"ନିମୋନିଆ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଫୁସଫୁସରେ ଥିବା ଅଣୁବୀକ୍ଷଣିୟ ବାୟୁ ଥଳିର ପ୍ରଦାହ
Content deleted Content added
ନିମୋନିଆ ରୋଗ ବିଷୟରେ ଲେଖା ଆରମ୍ଭ ହେଲା
(କିଛି ବଦଳିନାହିଁ)

୧୭:୨୩, ୨୭ ଡିସେମ୍ବର ୨୦୧୨ ଅନୁସାରେ କରାଯାଇଥିବା ବଦଳ


ଫୁସଫୁସର ପ୍ରଦାହକୁ ନିମୋନିଆ କୁହାଯାଏ ଯାହା ପ୍ରାଥମିକ ଭାବେ ଏହାର ଅଣୁବୀକ୍ଷଣିୟ ବାୟୁ ଥଳିକୁ (Alveolus)ଆକ୍ରମଣ କରେ । ସାଧାରଣତଃ ଏହି ରୋଗ ଭୁତାଣୁ ଓ ଜୀବାଣୁ ଦ୍ଵାରା ଏବଂ ଅନ୍ୟ ଅଣୁଜୀବ, ଔଷଧ ଓ ଅଟୋଇମ୍ମ୍ୟୁନିଟି ଦ୍ଵାରା ସଂଘଟିତ ହୁଏ ।
ଏହି ଗୋଗର ଲକ୍ଷଣ ମଧ୍ୟରେ କାଶ, ଛାତି ଯନ୍ତ୍ରଣା, ଜର ଓ ଶ୍ଵାସ କଷ୍ଟ ଅନ୍ୟତମ । ଏକ୍ସ-ରେ ଓ କଫ ପରୀକ୍ଷା କରି ଏହା ନିଧାର୍ଯ୍ୟ କରାଯାଏ । କେତେକ ପ୍ରକାରର ନିମୋନିଆ ନିମନ୍ତେ ଟିକା ଉପଲବ୍ଧ ଅଛି । ଏହାର ଚିକିତ୍ସା ମୂଳ କାରଣ ଉପରେ ନିର୍ଭରଶୀଳ । ଆଣ୍ଟିବାୟୋଟିକ ଦ୍ଵାରା ଜୀବାଣୁ ଜନିତ ନିମୋନିଆ ଚିକିତ୍ସା କରାଯାଏ । ସାଂଘାତିକ ହୋଇଥିଲେ ଡାକ୍ତରଖାନାରେ ପ୍ରବେଶ କରେଇ ଦିଆଯାଏ ।
ପ୍ରତିବର୍ଷ ପ୍ରାୟ ୪୫୦ ନିୟୁତ ଲୋକଙ୍କୁ ନିମୋନିଆ ହୁଏ ଓ ୪ ନିୟୁତ ରୋଗୀ ମୃତ୍ୟୁ ମୁଖରେ ପତିତ ହୁଅନ୍ତି । ଉନବିଂଶ ଶତାବ୍ଦୀରେ ଉଇଲିୟମ ଅସ୍ଲର ନିମୋନିଆକୁ ମୃତ୍ୟୁର କ୍ୟାପ୍‌ଟେନ୍ ନାମରେ ଅଭିହିତ କରିଥିଲେ । ବିଂଶ ଶତାବ୍ଦିରେ ଆଣ୍ଟିବାୟୋଟିକ ଉଦ୍ଭାବନ ପରେ ଏହାର ମୃତ୍ୟୁ ହାରରେ ଉନ୍ନତି ପରିଲକ୍ଷିତ ହେଲା । ଏହା ସତ୍ତ୍ଵେ ବିକାଶଶୀଳ ରାଷ୍ଟ୍ରମାନଙ୍କରେ ଅତି ସାନ, ବୟୋବୃଦ୍ଧ ଓ ଦୀର୍ଘଦିନର ଅସୁସ୍ଥ ଲୋକଙ୍କର ମୃତ୍ୟୁ ହାର ଏବେବି ଉଦ୍ବେଗଜନକ ।

ନିମୋନିଆ
An X-ray: showing a white wedge in the right lung field of a chest X-ray.
ଏହି କୃଷ୍ନ-ଧବଳ ଏକ୍ସ-ରେ ଛବିରେ ଦେଖାଯାଉଛି: ନିମୋନିଆଦ୍ଵାରା ଡାହାଣ ପାଖ ଫୁସଫୁସର କ୍ଷତିଗ୍ରସ୍ତ ସ୍ଥାନର ଗୋଟିଏ ତ୍ରିକୋଣାକାର ଧଳା ଛାଇ
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିpulmonology[*], ସଂକ୍ରାମକ ରୋଗ[*]
ଆଇସିଡ଼ି-୧୦J12., J13., J14., J15., J16., J17., J18., P23.
ଆଇସିଡ଼ି-୯-ସିଏମ୍480-486, 770.0
ରୋଗ ଡାଟାବେସ10166
ମେଡ଼ିସିନ-ପ୍ଲସ000145
ଇ-ମେଡ଼ିସିନtopic list
Patient UKନିମୋନିଆ
MeSHD011014

ଚିହ୍ନ ଓ ଲକ୍ଷଣ