ବଡ଼ଦାଣ୍ଡ ହେଉଛି ପବିତ୍ର ଶ୍ରୀକ୍ଷେତ୍ରର ଶ୍ରୀମନ୍ଦିରଠାରୁ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତର ରାସ୍ତା ବା ଦାଣ୍ଡ । ଶ୍ରୀମନ୍ଦିର ଏବଂ ରଥଯାତ୍ରା ସହ ଏହି ମାର୍ଗର ସମ୍ପର୍କ ଥିବା ଯୋଗୁଁ ଏହାକୁ 'ବଡ଼ଦାଣ୍ଡ' ବୋଲି କୁହାଯାଏ ଓ ଜଗନ୍ନାଥ ସଂସ୍କୃତିରେ ଏହାର ବିଶେଷ ସ୍ଥାନ ରହିଛି । ବଡ଼ଦାଣ୍ଡରେ ବିଶାଳ ପକ୍ଷରେ ଶୋଭା ପାଉଛି, ତାହା ମଧ୍ୟରୁ ସିଂହ ଦୁଆରଠାରୁ ଗୁଣ୍ଡିଚା ମନ୍ଦିର ଭିତରେ ରହିଛି ଅନେକ ମଠ ବାଡି, ରାଧାବଲ୍ଲଭ ମଠ, ବଡ଼ଛତା ମଠ, ବଡ଼ ଅଖଡା ମଠ, ଜଗନ୍ନାଥ ବଲ୍ଲଭ ମଠ,ଚୈତନ୍ୟ ଗୌଡୀୟ ମଠ,ଦଶ ଅବତାର ମଠ, ସହିତ ବାଗେଡିଆ ଧର୍ମଶାଳ ଓ ଅନେକ ରମଣୀୟ ସ୍ଥଳ ରହିଛି । ଆଗରୁ ବଡ଼ଦାଣ୍ଡର ଦୃଶ୍ୟ ଗାଆଁ ରାସ୍ତା ଭଳି ଦେଖା ଯାଉଥିଲା ।

ବଡ଼ ଦାଣ୍ଡ

କୁହାଯାଏ ପୂର୍ବକାଳରେ ବଡ଼ଶଙ୍ଖ ନିକଟରେ ପ୍ରଭାହିତ ହେଉଥିଲା ମାଲେଣି ନଦୀ । ରଥ ଯାତ୍ରାରେ ବହୁତ୍ ସମସ୍ୟା ଦେଖା ଯାଉଥିଲା । ଗଙ୍ଗବଂଶୀ ରାଜାମାନେ ଏ ନଦୀକୁ ପୋତିଥିଲେ । ଏ ନଦୀ ପୋତିବା ଆଗରୁ ମାଉସୀ ମା’ ମନ୍ଦିରକୁ ପ୍ରତିଷ୍ଠିତ କରା ଯାଇଥିଲା। ବଳଗଣ୍ଡିଠାରେ ଅଛି ଭକ୍ତ ସାଲବେଗ ପୀଠ । ବଡ଼ ଦାଣ୍ଡର ଶେଷ ଭାଗରେ ଗୁଣ୍ଡିଚା ମନ୍ଦିର ନିକଟରେ ଅବସ୍ତିତ ସରଧା ବାଲି । ଏ ବାଲି ଏତେ ପବିତ୍ର କବିମାନେ ବର୍ଣ୍ଣନା କରିଛନ୍ତି , ଏହିଠାରେ ମହାଲକ୍ଷ୍ମୀ ରୋଷର ଶିକାର ହୁଅନ୍ତି । ନନ୍ଦିଘୋଷେ ପ୍ରଭୁ ଘୋଷ ଯାତ୍ରାରେ ବିଜେ କରିଥିବା ବେଳ ଭକ୍ତଙ୍କ କଳାହୋଳିରେ ଉଛୁଳି ପଡେ । ଏ ସମଗ୍ର ବଡ଼ଦାଣ୍ଡ ହୋଇ ପଡେ ଲୋକାରନ୍ୟ ।

ଆଧାର ସମ୍ପାଦନା