ପ୍ରଶାନ୍ତ ବେହେରା

ଓଡ଼ିଆ ରାଜନୀତିଜ୍ଞ

ପ୍ରଶାନ୍ତ ବେହେରା (ଜନ୍ମ: ୧ ମଇ ୧୯୭୭) ଜଣେ ଓଡ଼ିଆ ରାଜନୀତିଜ୍ଞ । ପ୍ରଶାନ୍ତ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଛନ୍ତି । ୨୦୧୯ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ସାଲେପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]

ପ୍ରଶାନ୍ତ ବେହେରା
ବିଧାୟକ: ୧୬ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୧୯ – ଏବେଯାଏଁ
ପୂର୍ବ ଅଧିକାରୀଚନ୍ଦ୍ର ସାରଥୀ ବେହେରା
ନିର୍ବାଚନ ମଣ୍ଡଳୀସାଲେପୁର
ବ୍ୟକ୍ତିଗତ ସବିଶେଷ
ଜନ୍ମ (1977-05-01) ୧ ମଇ ୧୯୭୭ (ବୟସ ୪୬)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳବିଜୁ ଜନତା ଦଳ
ଜୀବନ ସାଥୀସୁବାସିନୀ ବେହେରା
ବାପା/ବୋଉଧର୍ମାନନ୍ଦ ବେହେରା (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷା ସମ୍ପାଦନା

ପ୍ରଶାନ୍ତ ବେହେରା ୧୯୭୭ ମସିହାର ମଇ ମାସ ୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଧର୍ମାନନ୍ଦ ବେହେରା ଏବଂ ପତ୍ନୀଙ୍କ ନାମ ସୁବାସିନୀ ବେହେରା ।[୧] ପ୍ରଶାନ୍ତଙ୍କର ଶିକ୍ଷାଗତ ଯୋଗ୍ୟତା ବିଜ୍ଞାନରେ ସ୍ନାତକ ।[୧]

ରାଜନୈତିକ ଜୀବନ ସମ୍ପାଦନା

ପ୍ରଶାନ୍ତ ବେହେରା ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଛନ୍ତି ।[୧]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ "Shri Prasanta Behera". odishaassembly.nic.in. Odisha Assembly. Retrieved 21 January 2020.