବ୍ୟବହାର ଛାଡିଦେଇଛନ୍ତି I କିନ୍ତୁ କେହି କେହି ବୃଦ୍ଧ ସେହି ମହାବିଦ୍ୟା ଭୁଲିପାରି ନାହାନ୍ତି I ରାମଚନ୍ଦ୍ର ବୋଧହୁଏ ଏହି ଆଦିମ ହନୁମାନ ( କାଳ୍ପନିକ ବାନର ସେନା ) ପ୍ରଭୃତିଙ୍କ ଦ୍ୱାରା ଲଙ୍କା ( ସ୍ୱର୍ଣ୍ଣପୁର ) ଜୟ କରିଥିବେ I ଲକ୍ଷ୍ମଣ ଶକ୍ତିଭେଦ ପରେ ବିକ୍ରମୀ ହନୁମାନ ପ୍ରାୟ ୪୫ କୋଶ ଦୂରବର୍ତ୍ତୀ ପାଟଣା ସୀମାନ୍ତ ଗନ୍ଧମାର୍ଦ୍ଦନ ପର୍ବତରୁ ବିଶଲ୍ୟକରଣୀ ଆଣିଥିବା ଭିତ୍ତିହୀନ ନୁହେଁ I ପ୍ରୋକ୍ତ ଗନ୍ଧମାର୍ଦ୍ଦନ ପର୍ବତରେ ଏକ ପ୍ରକାର ଗୁଳ୍ମ ମିଳେ I ତାହାର ପ୍ରୟୋଗରେ କ୍ଷତ ଆରୋଗ୍ୟ ହୋଇଯାଏ I ଏବେ ମଧ୍ୟ ଏହି ଔଷଧ ଲୋକେ ବ୍ୟବହାର କରୁଛନ୍ତି I ଗନ୍ଧମାର୍ଦ୍ଦନସ୍ଥ ନୃସିଂହନାଥରେ ରାମ ଲକ୍ଷ୍ମଣ ମୂଷିକ ଦୈତ୍ୟକୁ ବଧ କରିଥିବା ବିଷୟ ‘ ନୃସିଂହ ମାହାତ୍ମ୍ୟ ’ ରେ ମିଳେ I ଗଙ୍ଗାଧର ମିଶ୍ର ବି. ଏ. ‘ ହରିଶଙ୍କର ଦର୍ଶନ ’ ପ୍ରବନ୍ଧରେ ‘ ସହକାର ’ ରେ ଏ ବିଷୟଟି ବର୍ଣ୍ଣନା କରିଥିଲେ I ବୋଧହୁଏ ରାମଚନ୍ଦ୍ର ପଞ୍ଚବଟୀରେ ( ମଧ୍ୟ ପ୍ରଦେଶରେ ) ବାସ କରୁଥିବା ସମୟରେ ନୃସିଂହନାଥରେ ଉକ୍ତ ଦୈତ୍ୟକୁ ବଧ କରିଥିଲେ I ଆର୍ଯ୍ୟଋଷି ଅଗସ୍ତି ଏବଂ ବ୍ରାହ୍ମଣବୀର ପର୍ଶୁରାମ ପ୍ରଥମେ ଦକ୍ଷିଣାତ୍ୟରେ ଆର୍ଯ୍ୟୋପନିବେଶ ସ୍ଥାପନ କରିଥିଲେ I ତାତ୍ରତ୍ୟ ପ୍ରାକୃତିକ ଶୋଭା ନିଶ୍ଚୟ ପ୍ରାଚୀନ ଋଷିମାନଙ୍କର ମନ ଆକର୍ଷିତ କରିଥିବ I ବାସ୍ତବିକ ମହାନଦୀ ତୀରବର୍ତ୍ତୀ ଅରଣ୍ୟ ଓ ଝରଣାର ନୈସର୍ଗିକ ସୌନ୍ଦର୍ଯ୍ୟ ଅତ୍ୟନ୍ତ ଚିତ୍ତାକର୍ଷକ I ଆର୍ଯ୍ୟ ସଭ୍ୟତା ଉଚ୍ଚତମ ସୋପାନ ଆରୂଢ ହେବା ପରେ ପରେ ଆର୍ଯ୍ୟମାନେ ସରଳ ଭାବରେ ଜୀବନଯାପନ କରି ମହତି ଭାବନାରେ କାଳାତିପାତ କରିବାକୁ ଭଲ ପାଉଥିବେ I ତେଣୁ ଏହି ସବୁ ସ୍ଥାନ ସେମାନଙ୍କର ନିତାନ୍ତ ଅନୁକୂଳ ଥିଲା I ବିଶ୍ରବା ଋଷି ପ୍ରଭୃତି ଏହି ସମୟର ଲୋକ I ବିଶ୍ରବା ପୁତ୍ର ରାବଣ ଆର୍ଯ୍ୟ ଶିକ୍ଷା ସଭ୍ୟତା ଗୁଣରେ କ୍ଷିତି, ଅପ, ତେଜ, ମରୁତ ଓ ବ୍ୟୋମ ଏହି ପଞ୍ଚଭୂତ ଉପରେ ନିଜର କ୍ଷମତା ଯଥେଷ୍ଟ ପ୍ରସାର କରିଥିଲେ I ସେ କାଳର ଆର୍ଯ୍ୟମାନଙ୍କର ସରଳତାର ସୀମା ଅତିକ୍ରମ କରି ରାବଣ ରାଜ୍ୟାଭିମାନ ଓ ରାଜବ୍ୟସନରେ ମତ୍ତ ହୋଇ ଆସୁରିକ ବୃତ୍ତିପ୍ରାପ୍ତ ହୋଇଥିଲେ I ସୀତା ହରଣ ଆଦି ଚରିତ୍ରହୀନତାର ବିଷୟ ଏହାର ଉଦାହରଣ I ମାତ୍ର ରାଜନୀତିରେ ରାବଣ ଅତିଶୟ ଦକ୍ଷ ଥିଲେ I ଦାକ୍ଷିଣାତ୍ୟରେ ଏ ପ୍ରକାର ରାଜନୀତିକୁଶଳ ବିକ୍ରମଶାଳୀ ରାବଣଙ୍କ ରାଜ୍ୟ ବେଦ ପରବର୍ତ୍ତୀ ବ୍ରାହ୍ମଣ ଯୁଗରେ ମହାନଦୀ ନିକଟବର୍ତ୍ତୀ ସୋନପୁର ହେବା ନିତାନ୍ତ ଅଯୌକ୍ତିକ ନୁହେଁ I ସମାଜ ସାପ୍ତାହିକ , ପୃଷ୍ଠା – ୩୪ – ୩୫ , ଅଗଷ୍ଟ ୨୪ – ୩୦ , ୨୦୦୫
{{ଛୋଟ|Ravana}}
{{Hdeity infobox <!--Wikipedia:WikiProjct Hindu mythology-->
| Image =Ravana British Museum.jpg
| Image_size = 230px
| Caption =
| Name = ରାବଣ
| Affiliation = [[ରାକ୍ଷସ]]
| Devanagari = रावण
| Sanskrit_Transliteration = Rāvaṇa
| Abode = [[ଲଙ୍କା]]
| Consort = [[ମନ୍ଦୋଦରୀ]]
}}
'''ରାବଣ ''' ,ଲଙ୍କାର ରାଜା ଓ [[ରାମାୟଣ]]ର ଜଣେ ପାତ୍ର ।
==ଜନ୍ମ ବୃତ୍ତାନ୍ତ==
ରାବଣ ଲଙ୍କାର ରାଜା ଥିବାରୁ ଅନେକ ଏବେକାର ଶ୍ରୀଲଙ୍କାରେ ତାର ଜନ୍ମ ବୋଲି ମତ ଦେଉଥିଲେ ମଧ୍ୟ ପ୍ରକୃତରେ ସେ ଭାରତରେ[[ଭାରତ]]ରେ ଜନ୍ମ ବୋଲି ବିଭିନ୍ନ ସମୟରେ ଚର୍ଚ୍ଚା ହେଉଛି I କେତେକ ଗବେଷକ ରାବଣର ଜନ୍ମ [[ନୂଆ ଦିଲ୍ଲୀ|ଦିଲ୍ଲୀ]] ନିକଟସ୍ଥ ଗ୍ରେଟର ନୋଇଡା ଅନ୍ତର୍ଗତ ବିଶ୍ରାକ ଗ୍ରାମରେ କହନ୍ତି I ଏହି ଅଞ୍ଚଳରେ ରାବଣର ବାପା ବିଶ୍ୱେଶ୍ରବାଙ୍କ ଦ୍ୱାରା ପ୍ରତିଷ୍ଠିତ ଏକ ଶିବ ମନ୍ଦିର ରହିଛି ଓ ଗ୍ରାମବାସୀ ପ୍ରତିବର୍ଷ ଦଶହରା ସମୟରେ ଏଠାରେ ରାବଣର ମୃତ୍ୟୁ ଦିବସ ପାଳନ କରନ୍ତି I ୨୪ ନମ୍ବର ଜାତୀୟ ରାଜପଥର ହିଣ୍ଡର ନଦୀ କୂଳରେ ଏହିମନ୍ଦିର ଅବସ୍ଥିତ I କିନ୍ତୁ ପ୍ରତ୍ନତତ୍ତ୍ୱବିତ୍ ଙ୍କୁ ଏପର୍ଯ୍ୟନ୍ତ କିଛି ପ୍ରମାଣ ମିଳିନାହିଁ I ( ସାପ୍ତାହିକ ସମାଜ – ୨୦୦୫, ଜୁଲାଇ ୬ -୧୨ ସଂଖ୍ୟା ) ତେବେ ରାବଣର ଜନ୍ମ ଓଡିଶାରେ ବୋଲି କେତେକ ପ୍ରମାଣ ଉପସ୍ଥାପନ କରନ୍ତି I ଅନେକ ବର୍ଷ ପୂର୍ବେ ଭଗବାନ ପତି ‘ ଓଡିଶାରେ ଲଙ୍କା ’ ବୋଲି ପ୍ରମାଣ ଦେଇ ‘ ମୁକୁର ’ ରେ ଲେଖା ପ୍ରକାଶ କରିଥିଲେ I ମଧ୍ୟପ୍ରଦେଶର ବସ୍ତରରେ ରାବଣର ଜନ୍ମସ୍ଥାନ ହୋଇପାରେ ବୋଲି ଇନ୍ଦୋରର ପୂର୍ବତନ ପ୍ରଧାନମନ୍ତ୍ରୀ କାବେଙ୍କ ମତ I ରାବଣର ଜନ୍ମସ୍ଥାନ ସ୍ୱର୍ଣ୍ଣପୁର ହୋଇପାରେ କହିବା ପଛରେ ବହୁ ଯୁକ୍ତିପୂର୍ଣ୍ଣ ଗବେଷଣାମୂଳକ ପ୍ରମାଣ ଅଛି I ‘ ସହକାର ’ ୧୨ଶ ଭାଗ ୧୦ମ ସଂଖ୍ୟାରେ ଲକ୍ଷ୍ମୀନାରାୟଣ ସାହୁ ଏମ୍.ଏ. ମହାଶୟଙ୍କର ‘ ରାବଣ ଜନ୍ମସ୍ଥାନ ’ ପଢି ତତ୍ କାଳୀନ ଗବେଷକମାନେ ଆଲୋଚନା ଓ ଅନୁସନ୍ଧାନ ଦ୍ୱାରା ଅନେକ ତଥ୍ୟ ପାଇଥିଲେ I ବିଶ୍ରବା ଋଷି ସୁବଳୟାରେ ଆଶ୍ରମ କରି ରହିବା ସମୟରେ ରାବଣର ଜନ୍ମ ରାମାୟଣରେ ଉଲ୍ଲେଖ ଅଛି I ତେବେ ସୁବଳୟା ଗ୍ରାମ କେଉଁଠି ଥିବାର ଜଣାନାହିଁ I ଅଦ୍ୟାପି ସେହିଠାରେ କେହି କେହି ସ୍ତ୍ରୀଲୋକ କଥା ପ୍ରସଙ୍ଗରେ ‘ ରାବଣର ଏନ୍ତୁଡିଶାଳ ’ ବୋଲି ଉପମା ଦେଇଥାନ୍ତି I ସୁବର୍ଣ୍ଣପୁରୀ ବା ସ୍ୱର୍ଣ୍ଣପୁରୀ ବୋଲି ରାମାୟଣରେ ଉଲ୍ଲେଖ ଅଛି I ତାଙ୍କର ଗ୍ରାମଦେବତୀଙ୍କୁ ଲଙ୍କେଶ୍ୱରୀ କହିବା ଯୁକ୍ତିଯୁକ୍ତ I ସ୍ୱର୍ଣ୍ଣପୁରର ଅନ୍ୟତମ ଗ୍ରାମଦେବତୀ ଏହିନାମରେ ଅଭିହିତା I ଅଦ୍ୟାପି ମହାନଦୀ ଗର୍ଭସ୍ଥ ଲଙ୍କେଶ୍ୱରୀ ପାହାଡ ଉପରେ ଲଙ୍କେଶ୍ୱରୀ ଓ ସୁବର୍ଣ୍ଣମେରୁଙ୍କୁ ଆରାଧନା କରି ରାବଣ ମହାବିକ୍ରମଶାଳୀ ଓ ଔଶ୍ୱର୍ଯ୍ୟବାନ୍ ହୋଇଥିଲା I ଆଶ୍ଚର୍ଯ୍ୟର ବିଷୟ ଯେ, ସୁବର୍ଣ୍ଣପୁର