ବିବାହ (୨୦୦୬ର ହିନ୍ଦୀ କଥାଚିତ୍ର)
ବିବାହ ହେଉଛି ୨୦୦୬ ମସିହାରେ ମୁକ୍ତିଲାଭ କରିଥିବା ଏକ ପ୍ରେମ ପ୍ରସଙ୍ଗ ଯୁକ୍ତ ତଥା ସାମାଜିକ ସଂସ୍କାରଧର୍ମୀ ହିନ୍ଦୀ ଚଳଚ୍ଚିତ୍ର । ଚଳଚ୍ଚିତ୍ରର କାହାଣୀର ଲେଖକ ତଥା ଚିତ୍ରନାଟ୍ୟ ନିର୍ଦ୍ଦେଶକ ହେଉଛନ୍ତି ସୂରଜ ଆର୍ ବାରଜାତ୍ୟା ।[୧] ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ଅଭିନେତା ଶାହିଦ କପୁର ଏବଂ ଅଭିନେତ୍ରୀ ଅମୃତା ରାଓ । ଅମୃତା ରାଓଙ୍କ ସହ ଶାହିଦ କପୁରଙ୍କ ଏହା ଥିଲା ଚତୁର୍ଥ ଚଳଚ୍ଚିତ୍ର । ନଭେମ୍ବର ୧୦, ୨୦୦୬ରେ ମୁକ୍ତିଲାଭ କରିଥିବା ଏହି ଚଳଚ୍ଚିତ୍ରଟି ଅଦ୍ଭୁତପୂର୍ବ ବ୍ୟାବସାୟିକ ସଫଳତା ପାଇବା ସହ ୮. ୩ ମିଲିୟନ ଡଲାରରୁ ଅଧିକ ବ୍ୟବସାୟ କରିଥିଲା ।[୨] ଚଳଚ୍ଚିତ୍ରଟି ସିନେମା ସହିତ ଇଣ୍ଟରନେଟରେ ଏକାବେଳକେ ମୁକ୍ତିଲାଭ କରିଥିବା ପ୍ରଥମ ହିନ୍ଦୀ ଚଳଚ୍ଚିତ୍ର ଥିଲା । ଚଳଚ୍ଚିତ୍ରର ସଂଗୀତ ପରିଚାଳନା କରିଥିଲେ ରବିନ୍ଦ୍ର ଜୈନ । ଚଳଚ୍ଚିତ୍ରଟି ପରବର୍ତ୍ତୀ ସମୟରେ ତେଲୁଗୁ ଭାଷାରେ ରୂପାନ୍ତର ହୋଇ ପରିଣୟମ ନାମରେ ମୁକ୍ତିଲାଭ କରିଥିଲା ।
ବିବାହ | |
---|---|
ନିର୍ଦ୍ଦେଶକ | ସୂରଜ ଆର୍ ବାରଜାତ୍ୟା |
ସଂଳାପ | (କଥା): ସୂରଜ ଆର୍ ବାରଜାତ୍ୟା |
କଳାକାର | ଶାହିଦ କପୁର, ସୀମା ବିଶ୍ୱାସ, ଅମୃତା ରାଓ, ଅନୁପମ ଖେର, ଆଲୋକ ନାଥ |
ସଙ୍ଗୀତ | ରବିନ୍ଦ୍ର ଜୈନ |
ଦେଶ | ଭାରତ |
ଭାଷା | ହିନ୍ଦୀ |
କାହାଣୀ
ସମ୍ପାଦନାନାୟିକା ପୂନମ୍ (ଅମୃତା ରାଓ) ଜଣେ ମଧ୍ୟବିତ୍ତ ଘରର ଝିଅ । ବାପା ଓ ମାଆଙ୍କ ଦେହାନ୍ତ ପରେ ସେ କାକା କୃଷ୍ଣକାନ୍ତଙ୍କ(ଆଲୋକନାଥ ଅଭିନୀତ) ଘରେ ରହୁଥାଏ । କୃଷ୍ଣକାନ୍ତ ସିନା ପୂନମକୁ ପିତା ସମ ସ୍ନେହ ଦିଅନ୍ତି ହେଲେ କୃଷ୍ଣକାନ୍ତଙ୍କ ସ୍ତ୍ରୀ (ସୀମା ବିଶ୍ୱାସ ଅଭିନୀତ) ଏଥିରେ ଆଦୌ ଖୁସୀ ନ ଥାଅନ୍ତି । ଅସଲ କଥା ହେଉଛି, ତାଙ୍କ ନିଜ ଝିଅ ରଜନୀ ଦେଖିବାକୁ ଟିକିଏ ସାବର୍ଣ୍ଣା ତଥା ପୂନମ୍ ଭାଳି ସେତେ ସୁନ୍ଦରୀ ନ ଥିଲା । ପୂନମର ସୁନ୍ଦର ରୂପ ତଥା ଭଲ ବ୍ୟବହାର ପାଇଁ ସେ ସମସ୍ତଙ୍କର ପ୍ରିୟପାତ୍ର ହେଲେ ବି କୃଷ୍ଣକାନ୍ତଙ୍କ ସ୍ତ୍ରୀ ଇର୍ଷାପରାୟଣ ହୋଇ ତାକୁ ସହଜରେ ଗ୍ରହଣ କରିପାରେ ନାହିଁ ।
