ବସନ୍ତ କୁମାରୀ ପଟ୍ଟନାୟକ
ଭାରତୀୟ ଓଡ଼ିଆ-ଭାଷୀ ଲେଖକ
ବସନ୍ତ କୁମାରୀ ପଟ୍ଟନାୟକ (୧୫ ଡିସେମ୍ବର ୧୯୨୩ - ୨୯ ମାର୍ଚ୍ଚ ୨୦୧୩) ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ ପ୍ରାପ୍ତ ଜଣେ ଓଡ଼ିଆ ସାହିତ୍ୟିକା ।[୪] ଅମଡ଼ାବାଟ[୫], ଚୋରାବାଲି, ଅଲିଭାଚିତା, ପାଲଟା ଢେଉ ଆଦି ତାଙ୍କର ଜଣାଶୁଣା ରଚନା ।[୬]
ବସନ୍ତ କୁମାରୀ ପଟ୍ଟନାୟକ | |
---|---|
ଜନ୍ମ | ବସନ୍ତ କୁମାରୀ ପଟ୍ଟନାୟକ ୧୫ ଡିସେମ୍ବର ୧୯୨୩ ତେଲେଙ୍ଗାବଜାର, କଟକ |
ମୃତ୍ୟୁ | ୨୯ ମାର୍ଚ୍ଚ ୨୦୧୩ | (ବୟସ ୮୯)
ଜାତୀୟତା | ଭାରତୀୟ |
ଶିକ୍ଷା | ସ୍ନାତକୋତ୍ତର (ଅର୍ଥନୀତି) |
ଶିକ୍ଷାନୁଷ୍ଠାନ | ରେଭେନ୍ସା ମହାବିଦ୍ୟାଳୟ |
ପ୍ରସିଦ୍ଧି | କବି, ଗାଳ୍ପିକା ଓ ଔପନ୍ୟାସିକା[୧] [୨][୩] |
ପିତାମାତା(s) | ଶ୍ରୀବତ୍ସ ପଟ୍ଟନାୟକ, ସୁନ୍ଦରମଣୀ ପଟ୍ଟନାୟକ |
ସମ୍ପର୍କୀୟ | ରାଜକିଶୋର ପଟ୍ଟନାୟକ |
ପୁରସ୍କାର | ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ |
ଦସ୍ତଖତ | |
ବସନ୍ତ କୁମାରୀ ୧୯୨୩ ମସିହା ଡିସେମ୍ବର ୧୫ ତାରିଖରେ କଟକର ତେଲେଙ୍ଗାବଜାରଠାରେ ଜନ୍ମଗ୍ରହଣ କରିଥିଲେ । ଶ୍ରୀବତ୍ସ ପଟ୍ଟନାୟକ ଓ ସୁନ୍ଦରମଣୀ ପଟ୍ଟନାୟକ ଥିଲେ ତାଙ୍କର ପିତା ଓ ମାତା । ସେ ଅର୍ଥନୀତିରେ ସ୍ନାତକୋତ୍ତର ଲାଭ କରିଥିଲେ ମଧ୍ୟ, ସାହିତ୍ୟକୁ ସମୟ ନଦେଇପାରିବାର ଆଶଙ୍କା ଯୋଗୁଁ ଚାକିରି କରିନଥିଲେ ।
ସାହିତ୍ୟ ସର୍ଜନା
ସମ୍ପାଦନାଗଳ୍ପଲିଖନରୁ, ବସନ୍ତଙ୍କର ସାହିତ୍ୟିକ ଜୀବନ ଆରମ୍ଭ ହୋଇଥିଲା । ପରବର୍ତ୍ତୀ ସମୟରେ, ସେ କବିତା, ଉପନ୍ୟାସ, ଏକାଙ୍କିକା ଓ ଅନୁବାଦ ସାହିତ୍ୟରେ ମଧ୍ୟ ପ୍ରବେଶ କରିଥିଲେ । ଜେ. କୃଷ୍ଣମୂର୍ତ୍ତୀଙ୍କଦ୍ୱାରା ପ୍ରଭାବିତ ବସନ୍ତ କୁମାରୀ, ତାଙ୍କର ବହୁ ପୁସ୍ତକ ଓଡ଼ିଆରେ ଅନୁବାଦ କରିଛନ୍ତି ।
ରଚନାବଳୀ
ସମ୍ପାଦନା- ଅମଡ଼ାବାଟ (ଉପନ୍ୟାସ)
- ଚୋରାବାଲି (ଉପନ୍ୟାସ, ଅମଡ଼ାବାଟର ଦ୍ୱିତୀୟ ଭାଗ)
- ଅଲିଭାଚିତା (ଉପନ୍ୟାସ)
- ସଭ୍ୟତାର ସଜ (ଗଳ୍ପ ସଂକଳନ)
- ପାଲଟା ଢେଉ(ଗଳ୍ପ ସଂକଳନ)
- ଜୀବନ ଚିହ୍ନ (ଗଳ୍ପ ସଂକଳନ)[୭]
