ବିଜୟ ବିଶ୍ୱାଳ

ଓଡ଼ିଆ ଚିତ୍ରଶିଳ୍ପୀ

ବିଜୟାନନ୍ଦ ବିଶ୍ୱାଳ (ଜନ୍ମ: ୧୬ ମଇ ୧୯୬୪) ଜଣେ ଭାରତୀୟ ଚିତ୍ରକର, ଯିଏକି ବିଜୟ ବିଶ୍ୱାଳ ନାମରେ ଜଣାଶୁଣା । ସେ ନାଗପୁରରେ ଭାରତୀୟ ରେଳବାଇର ଜଣେ ମୁଖ୍ୟ ଟିକେଟ ନିରୀକ୍ଷକ ଭାବରେ କାର୍ଯ୍ୟ କରୁଥିଲେ ।[୧] ଚିତ୍ରକଳା ଜାରି ରଖିବା ପାଇଁ ସେ ସ୍ବେଚ୍ଛାକୃତ ଭାବେ ଭାରତୀୟ ରେଳରୁ ଅବସର ନେଇଥିଲେ ।[୨]

ବିଜୟ ବିଶ୍ୱାଳ
Bijay Biswaal
ଜନ୍ମ
ବିଜୟାନନ୍ଦ ବିଶ୍ୱାଳ

(1964-05-16) ୧୬ ମଇ ୧୯୬୪ (ବୟସ ୫୯)
ଜାତୀୟତାଭାରତୀୟ
ବୃତ୍ତିଚିତ୍ରକର
ୱେବସାଇଟhttps://www.biswaal.in

ଜନ୍ମ ସମ୍ପାଦନା

୧୯୬୪ ମସିହାର ମଇ ୧୬ ତାରିଖରେ ସେ ଅନୁଗୋଳ ଜିଲ୍ଲାର ପାଲଲହଡ଼ାଠାରେ ଜନ୍ମଗ୍ରହଣ କରିଥିଲେ ।[୨]

ପେଷା ସମ୍ପାଦନା

ସେ ରେଳ ବିଭାଗରେ ଚାକିରୀ କରିବାବେଳେ ଫାଙ୍କା ସମୟରେ କାଜଗ କଲମରେ ଚିତ୍ର ଆଙ୍କୁଥିଲେ । ସେ ମୁଖ୍ୟତଃ ୱାଟର୍ କଲର୍ ପେଣ୍ଟିଂ କରନ୍ତି । ତାଙ୍କର ଚିତ୍ରଗୁଡ଼ିକ ପ୍ରାୟତଃ ଭାରତର ଗ୍ରାମୀଣ ଜୀବନ ଉପରେ ଆଧାରିତ ।

ପୁରସ୍କାର ଓ ସମ୍ମାନ ସମ୍ପାଦନା

୨୦୦୮ ମସିହରେ ଓ ଟିଭିଦ୍ୱାରା ଆୟୋଜିତ ଏକ ଚିତ୍ରାଙ୍କନ ପ୍ରତିଯୋଗିତରେ ସେ ମହାପ୍ରଭୁ ଜଗନ୍ନାଥଙ୍କର ଏକ ୱାଟର୍ କଲର୍ ପେଣ୍ଟିଂ କରି ପ୍ରଥମ ହୋଇଥିଲେ । ତାଙ୍କ ଚିତ୍ରକଳା କାର୍ଯ୍ୟ ପାଇଁ ଓଡ଼ିଶା ସରକାରଙ୍କଦ୍ୱାରା ସେ ସମ୍ମାନିତ ହୋଇଛନ୍ତି । ସେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅନେକ ଚିତ୍ର ରେଳଗାଡ଼ି ସହିତ ଆଙ୍କିଥିଲେ, ଫଳରେ ତାଙ୍କୁ ମନ କି ବାତ କାର୍ଯ୍ୟକ୍ରମରେ ମୋଦୀ ପ୍ରଶଂସା କରିଥିଲେ ।[୩]

ଆଧାର ସମ୍ପାଦନା

  1. "Bijay Biswal, a ticket examiner-cum-artist". The Indian Express (in ଆମେରିକୀୟ ଇଂରାଜୀ). 2016-11-02. Retrieved 2017-05-19.
  2. ୨.୦ ୨.୧ "Celebrity artist Biswaal takes VRS from rlys, to take art to grassroots - Times of India". The Times of India. Retrieved 2017-05-19.
  3. "Track and Field". The Indian Express (in ଆମେରିକୀୟ ଇଂରାଜୀ). 2016-09-06. Retrieved 2017-05-19.

ବାହାର ଆଧାର ସମ୍ପାଦନା