ବର୍ଫି

୨୦୧୨ର ହିନ୍ଦୀ କଥାଚିତ୍ର

ବର୍ଫି, ୨୦୧୨ରେ ମୁକ୍ତିଲାଭ କରିଥିବା ହିନ୍ଦୀ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସିଦ୍ଧାର୍ଥ ରାୟ କପୁର ଏବଂ ରୁନୀ ସ୍କୃବାଲା । ତାନି ବସୁ ଓ ଅନୁରାଗ ବସୁ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ଅନୁରାଗ ବସୁ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତ ନିର୍ଦ୍ଦେଶକ ପ୍ରିତମ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ । ରବି ବର୍ମଣ ଏହି କଥାଚିତ୍ରଟିର ଚିତ୍ରଗ୍ରହଣ କରିଥିଲେ ଏବଂ ଅକିବ ଅଲ୍ଲୀ ଏହି କଥାଚିତ୍ରଟିର ସମ୍ପାଦନା କରିଥିଲେ । ୟୁଟିଭି ମୋସନ ପିକ୍ଚରସ୍ ଏହି କଥାଚିତ୍ରଟିର ବିତରଣ କରିଥିଲେ । ୪୦ କୋଟି ବ୍ୟୟରେ ନିର୍ମିତ ଏହି କଥାଚିତ୍ରଟିର ପାଖାପାଖି ୩୧୦ କୋଟି ଆୟ କରିଥିଲା ।

ବର୍ଫି
ନିର୍ଦ୍ଦେଶକଅନୁରାଗ ବସୁ
ପ୍ରଯୋଜକସିଦ୍ଧାର୍ଥ ରାୟ କପୁର
ରୁନୀ ସ୍କୃବାଲା
ଚିତ୍ରନାଟ୍ୟଅନୁରାଗ ବସୁ
କାହାଣୀଅନୁରାଗ ବସୁ
ତାନି ବସୁ
କଳାକାର
ବର୍ଣ୍ଣନାଇଲିଆନା ଡିକ୍ରୁଜ
ସଙ୍ଗୀତପ୍ରିତମ
ଚିତ୍ରଗ୍ରହଣରବି ବର୍ମଣ
ସମ୍ପାଦକଅକିବ ଅଲ୍ଲୀ
Production
company
ଇଶାନ ମୁଭିଜ୍
ବିତରକୟୁଟିଭି ମୋସନ ପିକ୍ଚରସ୍
ମୁକ୍ତିଲାଭ ତାରିଖ
୧୪ ସେପ୍ଟେମ୍ବର ୨୦୧୨
କଥାଚିତ୍ରର ସମୟ
୧୫୦ ମିନିଟ୍[]
ଦେଶଭାରତ
ଭାଷାହିନ୍ଦୀ
ଖର୍ଚ୍ଚ୪୦ କୋଟି[]
ମୋଟ ଆୟ୩୧୦ କୋଟି[]

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ରଣବୀର କପୁର ଓ ପ୍ରିୟଙ୍କା ଚୋପ୍ରା । ଇଲିଆନା ଡିକ୍ରୁଜ ଏହି ଚଳଚ୍ଚିତ୍ରରେ ଜଣେ ସ‌ହକାରୀ କଳାକାର ଭୂମିକାରେ ଅଭିନୟ କରିଥିଲେ । ଇଲିଆନା ଏହି ଚଳଚ୍ଚିତ୍ର ଜରିଆରେ ପ୍ରଥମ‌ଥର ପାଇଁ ହିନ୍ଦୀ କଥାଚିତ୍ର ଜଗତରେ ଅଭିନୟ କରିଥିଲେ । ସୌରଭ ଶୁକ୍ଳା, ଆକାଶ ଖୁରାନା, ଆଶିଷ ବିଦ୍ୟାର୍ଥୀ, ରୂପା ଗାଙ୍ଗୁଲି, ହରାଧନ ବନ୍ଧୋପାଦ୍ଧ୍ୟାୟ, ସୁମୋନା ଚକ୍ରବର୍ତ୍ତୀ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଏହି କଥାଚିତ୍ରଟି ଭାରତର ପ୍ରତିନିଧି ହିସାବରେ ୮୫ତମ ଆକାଡେମୀ ପୁରସ୍କାରକୁ ମନୋନୀତ କରାଯାଇଥିଲା । ଭାରତୀୟ ଚଳଚ୍ଚିତ୍ର ଜଗତର ଅନେକ ପୁରସ୍କାର ଜିତିଥିଲା ଏହି କଥାଚିତ୍ରଟି । ୫୮ତମ ଫିଲ୍ମ‌ଫେୟାର ଚଳଚ୍ଚିତ୍ର ପୁରସ୍କାର ଉତ୍ସବରେ ଏହି କଥାଚିତ୍ରଟିର ସମୁଦାୟ ୧୩ଟି ପୁରସ୍କାର ପାଇଥିଲା ।

  • ରଣବୀର କପୁର - ମର୍ଫି/ବର୍ଫି
  • ପ୍ରିୟଙ୍କା ଚୋପ୍ରା - ଝିଲିମିଲ ଚାଟାର୍ଜୀ
  • ଇଲିଆନା ଡିକ୍ରୁଜ - ଶ୍ରୁତି ସେନ‌ଗୁପ୍ତା
  • ସୌରଭ ଶୁକ୍ଳା - ଇନିସ୍‌ପେକ୍ଟର
  • ଆକାଶ ଖୁରାନା - ବର୍ଫିର ବାପା
  • ଆଶିଷ ବିଦ୍ୟାର୍ଥୀ - ଝିଲିମିଲର ବାପା
  • ରୂପା ଗାଙ୍ଗୁଲି - ଶ୍ରୁତିର ମାଆ
  • ହରାଧନ ବନ୍ଧୋପାଦ୍ଧ୍ୟାୟ - ଦାଦୁ
  • ସୁମୋନା ଚକ୍ରବର୍ତ୍ତୀ - ଶ୍ରୁତିର ସାଙ୍ଗ

କାହାଣୀ

ସମ୍ପାଦନା

ମର୍ଫି ଜନ୍‌ସନ୍ (ରଣବୀର କପୁର) ଜଣେ ସୁନ୍ଦର ଓ ସୁଶୀଳ ଯୁବକ, ଯିଏକି ଜନ୍ମରୁ ମୂକ ଓ ବଧୀର ଥିଲା । ସେ ଦାର୍ଜିଲିଂର ଜଣେ ନେପାଳୀ ଓ ଭାରତୀୟ ବଂଶଧର ଥିଲା । ତା'ର ଶେଶବରେ ହିଁ ତା'ର ମାଆ ମରିଯାଇଥିଲା ଏବଂ ତା'ର ବାପା ହିଁ ତାକୁ ଛୋଟରୁ ବଡ଼ କରିଥିଲେ । ମର୍ଫିର ଜନ୍ମ‌ବେଳେ ତା'ର ବାପା ଗୋଟିଏ ମର୍ଫି ରେଡିଓ ଆଣିଥିଲେ, ତେଣୁ ତା'ର ମାଆ ତା' ନାଁ ମର୍ଫି ରଖିଥିଲେ । ମାତ୍ର ସେ ମୂକ ଥିବାରୁ, ତା'ର କଥା କ‌ହିବା ଶୈଳୀରେ ସେ ତା'ର ନାଁ କ‌ହିଲାବେଳେ ବର୍ଫି ଶୁଭୁଥିଲା । ସେଇଥିପାଇଁ ସଭିଏଁ ତାକୁ ବର୍ଫି ଭାବରେ ଜାଣିଥିଲେ ।

