ଫ୍ଲୁଫେନାଜିନ, ବିକ୍ରୟ ହେଉଥିବା ଏକ ନାମ ପ୍ରଲିକ୍‌ସିନ ଏକ ଆଣ୍ଟିସାଇକୋଟିକ ବା ମନୋବିକ୍ଷିପ୍ତରୋଧୀ ଔଷଧ ।[୧] ଏହା ସିଜୋଫ୍ରେନିଆ ଭଳି ଦୀର୍ଘକାଳୀନ ସାଇକୋସିସ ରୋଗ ଚିକିତ୍ସାରେ ବ୍ୟବ‌ହାର କରାଯାଏ ।[୧] ଏହା ପାଟିରେ ବା ମାଂସପେଶୀ ଇଞ୍ଜେକସନଚର୍ମତଳ ଇଞ୍ଜେକସନ ଆକାରରେ ଦିଆଯାଏ । [୧] ଏହାର ଦୀର୍ଘକାଳୀନ ଇଞ୍ଜେକସନ ସଂସ୍କରଣ ୪ ସପ୍ତାହ ପର୍ଯ୍ୟନ୍ତ କାମ କରିପାରେ ।[୧]

ଫ୍ଲୁଫେନାଜିନ
Clinical data
Trade namesProlixin, Modecate, Moditen others
AHFS/Drugs.commonograph
MedlinePlusa682172
Pregnancy
category
  • AU: C
  • US: C (Risk not ruled out)
Routes of
administration
Oral, IM, depot injection (fluphenazine decanoate)
ATC code
Legal status
Legal status
Pharmacokinetic data
Bioavailability2.7% (Oral)
Metabolismunclear[୧]
Elimination half-lifeIM 15 hours (HCL), 7-10 days (decanoate)[୧]
ExcretionUrine, faeces
Identifiers
  • 2-[4-[3-[2-(trifluoromethyl)-10H-phenothiazin-10-yl]propyl]piperazin-1-yl]ethanol
CAS Number
PubChem CID
IUPHAR/BPS
DrugBank
ChemSpider
UNII
KEGG
ChEBI
ChEMBL
ECHA InfoCard100.000.639 Edit this at Wikidata
Chemical and physical data
FormulaC22H26F3N3OS
Molar mass437.523 g/mol
3D model (JSmol)
  • FC(F)(F)c2cc1N(c3c(Sc1cc2)cccc3)CCCN4CCN(CCO)CC4
  • InChI=1S/C22H26F3N3OS/c23-22(24,25)17-6-7-21-19(16-17)28(18-4-1-2-5-20(18)30-21)9-3-8-26-10-12-27(13-11-26)14-15-29/h1-2,4-7,16,29H,3,8-15H2 checkY
  • Key:PLDUPXSUYLZYBN-UHFFFAOYSA-N checkY
  (verify)

ସାଧରଣ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ ଚଳପ୍ରଚଳ ସମସ୍ୟା (extrapyramidal symptoms/ movement problems), ନିଦୁଆ(ଶମନ) ଭାବ ଓ ଓଜନ ବୃଦ୍ଧି ଦେଖାଯାଏ । ସାଂଘାତିକ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ ସ୍ଥାୟୀ ଚଳପ୍ରଚଳ ଅସୁବିଧା , ନିଉରୋଲେପ୍ଟିକ ମାଲିଗନାଣ୍ଟ ସିଣ୍ଡ୍ରୋମସ୍ୱଳ୍ପ ଶ୍ୱେତ ରକ୍ତ କଣିକା ମୂଖ୍ୟତଃ ଦେଖାଯାଏ । ବୟସ୍କ ଲୋକଙ୍କର ଡିମେନସିଆ ଯୋଗୁ ସାଇକୋସିସ ଦେଖାଯାଏ ଓ ଏହା ଫଳରେ ମୃତ୍ୟୁ ସଙ୍କଟ ବଢ଼ିଯାଏ । ପ୍ରୋଲାକ୍ଟିନ ସ୍ତର ବୃଦ୍ଧି ହେବା ଫଳରେ ଦୁଧ ତିଆରି ହୋଇଯାଏ । ଗର୍ଭାବସ୍ଥାରେ ଏହାର ନିରାପତ୍ତା ସ୍ପଷ୍ଟ ନୁହେଁ । ଫେନିଥିଆଜିନ ଶ୍ରେଣୀର ଫ୍ଲୁଫେନାଜିନ ଏକ ମନୋବିକ୍ଷିପ୍ତରୋଧୀ ଔଷଧ । ଏହାର କାର୍ଯ୍ୟ ପ୍ରଣାଳୀ ସ୍ପଷ୍ଟ ନ ଥିଲେ ମଧ୍ୟ ଡୋପାମିନ ଆଣ୍ଟାଗୋନିସ୍ଟ ଭାବେ କାମ କରୁଥିବା ବିଶ୍ୱାସ କରାଯାଏ । [୧]

ଫ୍ଲୁଫେନାଜିନ ପ୍ରଥମେ ସନ ୧୯୫୯ରେ ବ୍ୟବ‌ହୃତ ହେଲା । [୨] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୩] ଏହା ଜେନେରିକ ଔଷଧ ନାମରେ ଉପଲବ୍‌ଧ ହୁଏ ।[୧] ଗୋଟିଏ ରୋଗୀ ନିମନ୍ତେ ଯୁକ୍ତରାଷ୍ଟ୍ର ଆମେରିକାରେ ଦୈନିକ ୦.୨୨ରୁ ୦.୪୨ଡଲାର ଖର୍ଚ୍ଚ ହୁଏ ।[୧] ଦୀର୍ଘ କାର୍ଯ୍ୟକାରୀ ଔଷଧର ଇଞ୍ଜେକସନ ମୂଲ୍ୟ ୨୦୧୪ରେ ୦.୨୦ରୁ ୬.୨୦ଆମେରିକୀୟ ଡଲାର ଥିଲା । [୪]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ ୧.୮ "fluphenazine decanoate". The American Society of Health-System Pharmacists. Retrieved Dec 1, 2015.
  2. McPherson, Edwin M. (2007). Pharmaceutical Manufacturing Encyclopedia (3rd ed.). Burlington: Elsevier. p. 1680. ISBN 9780815518563.
  3. "WHO Model List of Essential Medicines" (PDF). World Health Organization. October 2013. Retrieved 22 April 2014.
  4. "Fluphenazine Decanoate". International Drug Price Indicator Guide. Retrieved 2 December 2015.[permanent dead link]