ଫେସୋଟେରୋଡାଇନ
ଫେସୋଟେରୋଡାଇନ (ଇଂରାଜୀ ଭାଷାରେ Fesoterodine), ଅନ୍ୟମାନଙ୍କ ମଧ୍ୟରେ ଟୋଭିଆଜ୍ ଏକ ବେପାର ନାମ, ହେଉଛି ଏକ ଔଷଧ ଯାହାକି ଅତିସକ୍ରିୟ ମୂତ୍ରାଶୟ ସିଣ୍ଡ୍ରୋମ (OAB)ର ଲକ୍ଷଣମାନଙ୍କର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୨] [୩] ଏପରି ସମସ୍ୟାରେ ବ୍ୟବହାର ପାଇଁ ଏହା ଦ୍ୱିତୀୟ ଧାଡ଼ିର ଏକ ଔଷଧ ।[୪] ଏହା ପାଟିରେ ଦିଆଯାଏ ।[୨]
Clinical data | |
---|---|
Trade names | Toviaz, others |
AHFS/Drugs.com | monograph |
MedlinePlus | a609021 |
data |
|
Pregnancy category | |
Routes of administration | By mouth |
Legal status | |
Legal status | |
Pharmacokinetic data | |
Bioavailability | 52% (active metabolite) |
Protein binding | 50% (active metabolite) |
Metabolism | Liver (CYP2D6- and 3A4-mediated) |
Elimination half-life | 7–8 hours (active metabolite) |
Excretion | Kidney (70%) and fecal (7%) |
Identifiers | |
| |
ECHA InfoCard | 100.184.854 |
Chemical and physical data | |
Formula | C26H37NO3 |
Molar mass | ୪୧୧.୫୯ g·mol−1 |
3D model (JSmol) | |
| |
| |
(verify) |
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଶୁଖିଲା ପାଟି ଏବଂ କୋଷ୍ଠକାଠିନ୍ୟ ହୋଇପାରେ ।[୨] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ମୂତ୍ର ଧାରଣ, ଶୋଇବାରେ ଅସୁବିଧା ଏବଂ ମୁଣ୍ଡ ବୁଲାଇବା ଅନ୍ତର୍ଭୁକ୍ତ ହୋଇପାରେ ।[୨] [୪] ଯକୃତ ଜନିତ ସମସ୍ୟା କିମ୍ବା ମ୍ୟାସ୍ଥେନିଆ ଗ୍ରାଭିସ୍ ଥିବା ଲୋକମାନଙ୍କଠାରେ ଏହା ଦେବାକୁ ସୁପାରିଶ କରାଯାଏ ନାହିଁ ।[୩] ଏହା ଏକ ଆଣ୍ଟିମସ୍କାରିନିକ ଯାହା ଟୋଲଟେରୋଡିନ ପରି ସମାନ ରାସାୟନିକ ପଦାର୍ଥ ମାଧ୍ୟମରେ କାର୍ଯ୍ୟ କରେ ।[୨]
୨୦୦୭ ମସିହାରେ ୟୁରୋପରେ,[୩] ୨୦୦୮ରେ ଆମେରିକାରେ[୨] ଏବଂ ୨୦୧୨ରେ କାନାଡ଼ାରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଫେସୋଟେରୋଡାଇନ ଅନୁମୋଦିତ ହୋଇଥିଲା ।[୫] ଯୁକ୍ତରାଷ୍ଟ୍ରରେ ୨୦୦୧ ସୁଦ୍ଧା ଏହାର ଚିକିତ୍ସା ପିଛା ମାସକୁ ପ୍ରାୟ ୩୧୦ ଡଲାର ଖର୍ଚ୍ଚ ହୋଇଥାଏ ।[୬] ଯୁକ୍ତରାଜ୍ୟରେ ଏହି ରାଶିର ମୂଲ୍ୟ ପ୍ରାୟ ୨୬ ପାଉଣ୍ଡ ।[୪]
ଆଧାର
ସମ୍ପାଦନା- ↑ "Fesoterodine (Toviaz) Use During Pregnancy". Drugs.com. 7 November 2019. Archived from the original on 29 November 2020. Retrieved 12 August 2020.
- ↑ ୨.୦ ୨.୧ ୨.୨ ୨.୩ ୨.୪ ୨.୫ "Fesoterodine Monograph for Professionals". Drugs.com (in ଇଂରାଜୀ). Archived from the original on 26 January 2021. Retrieved 23 July 2021.
- ↑ ୩.୦ ୩.୧ ୩.୨ "Toviaz". Archived from the original on 12 November 2020. Retrieved 4 August 2021.
- ↑ ୪.୦ ୪.୧ ୪.୨ BNF (80 ed.). BMJ Group and the Pharmaceutical Press. September 2020 – March 2021. p. 821. ISBN 978-0-85711-369-6.
{{cite book}}
: CS1 maint: date format (link) - ↑ "Notice of Decision for TOVIAZ". Archived from the original on 2012-04-23. Retrieved 2012-04-20.
- ↑ "Toviaz Prices, Coupons & Savings Tips - GoodRx". GoodRx. Retrieved 4 August 2021.