ବରେନ୍ଦ୍ର କୃଷ୍ଣ ଧଳ

ଭାରତୀୟ ଓଡ଼ିଆ ଲେଖକ ଓ ସାମ୍ବାଦିକ

ବରେନ୍ଦ୍ର କୃଷ୍ଣ ଧଳ (୧୭ ମାର୍ଚ୍ଚ ୧୯୩୯ - ୯ ଅଗଷ୍ଟ ୨୦୧୬) ଜଣେ ଓଡ଼ିଆ ସାମ୍ବାଦିକ ଓ ସାହିତ୍ୟିକ ଥିଲେ । ସେ ୧୯୪୧ ମସିହା ମାର୍ଚ୍ଚ ୨୫ ତାରିଖ ଦିନ କଟକ ଜିଲ୍ଲାର ଚର୍ଚ୍ଚିକାଠାରେ ଜନ୍ମଗ୍ରହଣ କରିଥିଲେ । ସାମ୍ବାଦିକ ଭାବରେ ସେ, ସ୍ୱରାଜ, ଆଜ-କାଲ(ବଙ୍ଗଳା)[୨], ସମ୍ବାଦ, ପ୍ରଜାତନ୍ତ୍ର ଆଦି ଖବରକାଗଜ ସହିତ ଜଡ଼ିତ ରହିଆସିଛନ୍ତି । ବରେନ୍ଦ୍ର କୃଷ୍ଣ ଧଳଙ୍କ ନେତୃତ୍ୱରେ ଓଡ଼ିଶାର ଉପାନ୍ତ ଅଞ୍ଚଳରେ ଓଡ଼ିଆ ଭାଷା ଓ ସଂସ୍କୃତିକୁ ଗତିଶୀଳ କରିବା ନିମନ୍ତେ "ଲେଖକ ସାମୁଖ୍ୟ" ଗଠନ କରାଯାଇଥିଲା । ୧୯୮୨-୮୮ ଓ ୧୯୯୨ରେ ସେ ଏହି ଅନୁଷ୍ଠାନର ମହାସଚିବ ଭାବରେ କାର୍ଯ୍ୟକରିଛନ୍ତି । ୧୯୯୦-୯୩ ମସିହା ପର୍ଯ୍ୟନ୍ତ, ସେ "ନ୍ୟାସନାଲ ଇୟୁନିଅନ ଅଫ୍ ଜର୍ଣ୍ଣାଲିଷ୍ଟ"ର ସଭାପତି ଭାବରେ କାର୍ଯ୍ୟ କରିଥିଲେ । ସେ ପ୍ରତିବର୍ଷ ଫେବୃଆରୀ ମାସରେ ଅନୁଷ୍ଠିତ ହେଉଥିବା "ଭୁବନେଶ୍ୱର ପୁସ୍ତକ ମେଳା" ଆରମ୍ଭ କରିଥିଲେ ।[୩]

ବରେନ୍ଦ୍ର କୃଷ୍ଣ ଧଳ
ବରେନ୍ଦ୍ର କୃଷ୍ଣ ଧଳ
ବରେନ୍ଦ୍ର କୃଷ୍ଣ ଧଳ
Born(1939-03-17)୧୭ ମାର୍ଚ୍ଚ ୧୯୩୯
ଚର୍ଚ୍ଚିକା, କଟକ
Died୯ ଅଗଷ୍ଟ ୨୦୧୬(2016-08-09) (ବୟସ ୭୫)
Nationalityଭାରତୀୟ
Citizenshipଭାରତୀୟ
Educationସ୍ନାତକ (ଜନସଂଚାର)
Occupationସାମ୍ବାଦିକ ଓ ସାହିତ୍ୟିକ
Spouseସ୍ନେହଲତା ଧଳ[୧]
Childrenସିଦ୍ଧାର୍ଥ
Awardsକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର(ଅନୁବାଦ ସାହିତ୍ୟ)

