ବଣକାପ୍ତା ବା ବନ୍ୟ କପୋତ ବା ଚିତ୍ରକାପ୍ତା (ଇଂରାଜୀରେ spotted dove, ଜୀବବିଜ୍ଞାନ ନାମ Spilopelia chinensis) ଏକ ପାରା ଜାତୀୟ ଚଢ଼େଇ । ଏମାନେ ଭାରତୀୟ ଉପମହାଦ୍ୱୀପ ଓ ଦକ୍ଷିଣ-ପୂର୍ବ ଏସିଆର ମୂଳ ନିବାସୀ ପକ୍ଷୀ । ଏହି ପକ୍ଷୀକୁ ବିଶ୍ୱର ଅନ୍ୟ ସ୍ଥାନମାନଙ୍କୁ ନିଆଯାଇ ସେଠାରେ ମଧ୍ୟ ଅବସ୍ଥାପିତ କରାଯାଇପାରିଛି ।

ବନ୍ୟ କପୋତ
ଘୁଘୁ
କାପ୍ତା ଚଢ଼େଇ
ବଣକାପ୍ତା
ଭାରତର ମଧ୍ୟ ପ୍ରଦେଶର ଏକ ବନ୍ୟ କପୋତ (S. c. suratensis)
ମାଲେସିଆର କୁଆଲାଲୁମ୍ପୁରର ଏକ ବନ୍ୟ କପୋତ (S. c. tigrina)
ବନ୍ୟ କପୋତର ଡାକ
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ edit
ସାମ୍ରାଜ୍ୟ: ପ୍ରାଣୀ ସାମ୍ରାଜ୍ୟ
ଗୋଷ୍ଠୀ: ବାଇଲାଟେରିଆ
ପର୍ବ: କୋର୍ଡାଟା
ଶ୍ରେଣୀ: ଏଭସ
ଗଣ: କଲୁମ୍ବିଫୋର୍ମ୍ସ
କୁଳ: କୋଲୁମ୍ବିଡେ
Genus: Spilopelia
ଜାତି: S. chinensis
ବାଇନୋମିଆଲ ନାମ
Spilopelia chinensis
ଜିଓଭାନି ଆଣ୍ଟୋନିଓ ସ୍କୋପୋଲି, ୧୭୬୮
Subspecies
  • chinensis ଜିଓଭାନି ଆଣ୍ଟୋନିଓ ସ୍କୋପୋଲି, ୧୭୬୮
  • ceylonensis ରାଇସେନ୍‍ବାଖ୍, ୧୮୬୨
  • hainana ହାର୍ଟେର୍ଟ୍, ୧୯୧୦
  • suratensis ଜେ. ଏଫ୍. ମେଲିନ୍, ୧୭୮୯
  • tigrina ଟେମ୍ମିଂକ୍, ୧୮୧୧
Synonyms
  • Streptopelia chinensis
  • Stigmatopelia chinensis

ପୂର୍ବେ ଏହି ପକ୍ଷୀକୁ ଷ୍ଟ୍ରେପ୍ଟୋପିଲିଆ (Streptopelia) ପ୍ରଜାତିରେ ସ୍ଥାନିତ କରାଯାଇଥିଲା ଯେଉଁଥିରେ ଆଉ ତିନି ପ୍ରକାରର କପୋତ ଚଢ଼େଇ ମଧ୍ୟ ରହିଥିଲେ । କିନ୍ତୁ ପରେ ବଣକାପ୍ତା ଅନ୍ୟ ପ୍ରଜାତିଙ୍କଠାରୁ ଅଲଗା ବୋଲି ଗବେଷଣାରୁ ଜଣା ପଡ଼ିଲା । ଏହି କପୋତର ଲାଞ୍ଜଟି ଲମ୍ବା, ଦେହ ମାଟିଆ ରଙ୍ଗର ଏବଂ ଏହାର ବେକର ପଛ ଓ ପାର୍ଶ୍ୱ ପଟକୁ କଳାରେ ଧଳା ଟୋପଦାଗ ଥିବା ବେକପଟି ରହିଛି । ଲାଞ୍ଜର ଅଗଟି ଧଳା ଓ ଡେଣା ଉପରେ ଫିକା ମାଟିଆ ରଙ୍ଗର ଦାଗ ରହିଥାଏ ।

ବିଭିନ୍ନ ଅଞ୍ଚଳରେ ଏହି ପକ୍ଷୀର ଶରୀରର ରଙ୍ଗରେ ବହୁ ପାର୍ଥକ୍ୟ ପରିଲକ୍ଷିତ ହୁଏ । ଅଘଞ୍ଚ ଜଙ୍ଗଲ, ଗାଁଗଣ୍ଡା ଓ ଏପରିକି ସହର ପାଖରେ ମଧ୍ୟ ଏହି ପକ୍ଷୀ ରହିବା ଦେଖାଯାଏ । ଏହି ପକ୍ଷୀ ତଡ଼ିତ୍ ବେଗରେ ବସିବା ସ୍ଥାନରୁ ଉଡ଼ିଯିବା ଓ ସମୟେ ସମୟେ ଡେଣା ସ୍ଥିର ରଖି ଉଡ଼ାଜାହାଜ ପରି ଗତି କରି ଓହ୍ଲାଏ । ଇଂରାଜୀ ଭାଷାରେ ଏହି ପକ୍ଷୀର ଅନ୍ୟ କେତେକ ସାଧାରଣ ନାମ ହେଲା - mountain dove (ପର୍ବତିଆ କପୋତ), pearl-necked dove (ମୁକ୍ତାମାଳଯୁକ୍ତ କପୋତ), lace-necked dove (ବେକପଟିଯୁକ୍ତ କପୋତ), ବା spotted turtle-dove (ଛାପଦାଗଯୁକ୍ତ କପୋତ) । ଓଡ଼ିଆ ଭାଷାରେ ଏହି ଚଢ଼େଇକୁ ଘୁଘୁ ବା କାପ୍ତା ଚଢ଼େଇ ବୋଲି ମଧ୍ୟ କୁହାଯାଏ ।[୨]

ଆଧାର ସମ୍ପାଦନା

  1. "Spilopelia chinensis". IUCN Red List of Threatened Species. Version 2015.4. International Union for Conservation of Nature. 2015. Retrieved 3 June 2013. {{cite web}}: Invalid |ref=harv (help)
  2. ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ.

ବାହ୍ୟ ଲିଂକ୍ ସମ୍ପାଦନା