ଫିଲଗ୍ରାସ୍ଟିମ (ଇଂରାଜୀ ଭାଷାରେ Filgrastim, ଏକ ବିକ୍ରୟ ନାମ ନିଉପୋଜେନ/Neupogen) ଏକ ଔଷଧ ଯାହା ଅନେକ କାରଣ ବଶତଃ ହେଉଥିବା ସ୍ୱଳ୍ପ ରକ୍ତ ନିଉଟ୍ରୋଫିଲ (low blood neutrophils) ରୋଗର ଚିକିତ୍ସା ନିମନ୍ତେ ଦିଆଯାଏ । କେମୋଥେରାପି (chemotherapy), ରାଡିଏସନ ବିଷକ୍ରିୟା (radiation poisoning), ଏଚଆଇଭି/ଏଡସ ଓ ଅନ୍ୟାନ୍ୟ କାରଣରୁ ଏହି ଅବସ୍ଥା ଉତ୍ପନ୍ନ ହୋଇପାରେ । ଲିଉକାଫେରେସିସ (leukapheresis) କ୍ରିୟାରେ ଅଧିକ ଶ୍ୱେତ ରକ୍ତ କଣିକା ସଂଗ୍ରହ କରିବା ନିମନ୍ତେ ଏହି ଔଷଧ ଦିଆଯାଇପାରେ । ଶିରାଭ୍ୟନ୍ତର ଇଞ୍ଜେକସନ (injection into a vein) ବା ଚର୍ମତଳ ଇଞ୍ଜେକସନ (under the skin) ଆକାରରେ ଏହା ଦିଆଯାଇପାରେ ।[୧]

ଫିଲଗ୍ରାସ୍ଟିମ
Clinical data
Trade namesNeupogen, Zarxio, others
AHFS/Drugs.commonograph
Pregnancy
category
  • C
Routes of
administration
IV, subQ
ATC code
Identifiers
  • Human granulocyte colony stimulating factor
CAS Number
IUPHAR/BPS
DrugBank
ChemSpider
  • none
UNII
ChEMBL
ECHA InfoCard100.167.401 Edit this at Wikidata
Chemical and physical data
FormulaC845H1343N223O243S9
Molar mass18802.8 g/mol

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଜ୍ୱର, କାଶ, ଛାତି ଯନ୍ତ୍ରଣା, ଗଣ୍ଠି ଯନ୍ତ୍ରଣା, ବାନ୍ତି ଓ କେଶ ହାନୀ ହୋଇପାରେ । ସାଂଘାତିକ ପାର୍ଶ୍ୱ ପ୍ରତିକ୍ରିୟାରେ ପ୍ଲୀହା ଭଙ୍ଗା (splenic rupture) ଓ ଆଲର୍ଜି ପ୍ରତିକ୍ରିୟା (allergic reactions) ହୋଇପାରେ । ଗର୍ଭାବସ୍ଥାରେ ଏହାର ନିରାପତ୍ତା ସ୍ପଷ୍ଟ ହୋଇନାହିଁ । ପ୍ରକୃତିରେ ମିଳୁଥିବା ଗ୍ରାନୁଲୋସାଇଟ କଲୋନି-ସ୍ଟିମୁଲେଟିଙ୍ଗ ଫ୍ୟାକ୍ଟରgranulocyte colony-stimulating factor (G-CSF) ସ‌ହିତ ଫିଲଗ୍ରାସ୍ଟିମର ସାମଞ୍ଜସ୍ୟ ଅଛି ।[୧]

ଯୁକ୍ତରାଷ୍ଟ୍ର ଆମେରିକାରେ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ସନ ୧୯୯୧ରେ ଫିଲଗ୍ରାସ୍ଟିମ ସ୍ୱୀକୃତ ହୋଇଥିଲା ।[୧] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୨] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ ଡୋଜର କ୍ରୟ ମୂଲ୍ୟ ପ୍ରାୟ ୩.୯୫ରୁ ୪.୬୬ ଆମେରିକୀୟ ଡଲାର ।[୩][୪] ଇଂଲଣ୍ଡରେ ଏକ ୩୦୦ ୟୁଗ୍ରା ଡୋଜର ମୂଲ୍ୟ ୫୦.୧୫ ପାଉଣ୍ଡ ।[୫] ଯୁକ୍ତରାଷ୍ଟ୍ର ଆମେରିକାରେ ଏହା ୨୦୦ ଆମେରିକୀୟ ଡଲାରରୁ ଅଧିକ ।[୬] ଜୈବସମ (Biosimilar) ଔଷଧ ମଧ୍ୟ ମିଳୁଛି ।[୧]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ "Filgrastim". The American Society of Health-System Pharmacists. Retrieved 8 December 2016.
  2. "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
  3. "Filgrastim". International Drug Price Indicator Guide. Archived from the original on 10 May 2017. Retrieved 8 December 2016.
  4. "Filgrastim- ERC: International Drug Price Indicator Guide". erc.msh.org. Archived from the original on 10 May 2017. Retrieved 19 December 2016.
  5. British national formulary : BNF 69 (69 ed.). British Medical Association. 2015. p. 678. ISBN 9780857111562.
  6. Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. 292. ISBN 9781284057560.