କ୍ରମାଗତ ଅସୁସ୍ଥ ରହିବା ପରେ ୨୦୧୬ ମସିହା ଅଗଷ୍ଟ ୯ ତାରିଖ ଦିନ ତାଙ୍କର ପରଲୋକ ହୋଇଥିଲା ।[୪]

ରଚନାବଳୀ ସମ୍ପାଦନା

ବରେନ୍ଦ୍ର କୃଷ୍ଣ ଓଡ଼ିଆ ଓ ବଙ୍ଗଳା ଭାଷାରେ ୧୯ଟି ବହି ରଚନା କରିବା ସହ ୬ଟି ବହି ଅନୁବାଦ କରିଛନ୍ତି । ସେ ୨୦ଟି କ୍ଷୁଦ୍ର ଗଳ୍ପ ମଧ୍ୟ ଲେଖିଛନ୍ତି ।

ଆତ୍ମଜୀବନୀ ସମ୍ପାଦନା

  • ମୋ ଜୀବନ କାହାଣୀ[୫]

ଉପନ୍ୟାସ ସମ୍ପାଦନା

  • ସନ୍ଧ୍ୟାର ମୂକୁର
  • ବିଦଗ୍ଧ ବିହଙ୍ଗୀ
  • କବଚ[୬]
  • ନାୟିକା
  • ନିଶୀଧ ପ୍ରେମ

କ୍ଷୁଦ୍ର ଗଳ୍ପ ସମ୍ପାଦନା

  • ପାଣିଗାର
  • ଏକାକୀ ଅଭିମନ୍ୟୁ
  • ଅନେଶ୍ୱତ ରନ୍
  • କ୍ଳାନ୍ତ ନକ୍ଷତ୍ର

ପ୍ରବନ୍ଧ ସମ୍ପାଦନା

  • ମୁକ୍ତ ବିଚାର

ଅନୁବାଦ ସମ୍ପାଦନା

  • ଶାମ୍ବ
  • ୯୩(ମୂଳ ବଙ୍ଗଳା ଲେଖାର ଓଡ଼ିଆ ଅନୁବାଦ)

ପୁରସ୍କାର ଓ ସମ୍ମାନ ସମ୍ପାଦନା

  • କେନ୍ଦ୍ର ସାହିତ୍ୟ ଏକାଡେମୀ ଅନୁବାଦ ପୁରସ୍କାର( ଶାମ୍ବ ପୁସ୍ତକ ପାଇଁ) - ୧୯୮୮[୭]
  • ପ୍ରାଚୀନ କଳାକେନ୍ଦ୍ର, ଚଣ୍ଡିଗଡ଼ଦ୍ୱାରା ସମ୍ମାନିତ[୮]

ଆଧାର ସମ୍ପାଦନା

  1. http://www.newindianexpress.com/states/odisha/Snehalata-Dhal-No-More/2016/01/08/article3217083.ece[permanent dead link]
  2. "STATE LEVEL ACCREDITED JOURNALISTS" (PDF). odisha.gov.in. ODISHA REFERENCE ANNUAL - 2014. Retrieved 9 August 2016.
  3. Suman, Sefali (10 February 2014). "Stalls make brisk business at Bhubaneswar book fair". www.dailypioneer.com. The Pioneer. Retrieved 9 August 2016.
  4. "Veteran Odia Journalist Barendra Krushna Dhal dies at 77". odishanewsinsight.com. Retrieved 9 August 2016.
  5. http://odishan.com/14193
  6. Orissa (India). Orissa District Gazetteers: Sambalpur. Superintendent, Orissa Government Press.
  7. "ବରିଷ୍ଠ ସାମ୍ବାଦିକ ବରେନ୍ଦ୍ର ଧଳଙ୍କ ପରଲୋକ". ସମାଜ ୧୦/୦୮/୨୦୧୬ କଟକ ସଂସ୍କରଣ ପୃଷ୍ଠା ୫. Retrieved 10 August 2016.[permanent dead link]
  8. Kartik Chandra Dutt (1 January 1999). Who's who of Indian Writers, 1999: A-M. Sahitya Akademi. pp. 325–. ISBN 978-81-260-0873-5.