ବିପିନ ବିହାରୀ ମିଶ୍ର
ଖବରକାଗଜ ସ୍ତମ୍ଭକାର, ସାହିତ୍ୟିକ ଓ ପୂର୍ବତନ ପୁଲିସ ଅଧିକାରୀ,
ବିପିନ ବିହାରୀ ମିଶ୍ର (ଜନ୍ମ ୨୯ ଜୁନ ୧୯୨୯), ଜଣେ ଅବସରପ୍ରାପ୍ତ ଭାରତୀୟ ପୁଲିସ ସେବା ଅଧିକାରୀ, ଖବରକାଗଜ ସ୍ତମ୍ଭକାର ଓ ସାହିତ୍ୟିକ ।
ବିପିନ ବିହାରୀ ମିଶ୍ର | |
---|---|
ଜନ୍ମ | ତାଳଚେର, ଅନୁଗୋଳ ଜିଲ୍ଲା | ୨୯ ଜୁନ ୧୯୨୯
ଜାତୀୟତା | ଭାରତୀୟ |
ଶିକ୍ଷା | ଏମଏ, ଏଲଏଲବି |
ବୃତ୍ତି | ଭାରତୀୟ ପୁଲିସ ସେବା ଅଧିକାରୀ |
ଉଲ୍ଲେଖନୀୟ କୃତି | ସହରର ଉପକଣ୍ଠେ, |
ବୈବାହିକ-ସାଥୀ | ଜ୍ୟୋତ୍ସ୍ନାମୟୀ ମିଶ୍ର |
ପିତାମାତା(s) | ବିଶ୍ୱମୋହନ ମିଶ୍ର ସୌଭାଗିନୀ ଦେବୀ |
ସମ୍ପର୍କୀୟ | ଶରତ ଚନ୍ଦ୍ର ମିଶ୍ର (ବଡ଼ଭାଇ) ପ୍ୟାରୀମୋହନ ମହାପାତ୍ର (ମାଉସୀପୁଅ ଭାଇ)[୧] |
ପୁରସ୍କାର | କେନ୍ଦ୍ର ସାହିତ୍ୟ ଏକାଡେମୀ (ଅନୁବାଦ) ପୁରସ୍କାର, ୨୦୦୭, ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୯୪ |
ଜୀବନୀ
ସମ୍ପାଦନାବିପିନ ବିହାରୀ ମିଶ୍ର ୧୯୪୫ ମସିହା ଜୁନ ମାସ ୨୯ତାରିଖ ଦିନ ଜନ୍ମ ଗ୍ରହଣ କରିଥିଲେ ।[୨] ସେ ୧୯୬୭ ମସିହାରେ ଭାରତୀୟ ପୁଲିସ ସେବା ଅଧିକାରୀ ଭାବେ କାର୍ଯ୍ୟାରମ୍ଭ କରିଥିଲେ ।[୩] କାର୍ଯ୍ୟକ୍ଷେତ୍ରରେ ଦକ୍ଷତା ନିମନ୍ତେ ବିପିନ ବିହାରୀଙ୍କୁ ୧୯୮୬ ଓ ୧୯୯୫ ମସିହାରେ ରାଷ୍ଟ୍ରପତିଙ୍କ ପଦକ ଓ ୧୯୯୭ରେ ରାଜ୍ୟପାଳଙ୍କ ପଦକ ପ୍ରଦାନ କରାଯାଇଥିଲା । ସେ ୩୧ ଜୁଲାଇ ୨୦୦୪ଠାରୁ ୩୦ ଜୁନ ୨୦୦୫ ପର୍ଯ୍ୟନ୍ତ ଓଡ଼ିଶାର ପୁଲିସ ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ ।
ରଚନାବଳୀ
ସମ୍ପାଦନାବିପିନ ବିହାରୀ ୩୪ଟିରୁ ଅଧିକ ବହି ଲେଖିସାରିଛନ୍ତି ।[୪][୫]
ଗଳ୍ପ
- ତିର୍ଯ୍ୟକ ଦୃଷ୍ଟି, ରମ୍ୟରଚନା ୧୯୮୨
- ଶପଥ ସାନ୍ତାଳର, ଆଦିବାସୀଭିତ୍ତିକ ଗଳ୍ପ ୧୯୮୩,
- ଦାରୋଗା ସାହିତ୍ୟିକ, ଗଳ୍ପ ୧୯୮୪
- ମନର ମୁକୁର, ଗଳ୍ପ ୧୯୮୫
- ଗୋମତୀର ଶେଷ ହସ, ୧୯୯୪
- ଅସମ୍ପୂର୍ଣ୍ଣ ଝଙ୍କାର, ୧୯୯୪
- ବହୁଦିନ ପରେ, ୧୯୯୫
- ଜନ୍ମ ମୃତ୍ୟୁ ଓ ଅନ୍ୟ ଗଳ୍ପ, ୧୯୯୬
- ହସର ଗୋଧୁଳି, ବ୍ୟଙ୍ଗ ଗଳ୍ପ ୧୯୯୬
- ଧୁଳି ଜମିଥିବା ବହିଟିଏ, ୧୯୯୭