ବର୍ଫି ସବୁବେଳେ ତା'ର ଉପଦ୍ରବ ଜାରି ରଖିଥାଏ । ସେ ରାତିରେ ଜଳୁଥିବା ରାସ୍ତାକଡ଼ ଆଲୋକର ଖୁଣ୍ଟକୁ ସବୁବେଳେ କାଟିଦେଉଥିଲା, ସାଧାରଣ ସିଧାସାଧା ଲୋକଙ୍କ ଉପରେ କଟାକ୍ଷା କରୁଥିଲା ଏବଂ ସବୁଠାରୁ ବେଶୀ ହଇରାଣ କରୁଥିଲା ସେଠାକାର ସ୍ଥାନୀୟ ପୋଲିସ୍ ଅଧିକାରୀ ସୁଧାଂଶୁ ଦତ୍ତକୁ (ସୌରଭ ଶୁକ୍ଳା) । ଥରେ ବର୍ଫି ରାସ୍ତାରେ ତା'ର ସାଇକେଲ ନେଇ ଗଲାବେଳେ ଶ୍ରୁତି ଘୋଷକୁ (ଇଲିଆନା ଡିକ୍ରୁଜ) ଭେଟିଲା, ଯାହାର ରଣଜିତ ସେନ‌ଗୁପ୍ତା ସ‌ହ ନିର୍ବନ୍ଧ ସରିଥିଲା । ତା'ର ବାହାଘରକୁ ଆଉ ମାତ୍ର ତିନିମାସ ବାକିଥିଲା, ସେତେବେଳେ ସେ ତା'ର ମାଆବାପାଙ୍କ ସ‌ହିତ ଦର୍ଜିଲିଂ ବୁଲିବାକୁ ଆସିଥିଲା । ବର୍ଫି ତାକୁ ପ୍ରଥମ ଦେଖାରୁ ପସନ୍ଦ କରିବା ସ‌ହ ତାକୁ ନିଜର ପ୍ରେମ ନିବେଦନ କରିଥିଲା, ମାତ୍ର ତା'ର ନିର୍ବନ୍ଧ ସରିଛି ବୋଲି ଜାଣିବା ପରେ ତାକୁ ସାଙ୍ଗ ହେବାକୁ ଅନୁରୋଧ କରିଥିଲା । ଏହାପରେ ଦୁହେଁ ସାଙ୍ଗ ହୋଇଯାଇଥିଲା ଏବଂ ଧୀରେ ଧୀରେ ଶ୍ରୁତି ମଧ୍ୟ ତା'ର ପ୍ରତି ଆକୃଷ୍ଟ ହୋଇଥିଲା ଏବଂ ତାକୁ ପ୍ରେମ କରିବାରେ ଲାଗିଥିଲା । ମାତ୍ର ବର୍ଫିର ଟଙ୍କାପଇସାରେ ଅଭାବ ଯୋଗୁଁ ତା'ର ପିତାମାତା ତାକୁ ସେଠାରେ ବିବାହ କରାଇଲେ ନାହିଁ । ଫଳରେ ଶ୍ରୁତି ତା'ର ମାଆ କଥାରେ ବାହା ହୋଇ କଲିକତା ଚାଲିଗଲା ଏବଂ ତା'ର ବର୍ଫି ସମସ୍ତ ସମ୍ପର୍କ କଟିଯାଇଥିଲା ।

