ଫ୍ଲୋକ୍ସୁରିଡାଇନ
ଫ୍ଲୋକ୍ସୁରିଡାଇନ (ଇଂରାଜୀ ଭାଷାରେ Floxuridine), ଏକ ଔଷଧ ଯାହା ଯକୃତ କର୍କଟ, ଯକୃତକୁ ବ୍ୟାପିଥିବା କୋଲୋରେକ୍ଟାଲ କର୍କଟ ଏବଂ ପାକ-ଅନ୍ତନଳୀ ଆଡେନୋକାର୍ସିନୋମା ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] [୨] କର୍କଟ ରୋଗକୁ ଯୋଗାଉଥିବା ଧମନୀରେ ଧୀରେ ଧୀରେ ଇଞ୍ଜେକସନ ଆକାରରେ ଏହା ଦିଆଯାଏ ।
Clinical data | |
---|---|
Synonyms | 5-fluorodeoxyuridine |
AHFS/Drugs.com | monograph |
MedlinePlus | a682006 |
Pregnancy category |
|
Routes of administration | Intra-arterial |
Identifiers | |
| |
ECHA InfoCard | 100.000.066 |
Chemical and physical data | |
Formula | C9H11FN2O5 |
Molar mass | ୨୪୬.୧୯ g·mol−1 |
3D model (JSmol) | |
Melting point | 150.5 °C (302.9 °F) |
| |
| |
(verify) |
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଅସ୍ଥି ମଜ୍ଜା ଦମନ, ଥକ୍କାଣ, ମୁଣ୍ଡବିନ୍ଧା, ମୁଣ୍ଡ ବୁଲାଇବା, ଶୋଇବାରେ ଅସୁବିଧା, ନିଦ୍ରାହୀନତା, ପେଟ ଯନ୍ତ୍ରଣା, କୋଷ୍ଠକାଠିନ୍ୟ, ତରଳ ଝାଡ଼ା, ବୁକୁଜ୍ୱାଳା, ଅଇ, ପାଟି ପ୍ରଦାହ, ଏବଂ ରାସ ହୋଇପାରେ ।[୨] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଯକୃତ ସମସ୍ୟା ଅନ୍ତର୍ଭୁକ୍ତ ହୋଇପାରେ । ପାର୍ଶ୍ୱ ପ୍ରତିକ୍ରିୟାର ଗମ୍ଭୀରତା ହେତୁ ସାଧାରଣତଃ ପ୍ରାରମ୍ଭିକ ଚିକିତ୍ସା ସମୟରେ ଲୋକମାନେ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି ହୁଅନ୍ତି ।[୧] ଏହା ଏକ ଆଣ୍ଟିମେଟାବୋଲାଇଟ୍, ବିଶେଷ ଭାବରେ ଏକ ପାଇରିମିଡିନ ଆନାଲଗ ।
୧୯୭୦ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ବ୍ୟବହାର ପାଇଁ ଫ୍ଲୋକ୍ସୁରିଡାଇନ ଅନୁମୋଦିତ ହୋଇଥିଲା ।[୧] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ।[୨] ଯୁକ୍ତରାଷ୍ଟ୍ରରେ ୫୦୦ ମିଗ୍ରାର ଔଷଧ ଖର୍ଚ୍ଚ ପ୍ରାୟ ୧୩୦ ଡଲାର ଥିଲା; ଯଦିଓ ଏକମାତ୍ର ନିର୍ମାତା ୨୦୧୯ରେ ଔଷଧ ତିଆରି ବନ୍ଦ କରିଦେଇଥିଲେ ।[୩] [୪]
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ "Floxuridine Monograph for Professionals". Drugs.com (in ଇଂରାଜୀ). Archived from the original on 16 August 2019. Retrieved 11 December 2021.
- ↑ ୨.୦ ୨.୧ ୨.୨ "Floxuridine". LiverTox: Clinical and Research Information on Drug-Induced Liver Injury. National Institute of Diabetes and Digestive and Kidney Diseases. 2012. Archived from the original on 11 December 2021. Retrieved 11 December 2021.
- ↑ "Floxuridine Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 17 April 2021. Retrieved 11 December 2021.
- ↑ "Drug Shortage Detail: Floxuridine Injection". www.ashp.org. Archived from the original on 18 September 2021. Retrieved 11 December 2021.