ବତକ ମିଆଁ

ମହାତ୍ମା ଗାନ୍ଧୀଙ୍କୁ ହତ୍ୟା ଉଦ୍ୟରୁ ରକ୍ଷା କରିଥିବା ରୋଷେୟା


ବତକ ମିଆଁ, ଜଣେ ରୋଷେୟା ଥିଲେ, ଯିଏକି ୧୯୧୭ ମସିହାରେ ବିଷାକ୍ତ ଖାଦ୍ୟଦ୍ୱାରା ମହାତ୍ମା ଗାନ୍ଧୀଙ୍କୁ ହତ୍ୟା ଉଦ୍ୟମରୁ ତାଙ୍କୁ ରକ୍ଷା କରିହତିଲେ ।[୧] ସେ ବିହାରର ମୋତିହାରିଠାରେ ଏକ ଇଣ୍ଡିଗୋ ପ୍ଲାଣ୍ଟର କର୍ମଚାରୀ ଥିଲେ । ମହାତ୍ମା ଗାନ୍ଧୀଙ୍କୁ ରକ୍ଷା କରିବା କାରଣରୁ ତାଙ୍କୁ ଚାକିରୀରୁ ବହିଷ୍କାର କରିବା ସହିତ ଅନେକ ନିର୍ଯାତନା ଦିଆଯାଇଥିଲା ଓ ଗାଆଁରୁ ବିଦା କରିଦିଆଯାଇଥିଲା ।[୨]

ମହାତ୍ମା ଗାନ୍ଧୀଙ୍କୁ ହତ୍ୟା ଉଦ୍ୟମ ସମ୍ପାଦନା

୧୯୧୭ ମସିହାରେ ଚମାରଣଠାରେ ଆନ୍ଦୋଳନ ବେଳେ ଏକ ଇଣ୍ଡିଗୋ ପ୍ଲାଣ୍ଟର ମ୍ୟାନେଜର ଏରୱିନ୍ ରାତ୍ରୀ ଭୋଜନ ପାଇଁ ମହାତ୍ମା ଗାନ୍ଧୀଙ୍କୁ ନିମନ୍ତ୍ରଣ କରିଥିଲେ । ଭୋଜନ ପରେ କ୍ଷୀର ଗିଲସାରେ ବିଷ ମିଶାଇ ଗାନ୍ଧିଜୀଙ୍କୁ ପରିଶିବା ପାଇଁ ଏରୱିନ ତାଙ୍କ ରୋଷେୟା ବତକ ମିଆଁଙ୍କୁ ଆଦେଶ ଦେଇଥିଲେ ।[୩][୪] ସେ ଯଦିଓ ସେଦିନ ରୋଷେଇ କରିଥିଲେ, ମାତ୍ର ଏହି ଷଡ଼ଯନ୍ତ୍ର ବିଷୟରେ ରଜେନ୍ଦ୍ର ପ୍ରସାଦଙ୍କ ନିକଟରେ ପ୍ରକାଶ କରିଥିଲେ ।[୫][୬] ଏହି ହତ୍ୟା ଉଦ୍ୟମରୁ ଖସିଯିବା ପରେ ମହାତ୍ମା ଗାନ୍ଧୀ ଚମ୍ପରଣରେ ଆନ୍ଦୋଳନ ଜାରି ରଖିଥିଲେ । ବତକ ମିଆଁଙ୍କୁ ମିଳିଥିବା ଆଦେଶକୁ ଅମାନ୍ୟ କରିବା କାରଣରୁ ତାଙ୍କୁ ଇଷ୍ଟେଟ୍ ମ୍ୟାନେଜର ନିର୍ଯାତନା ଦେଇଥିଲେ ଓ ଚାକିରୀରୁ ବାହାର କରିବା ସହିତ ଘର ଓ ସମ୍ପତ୍ତି ଲୁଟି ନେଇ ତାଙ୍କୁ ଗାଆଁରୁ ବାହାର କରିଦେଇଥିଲେ ।[୭]

ସ୍ୱାଧୀନତା ପରେ ସମ୍ପାଦନା

ରାଜେନ୍ଦ୍ର ପ୍ରସାଦ ୧୯୫୦ ମସିହାରେ ଭାରତର ରାଷ୍ଟ୍ରପତି ଭାବରେ ମୋତିହାରୀ ଗସ୍ତ କରିଥିଲେ । ତାଙ୍କ ଚାରିପାଖରେ ଉପସ୍ଥିତ ଭିଡ଼ରେ ସେ ବତକ ମିଆଁଙ୍କୁ ଚିହ୍ନିପାରିଥିଲେ ଏବଂ ୧୯୧୭ ମସିହାରେ ମହାତ୍ମା ଗାନ୍ଧୀଙ୍କ ସହିତ ଘଟିଥିବା ଘଟଣାକୁ ସର୍ବସାଧାରଣରେ ପ୍ରକାଶ କରିଥିଲେ ।[୨][୮] ପ୍ରସାଦ ତାଙ୍କୁ ଓ ତାଙ୍କ ପରିବାରକୁ ୫୦ ଏକର ଜମି ଦେବାକୁ ଆଦେଶ ଦେଇଥିଲେ ।[୯]

ମୃତ୍ୟୁ ସମ୍ପାଦନା

୧୯୫୭ ମସିହାରେ ତାଙ୍କୁ ମୃତ୍ୟୁ ହୋଇଥିଲା ।[୧୦]

ଆଧାର ସମ୍ପାଦନା

  1. B Vijay Murty (22 January 2010). "Family of Mahatma's saviour in dire straits". Hindustan Times. Retrieved 6 June 2020.
  2. ୨.୦ ୨.୧ Mahotsav, Amrit. "Batakh Mian: The Man Who Refused to Poison Mahatma Gandhi". Azadi Ka Amrit Mahotsav, Ministry of Culture, Government of India (in English). Retrieved 2023-10-02.{{cite web}}: CS1 maint: unrecognized language (link)
  3. "Their grandfather saved Gandhi's life". NDTV. 29 January 2010. Retrieved 6 June 2020.
  4. "Batakh Mian: The Man Who Refused to Poison Mahatma Gandhi". INDIAN CULTURE (in ଇଂରାଜୀ). Retrieved 2023-10-02.
  5. Mehta, Arun. J (20 December 2014). Lessons in Non-violent Civil Disobedience. p. 87.
  6. "Batak Mian: Forgotten patriot who saved Bapu's life in 1917". DDNews. Doordarsan. 2 October 2013. Retrieved 6 June 2020.
  7. SANCHARI PAL (30 January 2018). "The Forgotten Cook Who Paid Heavily For Refusing To Poison Mahatma Gandhi". The better India. Retrieved 6 June 2020.
  8. Harshvardhan (2022-02-01). "The story of Batak Mian, the man who saved Mahatma Gandhi's life". National Herald (in ଇଂରାଜୀ). Retrieved 2023-10-02.
  9. PTI (2023-08-15). "Grandchildren of cook Batak Mian who refused to poison Mahatma Gandhi await entire land promised by then President Rajendra Prasad". The Hindu (in Indian English). ISSN 0971-751X. Retrieved 2023-10-02.
  10. "Family of Mahatma's saviour in dire straits". Hindustan Times (in ଇଂରାଜୀ). 2010-01-22. Retrieved 2023-10-02.