ବନଜ ଦେବୀ

ଓଡ଼ିଆ ସାହିତ୍ୟିକା

ବନଜ ଦେବୀ (ଜନ୍ମ: ୧୦ ଅଗଷ୍ଟ ୧୯୪୧) ଜଣେ ଓଡ଼ିଆ ଗାଳ୍ପିକ, କବି, ଅନୁବାଦକ ଓ ଭ୍ରମଣ କାହାଣୀ ଲେଖିକା ।[] ତାଙ୍କ ଗଳ୍ପ ସଙ୍କଳନ କାଠପୁଅ ଓ ଅନ୍ୟାନ୍ୟ ଗଳ୍ପ ପାଇଁ ସେ ୨୦୧୭ ମସିହାର ଶାରଳା ପୁରସ୍କାର ପୁରସ୍କାର ପାଇଥିଲେ ।[]

ବନଜ ଦେବୀ
ଜନ୍ମ (1941-08-10) ୧୦ ଅଗଷ୍ଟ ୧୯୪୧ (ବୟସ ୮୩)
ବେରବୋଇ, ଖୋର୍ଦ୍ଧା
ଜାତୀୟତାଭାରତୀୟ
ପୁରସ୍କାରଶାରଳା ପୁରସ୍କାର

ବନଜ ଦେବୀ ୧୯୪୧ ମସିହା ଅଗଷ୍ଟ ୧୦ତାରିଖରେ ଖୋର୍ଦ୍ଧା ଜିଲ୍ଲାର ବେରବୋଇଠାରେ ଜନ୍ମଗ୍ରହଣ କରିଥିଲେ । ସ୍କୁଲ ଜୀବନରୁ ହିଁ ସେ କବିତା ଲେଖିବା ଆରମ୍ଭ କରିଥିଲେ । ତାଙ୍କ ପ୍ରଥମ କବିତାର ନାମ ଥିଲା "ବାପୁଜୀ" । ୧୯୬୫ମସିହାରୁ ସେ ଗଳ୍ପ ଲେଖିବା ଆରମ୍ଭ କରିଥିଲେ ।

ରଚନାବଳୀ

ସମ୍ପାଦନା

ଉପନ୍ୟାସ

ସମ୍ପାଦନା
  • ରାଧା ୧୯୬୦
  • ମରୁ ଝରଣା ୧୯୮୧
  • ବିଦଗ୍ଧ ବସନ୍ତ ୧୯୮୩
  • ନଦୀ ଓ ନୌକା ୧୯୯୧
  • ବସୁନ୍ଧରା କହେ ୧୯୯୪
  • ମନ ଭଉଁରୀ ୧୯୯୮
  • ସୁଅରେ ବଉଳ ଫୁଲ
  • ପୂର୍ବାଶାର ପକ୍ଷୀ
  • ବେଳା ଭୂଇଁ ୧୯୮୦
  • ନିଜ ଭିତରେ ସୂର୍ଯ୍ୟ ୨୦୨୨
  • ସାତ ପାହାଚ ୨୦୧୮
  • କେତୋଟି ସବୁଜ ପତ୍ର
  • ତାରା ଫୁଟିବାର ବେଳ
  • ରାଗ ବେହାଗ
  • ଗାୟତ୍ରୀର ପୁଅ
  • ନୀଳମାଧବର ଗାଁ
  • କାଠପୁଅ ଓ ଅନ୍ୟାନ୍ୟ ଗଳ୍ପ
  • ଗଳ୍ପ ସମଗ୍ର ୧ମ ଓ ୨ୟ
  • ଅନ୍ୟ ରାସ୍ତାର ଲୋକ ୨୦୧୪
  • ବର୍ଷାର ବଳକା
  • ସୁନାରେ ଭରିଛି ନା[]
  • ବନ ହଳଦୀ
  • ଭୂମି ଲଗ୍ନା
  • ଦୂର ନକ୍ଷତ୍ରର ଦୀପ[]
  • ଅସ୍ତରାଗ ୨୦୨୨
  • ସାଇ ଭାଗବତ

ସମ୍ମାନ ଓ ପୁରସ୍କାର

ସମ୍ପାଦନା
  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୦୧ 'ଗାୟତ୍ରୀର ପୁଅ' ପାଇଁ
  • ଶାରଳା ପୁରସ୍କାର, ୨୦୧୭[]
  1. Savitiri Rout (1972). Women Pioneers In Oriya Literature. Motilal Banarsidass Publishe. pp. 66–. ISBN 978-81-208-2546-8.
  2. https://www.dharitri.com/state-news?Dharitri=59c601c8746a8
  3. "ସୃଜନ ଆଳାପ". ଧରିତ୍ରୀ ସାହିତ୍ୟାୟନ ନଭେମ୍ବର ୧୧-୨୪ ପୃଷ୍ଠା ୬. Retrieved 13 November 2017.
  4. http://sambad.in/news/state/story/78440.html[permanent dead link]
  5. http://www.newindianexpress.com/states/odisha/2017/sep/23/sarala-award-for-banaja-devi-1661396.html