ପ୍ରହଲ୍ଲାଦ ବେହେରା

ଓଡ଼ିଆ ରାଜନୀତିଜ୍ଞ

ପ୍ରହଲ୍ଲାଦ ବେହେରା (୧୦ ଅଗଷ୍ଟ ୧୯୩୮ - ୯ ମାର୍ଚ୍ଚ ୨୦୨୦) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୭୭ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଫୁଲବାଣୀ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୭ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ପ୍ରହଲ୍ଲାଦ ବେହେରା
ବିଧାୟକ: ୭ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୭୭ – ୧୯୮୦
ପୂର୍ବ ଅଧିକାରୀଚନ୍ଦ୍ର ଶେଖର ବେହେରା
ପର ଅଧିକାରୀଚନ୍ଦ୍ର ଶେଖର ବେହେରା
ନିର୍ବାଚନ ମଣ୍ଡଳୀଫୁଲବାଣୀ
ବ୍ୟକ୍ତିଗତ ସବିଶେଷ
ଜନ୍ମ(1938-08-10)୧୦ ଅଗଷ୍ଟ ୧୯୩୮
ମୃତ୍ୟୁ୯ ମାର୍ଚ୍ଚ ୨୦୨୦(2020-03-09) (ବୟସ ୮୧)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଜନତା ପାର୍ଟି
ଜୀବନ ସାଥୀଧନମତି ବେହେରା
ବାପା/ବୋଉଅକ୍ରୁର ବେହେରା (ବାପା)
ଲବଙ୍ଗ ବେହେରା (ମାଆ)[୧]
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷା ସମ୍ପାଦନା

ପ୍ରହଲ୍ଲାଦ ବେହେରା ୧୯୩୮ ମସିହାର ଅଗଷ୍ଟ ୧୦ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଅକ୍ରୁର ବେହେରା ଓ ମାଆଙ୍କ ନାମ ଲବଙ୍ଗ ବେହେରା ଏବଂ ପତ୍ନୀଙ୍କ ନାମ ଧନମତି ବେହେରା ।[୨]

ରାଜନୈତିକ ଜୀବନ ସମ୍ପାଦନା

ପ୍ରହଲ୍ଲାଦ ଓଡ଼ିଶା ରାଜନୀତିରେ ଜନତା ପାର୍ଟି କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାର ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୨] ସେ ବିଜୁ ପଟ୍ଟନାୟକଙ୍କ ଡ୍ରାଇଭର ଭାବରେ କାର୍ଯ୍ୟ କରୁଥିଲେ ଏବଂ ଏକଦା ଭାରତର ଭୂତପୂର୍ବ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କୁ ଗାଡ଼ିରେ ବସାଇ ପୁରୀ ନେଇଥିଲେ ।[୩]

ମୃତ୍ୟୁ ସମ୍ପାଦନା

ପ୍ରହଲ୍ଲାଦ ୨୦୨୦ ମସିହାର ମାର୍ଚ୍ଚ ୯ ତାରିଖରେ ମୃତ୍ୟୁବରଣ କରିଥିଲେ ।[୪] ମୃତ୍ୟୁବେଳକୁ ସେ ବୁର୍ଲା ମେଡିକାଲରେ ଚିକିତ୍ସିତ ହେଉଥିଲେ ।[୧]

ଆଧାର ସମ୍ପାଦନା

  1. ୧.୦ ୧.୧ "ପରଲୋକରେ ବିଜୁ ପଟ୍ଟନାୟକଙ୍କ ସାରଥି ପ୍ରହଲ୍ଲାଦ ବେହେରା". ETV Bharat News (in ଇଂରାଜୀ). 9 March 2020. Archived from the original on 20 April 2021. Retrieved 20 April 2021.
  2. ୨.୦ ୨.୧ "Shri Prahallad Behera". odishaassembly.nic.in. Odisha Assembly. Retrieved 20 April 2021.
  3. Cross, Aryan (27 August 2019). "ବିଜୁ ବାବୁଙ୍କ ଡ୍ରାଇଭରରୁ ବିଧାୟକ, ଏବେ ଦୁର୍ଦ୍ଦିନରେ ପ୍ରହଲ୍ଲାଦ". Argus News. ବୌଦ୍ଧ. Archived from the original on 20 April 2021. Retrieved 20 April 2021.
  4. Mallick, Sharmili (9 March 2020). "Former Odisha MLA Prahlad Behera Passes Away At 88". OTV News (in English). Bhubaneswar: odishatv.in. Archived from the original on 20 April 2021. Retrieved 20 April 2021.{{cite news}}: CS1 maint: unrecognized language (link)