"ଆର୍କମିଡ଼ିସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ସଂଶୋଧନ, ଆଧାର
୧୪ କ ଧାଡ଼ି:
| known_for = [[ଆର୍କ୍‌ମିଡ଼ିସ୍‌ଙ୍କ ନିୟମ]], [[ଆର୍କ୍‌ମିଡ଼ିସ୍‌ଙ୍କ ପେଞ୍ଚ]], [[ତରଳ ସ୍ଥିତିବିଦ୍ୟା]], [[ଲିଭର୍]], [[Archimedes' use of infinitesimals|infinitesimals]]
}}
==ଜୀବନୀ==
ଆର୍କ୍‌ମିଡ଼ିସ୍‌ (ଖ୍ରୀଷ୍ଟପୂର୍ବ ୨୮୭-୨୧୨) ସିରାକସରେ ଜନ୍ମଗ୍ରହଣ କରିଥିଲେ। ସେ ଗ୍ରୀସର ଅଧିବାସୀ ଥିଲେ । ସେ ଏକାଧାରରେ ଜଣେ ଗଣିତଜ୍ଞ, ପଦାର୍ଥ ବିଜ୍ଞାନୀ, ଇଞ୍ଜିନିୟର, ଉଦ୍ଭାବକ ଏବଂ ଗ୍ରହ ବିଜ୍ଞାନ ବିଶାରଦ ଥିଲେ । ପ୍ରାଚୀନକାଳର ବୈଜ୍ଞାନିକମାନଙ୍କ ମଧ୍ୟରେ ସେ ଥିଲେ ଅନ୍ୟତମ । ସେ ଆଧୁନିକ ପଦାର୍ଥ ବିଜ୍ଞାନରେ ଉଦସ୍ଥିତି ବିଜ୍ଞାନ (Hydrostatics)ର ମୂଳଦୂଆ ପକାଇ ଥିଲେ ଏବଂ ଭାରଦଣ୍ଡର ସୂତ୍ରକୁ ବ୍ୟାଖ୍ୟା କରିଥିଲେ । ବହୁତ ଗୁଡ଼ିଏ ଦର୍ପଣ ଦ୍ଵାରା ବଡ଼ ବଡ଼ ଜାହାଜରେ ନିଆଁ ଲଗାଇ ଦେଇ ପାରୁଥିଲେ । ତାଙ୍କୁ ଜଣେ ସର୍ବକାଳୀନ ଶ୍ରେଷ୍ଠ ଗଣିତଜ୍ଞ ରୂପେ ଗଣନା କରାଯାଏ।<br />
ସେ ନିଃଶେଷୀକରଣ (exhaustion) ପ୍ରଣାଳୀ ବ୍ୟବହାର କରି ପାରାବୋଲାର କ୍ଷେତ୍ରଫ ଳ ସହିତ ଅସଂଖ୍ୟ ମିଶାଣର ଏବଂ ଉତ୍କୃଷ୍ଟ ହାରାହାରି ପାଇ (π)ର ମୂଲ୍ୟ ନିର୍ଦ୍ଧାରଣ କରିଥିଲେ । ଆହୁରି ମଧ୍ୟ ସେ ସର୍ତ୍ପଳ ବିୟରିଙ୍ଗ ବୋଲି ତାହାର ନାମ ବ୍ୟାଖ୍ୟା କରିଥିଲେ, ପୃଷ୍ଠ ପରିକ୍ରମଣ ଆୟତନ ପାଇଁ ସୂତ୍ର ଏବଂ ବହୁତ ବଡ଼ ସଂଖ୍ୟାମାନ ନିରୂପଣ କରିବା ପାଇଁ କୌଶଳ ପ୍ରଣାଳୀ ଉଦ୍ଭାବନ କରିଥିଲେ । ସିରାକସ ଦଖଲ କରିବା ସମୟରେ ଜନୈକ ରୋମାନ ସୈନ୍ୟ ତାଙ୍କୁ ହତ୍ୟା କରିଥିଲେ, ଯଦିଓ ତାଙ୍କ ରତାଙ୍କର କୌଣସି କ୍ଷତି ନ କରିବା ପାଇଁ ନିଦ୍ଦେଙଏଛଶନିର୍ଦେଶ ଥିଲା । ସିସେରୋ (Cicero)ଙ୍କ ବର୍ଣ୍ଣନା