ଫାତିମା ବିବି
ନ୍ୟାୟାଧୀଷ ଏମ. ଫତିମା ବିୱି (ଜନ୍ମ ୩୦ ଅପ୍ରେଲ୍ ୧୯୨୭) ଭାରତର ସର୍ବୋଚ୍ଚ ନ୍ୟାୟାଳୟର ନିଯୁକ୍ତ ହୋଇଥିବା ପ୍ରଥମ ମହିଳା ନ୍ୟାୟାଧୀଷ ଥିଲେ [୧][୨][୩][୪][୫] ଏବଂ ପ୍ରଥମ ମୁସଲିମ୍ ମହିଳା ଥିଲେ ଯିଏକି ନ୍ୟାୟତନ୍ତ୍ରର ଉଚ୍ଚତମ ପଦବୀରେ ନିଯୁକ୍ତ ହୋଇଥିଲେ । ୩ ଅକ୍ଟୋବର ୧୯୯୩ ମସିହାରେ ସେ ରାଷ୍ଟ୍ରୀୟ ମାନବାଧିକାର ଆୟୋଗ(ଭାରତ)ର ସଦସ୍ୟ ହୋଇଥିଲେ, ୧୯୯୭ରୁ ୨୦୦୧[୬][୭] ପର୍ଯନ୍ତ ସେ ତାମିଲନାଡୁରେ ରାଜ୍ୟପାଳ ପଦବୀରେ ରହିଥିଲେ ।
Fathima Beevi.M | |
---|---|
Governor of Tamil Nadu | |
କାର୍ଯ୍ୟକାଳ 25 January 1997 – 3 July 2001 | |
ପୂର୍ବ ଅଧିକାରୀ | Krishan Kant |
ପର ଅଧିକାରୀ | Dr. C. Rangarajan |
Member National Human Rights Commission | |
କାର୍ଯ୍ୟକାଳ 1997–2001 | |
Judge of Supreme Court of India | |
କାର୍ଯ୍ୟକାଳ 6 October 1989 – 29 April 1992 | |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | Pathanamthitta, Travancore, Kerala, British Raj (now Kerala, India) | ୩୦ ଅପ୍ରେଲ ୧୯୨୭
ବାପା/ବୋଉ | Meera Sahib (father) Khadeeja Bibi (mother) |
ପ୍ରାରମ୍ଭିକ ଜୀବନ ଓ ଶିକ୍ଷା
ସମ୍ପାଦନାଫତିମା ବିୱି ୧୯୨୭ ମସିହା ଅପ୍ରେଲ ୩୦ ତାରିଖରେ କେରଳର ଟ୍ରାଭାନ୍କୋର୍ସ୍ଥିତ ପଠାନାମଥିଟ୍ଟାରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ମାତାଙ୍କ ନାମ ମୀରା ସାହିବ ଏବଂ ପିତାଙ୍କର ନାମ ଖଦୀଜା ବିୱି ଅଟେ ।[୮] ସେ ପଠାନମଥିଟ୍ଟାରେ କ୍ୟାଥୋଲିକେଟ ବିଦ୍ୟାଳୟରେ ପଢୁଥିଲେ । ସେ ୟୁନିଭର୍ସିଟି କଲେଜ, ତ୍ରିଭେନ୍ଦମରୁ ସ୍ନାତକ ଏବଂ ସରକାରୀ ଆଇନ କଲେଜ, ତିରୁଅନନ୍ତପୁରମ୍ରୁ ଏଲ.ଏଲ.ବି କରିଥିଲେ ।
ବୃତ୍ତି
ସମ୍ପାଦନା୧୪ ନଭେମ୍ବର ୧୯୫୦ ମସିହାରେ ସେ ଓକିଲ ଭାବେ ବୃତ୍ତି ଆରମ୍ଭ କଲେ । ସେ ନିଜର ପେଶାଗତ ଜୀବନ କେରଳର ନିମ୍ନ ନ୍ୟାୟାଳୟରେ ଆରମ୍ଭ କରିଥିଲେ । ୧୯୫୮ ମସିହାରେ କେରଳ ଅଧିନସ୍ଥ ନ୍ୟାୟିକ ସେବାରେ ମୁନସି ଭାବରେ ନିଯୁକ୍ତ ହେଲେ । ୧୯୬୮ ମସିହାରେ ଅଧିନସ୍ଥ ନ୍ୟାୟାଧୀଷ ଭାବେ ତାଙ୍କର ପଦୋନ୍ନତି ହେଲା । ୧୯୭୨ରେ ମୁଖ୍ୟ ନ୍ୟାୟିକ ମାଜିଷ୍ଟ୍ରେଟ, ୧୯୭୪ ଜିଲ୍ଲା ଏବଂ ସେସନ ନ୍ୟାୟାଧୀଷ[୧], ୧୯୮୦ ମସିହାରେ ଆୟକର ଅପିଲିୟ ଟ୍ରିବ୍ୟୁନାଲର ସଦସ୍ୟ ଏବଂ ୧୯୮୩ ମସିହାରେ ଉଚ୍ଚ ନ୍ୟାୟାଳୟରେ ନ୍ୟାୟାଧୀଷ ଭାବେ ନିଯୁକ୍ତ ହେଲେ ।[୧][୯] ୧୪ ମଇ ୧୯୮୪ରେ ସେ ଉଚ୍ଚନ୍ୟାୟାଳୟରେ ସ୍ଥାୟୀ ନ୍ୟାୟାଧୀଶ ହୋଇଥିଲେ । ୨୯ ଅପ୍ରେଲ୍ ୧୯୮୯ରେ ସେ ଉଚ୍ଚ ନ୍ୟାୟାଳୟରୁ ନ୍ୟାୟାଧୀଶ ଭାବେ ଅବସର ନେଲେ, ମାତ୍ର ପୁଣିଥରେ ୬ ଅକ୍ଟୋବର ୧୯୮୯ ମସିହାରେ ସର୍ବୋଚ୍ଚ ନ୍ୟାୟାଳୟର ନ୍ୟାୟାଧୀଷ ରୂପେ ନିଯୁକ୍ତ ହେଲେ ଓ ୨୯ ଅପ୍ରେଲ ୧୯୯୨ରେ ସେବା ନିବୃତ୍ତ ହେଲେ ।[୧]
ତାମିଲନାଡ଼ୁର ରାଜ୍ୟପାଳ