ପୂନମର ସୁଶୀଳ ବ୍ୟବହାର ତଥା ସରଳତାରେ ଭଗତ ଜୀ ( କୃଷ୍ଣକାନ୍ତଙ୍କ ବନ୍ଧୁ) ବିମୁଧ ହୁଅନ୍ତି ଏବଂ ନିଜ ପୁଅ ପ୍ରେମ (ଶାହିଦ) ପାଇଁ ବିବାହ ପ୍ରସ୍ତାବ ଦିଅନ୍ତି । ପ୍ରେମ କିନ୍ତୁ ନିଜର ଶିକ୍ଷା ତଥା କ୍ୟାରିଅର ମାମଲାରେ ବ୍ୟସ୍ତ ରହି ବିବାହ ପାଇଁ ସେତେଟା ଆଗ୍ରହ ପ୍ରକାଶ କରନ୍ତି ନାହିଁ । ହେଲେ ପିତାଙ୍କ ଇଚ୍ଛାକୁ ସମ୍ମାନ ଜଣାଇ ସେ ପୂନମ୍ ସହ ଥରେ ମିଶିବା ପାଇଁ ରାଜି ହେଲେ । ପ୍ରଥମ ଦେଖାରେ ହିଁ ଦିହେଁ ଦିହିଁଙ୍କ ପ୍ରତି ଆକର୍ଷିତ ହେଲେ ଏବଂ ଅନ୍ତତଃ ଛ' ମାସ ପରେ ବାହା ହେବାକୁ ରାଜି ହେଲେ । ଏଇ ଅବସରରେ କୃଷ୍ଣକାନ୍ତଙ୍କ ନିମନ୍ତ୍ରଣ କ୍ରମେ ଭଗତ ଜୀଙ୍କ ପରିବାର ସହ ଆତିଥ୍ୟ ଗ୍ରହଣ କରି ଉଭୟ ପରିବାର ପରସ୍ପରକୁ ଜାଣିବାର ସୂଯୋଗ ପାଆନ୍ତି ।
ଘଟଣା ଚକ୍ରରେ ବିବାହର ଠିକ ଦୁଇ ଦିନ ପୂର୍ବରୁ କୃଷ୍ଣକାନ୍ତଙ୍କ ଘରେ ନିଆଁ ଲାଗି ଦୁର୍ଘଟଣା ଘଟେ ଏବଂ ସେଥିରେ ପୂନମ ମୁହଁର କିଛି ଅଂଶ ପୋଡିଯାଏ ପୂନମ୍ ଆହତ ହୁଏ । କୃଷ୍ଣକାନ୍ତ କ'ଣ କରିବେ କିଛି ଭାବି ପାରନ୍ତି ନାହିଁ । ଭୟ ହୁଏ, ଏ ବିବାହ ହୁଏ ତ ଭାଙ୍ଗିଯିବ । ପୂନମର ଅପରେସନ୍ ପୂର୍ବରୁ ପୂନମ୍ ପ୍ରେମକୁ ଖବର ଦିଏ । ପ୍ରେମ ଶିଘ୍ର ପହଞ୍ଚି ପୂନମର ଉତ୍ତମ ଚିକିତ୍ସାର ବ୍ୟବସ୍ଥା କରେ । ପ୍ରେମ ତଥା ପ୍ରେମର ସଂପୂର୍ଣ୍ଣ ପରିବାର ଏଭଳି ଦୁଃସମୟରେ କୃଷ୍ଣକାନ୍ତଙ୍କୁ ସମବେଦନା ଜଣାନ୍ତି ଏବଂ ପୂନମର ଭଲ ହେବାଯାଏଁ ସମସ୍ତ ଦାଯୀତ୍ୱ ବହନ କରନ୍ତି । ଔପଚାରିକ ଭାବେ ନିର୍ଦ୍ଦିଷ୍ଟ ତାରିଖରେ ଉଭୟଙ୍କ ବାହା ସ୍ୱାସ୍ଥ୍ୟକେନ୍ଦ୍ରରେ ହୁଏ । ପୂନମର ସଫଳ ଅସ୍ତ୍ରୋପଚାର ପରେ ଦୁହେଁ ପରମ୍ପରାଗତ ବିବାହ କରି ଏକ ଆଦର୍ଶ ବିବାହ ତଥା ଏକ ଆଦର୍ଶ ଦମ୍ପତିର ଉଦାହରଣ ସୃଷ୍ଟି କରନ୍ତି ।[୩]
ଚରିତ୍ର
ସମ୍ପାଦନା- ଶାହିଦ କପୁର-- ପ୍ରେମ ଭୂମିକାରେ
- ଅମୃତା ରାଓ -- ପୂନମ୍ ଭୂମିକାରେ
