ବର୍ଗଭୀମ ମନ୍ଦିର

ଏକ ହିନ୍ଦୁ ମନ୍ଦିର ଯାହା ପଶ୍ଚିମ ବଙ୍ଗର ପୂର୍ବ ମେଦିନୀପୁର ଜିଲ୍ଲାର ତାମାଲୁକ ସହରରେ ଅବସ୍ଥିତ ।[

ବର୍ଗଭୀମ ମନ୍ଦିର ଏକ ହିନ୍ଦୁ ମନ୍ଦିର ଯାହା ପଶ୍ଚିମ ବଙ୍ଗର ପୂର୍ବ ମେଦିନୀପୁର ଜିଲ୍ଲାର ତାମାଲୁକ ସହରରେ ଅବସ୍ଥିତ ।[୧] କୋଲକାତା ପ୍ରାୟ ୮୭. ୨ କିମି ଦୂରରେ[୨] ଓ ଖଡଗପୁରଠାରୁ ୮୫ କିମି ଦୂରରେ ଅଛି ।[୩] ଏହା ଏନ ଏଚ-୬ ସଡ଼କ ପଥ ଓ ଦକ୍ଷିଣ ପୂର୍ବ ରେଳପଥ ସହିତ ସଂଯୁକ୍ତ ହୋଇଛି ।

ବର୍ଗଭୀମ ମନ୍ଦିର
ବର୍ଗଭୀମ ମନ୍ଦିର
Religion
ଅନୁବନ୍ଧଗୁଡ଼ିକହିନ୍ଦୁ (Hinduism)
DistrictPurba Medinipur
ଦେବାଦେବୀକାଳୀ ଶିବ ଓ ଦୂର୍ଗା
Location
ସ୍ଥାନତାମଲୁକ (Tamluk)
Stateପଶ୍ଚିମ ବଙ୍ଗ (West Bengal)
Countryଭାରତ
ଭୌଗଳିକ ଅବସ୍ଥିତି22°17′24.08″N 87°55′25.87″E / 22.2900222°N 87.9238528°E / 22.2900222; 87.9238528
Architecture
Typeକଳିଙ୍ଗ ସ୍ଥାପତ୍ୟ (Kalinga Architecture)

ଇତିହାସ ସମ୍ପାଦନା

ଏହା ମଧ୍ୟ ଯୁଗର ଏକ ପୁରୁଣା କାଳୀ ମନ୍ଦିର ଯାହାକୁ ଭଞ୍ଜ ରାଜା ବଂଶର (ମୟୁର) ଶାସକମାନେ ତିଆରି କରେଇଥିଲେ ।[୪]ମହାଭାରତ ଅନୁସାରେ ଭୀମ ଏହି ସ୍ଥାନକୁ ଅଧିକାର କରିଥିଲେ । ଏହି ସ୍ଥାନରେ ଦେବୀ ସତୀଙ୍କର ବାମ ଗୋଇଠି ଭୂପତିତ ହୋଇଥିଲା ଓ ଏହା ୫୧ ଶକ୍ତି ପୀଠ ମଧ୍ୟରୁ ଗୋଟିଏର ମାନ୍ୟତା ପାଇଛି । ପଶ୍ଚିମ ବଙ୍ଗ ସରକାରଙ୍କ ତରଫରୁ ଏହାକୁ ଐତିହ୍ୟ ସ୍ଥାନ ଭାବରେ ଘୋଷଣା କରାଯାଇଛି ।[୫] ପ୍ରଚଳିତ ମନ୍ଦିର ବହୁତ ପୁରାତନ ନୁହେଁ । ମଧ୍ୟ ଯୁଗରେ ଇସଲାମ ଅଧିକାର ପରେ ଏହାର ପୁନର୍ନିମାଣ ହୋଇଥିଲା । ପୁରାତନ ବେଙ୍ଗଲୀ ସାହିତ୍ୟରେ ଏହି ବିଷୟ ଅନେକ ଥର ଲେଖା ଯାଇଛି । ଏହି ମନ୍ଦିରଟି ବେଙ୍ଗଲୀ ହିନ୍ଦୁ ଓ ବୌଦ୍ଧ ସଂସ୍କୃତିର ଏକ ସମାହାର ଅଟେ । ସ୍ୱାଧୀନତା ଆନ୍ଦୋଳନ ସମୟରେ ଅନେକ ସ୍ୱାଧୀନତା ସଂଗ୍ରାମୀ ମେଦିନାପୁର ଇଲାକାରୁ ଆସି ଏହି ସ୍ଥାନରେ ସମବେତ ହୋଇ ଧର୍ମ ପଥରେ ସଶସ୍ତ୍ର ଆନ୍ଦୋଳନ କରି ମାତୃଭୂମିକୁ ସ୍ୱାଧୀନ କରିବାକୁ ଶପଥ ନେଇଥିଲେ । ଜଣାଶୁଣା ଖୁଦୀରାମ ବୋଷ ଏଠାକୁ ଆସି ପୂଜା କରୁଥିଲେ ।