ଏହା ପରେ ପରେ ବର୍ଫିର ବାପା ବେମାର ପଡ଼ିଲେ । ତେଣୁ ତାଙ୍କର ଚିକିତ୍ସା ପାଇଁ ତାକୁ କୌଣସିମତେ ଟଙ୍କା ଯୋଗାଡ଼ କରିବାର ଥିଲା । ତେଣୁ ସେ ସେଠାକାର ସ୍ଥାନୀୟ ବ୍ୟାଙ୍କରୁ ଟଙ୍କା ଲୁଟିବା ପାଇଁ ଏକ ବିଫଳ ପ୍ରଚେଷ୍ଟା ମଧ୍ୟ କରିଥିଲା ଏବଂ ତା'ର ପିଲାଦିନର ସାଙ୍ଗ ଝିଲମିଲ ଚାଟାର୍ଜୀକୁ (ପ୍ରିୟଙ୍କା ଚୋପ୍ରା) ମଧ୍ୟ ଅପ‌ହରଣ କରିଥିଲା । ଝିଲିମିଲ ବର୍ଫିର ପିଲାଦିନର ସାଙ୍ଗ ଥିଲା । ଝିଲମିଲର ମସ୍ତିକ ଦୋଷ ଥିଲା, ସେ ସବୁବେଳେ ନିଜର କଥାରେ ହିଁ ମଜ୍ଜି ରହୁଥିଲା । ଝିଲମିଲର ଜେଜେ ଜଣେ ବଡ଼ ଧନୀ ବ୍ୟକ୍ତି ଥିଲେ । ଝିଲିମିଲକୁ ଅନ୍ୟ କେହି ଅପ‌ହରଣ କରିନେଉଥିବାବେଳେ ବର୍ଫି ତାକୁ ନିଜେ ବଞ୍ଚେଇ ଅପ‌ହରଣ କରିଥିଲା । ଏହାପରେ ସେ ଝିଲମିଲକୁ ଛାଡ଼ିବା ପାଇଁ ଦଶହଜାର ଟଙ୍କା ମାଗିଥିଲା, ମାତ୍ର ସେତେବେଳକୁ ତା'ର ବାପାଙ୍କର ଦେହାନ୍ତ ହୋଇସାରିଥିଲା । ଏହାପରେ ବର୍ଫି ଝିଲମିଲକୁ ସେହି ଗାଁରେ ଥିବା ତା'ର ଦେଖଶୁଣା କରିବାକୁ ଥିବା ଲୋକ ପାଖରେ ଛାଡ଼ିବାକୁ ଚାହିଁଲା, ମାତ୍ର ସେ ସେଠାରେ ରହିବାକୁ ରାଜି ହେଲାନାହିଁ । ତେଣୁ ବର୍ଫି ତାକୁ ନେଇ କଲିକତା ଚାଲିଗଲା ଏବଂ ନିଜେ ତା'ର ଦେଖାଶୁଣା କଲା ।

ଏହାର ୬ ବର୍ଷ‌ପରେ ଶ୍ରୁତି ଏବଂ ବର୍ଫିର ପୁଣି ଦେଖାହେଲା । ସେତେବେଳେ ଶ୍ରୁତି ଝିଲମିଲ ବିଷୟରେ ବି ଜାଣିଲା । ମାତ୍ର କିଛିଦିନ ପରେ ଝିଲମିଲର ପୁଣି ଅପ‌ହରଣ ହେଇଗଲା । ଏହି ବିଷୟରେ ଶ୍ରୁତି ପୋଲିସରେ ଅଭିଯୋଗ କଲା । ପୋଲିସ ଖୋଳତାଡ଼ କଲାପରେ ବର୍ଫିକୁ ଗିରଫ କଲା । ଝିଲିମିଲକୁ ଫେରାଇ ଆଣିବା ପାଇଁ ଟଙ୍କା ଦେଲାବେଳେ ସେଠାରେ ଝିଲମିଲର ମୃତ୍ୟୁ ହେଇଯାଇଥିଲା ଏବଂ ଏହିସବୁ ବର୍ଫିର କାମ ଭାବି ପୋଲିସ ତାକୁ ଗିରଫ କରିଥିଲା । ମାତ୍ର ବର୍ଫି ନିର୍ଦ୍ଦୋଶ ଜାଣିବାପରେ ତାକୁ ଛାଡ଼ିଦିଆଯାଇଥିଲା । ଝିଲମିଲ୍‌ର ମୃତ୍ୟୁର ଦୁଃଖରେ ବର୍ଫି ଭାଙ୍ଗିପଡ଼ିଥିବାବେଳେ ଶ୍ରୁତିକୁ ନେଇ ସେ ଝିଲମିଲ୍‌ର ସେ ଗାଁ ଘରକୁ ଯାଇଥିଲା ଏବଂ ସେଠାରେ ସେ ଝିଲମିଲ୍‌କୁ ଜୀବିତ ଅବସ୍ଥାରେ ଦେଖିଲା ।