ସହରର ପୂର୍ବସୀମାରେ ତେଲନଦୀ ଓ ମହାନଦୀର ସଙ୍ଗମସ୍ଥଳୀରେ ରାମେଶ୍ୱର ମନ୍ଦିର ଅବସ୍ଥିତ I ରାବଣ ଯେ ଶକ୍ତି ଉପାସକ ଥିଲେ I ଅସଂଖ୍ୟ ପ୍ରାଚୀନ ଦେବଦେବୀ ମନ୍ଦିର ସ୍ୱର୍ଣ୍ଣପୁର ( ସୁବର୍ଣ୍ଣପୁର )ରେ ଦେଖିବାକୁ ମିଳେ I ଏଥିରୁ ଅନୁମାନ କରାଯାଏ, ରାବଣର ବାସସ୍ଥାନ ଲଙ୍କା ସ୍ୱର୍ଣ୍ଣପୁର ବା ସୁବର୍ଣ୍ଣପୁର ଛଡା ଅନ୍ୟତ୍ର ହୋଇନପାରେ I ବଲାଙ୍ଗୀର ‘ କଳିଙ୍ଗ ସାହିତ୍ୟ ସମିତି ’ ର ମୁଖପତ୍ର ( ହାତଲେଖା ) ‘ କଳିଙ୍ଗ ’ ର ୫ମ ସଂଖ୍ୟାରେ ବିସ୍ତୃତ ଭାବରେ ପ୍ରକାଶିତ ହୋଇଥିଲା ରାବଣର ଜନ୍ମସ୍ଥାନ ବିଷୟରେ I ଜଗବନ୍ଧୁ ସିଂହ ‘ ପ୍ରାଚୀନ ଉତ୍କଳ ’ ର ଏକ ସ୍ଥାନରେ ଲେଖିଛନ୍ତି – ‘ ସୁବର୍ଣ୍ଣପୁର ନାମ ପ୍ରାଚୀନ ପରି ଜଣାଯାଏ ; କାରଣ ମହାଭବ ଗୁପ୍ତଙ୍କ ତ୍ରାମ ଶାସନରେ ଏ ନାମ ଦେଖାଯାଏ I ମହାନଦୀ ଶଯ୍ୟାରେ ଗୋଟିଏ କ୍ଷୁଦ୍ର ପାହାଡ ଅଛି ; ସ୍ଥନଟି ମହାରାଜାଙ୍କ ନଅରଠାରୁ ବେଶି ଦୂର ନୁହେଁ I ଏ ପାହାଡରେ ଖୋଦିତ ଲିପି ଅଛି I ନାବିକମାନେ ନୌକା ନେବା ବେଳେ ଏଠି ପୂଜା କରନ୍ତି I ଯୋଗେଶ୍ୱର ଦେବଙ୍କ ଅନୁଶାସନରେ ସୋନପୁର ରାଜ୍ୟ ଏକଦା ପଶ୍ଚିମ ଲଙ୍କା ବୋଲି କଥିତ ଅଛି ’ I ( ୫୪୨ – ୫୪୩ ପୃଷ୍ଠା ) I ଅନ୍ୟତ୍ର ସେ ଲେଖିଛନ୍ତି – ‘ ଅନ୍ୟ ଗୋଟିଏ ତାମ୍ର ଶାସନ ମିଳେ I ଏ ତାମ୍ରପଟା ସୋନପୁରର କୁମାର ସୋମେଶ୍ୱର ଦେବଙ୍କ ସମୟର I ଏଥିରୁ ପ୍ରକାଶ ଯେ ମହାଭବ ଗୁପ୍ତଙ୍କ ବଂଶଧର ଉଦ୍ୟତ କେଶରୀ ସୋନପୁର ରାଜ୍ୟକୁ ଅଭିମନ୍ୟୁ ଦେବଙ୍କୁ ଦାନ କରିଥିଲେ I ସମ୍ଭବତଃ ଅଭିମନ୍ୟୁ ଦେବ କେବଳ ପ୍ରଥମରେ ଶାସନକର୍ତ୍ତା ଥିଲେ ଏବଂ ସୁବିଧାସୁଯୋଗ ଦେଖି ନିଜେ ପଶ୍ଚିମ ଲଙ୍କାଧିପତି ହୋଇ ବସିଲେ I ସୋନପୁର କାହିଁକି ପୂର୍ବେ ପଶ୍ଚିମ ଲଙ୍କା କଥିତ ହେଉଥିଲା, ତାହା ଜଣାଯାଉନାହିଁ I ଐତିହାସିକ ବିଜୟ ଚନ୍ଦ୍ର ମଜୁମଦାର ‘ ଓରିଶା ଦି ମେକିଙ୍ଗ ’ ନାମକ ପୁସ୍ତକର ପୃଷ୍ଠା – ୧୭୯ରେ ଲେଖିଛନ୍ତି – ‘ କୁମାରାଥିରାଜ ସୋମେଶ୍ୱର ଦେବ ସୋନପୁରର କୋଶଳ ରାଜାଙ୍କ ଅନୁଜ ଥିଲେ ଏବଂ ପରବର୍ତ୍ତୀ କାଳରେ ସେ ପଶ୍ଚିମ ଲଙ୍କାଧୀଶ ବୋଲି ବର୍ଣ୍ଣିତ ହେଲେ ’ I ସ୍ୱର୍ଣ୍ଣପୁରକୁ ପୂର୍ବେ ପଶ୍ଚିମ ଲଙ୍କା କାହିଁକି କୁହାଯାଉଥିଲା, ସେ ସମ୍ୱନ୍ଧରେ ଇତିହାସ ନିରବ I ଗବେଷକମାନେ ଅନୁମାନ କରନ୍ତି ଯେ ସ୍ୱର୍ଣ୍ଣପୁର ପୂର୍ବ ଦିଗରେ ରାବଣର ଉପନିବେଶ ଥିବ I ଲଙ୍କା ସମ୍ୱନ୍ଧରେ ବିଭିନ୍ନ ଐତିହାସିକମାନଙ୍କର ଅଭିମତ – ୧- କୀବେ ... ମଧ୍ୟପ୍ରଦେଶ ( ବସ୍ତର ) , ୨ – ଅପୂର୍ବକୁମାର ମଲ୍ଲିକ ... ଅଷ୍ଟ୍ରେଲିଆ ( ସାହିତ୍ୟ ସମ୍ବାଦ, ୧୮୧ ପୃଷ୍ଠା ) , ୩ – ଅକ୍ଷୟ କୁମାର ମଜୁମଦାର ....ସିଲୋନର ଉତ୍ତର ପଶ୍ଚିମ ଉପକୂଳବର୍ତ୍ତୀ ଏକ କ୍ଷୁଦ୍ର ଦ୍ୱୀପ, ମାତ୍ର ସିଲୋନ ନୁହେଁ I , ୪ – ପ୍ରଫେସର ଏସ୍ . ଏନ୍ . ଅଧିକାରୀ ... ସୁମାତ୍ରା I ଲଙ୍କା ସମ୍ୱନ୍ଧରେ ବିଭିନ୍ନ ପ୍ରକାର ମତ ମିଳୁଥିଲେ ସୁଦ୍ଧା ସ୍ୱର୍ଣ୍ଣପୁର ବିଷୟ ପ୍ରଣିଧାନଯୋଗ୍ୟ I ଲଣ୍ଡନରୁ ଜନ୍ ହାଇଡ ଟେଲର ସାହେବ ଓଡିଶାର ରାବଣ ରାଜ ଏବଂ ଯିଶୁଖ୍ରୀଷ୍ଟଙ୍କ ସମ୍ୱନ୍ଧରେ ଯେଉଁ ପତ୍ର ଦେଇଥିଲେ , ‘ ସହକାର ’ ର ପାଠକ ପାଠିକାମାନଙ୍କ ଅବଗତି ପାଇଁ ଲକ୍ଷ୍ମୀନାରାୟଣ ସାହୁ ଏମ୍ . ଏ . ‘ ରାବଣର ଜନ୍ମସ୍ଥାନ ’ ନାମକ ପ୍ରବନ୍ଧରେ ତାହା ପ୍ରକାଶ କରିଥିଲେ I କେଉଁଯୁଗର ରାବଣ ସହିତ କେଉଁ ଯୁଗର ଯିଶୁଙ୍କ ସମ୍ୱନ୍ଧ ଥିଲା , ତାହା ବ୍ରହ୍ମବିଦ୍ୟାବିତ୍ ମାନେ ସ୍ଥିର କରିପାରିବେ I ରାମାୟଣ ବର୍ଣ୍ଣିତ ରାବଣ ବିଷୟରେ ଗବେଷକମାନଙ୍କ ମତ ରାବଣର ଭଉଣୀ ସୂର୍ପଣଖା ବନବିହାର ଉଦ୍ଦେଶ୍ୟରେ ପଞ୍ଚବଟୀ (ମଧ୍ୟପ୍ରଦେଶାନ୍ତର୍ଗତ ଜଙ୍ଗଲ ) ଭ୍ରମଣ କରି ଯାଇଥିବା ବେଳେ ବ୍ରହ୍ମଚାରୀ ଲକ୍ଷ୍ମଣଙ୍କ ରୂପ ଯୌବନରେ ବିମୋହିତା ହୋଇ ବିବାହ ପ୍ରସ୍ତାବ ଦେଇଥିଲେ I