ବସନ୍ତ କିଶୋର ସାହୁ
ବସନ୍ତ କିଶୋର ସାହୁ (ଜନ୍ମ: ୧୫ ମାର୍ଚ୍ଚ ୧୯୫୫) ଜଣେ ଭାରତୀୟ ଓଡ଼ିଆ-ଭାଷୀ ଶିଶୁ ସାହିତ୍ୟିକ ଓ ଗବେଷକ । ସେ ୨୦୧୪ ମସିହାରେ ତାଙ୍କ ଶିଶୁ ସାହିତ୍ୟ ରଚନା ଓସ୍ତ ପତର ପାନିଆ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ ।[୧]
ବସନ୍ତ କିଶୋର ସାହୁ | |
---|---|
ଜନ୍ମ | |
ଜାତୀୟତା | ଭାରତୀୟ |
ବୃତ୍ତି | ଅଧ୍ୟାପକ |
ଉଲ୍ଲେଖନୀୟ କୃତି | ଓସ୍ତ ପତର ପାନିଆ |
ପିତାମାତା(s) | ବୀରକିଶୋର ସାହୁ, ମଲ୍ଲୀ ଦେବୀ |
ପୁରସ୍କାର | ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାର ୨୦୧୪ |
ସଂକ୍ଷିପ୍ତ ଜୀବନୀ
ସମ୍ପାଦନାବସନ୍ତ କିଶୋର ଜଣେ ଗବେଷକ, ସଂଗ୍ରାହକ ଓ ଶିଶୁ ସାହିତ୍ୟିକ । ଓଡ଼ିଆରେ ସ୍ନାତକୋତ୍ତର ଶିକ୍ଷା ପ୍ରାପ୍ତ ବସନ୍ତ ସୁନାବେଡ଼ାର ଏରୋନାଟିକ୍ସ କଲେଜରୁ ଅଧ୍ୟାପକ ଭାବେ ସେବାନିବୃତ୍ତ । ୧୯୮୭ରୁ ସେ କୁସୁପୁରରୁ ପ୍ରକାଶିତ ବଗୁଲା ବଗୁଲୀ ପତ୍ରିକାର ସଂପାଦନା କରିଆସୁଛନ୍ତି । ତାଙ୍କ ଲେଖାସବୁ ମନପବନ, ଶିଶୁଲେଖା, ମୀନାବଜାର ଆଦିରେ ପ୍ରକାଶିତ । ସେ ବନଫୁଲ ସାହିତ୍ୟ ପରିଷଦ ସମ୍ପାଦକ, ଓଡ଼ିଆ ଶିଶୁ ସାହିତ୍ୟ ଗବେଷଣା ପରିଷଦ]] ଭଦ୍ରକ, ଓଡ଼ିଆ ଲେଖକ ଓ ପାଠକ ସମ୍ମେଳନ, ସେମିଳିଗୁଡ଼ା, ଓଡ଼ିଆ ଗବେଷକ ପରିଷଦ ଭଳି ଅନେକ ଅନୁଷ୍ଠାନ ସହିତ ଜଡ଼ିତ ।[୨][୩] ସେ 'ଓଡ଼ିଆ ମୌଖିକ ଶିଶୁ ସାହିତ୍ୟ' ଶୀର୍ଷକ ସନ୍ଦର୍ଭ ଉପସ୍ଥାପନ କରି ପିଏଚ୍ ଡି ପାଇଥିଲେ ।
ରଚନାବଳୀ
ସମ୍ପାଦନାଶିଶୁ ସାହିତ୍ୟ
ସମ୍ପାଦନା- ଫୁଲ ଆମେ ଫୁଲ (୧୯୯୨)[୪]
- ଓସ୍ତ ପତର ପାନିଆ[୪]
- କାଳିଆ ବଳଦ ଗଲାରେ ଗଲା[୪]
- ଉଦୁଉଦୁମା[୪]
- ଏଇ ମାଟିର ମଣିଷ[୪]
- ଗଛ ଆମ ଜୀବନ[୪]
- ଅଗଡ଼ ବଗଡ଼ ଝାଇଁକି ଝୁମ୍ପା[୪]
- ଇଞ୍ଚିଡ଼ି ମିଞ୍ଚିଡ଼ି[୪]
- ଗାଇ ଦିଅ ପଦେ ଗୀତ[୪]
- ଖରା ବରଷା ଗୀତ[୪]
- ହାତ ଦେବା ଭଲ କାମେ[୪]
- ବସନ୍ତ କିଶୋର ରଚନାବଳୀ[୫]
- ବିଲୁଆ ନନାର ବଣଭୋଜି[୪]
- ଯେସାକୁ ତେସା[୪]
ଆଲୋଚନା
ସମ୍ପାଦନା- କୋରାପୁଟ ପରିକ୍ରମା (୧୯୯୩)
- ଓଡ଼ିଆ ଶିଶୁ ସାହିତ୍ୟ ଆଲୋଚନା (୧୯୯୪)
- ଓଡ଼ିଆ ମୌଖିକ ଶିଶୁ ସାହିତ୍ୟ (୧୯୯୬)
- ସାଂପ୍ରତିକ ଶିଶୁ-ସାହିତ୍ୟ ଓ ସାହିତ୍ୟିକ
- ଓଡ଼ିଆ ଶିଶୁ-ସାହିତ୍ୟର ସହାୟକ ପାଠ୍ୟସୂଚୀ
ଇଂରାଜୀ
ସମ୍ପାଦନା- Who's who in Oriya children's literature (୧୯୯୫)
ସମ୍ମାନ ଓ ପୁରସ୍କାର
ସମ୍ପାଦନା- ମାତୃଭୂମି ତରଫରୁ କିଶୋରଶ୍ରୀ ୧୯୭୩
- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଓସ୍ତ ପତର ପାନିଆ ପାଇଁ ୨୦୧୪[୬]
ଆଧାର
ସମ୍ପାଦନା- ↑ http://odishasahityaakademi.org/English/sahitya-award13.php
- ↑ http://drbasantakishoresahoo.blogspot.com/
- ↑ ମହାନ୍ତି, ନଗେନ୍ଦ୍ର ନାଥ (୨୦୧୨). ଓଡ଼ିଆ ଚରିତ କୋଷ, ୩ୟ ଭାଗ. ନୂଆଦିଲ୍ଲୀ: ପ୍ରତିମା ନାଥ ଟ୍ରଷ୍ଟ. pp. ୯୩୯. ISBN 81-903352-0-0.
- ↑ ୪.୦୦ ୪.୦୧ ୪.୦୨ ୪.୦୩ ୪.୦୪ ୪.୦୫ ୪.୦୬ ୪.୦୭ ୪.୦୮ ୪.୦୯ ୪.୧୦ ୪.୧୧ ୪.୧୨ https://openlibrary.org/authors/OL102973A/Dr_Basanta_Ki%C5%9Bhore_S%C4%81hoo
- ↑ ମହାରଣା, ସୁରେନ୍ଦ୍ର କୁମାର (୨୦୧୫). ଓଡ଼ିଆ ସାହିତ୍ୟର ଇତିହାସ (୩ୟ ed.). କଟକ: ଓଡ଼ିଶା ବୁକ୍ ଷ୍ଟୋର୍. pp. ୬୫୧, ୮୩୨. ISBN 81-7400-331-2.
- ↑ https://www.newindianexpress.com/odisha/2017/Oct/29/state-sahitya-akademi-awards-for-24-litterateurs-1685990.html