- ଚିତାନଳ (କବିତା ସଂକଳନ)
- ଜୁଆର ଭଟ୍ଟା (ଏକାଙ୍କିକା)
- ପରିଚିତିରୁ ମୁକ୍ତି (ଜେ. କୃଷ୍ଣମୂର୍ତ୍ତୀଙ୍କ ପୁସ୍ତକର ଅନୁବାଦ)
- କୃଷ୍ଣମୂର୍ତ୍ତୀଙ୍କ ଟିପାଖାତା (ଜେ. କୃଷ୍ଣମୂର୍ତ୍ତୀଙ୍କ ପୁସ୍ତକର ଅନୁବାଦ)
- ଅସମ୍ଭବ ପ୍ରଶ୍ନ(ଜେ. କୃଷ୍ଣମୂର୍ତ୍ତୀଙ୍କ ପୁସ୍ତକର ଅନୁବାଦ)
- ପରିବର୍ତ୍ତନ ଏକାନ୍ତ ଜରୁରୀ (ଜେ. କୃଷ୍ଣମୂର୍ତ୍ତୀଙ୍କ ପୁସ୍ତକର ଅନୁବାଦ)[୮]
ପୁରସ୍କାର ଓ ସମ୍ମାନ
ସମ୍ପାଦନା- ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ, ୨୦୦୧[୯]
- ଉତ୍କଳ ସାହିତ୍ୟ ସମାଜ ଉପନ୍ୟାସ ସମ୍ମାନ, ୧୯୯୬
ଆଧାର
ସମ୍ପାଦନା- ↑ Nagendra (1988). Indian literature. Prabhat Prakashan. pp. 497–. Retrieved 1 April 2013.
- ↑ Shormishtha Panja; Sumanyu Satpathy (1 February 2004). Signifying the self: women and literature. Macmillan India, Limited. pp. 45–. ISBN 978-1-4039-2405-6. Retrieved 1 April 2013.
- ↑ "ଆର୍କାଇଭ୍ କପି". Archived from the original on 2016-03-31. Retrieved 2013-04-01.
{{cite web}}
: Cite has empty unknown parameter:|1=
(help) - ↑ "ବସନ୍ତ କୁମାରୀ ପଟ୍ଟନାୟକ". odiasahitya.com. Retrieved 15 December 2017.
- ↑ ବସନ୍ତ କୁମାରୀ ପଟ୍ଟନାୟକ, ଅମଡ଼ା ବାଟ, Wikidata Q25644107
- ↑ http://orissa.gov.in/literature/novel.htm
- ↑ Basanta Kumari Patnaik (1966). Jivan-chihna. Shanti Niwas Bani Madir. Retrieved 1 April 2013.
- ↑ "ଅମଡ଼ାବାଟ'ର ବାଟୋଇ". ସମ୍ବାଦ ଭୁବନେଶ୍ୱର ସଂସ୍କରଣ ୧୫/୧୨/୨୦୧୫ ପୃଷ୍ଠା ୪. Retrieved 15 December 2015.[permanent dead link]
- ↑ "ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର ପ୍ରାପ୍ତ ସାରସ୍ୱତ ସାଧକ/ ସାଧିକା". ଓଡ଼ିଶା ସାହିତ୍ୟ ଏକାଡେମୀ. Retrieved 15 December 2017.