ଫଳରେ ନାସାକର୍ଣ୍ଣ ହରାଇ ଭାଇ ଖରାସୁରଙ୍କ ସାହାଯ୍ୟ ପ୍ରାର୍ଥନା କଲେ I ଖରାସୁର ସ୍ୱଆଳୟରୁ ( ଖରାଳୟ – ଖଳିଆଳ ) ପ୍ରତିଶୋଧ ନେବାକୁ ପଞ୍ଚବଟୀ ଯାଇ ପ୍ରାଣ ହରାଇଲେ I ତତ୍ପରେ ସୀତାଙ୍କ ରୂପଲାବଣ୍ୟ ରାବଣଙ୍କଠାରେ ସୂର୍ପଣଖା ଜ୍ଞାପନ କରାଇଥିଲେ I ତହୁଁ ରାବଣ ପୁଷ୍ପକ ବିମାନରେ ପଞ୍ଚବଟୀ ଯାଇ ସୀତାଙ୍କୁ ହରଣ କରି ଆଣିଲେ I ରାମ ଲକ୍ଷ୍ମଣ ଦକ୍ଷିଣାଭିମୁଖରେ ବନ ମଧ୍ୟରେ ସୀତାଙ୍କୁ ଅନ୍ୱେଷଣ କରୁକରୁ ବାଳୀ ନଗର ( ବଲାଙ୍ଗୀର )ରେ ସୁଗ୍ରୀବଙ୍କ ସହ ମିତ୍ରତା ସ୍ଥାପନ କରି ହନୁମାନଙ୍କୁ ସୀତାଙ୍କ ଠାବ ପାଇଁ ପଠାଇଲେ I ଅପେକ୍ଷାକୃତ ସଂକୀର୍ଣ୍ଣ ସ୍ରୋତ ବିଶିଷ୍ଟା ମହାନଦୀ ( ସମ୍ଭବତଃ ରାମାୟଣ ବର୍ଣ୍ଣିତ ସାଗର ) ଲମ୍ଫ ପ୍ରଦାନପୂର୍ବକ ପାର ହୋଇ ମହାବଳୀ ହନୁମାନ ଅଶୋକ ବନରେ ସିତାଙ୍କ ସନ୍ଧାନ କରି ଫେରିଆସିଲେ I ବଲାଙ୍ଗୀର ପାଟନା ଅଞ୍ଚଳରେ ହନୁମାନ , ପୋଢ , ବାଘ ଇତ୍ୟାଦି ଉପାଧି ବିଶିଷ୍ଟ ବହୁ ଆଦିମ ଜାତି ଅଦ୍ୟାପି ବାସ କରି ଆସୁଛନ୍ତି I କିଛିକାଳ ପୂର୍ବେ ଏଠାରେ କନ୍ଧ , ବିଞ୍ଛାଳ ପ୍ରଭୃତି ଆଦିମ ଜାତିମାନେ ଧନୁ ତୀର , ବର୍ଚ୍ଛା ଇତ୍ୟାଦି ଅସ୍ତ୍ରଶସ୍ତ୍ର ବିଦ୍ୟାରେ ଧୁରନ୍ଧର ଥିବାର ପ୍ରମାଣ ଅଭାବ ନାହିଁ I ଧନୁଶର ଦ୍ୱାରା ବିଶାଳ ତରୁ , ପ୍ରକାଣ୍ଡ ପ୍ରସ୍ତରମାନ ବିଦୀର୍ଣ୍ଣକରୁଥିବାର ଦାମ୍ଭିକତା ସେମାନଙ୍କ ବଂଶଧରମାନଙ୍କ ମୁଖରୁ ଅଦ୍ୟାପି ଶୁଣାଯାଏ I ଶାସନ ଓ ଶୃଙ୍ଖଳା ନିମିତ୍ତ ଜଙ୍ଗଲ ଆଇନ ପ୍ରଣୟନ ଓ ଜାରିହେବା ପରେପରେ ବୋଧହୁଏ ସେମାନେ ଏହାର ବ୍ୟବହାର ଛାଡିଦେଇଛନ୍ତି I କିନ୍ତୁ କେହି କେହି ବୃଦ୍ଧ ସେହି ମହାବିଦ୍ୟା ଭୁଲିପାରି ନାହାନ୍ତି I ରାମଚନ୍ଦ୍ର ବୋଧହୁଏ ଏହି ଆଦିମ ହନୁମାନ ( କାଳ୍ପନିକ ବାନର ସେନା ) ପ୍ରଭୃତିଙ୍କ ଦ୍ୱାରା ଲଙ୍କା ( ସ୍ୱର୍ଣ୍ଣପୁର ) ଜୟ କରିଥିବେ I ଲକ୍ଷ୍ମଣ ଶକ୍ତିଭେଦ ପରେ ବିକ୍ରମୀ ହନୁମାନ ପ୍ରାୟ ୪୫ କୋଶ ଦୂରବର୍ତ୍ତୀ ପାଟଣା ସୀମାନ୍ତ ଗନ୍ଧମାର୍ଦ୍ଦନ ପର୍ବତରୁ ବିଶଲ୍ୟକରଣୀ ଆଣିଥିବା ଭିତ୍ତିହୀନ ନୁହେଁ I ପ୍ରୋକ୍ତ ଗନ୍ଧମାର୍ଦ୍ଦନ ପର୍ବତରେ ଏକ ପ୍ରକାର ଗୁଳ୍ମ ମିଳେ I ତାହାର ପ୍ରୟୋଗରେ କ୍ଷତ ଆରୋଗ୍ୟ ହୋଇଯାଏ I ଏବେ ମଧ୍ୟ ଏହି ଔଷଧ ଲୋକେ ବ୍ୟବହାର କରୁଛନ୍ତି I ଗନ୍ଧମାର୍ଦ୍ଦନସ୍ଥ ନୃସିଂହନାଥରେ ରାମ ଲକ୍ଷ୍ମଣ ମୂଷିକ ଦୈତ୍ୟକୁ ବଧ କରିଥିବା ବିଷୟ ‘ ନୃସିଂହ ମାହାତ୍ମ୍ୟ ’ ରେ ମିଳେ I ଗଙ୍ଗାଧର ମିଶ୍ର ବି. ଏ. ‘ ହରିଶଙ୍କର ଦର୍ଶନ ’ ପ୍ରବନ୍ଧରେ ‘ ସହକାର ’ ରେ ଏ ବିଷୟଟି ବର୍ଣ୍ଣନା କରିଥିଲେ I ବୋଧହୁଏ ରାମଚନ୍ଦ୍ର ପଞ୍ଚବଟୀରେ ( ମଧ୍ୟ ପ୍ରଦେଶରେ ) ବାସ କରୁଥିବା ସମୟରେ ନୃସିଂହନାଥରେ ଉକ୍ତ ଦୈତ୍ୟକୁ ବଧ କରିଥିଲେ I ଆର୍ଯ୍ୟଋଷି ଅଗସ୍ତି ଏବଂ ବ୍ରାହ୍ମଣବୀର ପର୍ଶୁରାମ ପ୍ରଥମେ ଦକ୍ଷିଣାତ୍ୟରେ ଆର୍ଯ୍ୟୋପନିବେଶ ସ୍ଥାପନ କରିଥିଲେ I ତାତ୍ରତ୍ୟ ପ୍ରାକୃତିକ ଶୋଭା ନିଶ୍ଚୟ ପ୍ରାଚୀନ ଋଷିମାନଙ୍କର ମନ ଆକର୍ଷିତ କରିଥିବ I ବାସ୍ତବିକ ମହାନଦୀ ତୀରବର୍ତ୍ତୀ ଅରଣ୍ୟ ଓ ଝରଣାର ନୈସର୍ଗିକ ସୌନ୍ଦର୍ଯ୍ୟ ଅତ୍ୟନ୍ତ ଚିତ୍ତାକର୍ଷକ I ଆର୍ଯ୍ୟ ସଭ୍ୟତା ଉଚ୍ଚତମ ସୋପାନ ଆରୂଢ ହେବା ପରେ ପରେ ଆର୍ଯ୍ୟମାନେ ସରଳ ଭାବରେ ଜୀବନଯାପନ କରି ମହତି ଭାବନାରେ କାଳାତିପାତ କରିବାକୁ ଭଲ ପାଉଥିବେ I ତେଣୁ ଏହି ସବୁ ସ୍ଥାନ ସେମାନଙ୍କର ନିତାନ୍ତ ଅନୁକୂଳ ଥିଲା I ବିଶ୍ରବା ଋଷି ପ୍ରଭୃତି ଏହି ସମୟର ଲୋକ I ବିଶ୍ରବା ପୁତ୍ର ରାବଣ ଆର୍ଯ୍ୟ ଶିକ୍ଷା ସଭ୍ୟତା ଗୁଣରେ କ୍ଷିତି, ଅପ, ତେଜ, ମରୁତ ଓ ବ୍ୟୋମ ଏହି ପଞ୍ଚଭୂତ ଉପରେ ନିଜର କ୍ଷମତା ଯଥେଷ୍ଟ ପ୍ରସାର କରିଥିଲେ I ସେ କାଳର ଆର୍ଯ୍ୟମାନଙ୍କର ସରଳତାର ସୀମା ଅତିକ୍ରମ କରି ରାବଣ ରାଜ୍ୟାଭିମାନ ଓ ରାଜବ୍ୟସନରେ ମତ୍ତ ହୋଇ ଆସୁରିକ ବୃତ୍ତିପ୍ରାପ୍ତ ହୋଇଥିଲେ I ସୀତା ହରଣ ଆଦି ଚରିତ୍ରହୀନତାର ବିଷୟ ଏହାର ଉଦାହରଣ I ମାତ୍ର ରାଜନୀତିରେ ରାବଣ ଅତିଶୟ ଦକ୍ଷ ଥିଲେ I ଦାକ୍ଷିଣାତ୍ୟରେ ଏ ପ୍ରକାର ରାଜନୀତିକୁଶଳ ବିକ୍ରମଶାଳୀ ରାବଣଙ୍କ ରାଜ୍ୟ ବେଦ ପରବର୍ତ୍ତୀ ବ୍ରାହ୍ମଣ ଯୁଗରେ ମହାନଦୀ ନିକଟବର୍ତ୍ତୀ ସୋନପୁର ହେବା ନିତାନ୍ତ ଅଯୌକ୍ତିକ ନୁହେଁ I <ref>[[ସମାଜ]] ସାପ୍ତାହିକ , ପୃଷ୍ଠା – ୩୪ – ୩୫ , ଅଗଷ୍ଟ ୨୪ – ୩୦ , ୨୦୦୫</ref>
==ବିବାହ==
==ଶିବଙ୍କୁ ତପସ୍ୟା==
==ଆହୁରି ଦେଖନ୍ତୁ==
*[[ରାମାୟଣ]]
==ଆଧାର==
{{ଆଧାର}}
==ବାହର ତଥ୍ୟ==
{{Commons category|Ravana}}
*[http://varanasiview.blogspot.com/2009/10/ravan-vadh-at-dlw-ground.html Ranan Vadh in Varanasi]
*[http://www.nationmultimedia.com/2006/11/21/headlines/headlines_30019533.php The importance of being earnest with Thotsakan's death]
<!--ଅଲଗା ଭାଷାର ଉଇକିପିଡ଼ିଆରେ ଏହି ପ୍ରସଙ୍ଗ-->
[[ar:رافانا]]
[[bn:রাবণ]]
[[bo:ར་ལྦ་ན།]]
[[de:Ravana]]
[[en:Ravana]]
[[es:Ravana]]
[[fr:Rāvana]]
[[gu:રાવણ]]
[[hi:रावण]]
[[id:Rahwana]]
[[it:Ravana]]
[[jv:Rahwana]]
[[kn:ರಾವಣ]]
[[ml:രാവണൻ]]
[[mr:रावण]]
[[nl:Ravana]]
[[ne:रावण]]
[[new:इरावणऩ् (सन् १९९४या संकिपा)]]
[[ja:ラーヴァナ]]
[[no:Ravana]]
[[pl:Rawana]]
[[pt:Ravana]]
[[ru:Равана]]
[[sa:रावणः]]
[[si:රාවණා රජ]]
[[simple:Ravana]]
[[su:Rahwana]]
[[sv:Ravana]]
[[ta:இராவணன்]]
[[te:రావణుడు]]
[[th:ทศกัณฐ์]]
[[uk:Равана]]
[[zh:罗波那]]
"https://or.wikipedia.org/wiki/ରାବଣ"ରୁ ଅଣାଯାଇଅଛି