"ମେନିଞ୍ଜାଇଟିସ୍" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୧୧୫ କ ଧାଡ଼ି:
ଜୀବାଣୁ ଜନିତ ମେନିଞ୍ଜାଇଟିସ୍ ଭଳି ଭୁତାଣୁ ମେନିଞ୍ଜାଇଟିସ ରୋଗ ଏତେ ଭୟାବହ ନୁହେଁ ଓ ଏହା ନିମନ୍ତେ କୌଣସି ନିର୍ଦ୍ଦିଷ୍ଟ ଔଷଧ ମଧ୍ୟ ବାହାରି ନାହିଁ । ହର୍ପେସ୍ ସିମ୍ପ୍ଲେକ୍ସ ଓ ଭାରିସେଲ୍ଲ ଜୋସ୍ଟର ଭୁତାଣୁ ନିମନ୍ତେ ଆସାଇକ୍ଲୋଭାର ଦିଆଯାଇ ପାରେ, କିନ୍ତୁ ଏହା ଉପକାରୀ ବୋଲି କୌଣସି ଅଧ୍ୟୟନ ହୋଇନାହିଁ । ସାଧାରଣ ରୋଗରେ ରୋଗୀକୁ ଘରେ ରଖି ବିଛଣା-ବିଶ୍ରାମ, ତରଳ ପଦାର୍ଥ ଓ କଷ୍ଟ ନିବାରକ ଔଷଧ ଦେଇ ଚିକିତ୍ସା କରାଯାଇ ପାରେ ।<ref>{{cite web|url=http://www.ninds.nih.gov/disorders/encephalitis_meningitis/detail_encephalitis_meningitis.htm |title=Meningitis and Encephalitis Fact Sheet |publisher=National Institute of Neurological Disorders and Stroke (NINDS) |date=2007-12-11 |accessdate=2009-04-27}}</ref> <br />
=== କବକ ମେନିଞ୍ଜାଇଟିସ୍ ===
କ୍ରିପ୍ଟୋକୋକାଲ୍ ମେନିଞ୍ଜାଇଟିସ୍‌ରେ ଆମ୍ଫୋଟେରିସିନ୍-ବି ଓ ଫ୍ଲୁସିସ୍ଟୋସିନ୍<ref name=BMB/><ref>{{cite journal |author=Gottfredsson M, Perfect JR |title=Fungal meningitis |journal=Seminars in Neurology |volume=20 |issue=3 |pages=307–22 |year=2000 |pmid=11051295| doi = 10.1055/s-2000-9394}}</ref> ଔଷଧ ଉଚ୍ଚ ମାତ୍ରାରେ ଦିଆଯାଏ । ଅନ୍ତଃଖପୁରି ଚାପ ଅଧିକ ହେଲେ ବାରମ୍ଵାର କଟିବେଧନ<ref name=BMB/> କରି ବା କଟି ନଳୀ<ref name=Perfect2010/> ଦେଇ ସେରେବ୍ରୋସ୍ପାଇନାଲ୍ ଫ୍ଲୁଇଡ କାଢି ଚାପ କମେଇ ଦିଆଯାଏ ।
 
== ପୂର୍ବ ସୂଚନା ==
ଚିକିତ୍ସାବିହୀନ ଜୀବାଣୁ ମେନିଞ୍ଜାଇଟିସ୍ ପ୍ରାୟ ସର୍ବଦା ପ୍ରାଣ ଘାତକ । ଭୁତାଣୁ ମେନିଞ୍ଜାଇଟିସ୍ ଆପେ ଭଲ ହୋଇଯାଏ ଓ କ୍ବଚିତ ପ୍ରାଣ ଘାତକ ହୁଏ। ଚିକିତ୍ସା ହୋଇଥିବା ଜୀବାଣୁ ମେନିଞ୍ଜାଇଟିସ୍ ମୃତ୍ୟୁ ରୋଗୀର ବୟସ ଓ ଜୀବାଣୁ ଉପରେ ନିର୍ଭରଶୀଳ । ନବଜାତ ଶିଶୁମାନଙ୍କ ମଧ୍ୟରୁ ୨୦ ରୁ ୩୦% ମରିଯାଆନ୍ତି । ଅନ୍ୟ ପିଲାମାନଙ୍କର ମୃତ୍ୟୁ ହାର ପ୍ରାୟ ୨ % । ଯୁବକ ଅବସ୍ଥାରେ ଏହି ହାର ୧୯ ରୁ ୩୭ % ହୋଇଯାଏ । ବୟସ ଅତିରିକ୍ତ ମୃତ୍ୟୁ ସଙ୍କଟ ନିର୍ଭର କରୁଥିବା ଅନ୍ୟ କାରଣ ଗୁଡିକ ମଧ୍ୟରେ: ଜୀବାଣୁ ନାମ, ସି.ଏସ୍.ଏଫ୍.ରୁ କେତେ ସମୟ ଭିତରେ ଏହା ନିର୍ମୂଳ ହେଉଛି, ଅସୁସ୍ଥତାର ଭୟାବହତା, ଚେତନହୀନତାର ପରିମାଣ ଓ ସି.ଏସ୍.ଏଫ୍. ରେ ଶ୍ଵେତ ରକ୍ତ କଣିକା କେତେ କମ୍ ଅଛି ତାହା ଉପରେ ନିର୍ଭର କରେ । ଗ୍ରୁପ ବି ସ୍ଟ୍ରେପ୍ଟୋକୋକାଇ, କୋଲାଇଫର୍ମ ଓ ଏସ୍. ନିମୋନି ଜୀବାଣୁ ଦ୍ଵାରା ହେଉଥିବା ମେନିଞ୍ଜାଇଟିସ୍ ଅପେକ୍ଷା ଏଚ୍.ଇନ୍‌ଫ୍ଲୁଏଞ୍ଜି ଓ ମେନିଙ୍ଗୋକୋକାଲ୍ ମେନିଞ୍ଜାଇଟିସ୍ ଅଳ୍ପ କ୍ଷତିକାରକ । ଯୁବକ ଅବସ୍ଥାରେ ନିମୋକୋକାଲ୍ ଅପେକ୍ଷା ମେନିଙ୍ଗୋକୋକାଲ ମେନିଞ୍ଜାଇଟିସ୍‌ର ମୃତ୍ୟୁ ହାର କମ(୩-୭%) ।<br />