ଅନୁସାରେ ଆର୍କ୍‌ମିଡ଼ିସ୍‌ଙ୍କ କବର ଉପରେ ସ୍ଥାପିତ ହୋଇଥିଲା ଏକ ଗୋଲକ ଯାହା ଗୋଟିଏ ସ୍ତମ୍ଭାକୃତି ବସ୍ତୁ ଭିତରେ ଖୋଦିତ ହୋଇଥିଲା। ଆର୍କ୍‌ମିଡ଼ିସ୍‌ ପ୍ରମାଣ କରିଥିଲେ ଯେ ସେହି ଗୋଲକଟି ସ୍ତମ୍ଭାକୃତି ବସ୍ତୁର ଆଧାର ସହ ପରପୃଷ୍ଠର କ୍ଷେତ୍ରଫଳ ଏବଂ ଆୟତନର ଦୁଇ ତୃତୀୟାଂଶ । ଏହାଥିଲା ତାଙ୍କର ସମସ୍ତ ଗାଣିତିକ ସଫଳତା ମଧ୍ୟରେ ଏକ ବିଶିଷ୍ଟ ସଫଳତା । <ref>http://orissabigyanacademy.nic.in/pdf/Bigyan_Diganta-March-2012.pdf Monthly Odia magazine "Bigyan Diganta"(March,2012 ) * Content Copied using OR-TTsarala2UNICODE CONVERTER</ref>
== ଇତିହାସ ପୃଷ୍ଠାରେ ==
ଅନ୍ୟାନ୍ୟ ଉଦ୍ଭାବନ ଭଳି ତାଙ୍କର ଗାଣିତିକ ଲେଖାଗୁଡ଼ିକ ପ୍ରାଚୀନ କାଳରେ ସେଭଳି ପ୍ରସିଦ୍ଧି ଲାଭ କରି ନଥିଲା । ଆଲେକଜାଣ୍ଡ୍ରିଆର ଗଣିତଜ୍ଞମାନେ ତାକୁ ପଢ଼ିଥିଲେ ଏବଂ ତାଙ୍କଆର୍କ୍‌ମିଡ଼ିସ୍‌ଙ୍କ ଲେଖାକୁ ପ୍ରମାଣ ସ୍ଵରୂପ ଉଲ୍ଲେଖ କରିଥିଲେ;କିନ୍ତୁ ପ୍ରଥମ ବ୍ୟାପକ ସଙ୍କଳନ ୫୩୦ ଖ୍ରୀଷ୍ଟାବ୍ଦରେ ପ୍ରସ୍ତୁତ କରିଥିଲେ। ମିଲିଟସ ଇସିଡୋର ପ୍ରଥମଥର ପାଇଁ ଆର୍କ୍‌ମିଡ଼ିସ୍‌ଙ୍କ କାମର ବିଶେଷ ଆଲୋଚନା କଲେ ଇଉଟୋସିୟସ (Eutocius) ୬୦୦ ଖ୍ରୀଷ୍ଟାବ୍ଦରେ । ଏହାଦ୍ଵାରା ଆର୍କ୍‌ମିଡ଼ିସ୍‌ ବହୁଳ ଭାବରେ ପାଠକମାନଙ୍କ ପାଖରେ ପହଞ୍ଚି ପାରିଲେ । ତାଙ୍କ ର କେତେକ ଲେଖା ଯାହା ମଧ୍ୟଯୁଗରେ ତିଷ୍ଠି ରହି ପାରିଥିଲା ତାହା ରେନାସାଁର ବୈଜ୍ଞାନିକମାନଙ୍କ ପାଇଁ ଏକ ପ୍ରଭାବଶାଳୀ ଉତ୍ସ ହୋଇପାରିଥିଲା । ୧୯୦୬ ସାଲରେ ଆବିଷ୍କୃତ ତାଙ୍କ ଏକ ପାଣ୍ଡୁଲିପିରୁ ତାଙ୍କର ଗାଣିତିକ ଫ ଳ ନିର୍ଦ୍ଧାରଣ କରିବାର କୌଶଳ ଜଣା ପଡ଼ିଥିଲା । ତାଙ୍କର ଏକ ବ୍ରୋଞ୍ଜ ପ୍ରତିମୂର୍ତ୍ତି ବର୍ଲିନର ଆର୍ଚନହୋଲଡ ମାନମନ୍ଦିର (Archenhold Observatory) ଠାରେ ଅବସ୍ଥିତ । ଏହା ଗେରହାର୍ଡ ଥିଏମକ ଦ୍ଵାରା ଖୋଦିତ ହୋଇଥିଲା ଏବଂ ଏହାର ଉନେ୍ମାଚନ ୧୯୭୨ ମସିହାରେ ହୋଇଥିଲା ।<br />
ସେଥିରେ ଲେଖାଥିଲା ଯେ ଖ୍ରୀଷ୍ଟପୂର୍ବ ୨୮୭ରେ ସମୁଦ୍ର ବନ୍ଦର ସହର "ସିରାକସ, ସିସିଲି" (Syracuse, Sicily) ଠାରେ ତାଙ୍କ ର ଜନ୍ମ ହୋଇଥିଲା । ଏହି ବନ୍ଦର ସହରଟି ସେହି ସମୟରେ ମାଗ୍ନାଗ୍ରାସିଆ (Magna Graecia)ର ଏକ ଉପନିବେଶ ଥିଲା । ସେ ୭୫ ବର୍ଷ ବଞ୍ଚିଥିଲେ ବୋଲି ବାଇଜାଣ୍ଟାଇନ ଗ୍ରୀକ (Byzantine Greek)ର ଐତିହାସିକ ଜନ ଟିଜଟଜେସଙ୍କ (John Tzetzes) ଲେଖାରୁ ସୂଚନା ମିଳେ । ଆର୍କ୍‌ମିଡ଼ିସ୍‌ଙ୍କ ପିତାଙ୍କ ନାମ ଫିଡ଼ିଆସ (Phidias)। ସେ ଜଣେ ଗ୍ରହ ବିଜ୍ଞାନ ବିଶାରଦ ଥିଲେ । ତାଙ୍କ ବିଷୟରେ ବିଶେଷ କିଛି ଜଣାନାହିଁ । ପ୍ଲୁଟାରଚ (Plutarch) ତାଙ୍କ "ପାରାଲେଲ ଲାଇଭସ"ରେ (Parallel Lives) ଲେଖିଥିଲେ ଯେ ସିରାକସର ଶାସନ କର୍ତ୍ତା ରାଜା ହାଇରୋ ଦ୍ଵିତୀୟ ଆର୍କ୍‌ମିଡ଼ିସ୍‌ଙ୍କ ସଂପକରୀୟ ଥିଲେ । ଆର୍କ୍‌ମିଡ଼ିସ୍‌ଙ୍କ ଜୀବନୀ ତାଙ୍କ ସାଙ୍ଗ ହିରାକ୍ଲେଇଡ (Heracleides) ଲେଖିଥିଲେ । କିନ୍ତୁ ତାଙ୍କ ରତାଙ୍କର ଏହି କାମ ହଜି ଯାଇଥିଲା । ଆର୍କ୍‌ମିଡ଼ିସ୍‌ ବିବାହ କରିଥିଲେ କି ନାହିଁ କିମ୍ବା ତାଙ୍କ ର ସନ୍ତାନ ସନ୍ତତି ଥିଲେ କି ନାହିଁ ଜଣା ନାହିଁ । ସେ ଯୁବକ ଅବସ୍ଥାରେ ବୋଧେ ମିଶର (Egypt)ର ଆଲେକଜାଣ୍ଡ୍ରିଆ (Alexandria) ଠାରେ ପଢ଼ିଥିଲେ । ସେଠାରେ କୋନୋନର ସାମୋସ ( Samos ) ଏବଂ ସାଇରେନେ (Cyrene )ର ଇରାଟୋସ୍ଥେନେସ (Eratosthenes) ତାଙ୍କ ସମସାମୟିକ ଥିଲେ। ସେ କୋନୋନର ସମୋସଙ୍କୁ ବନ୍ଧୁ ଭାବରେ ପରିଚିତ କରିଥିଲେ । ତାଙ୍କର ଦୁଇଟି ଲେଖାର ମୁଖବନ୍ଧ ଇରାଟୋସଥେନେସଙ୍କ ପ୍ରତି ଉଦ୍ଦିଷ୍ଟ ଥିଲା । ଯେତେବେଳେ ଦ୍ଵିତୀୟ ପୂନିକୀ ଯୁଦ୍ଧରେ ରୋମାନମାନେ ଜେନେରାଲ ମାରକସ କ୍ଲଡିଅସ ମାରସେଲସଙ୍କ ( Marcus Claudius Marcellus) ଅଧୀନରେ ସିରାକସ ସହରକୁ ଦୁଇ ବର୍ଷ ଅବରୋଧ କରିବା ପରେ ଅଧିକାର କଲେ ସେତେବେଳେ ଖ୍ରୀଷ୍ଟପୂର୍ବ ୨୧୨ ରେ ଆର୍କ୍‌ମିଡ଼ିସ୍‌ଙ୍କ ମୃତ୍ୟୁ ହୋଇଥିଲା। ପ୍ଲୁଟାରଚ (Plutarch)ଙ୍କ ବିବରଣୀ ଅନୁସାରେ ଯେତେବେଳେ ଆର୍କ୍‌ମିଡ଼ିସ୍‌ ଏକ ଗାଣିତିକ ନକ୍ସାର ଚିନନ୍ତରେ ମଗ୍ନଥିଲେ ସେତେବେଳେ ସହରଟି ଦଖଲ ହୋଇଥିଲା । ଏକ ରୋମାନ ସୈନ୍ୟ ଆର୍କ୍‌ମିଡ଼ିସ୍‌ଙ୍କୁ ଜେନେରାଲ ମାରସିଲସଙ୍କୁ ଦେଖାକରିବା ପାଇଁ ନିର୍ଦେଶ ଦେଇଥିଲେ । କିନ୍ତୁ ସେ ଗାଣିତିକ ସମସ୍ୟାଟିର ସମାଧାନରେ ବ୍ୟସ୍ତ ଥିବାରୁ ଦେଖାକରି ପାରିବେ ନାହିଁ ବୋଲି ମନା କରି ଦେଇଥିଲେ । ସୈନ୍ୟ ଜଣକ ରାଗିଯାଇ ଥିଲେ ଏବଂ ତାଙ୍କୁ ଖଣ୍ଡାରେ ମାରି ଦେଇଥିଲେ । ତାଙ୍କର ଅନ୍ୟ ଏକ ବିବରଣୀ ଅନୁସାରେ ଆର୍କ୍‌ମିଡ଼ିସ୍‌ ଯେତେବେଳେ ଆତ୍ମସମର୍ପଣ କରିବାକୁ ବାହାରିଥିଲେ ସେତେ ବେଳେ ରୋମାନ ସୈନ୍ୟ ଜଣକ ତାଙ୍କୁ ମାରିଦେଇଥିଲେ । ଏହି ବିବରଣୀ ଅନୁସାରେ ସେ ସାଙ୍ଗ ରେ ନେଉଥିବା ଗାଣିତିକ ଯନ୍ତ୍ରପାତି ଗୁଡ଼ିକ ଖୁବ ଦାମିକା ଜିନିଷ ଭାବି ସୈନ୍ୟ ଜଣଙ୍କ ତାଙ୍କୁ ମାରି ଦେଇଥିଲେ । ଜେନେରାଲ ମାରସେଲସ ତାଙ୍କର କୌଣସି ପ୍ରକାରେ କ୍ଷତି ନ କରିବାକୁ ନିର୍ଦେଶ ଦେଇଥିଲେ, ତେଣୁ ତାଙ୍କର ହତ୍ୟା ଜେନେରାଲଙ୍କୁ କ୍ରୋଧାନ୍ଵିତ କରିଥିଲା ।<br />
ତାଙ୍କ କବର ଉପରେ ଶୋଭା ପାଉଥିଲା ଏକ ଭାସ୍କର୍ଯ୍ୟ ଯାହା ତାଙ୍କର ଗାଣିତିକ ପ୍ରତିଭାର ସଙ୍କେତ ଥିଲା; ଏହାଥିଲା ଅନୁରୂପ ସମାନ ଉଚ୍ଚତା ଓ ସମାନ ବ୍ୟାସର ଏକ ଗୋଲକ ଏବଂ ସ୍ତମ୍ଭାକାର ବସ୍ତୁ । ଗୋଲକ ଏବଂ ସ୍ତମ୍ଭାକାର ବସ୍ତୁ ଉଭୟ ତାଙ୍କ ଇଚ୍ଛା ଅନୁସାରେ ତାଙ୍କର କବର ଉପରେ ରଖାଯାଇଥିଲା । ଗୋଲକର ୨/୩ ଆୟତନର