- ମୃତ୍ୟୁ ଶଯ୍ୟାରେ ମାନଚିତ୍ର, ୨୦୦୦
- ବିପିନ ମିଶ୍ରଙ୍କର କଥା ଓ କାହାଣୀ, ୨୦୦୧
- ଅନ୍ୟ ଏକ କୁରୁକ୍ଷେତ୍ର, ୨୦୦୨
- ମାନବିକତାର ଭିନ୍ନସ୍ୱର ୨୦୧୫
- ଚାଣକ୍ୟଙ୍କ ରାଷ୍ଟ୍ରନୀତି, ୨୦୨୩
- ମନ ମାଟି ଓ ମଣିଷ ୨୦୧୨
- କାୟା ପ୍ରବେଶ ୨୦୦୭
- ଅଲିଭା ପାଦଚିହ୍ନ
- ବେଶୀ ଦୂର ନୁହେଁ ଆକାଶ ୨୦୦୬
- ଗାଁର ନାଁ ସୁଜନପୁର
- ବିପିନ ବିହାରୀ ମିଶ୍ରଙ୍କ ଶ୍ରେଷ୍ଠ ଗଳ୍ପ ୨୦୦୫
- ତୋ' ଲାଗି ଗୋପଦାଣ୍ଡ ୨୦୧୧
ଉପନ୍ୟାସ
- ସୁନନ୍ଦାର ଡାଏରୀ, ୧୯୯୫
- ସହରର ଉପକଣ୍ଠେ ୧୯୯୩
- ବିଷୁବରେଖା ୨୦୦୮
- ଦିଗନ୍ତର ପଥେ, ୧୯୯୮
- କଥା ସେକାଳର, ୧୯୯୮
- କଥା ଏକାଳର, ୨୦୦୧
ପ୍ରବନ୍ଧ/ଆତ୍ମଜୀବନୀ
- ଆଇନ କାନୁନ ୧୯୯୯
- ବିଗତ ସହସ୍ରାବ୍ଦୀ ୨୦୦୪
- ଐତିହାସିକ ରାୟ (ଜଗନ୍ନାଥ ରଥ ପବ୍ଲିକେଶନ)
- ମାତୃ ଗର୍ଭରୁ ଶ୍ମଶାନ ପର୍ଯ୍ୟନ୍ତ ୨୦୧୩
- ଜୀବନର ରଫଖାତା, ଆତ୍ମଜୀବନୀ ୨୦୧୭
- ସମୟର ସା.. ରେ.. ଗା.. ମା..(ସ୍ତମ୍ବ) ୧୯୯୬
- ଭିନ୍ନ କଥା ଭିନ୍ନ ମତ, ୨୦୧୭[୬]
ଶିଶୁ ସାହିତ୍ୟ
- ଗର୍ବରୁ ପରାଭବ, ୧୯୯୬
- ବିଚିତ୍ର ଜୀବଜନ୍ତୁ (୪ ଖଣ୍ଡ), ୧୯୯୬
- ବିଚିତ୍ର ଜୀବ-ଜଗତ (ପ୍ରଥମ ଖଣ୍ଡ), ୧୯୯୬
- ବିଚିତ୍ର ଜୀବଜଗତ (ପଶୁ ଗଳ୍ପ), ୧୯୯୯
- ପୁପୁ, ଇନିଙ୍କ ଚିଠି ୨୦୦୫
- ଓଡ଼ିଶାର ଲୋକକଥା
- ସୂର୍ଯ୍ୟ ଓ ପୃଥିବୀ
- ଆମେ ଭାରତୀୟ ଭାଇ ଭଉଣୀ
ଅନୁବାଦ
ସମ୍ପାଦନା- ଅନ୍ତର୍ଯାତ୍ରା, ୨୦୦୨ (ମୂଳ ରଚନା: ଧର୍ମବୀର ଭାରତୀଙ୍କ ହିନ୍ଦୀ ନାଟକ 'ଅନ୍ଧା ୟୁଗ')
- ତୁମେ ବି ଜିତିପାର, ୨୦୦୨ (ମୂଳ ରଚନା: ଶିବ ଖେରାଙ୍କ 'You Can Win')
- ଧୂଆଁ ଓ ଅନ୍ୟାନ୍ୟ ଗଳ୍ପ (ମୂଳ ରଚନା: ଗୁଲଜାର୍)
- ଅନ୍ନଦା, ୨୦୦୦ (ମୂଳ ଭାଷା: ହିନ୍ଦୀ)
ସମ୍ମାନ ଓ ପୁରସ୍କାର
ସମ୍ପାଦନା- କେନ୍ଦ୍ର ସାହିତ୍ୟ ଏକାଡେମୀ (ଅନୁବାଦ) ପୁରସ୍କାର, ୨୦୦୭ [୭]
- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୯୪ (ସହରର ଉପକଣ୍ଠେ)[୮]
- ସାରଳା ସାହିତ୍ୟ ସମ୍ମାନ, ୨୦୦୪[୯] (ସାରଳା ସାହିତ୍ୟ ସଂସଦଦ୍ୱାରା ପ୍ରଦତ୍ତ)
- ଜନପ୍ରିୟ ବିଜ୍ଞାନ ଲେଖକ ପୁରସ୍କାର, ୨୦୦୦[୧୦] (ଓଡ଼ିଶା ବିଜ୍ଞାନ ଏକାଡେମୀ)
- ବିଷୁବ ସମ୍ମାନ, ୧୯୯୭
