ପ୍ରଶାନ୍ତ ମହାପାତ୍ର
ପ୍ରଶାନ୍ତ ମହାପାତ୍ର (୧ ସେପ୍ଟେମ୍ବର ୧୯୭୩ - ୧୯ ମଇ ୨୦୨୧) ଜଣେ ଓଡ଼ିଆ କ୍ରିକେଟ ଖେଳାଳୀ ଏବଂ ଅମ୍ପାୟାର୍ ଥିଲେ । ୧୯୯୦ ମସିହାରେ ସେ ବିହାର ବିରୁଦ୍ଧରେ ତାଙ୍କର ପ୍ରଥମ ରଜଣୀ ମ୍ୟାଚ୍ ଖେଳିଥିଲେ ଏବଂ ୧୯୯୩ ମସିହାରେ ସେ ପ୍ରଥମ ଶ୍ରେଣୀ କ୍ରିକେଟ୍ ଖେଳିଥିଲେ । ପରବର୍ତ୍ତୀ ସମୟରେ ସେ ଅମ୍ପାୟାର ଭାବରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ୍ ବୋର୍ଡ଼ଦ୍ୱାରା ନିଯୁକ୍ତ ହୋଇଥିଲେ ।
ବ୍ୟକ୍ତିଗତ ତଥ୍ୟ | ||||||||||||||||||||||||||||||||||||||||
---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|
ଜନ୍ମ | ୧ ସେପ୍ଟେମ୍ବର ୧୯୭୩ | |||||||||||||||||||||||||||||||||||||||
ମୃତ୍ୟୁ | ୧୯ ମଇ ୨୦୨୧ ଭୁବନେଶ୍ୱର | (ବୟସ ୪୭)|||||||||||||||||||||||||||||||||||||||
ଡାକ ନାମ | ମୁନା | |||||||||||||||||||||||||||||||||||||||
ବ୍ୟାଟିଂ ପ୍ରକାର | ଡାହାଣହାତୀ | |||||||||||||||||||||||||||||||||||||||
ବୋଲିଂ ପ୍ରକାର | ଡାହାଣହାତୀ ମିଡିଅମ୍ | |||||||||||||||||||||||||||||||||||||||
ଘରୋଇ ଦଳ ତଥ୍ୟ | ||||||||||||||||||||||||||||||||||||||||
Years | Team | |||||||||||||||||||||||||||||||||||||||
୧୯୯୦–୨୦୦୩ | ଓଡ଼ିଶା | |||||||||||||||||||||||||||||||||||||||
ପ୍ରଥମ ଶ୍ରେଣୀ କ୍ରିକେଟ୍ debut | ୧୯୯୦ ଓଡ଼ିଶା v ବିହାର | |||||||||||||||||||||||||||||||||||||||
ଅମ୍ପାୟାରିଂ ତଥ୍ୟ | ||||||||||||||||||||||||||||||||||||||||
ପ୍ରଥମଶ୍ରେଣୀ ଅମ୍ପାୟାରିଂ | 48 | |||||||||||||||||||||||||||||||||||||||
ଲିଷ୍ଟ ଏ ଅମ୍ପାୟାରିଂ | 45 | |||||||||||||||||||||||||||||||||||||||
Career statistics | ||||||||||||||||||||||||||||||||||||||||
| ||||||||||||||||||||||||||||||||||||||||
Source: ESPNcricinfo, 19 May 2021 |
ଜନ୍ମ ଓ ପରିବାର
ସମ୍ପାଦନାପ୍ରଶାନ୍ତ ମହାପାତ୍ର ୧୯୭୩ ମସିହାର ସେପ୍ଟେମ୍ବର ୧ ତାରିଖରେ ଜନ୍ମଗ୍ରହଣ କରିଥିଲେ ।[୧] ତାଙ୍କ ବାପା ରଘୁନାଥ ମହାପାତ୍ର ଜଣେ ପଥର ଶିଳ୍ପୀ ଓ ସ୍ଥପତି ଥିଲେ, ଯିଏକି ଭାରତ ସରକାରଙ୍କଦ୍ୱାରା ପଦ୍ମ ବିଭୁଷଣ ପୁରସ୍କାର ପାଇଥିଲେ ଏବଂ ଭାରତୀୟ ସଂସଦର ଉପର ସଦନ ରାଜ୍ୟ ସଭାର ସାଂସଦ ଭାବରେ କାର୍ଯ୍ୟ କରିଥିଲେ ।[୨]
କ୍ରିକେଟ
