ଫାଇଟୋମେନାଡିଓନ
ଫାଇଟୋମେନାଡିଓନ (ଇଂରାଜୀ ଭାଷାରେ Phytomenadione, ଅନ୍ୟ ନାମ ଭିଟାମିନ କେ୧) ଓ ଫାଇଲୋକୁଇନୋନ) ଏକ ଭିଟାମିନ ବା ଜୀବସାରର ନାମ ଯାହା ଖାଦ୍ୟରେ ମିଳେ ଓ ଖାଦ୍ୟ ଅନୁପୂରକରେ (dietary supplement) ଦିଆଯାଇଥାଏ ।[୧][୨] କେତେକ ରକ୍ତସ୍ରାବ ବେମାରୀରେ (bleeding disorders) ଏହା ଅନୁପୂରକ ଭାବରେ ଦିଆଯାଏ । ମାତ୍ରାଧିକ ୱାରଫାରିନ (warfarin overdose), ନବଜାତର ରକ୍ତସ୍ରାବ ବେମାରୀ (hemorrhagic disease of the newborn), ଭିଟାମିନ କେ ଅଭାବ (vitamin K deficiency) ଓ ଅବସ୍ଟ୍ରକ୍ଟିଭ ଜଣ୍ଡିସ (obstructive jaundice) ଆଦି ଏହି ବେମାରୀ ଦଳର ଅନ୍ତର୍ଭୁକ୍ତ । ଏହା ପାଟିରେ ବା ଚର୍ମତଳ ଇଞ୍ଜେକସନ (injection under the skin) ଆକାରରେ ଦିଆଯାଏ । ଏହି ମାଧ୍ୟମରେ ଦେବା ସମ୍ଭବ ନ ହେଲେ ଶିରାଭ୍ୟନ୍ତର ବା ମାଂସପେଶୀ ଇଞ୍ଜେକସନ ଆକାରରେ ଦିଆଯାଏ । ଇଞ୍ଜେକସନ ଆକାରରେ ଦେଲେ ୨ଘଣ୍ଟା ମଧ୍ୟରେ ଏହା କାର୍ଯ୍ୟକ୍ଷମ ହୋଇଯାଏ ।[୨]
Clinical data | |
---|---|
Trade names | Mephyton, others |
Synonyms | Vitamin K1, phytonadione, phylloquinone |
AHFS/Drugs.com | monograph |
Pregnancy category |
|
Routes of administration | by mouth, subQ, IM, IV |
ATC code | |
Identifiers | |
| |
CAS Number | |
PubChem CID | |
DrugBank | |
ChemSpider | |
UNII | |
ChEBI | |
ChEMBL | |
ECHA InfoCard | 100.001.422 |
Chemical and physical data | |
Formula | C31H46O2 |
Molar mass | 450.70 g/mol |
3D model (JSmol) | |
| |
|
ଇଞ୍ଜେକସନ ଆକାରରେ ଫାଇଟୋମେନାଡିଓନ ଦେକେ ସାଧାରଣତଃ ଇଞ୍ଜେକସନ ଦିଆଯାଇଥିବା ସ୍ଥାନରେ ପ୍ରତିକ୍ରିୟା ହୋଇ ଯନ୍ତ୍ରଣା ହୋଇପାରେ ଓ ସ୍ୱାଦ ବଦଳିଯାଇପାରେ । ଶିରା ବା ମାଂସପେଶୀରେ ଇଞ୍ଜେକସନ ଦେଲେ ସାଂଘାତିକ ଆଲର୍ଜି ପ୍ରତିକ୍ରିୟା ହୋଇପାରେ ।[୨] ଗର୍ଭାବସ୍ଥାରେ ଏହାର ନିରାପତ୍ତା ସ୍ପଷ୍ଟ ହୋଇନାହିଁ କିନ୍ତୁ ସ୍ତନ୍ୟପାନ ସମୟରେ ଏହା ନିରାପଦ ଜଣାଯାଏ ।[୩] ଏହା ଅନେକ ଗୁଡ଼ିଏ ରକ୍ତ ଜମାଟ ଉତ୍ପାଦକ (blood clotting factors) ଯୋଗାଇ କାର୍ଯ୍ୟକ୍ଷମ ହୁଏ । [୨] ସବୁଜ ପରିବା (green vegetables), ପରିବା ତେଲ ଓ କେତେକ ଫଳରେ ଏହାର ଉତ୍ସ ଥାଏ ।[୪]
ଫାଇଟୋମେନାଡିଓନ ପ୍ରଥମେ ସନ ୧୯୩୯ରେ ପୃଥକ କରାଯାଇଥିଲା ।[୫] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୬] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ ୧୦ମିଗ୍ରା ଭାଏଲର ହୋଲସେଲ ମୂଲ୍ୟ ୦.ରୁ ୧.୨୭ ଆମେରିକୀୟ ଡଲାର ।[୭] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ କୋର୍ଷର ମୂଲ୍ୟ ୨୫ ଆମେରିକୀୟ ଡଲାରରୁ କମ୍ ।[୮] ଏହାର ଆବିଷ୍କାର ନିମନ୍ତେ ସନ ୧୯୪୩ରେ ଏଡ଼ୱାର୍ଡ ଡଏସି (Edward Doisy) ଓ ହେନରିକ ଡାମଙ୍କୁ (Henrik Dam) ନୋବେଲ ପୁରସ୍କାର (Nobel Prize) ଦିଆଯାଇଥିଲା ।[୫]
ଆଧାର
ସମ୍ପାଦନା- ↑ Watson, Ronald Ross (2014). Diet and Exercise in Cystic Fibrosis (in ଇଂରାଜୀ). Academic Press. p. 187. ISBN 9780128005880.
- ↑ ୨.୦ ୨.୧ ୨.୨ ୨.୩ "Phytonadione". The American Society of Health-System Pharmacists. Retrieved 8 December 2016.
- ↑ "Phytonadione Use During Pregnancy". Drugs.com. Retrieved 29 December 2016.
- ↑ "Office of Dietary Supplements – Vitamin K". ods.od.nih.gov. 11 February 2016. Retrieved 30 December 2016.
- ↑ ୫.୦ ୫.୧ Sneader, Walter (2005). Drug Discovery: A History (in ଇଂରାଜୀ). John Wiley & Sons. p. 243. ISBN 9780471899792.
- ↑ "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
- ↑ "Vitamin K1". International Drug Price Indicator Guide. Archived from the original on 10 May 2017. Retrieved 8 December 2016.
- ↑ Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. 229. ISBN 9781284057560.