ପ୍ରେମାନନ୍ଦ ଶ୍ରୀ ଆର୍ଯ୍ୟବ୍ରତ ଦାସ

ଭାରତୀୟ ଓଡ଼ିଆ-ଭାଷୀ ଲେଖକ

ପ୍ରେମାନନ୍ଦ ଶ୍ରୀ ଆର୍ଯ୍ୟବ୍ରତ ଦାସ (ଜନ୍ମ: ୧୬ ଏପ୍ରିଲ ୧୯୮୩) ଜଣେ ଭାରତୀୟ ଓଡ଼ିଆ-ଭାଷୀ ସାହିତ୍ୟିକ ଓ ଶିକ୍ଷାବିତ । ସେ ଓଡ଼ିଆ ଗଳ୍ପ, କବିତା, ନାଟକ, ଉପନ୍ୟାସ, ଶିଶୁସାହିତ୍ୟ, ଅନୁବାଦ ଓ ସମାଲୋଚନା ଆଦି ରଚନା କରିଛନ୍ତି ।[][][]

ପ୍ରେମାନନ୍ଦ ଶ୍ରୀ ଆର୍ଯ୍ୟବ୍ରତ ଦାସ
ପ୍ରେମାନନ୍ଦ ଶ୍ରୀ ଆର୍ଯ୍ୟବ୍ରତ ଦାସ
ଜନ୍ମ୧୬ ଏପ୍ରିଲ ୧୯୮୩
ଜାତୀୟତାଭାରତୀୟ
ବୃତ୍ତିଅଧ୍ୟାପନା

ସଂକ୍ଷିପ୍ତ ଜୀବନୀ

ସମ୍ପାଦନା

ସେ ମୟୁରଭଞ୍ଜ ଜିଲ୍ଲାର ଚିତ୍ରଡା ବ୍ଲକ କାନ୍ଦଣା ଗ୍ରାମରେ ଜନ୍ମ ହୋଇଥିଲେ। ମୟୁରଭଞ୍ଜର ଉଦଳା ଠାରେ ତାଙ୍କର ଶିକ୍ଷା ଜୀବନ ବିତିଥିଲା । ଛାତ୍ର ଅବସ୍ଥାରୁ ସେ କବିତା, ଗଳ୍ପ ଓ ଉପନ୍ୟାସ ଲେଖିବା ଆରମ୍ଭ କରିଥିଲେ । ତାଙ୍କର ପ୍ରଥମ କବିତା 'ପ୍ରଭୁ' ସତସଙ୍ଗ, ଦେଓଘରରୁ ପ୍ରକାଶିତ ମାସିକ 'ଊର୍ଜନା'ରେ ୧୯୯୫ ମସିହାରେ ପ୍ରକାଶ ପାଇଥିଲା। ଉଦଳା ମହାବିଦ୍ୟାଳୟରେ ଯୁକ୍ତ ତିନି ବିଜ୍ଞାନ ପଢୁଥିଲା ବେଳେ ୨୦୦୧ ମସିହାରେ 'ଅଭିମନ୍ୟୁ' ନାମରେ ଏକ ଉପନ୍ୟାସ ପ୍ରକାଶ ପାଇଥିଲା । ବାଲେଶ୍ୱର ଫକୀରମୋହନ ବିଶ୍ୱବିଦ୍ୟାଳୟ ଅଧୀନରେ ପଦାର୍ଥ ବିଜ୍ଞାନରେ ସ୍ନାତକୋତ୍ତର ଶିକ୍ଷା ପରେ ସେ ପଦାର୍ଥ ବିଜ୍ଞାନରେ ଅଧ୍ୟାପନା ଆରମ୍ଭ କରିଥିଲେ ଓ ମାନବ ମାନବ ସମ୍ବଳ ଓ ପରିଚାଳନା ବିଷୟରେ ଫକୀରମୋହନ ବିଶ୍ୱବିଦ୍ୟାଳୟ ରୁ ପୁନଃ ସ୍ନାତକୋତ୍ତର ଡିଗ୍ରୀ ପ୍ରାପ୍ତ ହୋଇଥିଲେ । ପଦାର୍ଥ ବିଜ୍ଞାନରେ ଅଧ୍ୟାପନା କରିବା ସହ ସାହିତ୍ୟ ସୃଷ୍ଟିରେ ମନୋନିବେଶ କରି ସେ ନିଜସ୍ୱ ମୌଳିକ କବିତା ରଚନା ସହ ଅନୁବାଦ କ୍ଷେତ୍ରରେ ମଧ୍ୟ ସକ୍ରିୟ । ଏହାସହ ଓଡ଼ିଆ ସାହିତ୍ୟ ସମୀକ୍ଷା ଓ ଆଲୋଚନା ମୂଳକ ତାଙ୍କର ଅନେକ ଆଲେଖ୍ୟ ବିଭିନ୍ନ ଖବର କାଗଜ ଓ ପତ୍ରିକାରେ ପ୍ରକାଶିତ।[][]

ରଚନାବଳୀ

ସମ୍ପାଦନା
  • ଅଭିମନ୍ୟୁ (ଉପନ୍ୟାସ )୨୦୦୧
  • ମାଳିନୀ (ଓଡ଼ିଆ କବିତା ସଂକଳନ) -୨୦୧୯
  • ଆଗାମୀ ଜନ୍ମରେ ଯଦି ପକ୍ଷୀଟିଏ ହୁଏ (କବିତା) ୨୦୨୦
  • Towards Horizon - ୨୦୨୦
  • ଖଲିଲ ଜୀବ୍ରାନଙ୍କ ଦ ପ୍ରଫେଟର ଓଡ଼ିଆ ଅନୁବାଦ ୨୦୨୪[]
  1. https://dhwanipratidhwani.net/wp-content/uploads/2020/01/January-26_6-scaled.jpg
  2. https://dhwanipratidhwani.net/wp-content/uploads/2020/01/January-19_6-scaled.jpg
  3. https://dhwanipratidhwani.net/wp-content/uploads/2020/01/January-12_6-scaled.jpg
  4. https://dhwanipratidhwani.net/2021/07/04/e-paper-for-4th-july-4/
  5. chrome-extension://efaidnbmnnnibpcajpcglclefindmkaj/https://www.sakalaepaper.com/media/2024-03/sakala-epaper-18-march-2024-cuttack.pdf
  6. ପଣ୍ଡା, ଶ୍ରୀହରି (୨୦୨୨). ମୟୂରଭଞ୍ଜିଆ ସାରସ୍ୱତ ସାଧକ. ଝାଞ୍ଜିରିମଙ୍ଗଳା, କଟକ: ସାଇଯମୁନା.