- ବର୍ଷର ଶ୍ରେଷ୍ଠ ବହି, (ମୃତ୍ୟୁ ଶଯ୍ୟାରେ ମାନଚିତ୍ର), ୨୦୦୦ (ରାଜଧାନୀ ପୁସ୍ତକମେଳା )
- ପ୍ରଜାପତି ପୁରସ୍କାର, ୧୯୯୭
- ବର୍ତ୍ତିକା ପୁରସ୍କାର, ୧୯୯୭
- କବିଶେଖର ଚିନ୍ତାମଣି ସମ୍ମାନ, ୧୯୯୭
- ଶ୍ରେଷ୍ଠ ଗଳ୍ପ ଲେଖକ, ୧୯୮୬ (ଫଲଗୁ ସାହିତ୍ୟ ସଂସଦ, ବ୍ରହ୍ମପୁର)
- ଶ୍ରେଷ୍ଠ ଗଳ୍ପ ଲେଖକ, ୧୯୮୪ (ଧରିତ୍ରୀ, ଭୁବନେଶ୍ୱର)
- ଶ୍ରେଷ୍ଠ ପ୍ରାବନ୍ଧିକ, ୧୯୮୩ (ଦୈନିକ ଆଶା, ବ୍ରହ୍ମପୁର)
ଆଧାର
ସମ୍ପାଦନା- ↑ ପଣ୍ଡା, ହରିହର. "ଦୁର୍ବଳ ଗୁଇନ୍ଦା ବ୍ୟବ୍ୱସ୍ଥା ଯୋଗୁ ଆଇନଶୃଙ୍ଖଳା ବ୍ୟାହତ ହେଉଛି". ନିତିଦିନ. Archived from the original on 2016-10-11. Retrieved 17 September 2016.
- ↑ "CAT-Members-Cuttack Bench-Sh. Bipin Bihari Mishra". Central Administrative Tribunal (CAT). Retrieved 30 June 2016.
- ↑ "Orissa DGP eyes new chapter". The Telegraph, Calcutta. Retrieved 30 June 2016.
- ↑ "Orissa top cops turn over new leaf in writing". The Indian Express. Retrieved 30 June 2016.
- ↑ "books of Bipin Bihari Mishra". ଓଡ଼ିଶା ଇ ଷ୍ଟୋର. Retrieved 30 June 2016.
- ↑ "ବହିଘର". ପ୍ରମେୟ. Retrieved 22 April 2017.[permanent dead link]
- ↑ "ଏକାଡେମୀ ଅନୁବାଦ ପୁରସ୍କାର". ସାହିତ୍ୟ ଏକାଡେମୀ. Retrieved 30 June 2016.
- ↑ "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପୁରସ୍କୃତ ଲେଖକ ଓ ପୁସ୍ତକ". ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର. Retrieved 30 June 2016.
- ↑ "Sarala Samman". Sarala Sahitya Sansad. Archived from the original on 20 December 2016. Retrieved 30 June 2016.
- ↑ "ପ୍ରାଣକୃଷ୍ଣ ପରିଜା ଜନପ୍ରିୟ ବିଜ୍ଞାନ ପୁରସ୍କାର". ଓଡ଼ିଶା ବିଜ୍ଞାନ ଏକାଡେମୀ. Archived from the original on 6 July 2017. Retrieved 30 June 2016.