ବିଚିତ୍ରାନନ୍ଦ ସାହୁ

ଭାରତୀୟ ଓଡ଼ିଆ-ଭାଷୀ ଲେଖକ

ବିଚିତ୍ରାନନ୍ଦ ସାହୁ ଜଣେ ଓଡ଼ିଆ ନାଟ୍ୟକାର, ନିର୍ଦ୍ଦେଶକ ଓ ନାଟ୍ୟାଭିନେତା। ତାଙ୍କ ରଚିତ ଯାତ୍ରା ନାଟକ ମଧ୍ୟରେ ନାଟକ କିଏ ଯୋଡ଼ିଦେବ ଭଙ୍ଗା ଚୁଡ଼ିକୁ ନିୟତି ଗଣନାଟ୍ୟରେ ୧୪ ବର୍ଷ ଧରି ମଞ୍ଚସ୍ଥ କରିଥିଲା।

ବିଚିତ୍ରାନନ୍ଦ ସାହୁ
ଜନ୍ମ
ଜାତୀୟତାଭାରତୀୟ
ବୃତ୍ତିନାଟ୍ୟକାର (ଯାତ୍ରା)
ସକ୍ରିୟ ବର୍ଷ୧୯୭୯ରୁ ଏପର୍ଯ୍ୟନ୍ତ

ସଂକ୍ଷିପ୍ତ ଜୀବନୀ

ସମ୍ପାଦନା

ବିଚିତ୍ରାନନ୍ଦ ଭୁବନେଶ୍ୱର ଅନ୍ତର୍ଗତ ଲକ୍ଷ୍ମୀସାଗର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ହାଇସ୍କୁଲରେ ପଢ଼ିବାବେଳେ ସେ ପ୍ରଥମେ ଅଭିନୟ ଆରମ୍ଭ କରିଥିଲେ। ୧୯୭୯ରେ ନିଜ ଗାଁରେ ଯବାନ୍ କ୍ଲବ୍ ନାମରେ ଏକ ସାଂସ୍କୃତିକ ଅନୁଷ୍ଠାନ ଗଢ଼ିଥିଲେ । ଏହି କ୍ଲବ୍ ଆନୁକୁଲ୍ୟରେ ସେ ପ୍ରାୟ ୧୫ଟି ନାଟକରେ ଅଭିନୟ କରିଥିଲେ । ପରେ ସେ ନିଜ କର୍ମସ୍ଥଳୀ ସର୍ଭେ ଅଫ୍ ଇଣ୍ଡିଆର ମନୋରଞ୍ଜନ କ୍ଲବ୍ ପାଇଁ ନାଟକ ଲେଖିବା ସହିତ ନିର୍ଦ୍ଦେଶନା ଦେଇଥିଲେ । ପରବର୍ତ୍ତୀ ସମୟରେ ସେ ଓଡ଼ିଆ ଯାତ୍ରା ଜଗତର ଅନ୍ୟତମ କୁଶଳୀ ନାଟ୍ୟକାର, ନିର୍ଦ୍ଦେଶକ ଓ ଅଭିନେତା ଭାବେ ସୁନାମ ଅର୍ଜିଥିଲେ । ସେ ୧୫୦ରୁ ଉର୍ଦ୍ଧ୍ୱ ନାଟକ ଲେଖିଛନ୍ତି ଯେଉଁଥିରୁ ସେ ୫୦ରୁ ଅଧିକ ନାଟକ ତାଙ୍କ ନିର୍ଦ୍ଦେଶନାରେ ମଞ୍ଚସ୍ଥ । ସେ କୋଣାର୍କ ଗଣନାଟ୍ୟ, ନିୟତି ଗଣନାଟ୍ୟ, ତାରପୁର ଅପେରା, ସୋନାଲି ଗଣନାଟ୍ୟ, ଠାକୁରାଣୀ କଳାକୁଞ୍ଜ, ଉତ୍ତରକୂଳ, ବାଣେଶ୍ୱରୀ, ଦୁର୍ଗାଶ୍ରୀ, ରାଜଶ୍ରୀ, କଳିଙ୍ଗ, ଧଉଳି, ରାଜଧାନୀ ଅପେରା, ଯାତ୍ରା ଦର୍ଶକ ମହଲ, ଗଙ୍ଗୋତ୍ରୀ, ନିର୍ମାଲ୍ୟ ଗଣନାଟ୍ୟ, ରୁକ୍ମିଣୀ ଗଣନାଟ୍ୟ, ଶ୍ରୀକ୍ଷେତ୍ର, ଗୌରୀ, ତ୍ରିନାଥ, ତ୍ରିବେଣୀ, ପାର୍ବତୀ, ଇଷ୍ଟର୍ଣ୍ଣ ଅପେରା ଆଦି ଯାତ୍ରା ଦଳ ପାଇଁ ନାଟକ ରଚନା କରିଥିଲେ ।[]

ରଚିତ ନାଟକ

ସମ୍ପାଦନା
  • କାଳିଆ ପାଖରେ ବଳିଆ ଭାଇ
  • ପାଉଁଶ ତଳର ନିଆଁ
  • ବାଟ ଛାଡ଼ ଷଣ୍ଢ ଆସୁଛି
  • କିଏ ଯୋଡ଼ିଦେବ ଭଙ୍ଗା ଚୁଡ଼ିକୁ
  • ଉଧାର ଶଙ୍ଖା ସିନ୍ଦୂର
  • ସତୀ ସାବିତ୍ରୀର ଅସତୀ ରୂପ
  • ମୋ ନାଁଟି ଲିଲି-ମୁଁ ଆସିଛି ବୁଲି
  • ଦିନରେ ତାରା ରାତିରେ ଖରା
  • ଅସଲି ଚେହେରା ଙ୍କଲି ଲୋକ
  • କଚେରୀ ନାଁରେ ବଡ଼ଦେଉଳ
  • ଏମିତି ଦଶା ବାପକୁ ଡାକୁଛି ପୁଅ ମଉସା
  • ଗଙ୍ଗା ନୁହେଁ କଳଙ୍କିନୀ
  • କିଣା ସ୍ୱାମୀ ନେଇ କରିଛି ଘର
  • ହଜି ଯାଇଥିଲେ ଖୋଜି ଆଣିବି
  • ଧଳା କାଇଁଚ
  • ଆଲୋ କେତକୀ - ଆ ରାତିକି
  • ଅଗଣା ମଝିରେ ଶାଗୁଣା ବସା
  • ବାଣୀବିହାରରେ ବାହାଘର, ଖଣ୍ଡଗିରିରେ ଚଉଠି
  • ଅପାକୁ ସୁନ୍ଦର ରୂପା ପାଉଁଜି
  • ଫଟା କପାଳକୁ ଫିକା ସିନ୍ଦୂର
  • ରାଜଧାନୀ ତତେ ଦୂରୁ ଜୁହାର
  • ରାମର ସିନ୍ଦୂର ଲକ୍ଷ୍ମଣ ଶଙ୍ଖା
  • ବର୍ଷା ଆଖିରେ ଲୁହ
  • ସବୁ ରାଜନୀତି ରାଜଧାନୀରେ
  • ମେଘରେ ଲାଗୁଛି ନିଆଁ-ସବୁ ଦେଖୁଛି କାଳିଆ
  • ଆଉ ଫେରିବନି ଫଗୁଣ
  • ରାଜଧାନୀ ଝିଅ ଭିକ ମାଗୁଛି
  • ଗଜପତି ଆଜି ବଡ଼ଦାଣ୍ଡରେ