ଝିଲମିଲ୍‌ର ଦୁଇଥରଯାକ ଅପ‌ହରଣରେ ତା'ର ବାପାର ହାତ ଥିଲା । ଫଳରେ ସେ ଝିଲମିଲ୍‌ ନାଁରେ ଥିବା ଟ୍ରଷ୍ଟରୁ ଟଙ୍କା ନେଇପାରିବେ । ଏହାପରେ ବର୍ଫି ଓ ଝିଲ୍‌ମିଲ୍ ସାଙ୍ଗରେ ରହିଲେ । ଶ୍ରୁତି ସେତେବେଳକୁ ତା'ର ପତିଠାରୁ ଅଲଗା ହୋଇସାରିଥିଲା । ସେ ବର୍ଫିସ‌ହିତ ରହିବାର ସୁଯୋଗକୁ ହାତଛଡ଼ା କରିଥିବାରୁ ସବୁବେଳେ ସେହିଦିନ‌କୁ ମନେ ପକାଇ ଝୁରୁଥିଲା । ଏହାର କିଛିବର୍ଷ ପରେ ହଠାତ ଦିନେ ବର୍ଫି ଓ ଝିଲମିଲ୍ ହସ୍ତାତାଳରେ ଗୋଟିଏ ବିଛଣାରେ ପ୍ରାଣହରାଇଥିଲେ । ଶ୍ରୁତି ସେମାନଙ୍କର ଜୀବନ କାହାଣୀ ସଭିଙ୍କୁ ଶୁଣାଉଥିଲା ।

ଗୀତ ଓ ସଙ୍ଗୀତ

ସମ୍ପାଦନା

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପ୍ରିତମ । ସ୍ୱାନନ୍ଦ କିର୍‌କିରେ, ଆଶିଷ ପଣ୍ଡିତ, ନୀଲେଶ ମିଶ୍ର, ସାୟେଦ୍ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ମୋହିତ ଚୌହାନ, ନିଖିଲ ପଲ୍ ଜର୍ଜ, ପାପୋନ୍, ସୁନିଧି ଚୌହାନ, ଅରିଜିତ ସିଂହ, ଶ୍ରେୟା ଘୋଷାଲ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

Track listing
କ୍ରମଗୀତକବିସଙ୍ଗୀତSinger(s)ସମୟ
1."ଆଲା ବର୍ଫି"ସ୍ୱାନନ୍ଦ କିର୍‌କିରେପ୍ରିତମମୋହିତ ଚୌହାନ୫:୧୯
2."ମେଁ କ୍ୟା କରୁଁ"ଆଶିଷ ପଣ୍ଡିତପ୍ରିତମନିଖିଲ ପଲ୍ ଜର୍ଜ୪:୩୦
3."କୌନ୍"ନୀଲେଶ ମିଶ୍ରପ୍ରିତମପାପୋନ୍, ସୁନିଧି ଚୌହାନ୪:୨୬
4."ଫିର୍ ଲେ ଆୟା ଦିଲ୍"ସାୟେଦ୍ପ୍ରିତମଅରିଜିତ ସିଂହ୫:୦୫
5."ଆଶିୟାଁ"ସ୍ୱାନନ୍ଦ କିର୍‌କିରେପ୍ରିତମଶ୍ରେୟା ଘୋଷାଲ, ନିଖିଲ ପଲ୍୩:୫୬
6."ସାୱଲି ସି ରାତ୍"ସ୍ୱାନନ୍ଦ କିର୍‌କିରେପ୍ରିତମଅରିଜିତ ସିଂହ୫:୦୮
  1. "Barfi! (PG)". British Board of Film Classification. 11 September 2012. Archived from the original on 31 January 2016. Retrieved 1 October 2012.
  2. Thakkar, Mehul S (22 September 2012). "Directors who got their mojo back". The Times of India. Archived from the original on 25 October 2012. Retrieved 11 April 2013.
  3. "Top Ten Worldwide Grossers 2012". Box Office India. 17 January 2013. Archived from the original on 2 June 2013. Retrieved 11 April 2013.

ବାହାର ଆଧାର

ସମ୍ପାଦନା