"ମେନିଞ୍ଜାଇଟିସ୍" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୧୨୧ କ ଧାଡ଼ି:
ପିଲାମାନଙ୍କର ସମ୍ଭାବ୍ୟ ଜଟୀଳତା ମଧ୍ୟରେ ସ୍ନାୟୁଗତ କାଲ, ବାତ(ଏପିଲେପ୍ସି), ଶିକ୍ଷାଗତ ଏବଂ ବୈବହାରିକ ଅସୁବିଧା ଓ ବୁଦ୍ଧିମତା କମିବା ଅନ୍ୟତମ । ଏହି ଅସୁବିଧା ଗୁଡିକ ବଞ୍ଚିଯାଇଥିବା ୧୫% ଲୋକଙ୍କର ହୋଇପାରେ । ଶ୍ରବଣ ଶକ୍ତି କିଛି ମାତ୍ରାରେ ଫେରି ଆସିପାରେ । ଯୁବକମାନଙ୍କ ମଧ୍ୟରୁ ୬୬% ଲୋକଙ୍କର କୌଣସି ଅସାମର୍ଥ୍ୟ ହୁଏ ନାହିଁ । ବୋଧ ଶକ୍ତି ମୂଖ୍ୟ ସମସ୍ୟାମାନଙ୍କ ମଧ୍ୟରେ ୧୪% ରୋଗୀଙ୍କର କାଲ ଦୋଷ ଓ ୧୦% ରୋଗୀଙ୍କର ବୋଧ ଶକ୍ତି ହାନି ହୁଏ । <br />
== ସଂକ୍ରମଣ ଅନୁଶୀଳନ ==
[[File:Meningitis-Epedemics-World-Map.png|right|thumb|Demography of [[meningococcus|meningococcal]] meningitis.{{legend|#FF0000|meningitis belt}}{{legend|#E08040|epidemic zones}}{{legend|#C0C0C0|sporadic cases only}}]]
ଏହା ଗୋଟିଏ ସୂଚନା ଯୋଗ୍ୟ ରୋଗ ହୋଇଥିଲେ ମଧ୍ୟ ଏହାର ଘଟଣା ହାର ଜଣାନାହିଁ । ପଶ୍ଚିମ ଦେଶମାନଙ୍କରେ ପ୍ରତି ୧୦୦,୦୦୦ ଲୋକରେ ୩ ଜଣ ଲୋକ ଜୀବାଣୁ ଜନିତ ମେନିଞ୍ଜାଇଟିସ୍ ରୋଗରେ ପୀଡିତ ହୁଅନ୍ତି । ପ୍ରତି ଲକ୍ଷେ ଲୋକରେ ୧୦.୯ ଜଣ ଭୁତାଣୁ ମେନିଞ୍ଜାଇଟିସ୍ ରୋଗ ଭୋଗନ୍ତି । ବ୍ରାଜିଲରେ ପ୍ରତି ଏକ ଲକ୍ଷ ଲୋକରେ ୪୫.୮ ଲୋକ ଜୀବାଣୁ ଜନିତ ମେନିଞ୍ଜାଇଟିସ୍ ରୋଗ ଭୋଗନ୍ତି । ଏକ ଶତାବ୍ଦିରୁ ଉର୍ଦ୍ଧ୍ଵ ସମୟ ଧରି ସବ୍‌ସାହାରା ଆଫ୍ରିକାରେ ମେନିଙ୍ଗୋକୋକାଲ୍ ମେନିଞ୍ଜାଇଟିସ୍ ରୋଗ ହେଉଥିବାରୁ ଏହାକୁ ମେନିଞ୍ଜିଆଲ୍ ବେଲ୍ଟ୍ କୁହାଯାଉଛି। ଡିସେମ୍ଵରରୁ ଜୁନ(ଶୁଷ୍କ ଜଳବାୟୁ) ମଧ୍ୟରେ ଏହି ରୋଗର ମହାମାରୀ ଲଗାଏତ ଦୁଇ ତିନି ବର୍ଷ ଧରି ହୋଇପାରେ । ଆର୍ଦ୍ର ଜଳବାୟୁରେ ରୋଗ କମିଯାଏ ।<ref>{{cite journal |author=Greenwood B |title=Manson Lecture. Meningococcal meningitis in Africa |journal=Trans. R. Soc. Trop. Med. Hyg. |volume=93 |issue=4 |pages=341–53 |year=1999 |pmid=10674069 |doi=10.1016/S0035-9203(99)90106-2}}</ref> ଏହି ସ୍ଥାନମାନଙ୍କରେ ଲକ୍ଷେ ଲୋକରେ ୧୦୦-୮୦୦ଲୋକ ରୋଗଗ୍ରସ୍ତ ହୁଅନ୍ତି ।<ref name=WHO1998>{{cite book | author=World Health Organization | title=Control of epidemic meningococcal disease, practical guidelines, 2nd edition, WHO/EMC/BA/98 | year=1998 | volume=3 | pages=1–83 | format=PDF | url=http://www.who.int/csr/resources/publications/meningitis/whoemcbac983.pdf}} <!--No ISBN--></ref> ଇତିହାସରେ ସବୁଠାରୁ ବଡ ମହାମାରୀ ୧୯୯୬-୯୭ ମସିହାରେ ହୋଇ ୨,୫୦,୦୦୦ ଲକ୍ଷ ଲୋକ ରୋଗ ଭୋଗିଥିଲେ ଓ ତନ୍ମଧ୍ୟରୁ ୨୫୦୦୦ ଲୋକ ମରିଥିଲେ । <br />
ସ୍ଵଳ୍ପ କାଳୀନ ସେନା ବାରାକ୍ ବା କଲେଜ କାମ୍ପସ ବା ବାର୍ଷିକ ହଜ୍ ଭଳି ସମାବେଶ ସମୟରେ ମେନିଙ୍ଗୋକୋକାଲ୍ ରୋଗ ହୁଏ । ଏହାର ସଠିକ କାରଣ ଅଜଣା ଥିଲେ ମଧ୍ୟ ସାମାଜିକ/ଅର୍ଥନୈତିକ ଅବସ୍ଥା, ଜଳବାୟୁ, ପ୍ରତିରୋଧ ଶକ୍ତି ହ୍ରାସ ଓ ଶ୍ଵାସ ରୋଗ ସଂକ୍ରମଣ ଏହି ରୋଗକୁ ପ୍ରୋତ୍ସାହିତ କରୁଥାଇ ପାରେ । <br />
ବିଭିନ୍ନ ସ୍ଥାନରେ ବିଭିନ୍ନ ପ୍ରକାର ଅଣୁଜୀବ ସଂକ୍ରମଣ ହୁଏ । ୟୁରୋପରେ ଏନ୍.ମେନିଞ୍ଜାଇଟିଡିସ୍ ଗ୍ରୁପ୍ ବି ଓ ସି ଦ୍ଵାରା ଦ୍ଵାରା ଏହି ରୋଗ ହୁଏ । ଏସିଆ ଓ ଆଫ୍ରିକାରେ ସମୁଦାୟ ଲିପିବଦ୍ଧ ରୋଗର ୮୦ ରୁ ୮୫ % ଗ୍ରୁପ ଏ ଦ୍ଵାରା ହୁଏ ।<ref name=WHO1998/>
== ଇତିହାସ ==
 
== ଆଧାର ==