ବିରଳା ମନ୍ଦିର, କୋଲକାତା
ବିରଳା ମନ୍ଦିର କୋଲକାତାର ଏକ ହିନ୍ଦୁ ମନ୍ଦିର ଯାହାକୁ ବାଲିଗଞ୍ଜର ଆଶୁତୋଷ ଚୌଧୁରୀ ଆଭେନ୍ୟୁରେ ଉଦ୍ୟୋଗପତି ବିରଳା ପରିବାର ତିଆରି କରେଇଥିଲେ ।[୧] ଏହି ମନ୍ଦିର ବିଷ୍ଣୁଙ୍କର ରାମ ଓ କୃଷ୍ଣ ଅବତାରକୁ ସମର୍ପିତ ହୋଇଛି । ସକାଳ ୫.୩୦ରୁ ୧୧ ଏ.ଏମ ଓ ସନ୍ଧ୍ୟା ୪.୩୦ରୁ ୯ ପି.ଏମ ପର୍ଯ୍ୟନ୍ତ ଖୋଲା ରହେ । କୃଷ୍ଣଙ୍କ ଜନ୍ମଦିନ ଜନ୍ମାଷ୍ଟମୀରେ ଦୂର ଦୁରାନ୍ତରୁ ଭକ୍ତମାନେ ଠାକୁରଙ୍କୁ ସମ୍ମାନ ଦେବାକୁ ଆସନ୍ତି ।
ବିରଳା ମନ୍ଦିର, କୋଲକାତା | |
---|---|
বিড়লা মন্দির | |
Religion | |
ଅନୁବନ୍ଧଗୁଡ଼ିକ | ହିନ୍ଦୁ ଧର୍ମ |
District | Kolkata |
ଦେବାଦେବୀ | Lakshminarayan[୧] |
Location | |
ସ୍ଥାନ | Kolkata |
State | ପଶ୍ଚିମ ବଙ୍ଗ |
Country | ଭାରତ |
ଭୌଗଳିକ ଅବସ୍ଥିତି | 22°31′50″N 88°21′54″E / 22.53056°N 88.36500°E |
Architecture | |
Type | Mandir |
Completed | 1970–1996[୧] |
ଇତିହାସ
ସମ୍ପାଦନାମନ୍ଦିର ତିଆରି ୧୯୭୦ ମସିହାରେ ଆରମ୍ଭ ହୋଇଥିଲା । ସମ୍ପୂର୍ଣ୍ଣ ଭାବେ ତିଆରି କରିବାକୁ ପ୍ରାୟ ୨୬ ବର୍ଷ ଲାଗିଥିଲା । ମନ୍ଦିର ତିଆରିର ପରିଚାଳନା ଭାର ସୋମପୁର ନେଇଥିଲେ ।[୨] ମନ୍ଦିରର ପ୍ରାଣ ପ୍ରତିଷ୍ଠା ୨୧ ଫେବୃୟାରୀ ୧୯୯୬ ଦିନ ସକାଳେ ସ୍ୱାମୀ ଚିଦାନନ୍ଦ ସରସ୍ୱତୀ କରିଥିଲେ । ସେହି ଦିନ ଡକ୍ଟର କରଣ ସିଂହ ଏହାର ଉନ୍ମୋଚନ କରିଥିଲେ ।
ସ୍ଥାନ
ସମ୍ପାଦନାକୋଲକାତାର ବାଲିଗଞ୍ଜରେ ଥିବା ଆଶୁତୋଷ ଆଭେନ୍ୟୁରେ ବିରଳା ମନ୍ଦିର ଅବସ୍ଥିତ । ଏହି ମନ୍ଦିରକୁ ଲକ୍ଷ୍ମୀ ନାରାୟଣ ମନ୍ଦିର ମଧ୍ୟ କୁହାଯାଏ । ବିରଳା ମନ୍ଦିର ପାଖରେ ମେଟ୍ରୋ ଷ୍ଟେସନ ଅଛି ଓ.ଭି.ଆଇ ପି ମେଟ୍ରୋ ଷ୍ଟେସନ ତିଆରି ହେଉଛି । ଏଠାରୁ କୋଲକାତା ଏୟାର ପୋର୍ଟ ୧୬ କିମି ଦୂର ଓ ସିଆଲଡା ଷ୍ଟେସନ ୫ କିମି ଦୂର । ଏହି ସବୁ ବ୍ୟତୀତ ଏଠାରେ ସର୍ବଦା ବସ, ଟ୍ରାମ ଓ ଟାକ୍ସି ଇତ୍ୟାଦି ଉପଲବ୍ଧ ହୁଏ ।
ମନ୍ଦିର
ସମ୍ପାଦନା- ମୂଖ୍ୟ ମନ୍ଦିରରେ କୃଷ୍ଣ ଓ ରାଧାଙ୍କର ବିଗ୍ରହ ଅଛି ।
- ମନ୍ଦିର ବାମ ପାର୍ଶ୍ୱରେ ଥିବା ଶିଖରରେ ହିନ୍ଦୁ ଦେବୀ ଦୂର୍ଗା ବା ଶୁକ୍ତିଙ୍କ ବିଗ୍ରହ ଅଛି ।
- ମନ୍ଦିରର ଡାହାଣ ପାଖରେ ଯୋଗମୁଦ୍ରାରେ ଥିବା ଶିବଙ୍କର ବିଗ୍ରହ ଅଛି ।
- ୪୪ କଠା ଜମି ଉପରେ ଧଳା ଶଙ୍ଖ ମର୍ମର ପ୍ରସ୍ତରରେ ନିର୍ମିତ ଏହି ମନ୍ଦିର ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର ଭଳି ଦୃଶ୍ୟମାନ ହୁଏ ।
ମନ୍ଦିରର ପ୍ରସ୍ତର ଗାତ୍ରରେ ରାଜସ୍ଥାନୀ ସ୍ଥାପତ୍ୟ କଳା ଅନୁସାରେ ଭଗବତ ଗୀତା ଖୋଦିତ ହୋଇଛି ।
ଏହା ମଧ୍ୟ ଦେଖନ୍ତୁ
ସମ୍ପାଦନାଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ India By Sarina Singh, Joe Bindloss, Paul Clammer, Janine Eberle p.451
- ↑ No deadline for these craftsmen Swati Mathur. TNN. December 6, 2012.