ପୃଷ୍ଠର କ୍ଷେତ୍ରଫ ଳ ଏବଂ ସ୍ତମ୍ଭାକାର ବସ୍ତୁକୁ ଏକ ରେଖାଦ୍ଵାରା ଚତୁର୍ଦ୍ଦିଗ ସୀମାବଦ୍ଧ କରାଯାଇଛି । ଖ୍ରୀଷ୍ଟପୂର୍ବ ୭୫, ଅର୍ଥାତ ତାଙ୍କ ମୃତୁ୍ୟର ୧୩୭ ବର୍ଷ ପରେ ସିସେରୋ ସିସିଲୀରେ ଚାକିରି କରିଥିଲେ । ଆର୍କିମଡେିସଙ୍କ କବର ବିଷୟରେ ଶୁଣିଥିଲେ । କିନ୍ତୁ କେହି ସ୍ଥାନୀୟ ଲୋକ କହି ପାରିଲେ ନାହିଁ, ତାଙ୍କ ର କବର କେଉଁଠାରେ ଅଛି । ଘଟଣା କ୍ରମେ ସେ କବରର ସ୍ଥାନଟି ସାଇରକୁ୍ୟଜ ଆଗ୍ରିଜେନଟାଇନ (Agrigentine) ଗେଟ ଠାରେ ପାଇଲେ । ତାହା ଅବହେଳିତ ଅବସ୍ଥାରେ ପଡ଼ିଥିଲା ଏବଂ ତାହା ଉପରେ ଛୋଟ ଛୋଟ ବୁଦା ମାଡ଼ି ରହିଥିଲା । ସିସେରୋ କବର ସ୍ଥାନଟି ସଫା କଲେ ଏବଂ ଖୋଦିତ ହୋଇଥିବା କାର୍ଯ୍ୟ ସହିତ କେତେକ କବିତାର ଖୋଦନ ମଧ୍ୟ ସେଠାରେ ପାଇଲେ। ଆର୍କ୍‌ମିଡ଼ିସ୍‌ଙ୍କ ଜୀବନୀର ପ୍ରାମାଣିକ ବିବରଣ ତାଙ୍କର ମୃତୁ୍ୟର ବହୁଦିନ ପରେ ପୁରାତନ ରୋମର ଐତିହାସିକମାନଙ୍କ ଦ୍ଵାରା ଲେଖା ହୋଇଥିଲା । ତାଙ୍କ ମୃତୁ୍ୟର ପାଖାପାଖି ସତୁରୀ ବର୍ଷ ପରେ ପଲିବିଅସ (ଙଚ୍ଛକ୍ଷସ୍ଥଭଷନ୍ଧଜ୍ଞ) ତାଙ୍କ ର ଲିଖିତ "ବିଶ୍ଵ ଇତିହାସ" ପୁସ୍ତକରେ ସିରାକସ ଅବରୋଧ ବିଷୟେର ବିବରଣ ପ୍ରଦାନ କରିଥିଲେ । ପରବର୍ତ୍ତୀ ସମୟରେ ପ୍ଲୁଟାରଚ ଏବଂ ଲିଭି (Livy) ଏହି ବିବରଣୀ ବ୍ୟବହାର କରୁଥିଲେ । ଏହା ଆର୍କ୍‌ମିଡ଼ିସ୍‌ କି ପ୍ରକାରର ଲୋକ ଥିଲେ ତାହାର କିଞ୍ଚିତ ଆଭାସ ପ୍ରଦାନ କରେ ଏବଂ ସହରକୁ ଆକ୍ରମଣରୁ ରକ୍ଷା କରିବା ପାଇଁ ଯୁଦ୍ଧ ସମ୍ବନ୍ଧୀୟ ଯେଉଁ ଯନ୍ତ୍ର ସେ ନିର୍ମାଣ କରିଥିଲେ ତାହାର ସୂଚନା ଦିଏ ।
 
Line ୩୮ ⟶ ୪୧:
 
[[ଫାଇଲ:Archimedes-screw one-screw-threads with-ball 3D-view animated small.gif|thumb|left|ଆର୍କ୍‌ମିଡ଼ିସ୍‌ଙ୍କ ପେଞ୍ଚ ସହଜରେ ପାଣି ଉଠାଏ]]
 
==ଆଧାର==
{{ଆଧାର}}
 
==ଅଧିକ ତଥ୍ୟ==