ଫେନୋଲଡୋପାମ
ଫେନୋଲଡୋପାମ, କରଲୋପାମ ବିକ୍ରୟ ନାମ, ହେଉଛି, ଏକ ଔଷଧ ଯାହା ଉଚ୍ଚ ରକ୍ତଚାପର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । [୨] ନିର୍ଦ୍ଦିଷ୍ଟ ଭାବରେ ଉଚ୍ଚ ରକ୍ତଚାପ ଜରୁରୀକାଳୀନ ପରିସ୍ଥିତି ପାଇଁ ଏହା ସ୍ୱଳ୍ପ ମିଆଦି ଭାବରେ ବ୍ୟବହୃତ ହୁଏ ।[୨] ଏହା ଏକ ଶିରାରେ କ୍ରମାଗତ ଇଞ୍ଜେକସନ ଆକାରରେ ଦିଆଯାଏ ।[୨] ଔଷଧର ପ୍ରଭାବ ୧୦ ମିନିଟ୍ ମଧ୍ୟରେ ଆରମ୍ଭ ହୋଇ ଏକ ଘଣ୍ଟା ପର୍ଯ୍ୟନ୍ତ ରହିଥାଏ ।[୧]
Clinical data | |
---|---|
Trade names | Corlopam |
Synonyms | Fenoldopam mesylate |
AHFS/Drugs.com | monograph |
Pregnancy category |
|
Routes of administration | IV |
Legal status | |
Legal status |
|
Pharmacokinetic data | |
Metabolism | Liver (CYP not involved) |
Onset of action | Within 10 min[୧] |
Elimination half-life | 5 minutes |
Duration of action | An hour[୧] |
Excretion | Kidney (90%) and fecal (10%) |
Identifiers | |
| |
Chemical and physical data | |
Formula | C16H16ClNO3 |
Molar mass | ୩୦୫.୭୬ g·mol−1 |
3D model (JSmol) | |
| |
| |
(verify) |
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡବିନ୍ଧା, ମୁହଁ ଲାଲ ଦେଖାଯିବା,ଅଇ, ଏବଂ ନିମ୍ନ ରକ୍ତଚାପ ହୋଇପାରେ ।[୨] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆନାଫାଇଲକ୍ସିସ, ଅଧିକ ହୃଦ୍ଗତି ବା ପାଲପିଟେସନ୍, କମ୍ ରକ୍ତ ପୋଟାସିଅମ୍ ଏବଂ ଆଖିର ଚାପ ବୃଦ୍ଧି ହୋଇପାରେ ।[୨] ଗର୍ଭାବସ୍ଥାରେ ବିପଦ ବିଷୟ ଅସ୍ପଷ୍ଟ ଅଛି ।[୩] ଏହା ଏକ ଡୋପାମାଇନ ଡି୧ ରିସେପ୍ଟର ଆଗୋନିଷ୍ଟ ଯାହା ଦେଲେ ରକ୍ତ ନଳୀ ସ୍ଫିତ ହୋଇଯାଏ ।[୨] [୪] ଏହା ଏକ ବେଞ୍ଜାଜେପାଇନ ବ୍ୟୁତ୍ପନ୍ନ ପଦାର୍ଥ ।[୨]
୧୯୯୭ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ବ୍ୟବହାର ପାଇଁ ଫେନୋଲଡୋପାମ ଅନୁମୋଦିତ ହୋଇଥିଲା ।[୨] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ।[୧] ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ପ୍ରତି ୧୦ମିଗ୍ରା ପାଇଁ ପ୍ରାୟ ୪୦୦ ଡଲାର ଖର୍ଚ୍ଚ ହେଉଥିଲା ।[୫]
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ ୧.୩ Szymanski, Michael W.; Richards, John R. (2021), "Fenoldopam", StatPearls, Treasure Island (FL): StatPearls Publishing, PMID 30252314, archived from the original on 2020-08-12, retrieved 2021-05-02
- ↑ ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ ୨.୭ "Fenoldopam Monograph for Professionals". Drugs.com (in ଇଂରାଜୀ). Archived from the original on 12 May 2021. Retrieved 10 December 2021.
- ↑ "Fenoldopam (Corlopam) Use During Pregnancy". Drugs.com (in ଇଂରାଜୀ). Archived from the original on 4 December 2020. Retrieved 10 December 2021.
- ↑ "Drug Information Portal - U.S. National Library of Medicine - Quick Access to Quality Drug Information". druginfo.nlm.nih.gov. Archived from the original on 28 April 2021. Retrieved 10 December 2021.
- ↑ "Corlopam Prices, Coupons & Patient Assistance Programs". Drugs.com (in ଇଂରାଜୀ). Retrieved 10 December 2021.