- ଅନୁପମ ଖେର-- ହରିଶନ୍ଦ୍ର ଭୂମିକାରେ
- ଆଲୋକନାଥ -- କୃଷ୍ଣକାନ୍ତ ଭୂମିକାରେ
- ସୀମା ବିଶ୍ୱାସ -- କୃଷ୍ଣକାନ୍ତଙ୍କ ସ୍ତ୍ରୀ ଭୂମିକାରେ
- ସମିର ସୋନୀ -- ପ୍ରେମର ଭାଇ ଭୂମିକାରେ
- ମନୋଜ ଜୋଶୀ -- ଭଗତ ଜୀ ଭୂମିକାରେ
- ଅମୃତା ପ୍ରକାଶ -- ରଜନୀ ଭୂମିକାରେ
- ଅମୀୟ ପାଣ୍ଡ୍ୟା -- ରାହୁଲ ଭୂମିକାରେ
ଏହା ଛଡା ଅନ୍ୟାନ୍ୟ ଗୌଣ ଚରିତ୍ରରେ ଦିନେଶ ଲାମ୍ବା, ମୋହନୀଶ ବେହେଲ୍ ମଧ୍ୟ ଚଳଚ୍ଚିତ୍ରଟିରେ ଅଭିନୟ କରିଛନ୍ତି ।
କଣ୍ଠଶିଳ୍ପୀ
ସମ୍ପାଦନାଗୀତ | କଣ୍ଠଶିଳ୍ପୀ | ଅବଧୀ |
---|---|---|
ମୁଝେ ହକ୍ ହେ | ଉଦିତ ନାରାୟଣ, ଶ୍ରେୟା ଘୋଷାଲ | ୫ ମିନିଟ୍ ୦୨ ସେକେଣ୍ଡ |
ଦୋ ଅଞ୍ଜାନେ | ଉଦିତ ନାରାୟଣ, ଶ୍ରେୟା ଘୋଷାଲ | ୫ ମିନିଟ୍ ୦୨ ସେକେଣ୍ଡ |
ମିଲନ ଅଭି ଅଧା ଅଧୁରା | ଉଦିତ ନାରାୟଣ, ଶ୍ରେୟା ଘୋଷାଲ | ୫ ମିନିଟ୍ ୪୭ ସେକେଣ୍ଡ |
ହମାରୀ ଶାଦି ମେ | ବାବୁଲ ସୁପ୍ରିୟୋ, ଶ୍ରେୟା ଘୋଷାଲ | ୫ ମିନିଟ୍ ୧୭ ସେକେଣ୍ଡ |
ଓ ଜିଜି | ପାମେଲା ଜୈନ୍, ଶ୍ରେୟା ଘୋଷାଲ | ୭ ମିନିଟ୍ ୪୩ ସେକେଣ୍ଡ |
ତେରେ ଦ୍ୱାର ପେ ଆୟୀ ବାରାତ | ସୁଦେଶ ଭୋଂସଲେ | ୧ ମିନିଟ୍ ୨୧ ସେକେଣ୍ଡ |
ପୁରସ୍କାର ଓ ସମ୍ମାନ
ସମ୍ପାଦନାଚଳଚ୍ଚିତ୍ରରେ ଦକ୍ଷ ଅଭିନୟ ନିମନ୍ତେ ଉଭୟ ଶାହିଦ ଓ ଅମୃତା ଶ୍ରେଷ୍ଠ ଅଭିନେତା ଏବଂ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ସ୍କ୍ରୀନ ଆୱାଡ ପାଇଁ ମନୋନୀତ ହୋଇଥିଲେ ।
ଆଧାର
ସମ୍ପାଦନା- ↑ "Bade Bhaiyya' is not my new movie title: Sooraj Barjatya". Retrieved 16 May 2018.
- ↑ "Vivah". Archived from the original on 24 December 2017. Retrieved 16 May 2018.
{{cite web}}
: CS1 maint: bot: original URL status unknown (link) - ↑ "Vivah Review". Retrieved 16 May 2018.
ବାହାର ଆଧାର
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ବିବାହ