ସମ୍ପାଦନାପ୍ରଶାନ୍ତ ମହାପାତ୍ର ତାମିଲନାଡ଼ୁ ବିରୁଦ୍ଧରେ ୧୯ ବର୍ଷରୁ କମ୍ ରଣଜୀ କ୍ରିକେଟ୍ରେ ଖେଳିବା ଆରମ୍ଭ କରିଥିଲେ । ଏହାପରେ ସେ ୧୯୯୦ ମସିହାରେ ବିହାରୁ ବିରୁଦ୍ଧରେ ରଣଜୀ ମ୍ୟାଚ୍ ଖେଳିବା ଆରମ୍ଭ କରିଥିଲେ ।[୩] ୧୯୯୩ ମସିହାରେ ସେ ଲିଷ୍ଟ ଏ କ୍ରିକେଟ୍ ଖେଳିବା ଆରମ୍ଭ କରିଥିଲେ । ସେ ଇଷ୍ଟ ଜୋନ୍ ତରଫରୁ ଦୁଲୀପ ଟ୍ରଫି ଓ ଦେଓଧର ଟ୍ରଫି ଖେଳିଥିଲେ । ସେ ଓଡ଼ିଶା କ୍ରିକେଟ ଦଳର ଅଧିନାୟକ ଭାବରେ କାର୍ଯ୍ୟ କରିଥିଲେ ।[୧] ସେ ୪୫ଟି ପ୍ରଥମ ଶ୍ରେଣୀ ମ୍ୟାଚ୍ରୁ ୩୦.୦୮ ହାରାହାରିରେ ୨,୧୯୬ ରନ୍ କରିଥିଲେ, ଯେଉଁଥିରେ ୧୧ଟି ଅର୍ଦ୍ଧଶତ ଓ ୫ଟି ଶତକ କରିଥିଲେ ।[୪]
ପରବର୍ତ୍ତୀ ସମୟରେ ସେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ୍ ବୋର୍ଡ଼ଦ୍ୱାରା ଅମ୍ପାୟାର ଓ ରେଫେରୀ ଭାବରେ ନିଯୁକ୍ତ ହୋଇଥିଲେ । ସେ ୧୮ଟି ପ୍ରଥମ ଶ୍ରେଣୀ କ୍ରିକେଟ୍, ୪୫ଟି ଲିଷ୍ଟ ଏ କ୍ରିକେଟ୍ ଏବଂ ୪୯ଟି ଟ୍ୱେଣ୍ଟି ଟ୍ୱେଣ୍ଟି ମ୍ୟାଚର ରେଫେରୀ ଭାବରେ କାର୍ଯ୍ୟ କରିଥିଲେ ।[୫]
ମୃତ୍ୟୁ
ସମ୍ପାଦନାପ୍ରଶାନ୍ତ ମହାପାତ୍ର ୨୦୨୧ ମସିହାର ମଇ ୧୯ ତାରିଖରେ ୪୭ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ । କରୋନାଭୂତାଣୁ ରୋଗ ୨୦୧୯ରେ ପୀଡ଼ିତ ହୋଇ ସେ ଭୁବନେଶ୍ୱରସ୍ଥିତ ଅଖିଳ ଭାରତୀୟ ଆର୍ୟୁବିଜ୍ଞାନ ସଂସ୍ଥାନରେ (AIIMS) ଚିକିତ୍ସିତ ହେଉଥିଲେ ।[୫]
ଆଧାର
ସମ୍ପାଦନା- ↑ ୧.୦ ୧.୧ "Former Odisha captain Prashant Mohapatra dies of Covid-19". Hindustan Times (in English). Bhubaneswar. 19 May 2021. Retrieved 19 May 2021.
{{cite news}}
: CS1 maint: unrecognized language (link) - ↑ Halder, Aditya (19 May 2021). "BCCI match referee Prashant Mohapatra dies of COVID-19". India TV News (in English). Bhubaneswar. Retrieved 19 May 2021.
{{cite news}}
: CS1 maint: unrecognized language (link) - ↑ Birwadkar, Shubham (19 May 2021). "Who is Prashant Mohapatra? BCCI match referee's latest news shocks Indian cricket fans". Republic World (in English). Retrieved 19 May 2021.
{{cite news}}
: CS1 maint: unrecognized language (link) - ↑ "Former Odisha cricketer and BCCI match referee Prashant Mohapatra dies battling Covid-19 | Off the field News - Times of India". The Times of India (in ଇଂରାଜୀ). 19 May 2021. Retrieved 19 May 2021.
- ↑ ୫.୦ ୫.୧ JENA, SURYAKANT (19 May 2021). "Former Odisha Cricket Team Captain Prashant Mohapatra Succumbs To COVID-19". Former Odisha Cricket Team Captain Prashant Mohapatra Succumbs To COVID-19 (in English). Bhubaneswar. Archived from the original on 19 May 2021. Retrieved 19 May 2021.
{{cite news}}
: CS1 maint: unrecognized language (link)