ଫ୍ରୋଜନ ସୋଲଡର
ଫ୍ରୋଜନ ସୋଲଡର, ଅନ୍ୟ ନାମ ଆଡେସିଭ୍ କ୍ୟାପସୁଲାଇଟିସ, ରୋଗରେ କାନ୍ଧରେ ଯନ୍ତ୍ରଣା ଏବଂ କଠିନତା ସୃଷ୍ଟି ହୁଏ | [୧] ଉଭୟ ସ୍ୱେଚ୍ଛାକୃତ ଭାବରେ ବା ଅନ୍ୟମାନଙ୍କଦ୍ୱାରା ଏକାଧିକ ଦିଗରେ କାନ୍ଧ ଚଳାଇବାର କ୍ଷମତା ରହେ ନାହିଁ | [୧] [୨] କାନ୍ଧକୁ ଛୁଇଁଲେ ସାଧାରଣତଃ ବିଶେଷ କଷ୍ଟ ହୁଏ ନାହିଁ | [୧] କାନ୍ଧରେ ମାଂସପେଶୀ ହ୍ରାସ ମଧ୍ୟ ହୋଇପାରେ | [୧] ଏହା ଧୀରେ ଧୀରେ ଆରମ୍ଭ ହୋଇ ସପ୍ତାହରୁ ମାସ ମାସ ସମୟ ନିଏ | [୨] ରୋଗ ଜଟିଳ ହେଲେ ହ୍ୟୁମରସ ଅସ୍ଥି ଭଗ୍ନ କିମ୍ବା ବାଇସେପସ ଟେଣ୍ଡନ ଛିଣ୍ଡିଯାଏ । [୨]
Adhesive capsulitis of the shoulder | |
---|---|
Frozen shoulder | |
ବିଭାଗ | Orthopedics |
ଲକ୍ଷଣ | Shoulder pain, stiffness[୧] |
ଆକ୍ରାନ୍ତ ସମୟ | 40 to 60 year old[୧] |
ଅବଧି | May last years[୧] |
କାରଣ | Often unknown, prior shoulder injury[୧][୨] |
ବିପଦ କାରକ | Diabetes, hypothyroidism[୧] |
ସଠିକ ରୋଗ ନିର୍ଣ୍ଣୟ | Pinched nerve, autoimmune disease, biceps tendinopathy, osteoarthritis, rotator cuff tear, cancer, bursitis[୧] |
ଚିକିତ୍ସା | NSAIDs, physical therapy, steroids, injecting the shoulder at high pressure, surgery[୧] |
ପୁନଃପୌନିକ | ~4%[୧] |
ଅଧିକାଂଶ କ୍ଷେତ୍ରରେ ଏହାର କାରଣ ଜଣା ପଡ଼ିନାହିଁ | [୧] ଆଘାତ କିମ୍ବା କାନ୍ଧରେ ଅସ୍ତ୍ରୋପଚାର ପରେ ମଧ୍ୟ ଏହି ଅବସ୍ଥା ସୃଷ୍ଟି ହୋଇପାରେ। [୨] ମଧୁମେହ ଏବଂ ଥାଇରଏଡ ରୋଗ ଥିଲେ ଏହି ବିପଦ ସଙ୍କଟ ରହିପାରେ । [୧] ଅନ୍ତର୍ନିହିତ ପ୍ରଣାଳୀରେ ପ୍ରଦାହ ଥାଏ ଓ ସ୍କାର ହୋଇଯାଏ । [୨] [୩] ବ୍ୟକ୍ତିର ଲକ୍ଷଣ ଏବଂ ଶାରୀରିକ ପରୀକ୍ଷା କରି ରୋଗ ନିର୍ଣ୍ଣୟ କରାଯାଏ । [୧] ଏମଆରଆଇ ପରୀକ୍ଷା କରି ରୋଗ ନିଶ୍ଚିତ କରାଯାଇ ପାରେ । [୧]
ବିନା ଚିକିତ୍ସାରେ ଏହି ରୋଗ ଉପଶମ ହୋଇଯାଏ କିନ୍ତୁ ଏଥି ନିମନ୍ତେ ଅନେକ ବର୍ଷ ଲାଗିପାରେ | [୧] ବିଭିନ୍ନ ଚିକିତ୍ସା ଯେପରିକି ନନଷ୍ଟେରଏଡାଲ ଆଣ୍ଟି-ଇନ୍ଫ୍ଲାମେଟୋରୀ ଔଷଧ, ଶାରୀରିକ ଚିକିତ୍ସା, ଷ୍ଟିରଏଡ ଓ ଉଚ୍ଚ ଚାପ ସାହାଯ୍ୟରେ ଇଞ୍ଜେକସନ ଦେବାକୁ ଚେଷ୍ଟା କରାଯାଇପାରେ କିନ୍ତୁ ସର୍ବୋତ୍ତମ ଚିକିତ୍ସା ଜ୍ଞାତ ନୁହେଁ | [୧] କିଛି ମାସ ପରେ ଭଲ ନ ହେଲେ ଅସ୍ତ୍ରୋପଚାର ପାଇଁ ପରାମର୍ଶ ଦିଆଯାଇପାରେ | [୧] ପ୍ରାୟ ୪% ଲୋକ ଏହି ରୋଗଦ୍ୱାରା ପ୍ରଭାବିତ ହୁଅନ୍ତି | [୧] ୪୦-୬୦ ବର୍ଷ ବୟସରେ ଏବଂ ମହିଳାମାନଙ୍କଠାରେ ଏହା ଅଧିକ ଦେଖାଯାଏ | [୧]
ଆଧାର
ସମ୍ପାଦନା- ↑ ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ ୧.୧୫ ୧.୧୬ ୧.୧୭ ୧.୧୮ ୧.୧୯ ୧.୨୦ Ramirez, J (1 March 2019). "Adhesive Capsulitis: Diagnosis and Management". American Family Physician. 99 (5): 297–300. PMID 30811157.
- ↑ ୨.୦ ୨.୧ ୨.୨ ୨.୩ ୨.୪ ୨.୫ St Angelo, JM; Fabiano, SE (January 2020). "Adhesive Capsulitis". PMID 30422550.
{{cite journal}}
: Cite journal requires|journal=
(help) - ↑ Redler, LH; Dennis, ER (15 June 2019). "Treatment of Adhesive Capsulitis of the Shoulder". The Journal of the American Academy of Orthopaedic Surgeons. 27 (12): e544–e554. doi:10.5435/JAAOS-D-17-00606. PMID 30632986.