ଉତ୍ସବ ସମ୍ପାଦନା

ଦୂର୍ଗା ପୂଜା, ପହେଲା ବୈଶାଖ ଓ କାଳୀ ପୂଜା ଏଠାରେ ପାଳନ କରାଯାଏ । ପ୍ରତ୍ୟହ ଏଠାରେ ଦେବୀ ବର୍ଗଭୀମଙ୍କ ନିମନ୍ତେ ଆମିଷ ପ୍ରସାଦ ତିଆରି ହୁଏ । ନିଶ୍ଚିତ ଭାବରେ ଶେଉଳ ମାଛ ରନ୍ଧା ହୋଇ ପ୍ରସାଦ ଚଢାଯାଏ । ବଳି ପ୍ରଥା ଉଠିଯାଇଥିଲେ ମଧ୍ୟ ବର୍ଷକୁ ଥରେ ବଳି ଦିଆଯାଏ ।

ସ୍ଥାପତ୍ୟ ସମ୍ପାଦନା

ବର୍ଗଭୀମ ମନ୍ଦିରରେ କଳିଙ୍ଗ ସ୍ଥାପତ୍ୟ ଶୈଳୀ ଦେଖିବାକୁ ମିଳେ । ଏହାର ତିଆରି ଶୈଳୀ ବାରିପଦାର ଶ୍ରୀହରି ବଳଦେବ ଜୀଉ (Shri Hari Baladev Jew) ମନ୍ଦିରର ସାଦୃଶ୍ୟ ରହିଛି ଯାହାକୁ ମୟୂରଭଞ୍ଜର ରାଜାମାନେ ତିଆରି କରେଇଥିଲେ । ଏହାର ଗର୍ଭଗୃହ ସହିତ ଝାଡ଼ଗ୍ରାମର (Jhargram) ରାମେଶ୍ୱର ମନ୍ଦିର ସହିତ ସାଦୃଶ୍ୟ ରହିଛି ।

କେମିତି ପହଞ୍ଚିବେ ସମ୍ପାଦନା

ରାଜପଥ ଓ ରେଲ ଶହ ତାମଲୁକ ସଂଯୁକ୍ତ ହୋଇଛି:

  • ତାମଲୁକ – ମେଛେଦା, କୋଲାଘାଟ, କୋଲକାତା (Tamluk to Mecheda, Kolaghat, Kolkata )
  • ତାମଲୁକ – ମେଛେଦା, କୋଲାଘାଟ, ପାଂଶକୁରା, ଖଡଗପୁର (Tamluk to Mecheda, Kolaghat, Panskura, Kharagpur )
  • ତାମଲୁକ – ପାଂଶକୁରା ରେଳପଥ (Tamluk to Panskura Railways)
  • ତାମଲୁକ - ହଳଦିଆ ରେଳପଥ ([:en:Tamluk|]] to Haldia Railways)
  • ତାମାଲୁକ – ଦିଘା ରେଳପଥ (Tamluk to Digha Railways)
  • ହାଓଡା – ହଳଦିଆ ରେଳଟ୍ରାକ (Howrah to Haldia Railtrack)
  • ହାଓଡା – ଦିଘା ରେଳଟ୍ରାକ ରେଳଟ୍ରାକ (Howrah to Digha Railtrack )
  • ହାଉଡା – ପାଂଶକୁରା - ରେଳଟ୍ରାକ (Haldia - Panskura - Kharagpur Railtrack)

ଆଧାର ସମ୍ପାଦନା

  1. Culture – Tamluk Municipality
  2. Distance from Kolkata to Tamluk. Distance Calculator.
  3. Kharagpur—Tamluk. Distance Between.
  4. Pandit, Shashwati (2 February 2021), Bargabhima temple: seeking an unknown mystery (PDF), IIJCRT
  5. Heritage Site. Beautiful Bengal.