[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ବିଚୋଲିମ
ବିଚୋଲିମ or डिचोली
city
Arvalem Caves
Arvalem Caves
Country India
StateGoa
DistrictNorth Goa
Elevation
22 m (72 ft)
Population
 (2001)
 • Total୧୪,୯୧୩
Languages
Time zoneUTC+5:30 (IST)
ଯାନବାହାନ ପଞ୍ଚୀକରଣGA
Websitegoa.gov.in

ବିଚୋଲିମ ବା ଦିଚୋଲି , pronounced (IPA: [ɖicoːlĩː]) ଭାରତୀୟ ରାଜ୍ୟ ଗୋଆର ଉତ୍ତର ଗୋଆ  ର ଏହା ମୁନିସିପାଳ  ସହର । ଏହା କନସେଲହୋ ଜିଲ୍ଲାର ମୁଖ୍ୟାଳୟ । ଏହି ଅଞ୍ଚଳ ବହୁ ପରେ ଗୋଆ ସଙ୍ଗେ ସମ୍ମିଳିତ ହେଇଥିଲା । ଏହା ରାଜ୍ୟର ରାଜଧାନୀ ସହର ପାଞ୍ଜିମଠାରୁ 30 କିଲୋମିଟର ଦୂରରେ ଅବସ୍ଥିତ । 

ଇତିହାସ  ସମ୍ପାଦନା

ଏହି ସହରର କିଛି ଅଂଶ ପ୍ରାଚୀନ ସବନ୍ତବାଦୀ ରାଜ୍ୟର ଅଂଶ ହେଇ 18 ଶ ଶତାବ୍ଦୀ ପର୍ଯ୍ୟନ୍ତ ଥିଲା । କିନ୍ତୁ ଏହାର ମୁଖ୍ୟ ଅଞ୍ଚଳ ସ୍ୱାଧୀନ ଭାବରେ ରହିଥିଲା । ଏହାକୁ ପର୍ତୁଗୀଜମାନେ 18 ଶ ଶତାବ୍ଦୀରେ ଅଧିକାର କରିନେଇଥିଲେ । 

ଭୌଗୋଳିକ ଅବସ୍ଥିତି  ସମ୍ପାଦନା

ବିଚୋଲିମର ଭୌଗୋଳିକ ଅବସ୍ଥିତି [୧]15.60°N 73.95°E.ଠାରେ ଓ ଏହା ସମୁଦ୍ରପତ୍ତନଠାରୁ 72 ଫୁଟ ଉପରେ ରହିଛି । 

ଜନସଂଖ୍ୟା  ସମ୍ପାଦନା

 2011 ମସିହା ଜନଗଣନା ସମୟରେ ବିଚୋଲିମର ଜନସଂଖ୍ୟା 16,986 ଥିଲା । ଏଠି ମଧ୍ୟରୁ ପୁରୁଷ ସଂଖ୍ୟା 52 % ଥିବା ବେଳେ ମହିଳା ସଂଖ୍ୟା 48 % ଥିଲା । 6 ବର୍ଷରୁ କମ ସଂଖ୍ୟା 10 % ଥିବା ବେଳେ ସମୁଦାୟ ସାକ୍ଷ୍ୟରତା ହାର 82 % , ଯାହା ଜାତୀୟ ହାରଠାରୁ ଢେର ଅଧିକ । 

ଅର୍ଥନୈତିକ ସ୍ଥିତି  ସମ୍ପାଦନା

ଏହ ଏକ ଖଣି ଅଞ୍ଚଳ । ଏଠାରେ ଅନେକ ଅଧିବାସୀ ଖଣି ଉପରେ ଜୀବିକା ପାଇଁ ନିର୍ଭରଶୀଳ । ସୌଜା ମିନାରାଲଦ୍ୱାରା ଲୌହ ପଥର ଉନ୍ନମୋଚନ କର ଯାଏ ଓ ତାହା ବର୍ତ୍ତମାନ ଶେଷା କମ୍ପାନୀଦ୍ୱାରା ଅଧିଗ୍ରହଣ କରା ଯାଇଛି । 

ମଏମ ହ୍ରଦ  ସମ୍ପାଦନା

ଏଠାରେ ପ୍ରକୃତିର ସୁନ୍ଦର ରୂପ ଦେଖିବାକୁ ମିଳିଥାଏ । ଅନେକ ସଂଖ୍ୟାରେ ହ୍ରଦ ରହିଛି । ଏଠି ମଧ୍ୟରୁ ମଏମ ହ୍ରଦ ଏକ ପର୍ଯ୍ୟଟକ ଆକର୍ଷଣ । ଏହା ପାହାଡୀ ଅଞ୍ଚଳରେ ଅବସ୍ଥିତ ଓ ଏହାର ନିକଟରେ ସବୁଜ ଅରଣ୍ୟ ରହିଛି । ଏଠାରେ ଗୋଆ ସରକାରଙ୍କ ପର୍ଯ୍ୟଟକ ବିଭାଗ ତରଫରୁ ବୋଟିଙ୍ଗ ପାଇଁ ବ୍ୟବସ୍ଥା ରଖା  ଯାଇଛି । 

ବିଚୋଲିମ ଶିଳ୍ପାଞ୍ଚଳ  ସମ୍ପାଦନା

ଗୋଆ ସରକାରଙ୍କ ଶିଳ୍ପ ଉନ୍ନୟନ ବିଭାଗ ତରଫରୁ ଏଠାରେ ଏକ ଶିଳ୍ପାଞ୍ଚଳ ଖୋଲା ଯାଇ 50ଟି କ୍ଷୁଦ୍ର ଶିଳ୍ପ ପାଇଁ ବ୍ୟବସ୍ଥା ରଖା ଯାଇଛି । ଚୀନାମାଟିର ପାତ୍ର , ରିଲିଙ୍ଗ ମିଲ , ବସର ବଡି ନିର୍ମାଣ ଆଦି ଏଠାରେ ହୁଏ । 

ଜୈନ ଧର୍ମ  ସମ୍ପାଦନା

କୁଦାନମ ଗ୍ରାମରେ ଏକ 10 ମ ଶତାବ୍ଦୀ  ର ଜୈନ ମନ୍ଦିର ରହିଛି । ଏଠାରେ ତିରଥଙ୍କର ଜୈନଙ୍କ ଭଗ୍ନ ପ୍ରତିମୂର୍ତି ମଧ୍ୟ ଉଦ୍ଧାର ହେଇଥିଲା । [୨]

ମନ୍ଦୋବୀ ନଦୀ ତଟରେ ତିରଥଙ୍କର ଜୈନଙ୍କ ମୂର୍ତି ମିଳିଥିଲା ।ଏହା ଛଡା ହିନ୍ଦୋଲେୱାଡା ଅଞ୍ଚଳରେ ମଧ୍ୟ ଜୈନ ମୂର୍ତି ବାହାରିଥିଲା ।  


ଟୀକା  ସମ୍ପାଦନା

ଆଧାର  ସମ୍ପାଦନା

  • Kerkar, Rajendra; TNN (31 October 2014), Jain heritage dwindles as govt sits pretty, The Times of India