ସମ୍ପାଦନାସେ ୨୫ ଜାନୁଆରୀ ୧୯୯୭ରେ ତାମିଲନାଡ଼ୁର ରାଜ୍ୟପାଳ ହୋଇଥିଲେ ।[୧][୧୦] ତାଙ୍କୁ ତାମିଲନାଡ଼ୁର ଓ ଜମ୍ମୁ ଓ କାଶ୍ମୀର ଉଚ୍ଚ ନ୍ୟାୟାଳୟର ନ୍ୟାୟାଧୀଶ ସୁଖଦେବ ସିଂ କାଙ୍ଗକୁ କେରଳର ରାଜ୍ୟପାଳ ଭାବେ ନିଯୁକ୍ତ ଦେଇ ରାଷ୍ଟ୍ରପତି ଶଙ୍କର ଦୟାଲ ଶର୍ମା କହିଥିଲେ ଯେ, ସେମାନଙ୍କର ସମ୍ବିଧାନ ଓ ଆଇନ୍ ପ୍ରତି ଥିବା ଅଭିଜ୍ଞତା ଓ ଦୂରଦୃଷ୍ଟି ମୂଲ୍ୟବାନ ସମ୍ପତ୍ତି ।[୧୧]
ରାଜ୍ୟପାଳ ଭାବେ ସେ ରାଜୀବ ଗାନ୍ଧୀ ହତ୍ୟାକାଣ୍ଡର ୪ ଜଣ ଅପରାଧୀଙ୍କ କ୍ଷମା ପ୍ରାର୍ଥନାକୁ ନାମଞ୍ଜୁର କରିଥିଲେ । ହତ୍ୟାକାରୀମାନେ ଧାରା ୧୬୧ (କ୍ଷମା ପାଇଁ ରାଜ୍ୟପାଳଙ୍କ କ୍ଷମତା) ଅଧୀନରେ କ୍ଷମା ପାଇଁ ଆବେଦନ କରିଥିଲେ ।[୧୨][୧୩]
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ ୧.୩ ୧.୪ "M. FATHIMA BEEVI". supremecourtofindia.nic.in. Retrieved 2009-01-15.
- ↑ "Welcome to Women Era..." Archived from the original on 2018-12-25. Retrieved 2009-01-15.
- ↑ "Women in Judiciary". NRCW, Government of India. Archived from the original on 23 December 2008. Retrieved 2009-01-15.
- ↑ "FIRST WOMEN OF INDIA:". womenofindia.net. Retrieved 2009-01-16.
- ↑ "Convict Queen". india-today.com. Archived from the original on 2008-12-03. Retrieved 2009-01-16.
- ↑ "Raj Bhavan Chennai: Past Governors". Governor's Secretariat Raj Bhavan, Chennai - 600 022. Retrieved 2009-01-15.
- ↑ "Governors of Tamil Nadu since 1946". tn.gov.in. Retrieved 2009-01-15.
- ↑ "How a Kerala Woman Made History By Becoming India's 1st Female Supreme Court Judge". thebetterindia.com. Retrieved 6 February 2018.
- ↑ "High Court of Kerala: Former Judges". highcourtofkerala.nic.in. Retrieved 2009-01-16.
- ↑ "Women Governors In India:". .indianofficer.com. 16 ଅପ୍ରେଲ 2007. Archived from the original on 5 March 2008. Retrieved 2009-01-16.
- ↑ "We should show the world we are capable of tackling any crisis'". Rediff on the net. Archived from the original on 2011-07-13. Retrieved 2009-01-16.
- ↑ "Rajiv case – TN Governor rejects mercy pleas". .indianexpress.com. 29 October 1999. Retrieved 2009-01-16.[permanent dead link]
- ↑ "Rajiv case accused will wait for pardon". indianexpress.com. 4 November 1999. Retrieved 2009-01-16.[permanent dead link]