"ଜ୍ୱର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ →‎ପ୍ରକୃତରେ ଜ୍ଵର ହୁଏ କାହିଁକି ?: କିଛି ଅନାଅବଶ୍ୟକ ଧାଡି ହଟେଇଲି
୧୯ କ ଧାଡ଼ି:
 
== ପ୍ରକୃତରେ ଜ୍ଵର ହୁଏ କାହିଁକି ? ==
ଜ୍ଵର ହେଉଛି ଆମ ଦେହର ଏକ ପ୍ରାକୃତିକ ପ୍ରତିକ୍ଷେପ କ୍ରିୟା । ପ୍ରାଚୀନ ଆୟୁର୍ବେଦ ବିଶାରଦ ଚରକ ଜ୍ଵରକୁ କ୍ରୋଧ ସହିତ ତୁଳନା କରିଛନ୍ତି । ସାଧାରଣ ଅବସ୍ଥାରେ ଆମକୁ ଯଦି କେହି ଅପମାନ ଦିଏ କିମ୍ବା ଆମ ଉପରେ ଆକ୍ରମଣ କରେ, ତା'ହେଲେ ହଠାତ ଆମେ ପ୍ରତିକ୍ରିୟା ପ୍ରକାଶ କରି ଅପମାନର ପ୍ରତିଶୋଧ ନେଉ କିମ୍ବା ଆକ୍ରମଣର ପ୍ରତି ଆକ୍ରମଣ କରୁ । ଠିକ ସେମିତି ଆମ ଦେହ ଭିତରେ କୌଣସି ରୋଗ ସୃଷ୍ଟି ହେବାପାଇଁ କିଛି ନା କିଛି ବାହ୍ୟ ଶକ୍ତି ଦରକାର । ଏହି ବାହ୍ୟ ଅଣୁଜୀବ (ବୀଜାଣୁ ଶକ୍ତି ବା ଭୂତାଣୁ ଆଦି) ହୋଇପାରେ କିମ୍ବା ଅନ୍ୟ କିଛି ବିଷାକ୍ତ ରାସାୟନିକ ପଦାର୍ଥ ମଧ୍ୟ ହୋଇପାରେ । କୌଣସି କାରଣରୁ ଏହି ବାହ୍ୟ ଶକ୍ତି ଆମ ଶରୀର ଭିତରେ ପ୍ରବେଶ କଲେ ଆମ ଶରୀରର ପ୍ରତିରକ୍ଷାକାରୀ ଶକ୍ତି ସେହି ବାହ୍ୟ ଶକ୍ତିକୁ ତଡ଼ିଦେବା ନିମନ୍ତେ ନିଜର ପ୍ରତିକ୍ରିୟା ଦେଖାଇ ସେମାନଙ୍କ ସହିତ ସଂଘର୍ଷ କରେ। ବାହ୍ୟ ଶକ୍ତି ସହିତ ଶରୀରର ଜୈବିକ ଶକ୍ତିର ଏହି ପ୍ରତିକ୍ରିୟା ବା ସଂଘର୍ଷ ଫଳରେ ଦେହ ଭିତରେ ଏକ ବିଷାକ୍ତ ଉପାଦାନ ସୃଷ୍ଟି ହୋଇଥାଏ, ଯାହାର ନାଁ ହେଉଛି "ପାଇରୋଜେନ" ଏହି ଉପାଦାନଟି ମସ୍ତିଷ୍କର ତାପକେନ୍ଦ୍ରକୁ ଉତ୍ତେଜିତ କରେ ଓ ଦେହର ତାପମାତ୍ରା ବଢ଼ିଯାଏ । ସେତିକିବେଳେ ଆମକୁ ଜ୍ଵର ହୁଏ । ସେଇଥିପାଇଁ ଜ୍ଵରକୁ ଡାକ୍ତରୀ ଭାଷାରେ "ପାଇରେକସିଆ" ବୋଲି କୁହାଯାଏ । ଏହି ସଂଘର୍ଷରେ ବାହ୍ୟ ଶକ୍ତି ପରାଜିତ ହେଲେ ସେହି ପ୍ରାଥମିକ ଜ୍ଵର ଅବସ୍ଥାରୁ ହିଁ ରୋଗ ଆଉ ନବଢ଼ି ଭଲ ହୋଇଯାଏ । କିନ୍ତୁ ଦେହର ପ୍ରତିରକ୍ଷା ଶକ୍ତି ପରାଜିତ ହେଲେ ବାହ୍ୟ ଶକ୍ତି ସକ୍ରିୟ ହୋଇଥାଏ ଓ ରୋଗ ଉତ୍କଟ ରୂପ ନିଏ ।
 
== ଜ୍ଵର କ'ଣ ଏକ ରୋଗ ? ==
"https://or.wikipedia.org/wiki/ଜ୍ୱର"ରୁ ଅଣାଯାଇଅଛି