ବିନିମେଟିନିବ

ମେଲାନୋମା ରୋଗ ଚିକିତ୍ସାରେ ଦିଆଯାଏ ।

ବିନିମେଟିନିବ, ଏକ ବେପାର ନାମ ମେକଟୋଭି, ଏକ ଔଷଧ ଯାହା ମେଲାନୋମା ରପଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । [୧] ନିର୍ଦ୍ଦିଷ୍ଟ ଭାବରେ ଏହା ଏନକୋରାଫେନିବ୍ ସହିତ ବ୍ୟବହୃତ ହୁଏ ଯାହା ବିଆରଏଏଫ ପଜିଟିଭ୍ ଏବଂ ଅସ୍ତ୍ରୋପଚାରଦ୍ୱାରା ଅପସାରଣ କରାଯାଇପାରିବ ନାହିଁ । [୨] ଏହା ପାଟିରେ ଦିଆଯାଏ । [୩]

ବିନିମେଟିନିବ
Clinical data
Trade namesMektovi
SynonymsMEK162, ARRY-162, ARRY-438162
AHFS/Drugs.commonograph
MedlinePlusa618041
data
Legal status
Legal status
Identifiers
  • 5-((4-bromo-2-fluorophenyl)amino)-4-fluoro-N-(2-hydroxyethoxy)-1-methyl-1H-benzo[d]imidazole-6-carboxamide
ECHA InfoCard100.167.617 Edit this at Wikidata
Chemical and physical data
FormulaC17H15BrF2N4O3
Molar mass୪୪୧.୨୩ g·mol−1
3D model (JSmol)
  • CN1C=NC2=C1C=C(C(=C2F)NC3=C(C=C(C=C3)Br)F)C(=O)NOCCO
  • InChI=1S/C17H15BrF2N4O3/c1-24-8-21-16-13(24)7-10(17(26)23-27-5-4-25)15(14(16)20)22-12-3-2-9(18)6-11(12)19/h2-3,6-8,22,25H,4-5H2,1H3,(H,23,26)
  • Key:ACWZRVQXLIRSDF-UHFFFAOYSA-N

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଥକ୍କାପଣ, ବାନ୍ତି, ତରଳ ଝାଡ଼ା ଏବଂ ପେଟ ଯନ୍ତ୍ରଣା ହୋଇପାରେ । [୪] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ କାର୍ଡ଼ିଓମାୟୋପାଥି, ରକ୍ତ ଜମାଟ ବାନ୍ଧିବା, ଆଖି ସମସ୍ୟା, ଫୁସଫୁସ ରୋଗ, ଯକୃତ ସମସ୍ୟା, ରାବଡୋମାୟୋଲାଇସିସ ଏବଂ ରକ୍ତସ୍ରାବ ଅନ୍ତର୍ଭୁକ୍ତ ହୋଇପାରେ । [୫] ଗର୍ଭାବସ୍ଥାରେ ବ୍ୟବହାର ଶିଶୁର କ୍ଷତି କରିପାରେ ।[୫] ଏହା ଏମଇକେ (MEK)କୁ ଅବରୋଧ କରିବାଦ୍ୱାରା ବିଆରଏଫ ସକ୍ରିୟତାକୁ ରୋକିଥାଏ, ଯାହାଦ୍ୱାରା କର୍କଟ ବୃଦ୍ଧିକୁ ମନ୍ଥର କରିଥାଏ । [୧]

୨୦୧୮ ମସିହାରେ ଯୁକ୍ତରାଷ୍ଟ୍ର ଏବଂ ୟୁରୋପରେ ଏହି ଔଷଧ ବ୍ୟବହାର ଅନୁମୋଦିତ ହୋଇଥିଲା [୧] [୪] ଯୁକ୍ତରାଷ୍ଟ୍ରରେ ଏହାର ୪ ସପ୍ତାହ ଚିକିତ୍ସାର ମୂଲ୍ୟ ୧୨,୮୦୦ ଡଲାର ଥିଲା ।[୬]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ "Mektovi". Archived from the original on 6 October 2021. Retrieved 10 January 2022.
  2. "Mektovi". Archived from the original on 6 October 2021. Retrieved 10 January 2022.
  3. BNF 81: March-September 2021. BMJ Group and the Pharmaceutical Press. 2021. p. 1014. ISBN 978-0857114105.
  4. ୪.୦ ୪.୧ "DailyMed - MEKTOVI- binimetinib tablet, film coated". dailymed.nlm.nih.gov. Archived from the original on 6 April 2021. Retrieved 10 January 2022.
  5. ୫.୦ ୫.୧ "DailyMed - MEKTOVI- binimetinib tablet, film coated". dailymed.nlm.nih.gov. Archived from the original on 6 April 2021. Retrieved 10 January 2022.
  6. "Mektovi Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 22 January 2021. Retrieved 10 January 2022.