ପ୍ରବୋଧ କୁମାର ମିଶ୍ର (ଓଡ଼ିଆ ଲେଖକ)

ଭାରତୀୟ ଓଡ଼ିଆ-ଭାଷୀ ଐତିହାସିକ ଓ ଲେଖକ

ପ୍ରବୋଧ କୁମାର ମିଶ୍ର (ଜନ୍ମ: ୧୯ ଜାନୁଆରୀ ୧୯୩୭) ଜଣେ ଭାରତୀୟ ଓଡ଼ିଆ-ଭାଷୀ ଐତିହାସିକ ତଥା ଲେଖକ । ସେ ୨୦୧୧ ମସିହାରେ ଓଡ଼ିଆ ଜାତିର ଇତିହାସ ଓ ସଂସ୍କୃତି ପାଇଁ ପ୍ରବନ୍ଧ ଓ ସମାଲୋଚନା ବିଭାଗରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ ।[]

ପ୍ରବୋଧ କୁମାର ମିଶ୍ର
ଜନ୍ମ ଓ ଜନ୍ମସ୍ଥାନ (1937-01-19) ୧୯ ଜାନୁଆରୀ ୧୯୩୭ (ବୟସ ୮୭)
ବାରିପଦା, ମୟୂରଭଞ୍ଜ
ବୃତ୍ତିଅଧ୍ୟାପକ,ଐତିହାସିକ ଏବଂ ଲେଖକ
ଭାଷାଓଡ଼ିଆ, ଇଂରାଜୀ
ଜାତୀୟତାଭାରତୀୟ
ପୁରସ୍କାରଓଡ଼ିଆ ସାହିତ୍ୟ ଏକାଡେମୀ ପୁରସ୍କାର (୨୦୧୧)

ସଂକ୍ଷିପ୍ତ ଜୀବନୀ

ସମ୍ପାଦନା

ପ୍ରବୋଧ କୁମାର ମିଶ୍ର ବାରିପଦାରେ ଜନ୍ମଗ୍ରହଣ କରିଥିଲେ । ସେ ରେଭେନ୍ସା ମହାବିଦ୍ୟାଳୟରୁ ଇତିହାସରେ ସ୍ନାତକୋତ୍ତର, ଲୋଥାଲଠାରେ ପ୍ରତ୍ନତତ୍ତ୍ୱବିଦ୍ ଡିଗ୍ରୀ ଲାଭ ୧୯୫୮-୫୯, ନାଗପୁର ବିଶ୍ୱବିଦ୍ୟାଳୟରୁ ପିଏଚ୍ ଡି ୧୯୭୮, ମଗଧ ବିଶ୍ୱବିଦ୍ୟାଳୟରୁ ଡି ଲିଟ୍ ୧୯୮୩ ଉପାଧି ପାଇଥିଲେ । ତା'ପରେ ବୃତ୍ତିଗତ ଭାବେ ୧୯୫୯ରେ ଉତ୍କଳ ବିଶ୍ୱବିଦ୍ୟାଳୟରେ ଇତିହାସ, ୧୯୬୦ରେ ପାରଳାଖେମୁଣ୍ଡି ମହାବିଦ୍ୟାଳୟ ଓ ୧୯୬୨ରୁ ୧୯୬୫ ଯାଏ ବାରିପଦା କଲେଜରେ ଅଧ୍ୟାପନା କରିଥିଲେ ।[] ମଝିରେ ସେ ଓଡ଼ିଶା ସରକାରଙ୍କ ଇନଫର୍ମେସନ ଅଫିସର, ୧୯୬୫-୬୮ ଏନ୍ ସି ସି ଅଫିସର ଓ ମେଜର, ୧୯୬୯-୭୨ ରାଉଲକେଲା ସରକାରୀ କଲେଜ, ୧୯୭୨-୭୩ ଖଲିକୋଟ କଲେଜ, ୧୯୭୪-୭୬ ଜବାହାରଲାଲ କଲେଜ, ପାଟଣାଗଡରେ ଅଧ୍ୟକ୍ଷ, ୧୯୮୪-୮୭ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଇତିହାସ ବିଭାଗ ମୁଖ୍ୟ, ୧୯୯୧-୯୨ ପିଜି କାଉନସିଲ ଚୟାରମ୍ୟାନ, ସିଣ୍ଡିକେଟ ସଭ୍ୟ, ୧୯୯୬-୯୭ ଡେଭଲପମେଣ୍ଟ କାଉନସିଲର ନିର୍ଦ୍ଦେଶକ ରହିବା ସହ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର କୁଳପତି ଭାବେ ସେବାନିବୃତ୍ତ ହେଲେ । ଭାରତ ତତ୍ତ୍ୱ(Indology) ବିଷୟରେ ୩୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀଙ୍କ ସେ ପିଏଚ୍ ଡି ପାଇଁ ନିର୍ଦ୍ଦେଶନା ଦେଇଛନ୍ତି । ସେ ୫ରୁ ଉର୍ଦ୍ଧ୍ୱ ଜର୍ଣ୍ଣାଲର ସମ୍ପାଦନା ଓ ଫୋର୍ଡ଼ ଫାଉଣ୍ଡେସନ ରିସର୍ଚ୍ଚ ପ୍ରୋଜେକ୍ଟ "Survey and documentation of monuments in the Upper Mahanadi Valley'' ସମ୍ପନ୍ନ କରିଥିଲେ । ସେ ଭାରତୀୟ ଇତିହାସ କଂଗ୍ରେସ ଓ Numismatic Society of Indiaର ସଦସ୍ୟ ଥାଇ ଜାତୀୟ ସ୍ତରରେ ଅନେକ ସଂସ୍ଥାନ ପରିଚାଳନା କରିଛନ୍ତି । ସେ ମଧ୍ୟ ଓଡ଼ିଶା ଇତିହାସ କଂଗ୍ରେସର ସମ୍ପାଦକ (୧୯୭୮-୮୨) ଓ ସଭାପତି (୧୯୮୬-୯୫) ଦାୟିତ୍ୱ ନିର୍ବାହ କରିଥିଲେ ।

ରଚନାବଳୀ

ସମ୍ପାଦନା
ପୁସ୍ତକ ପ୍ରକାଶନ ସମୟ ବିଷୟବସ୍ତୁ
ଓଡ଼ିଆ ଜାତିର ଇତିହାସ ଓ ସଂସ୍କୃତି, ଭାଗ – ୧ ୨୦୦୮, ୨୦୧୨ (୨ୟ ସଂସ୍କରଣ) ପ୍ରବନ୍ଧ, ଇତିହାସ, ଖାରବେଳ, ଗୁପ୍ତ ରାଜତ୍ୱ
ଓଡ଼ିଆ ଜାତିର ଇତିହାସ ଓ ସଂସ୍କୃତି, ଭାଗ – ୨ ୨୦୦୮, ୨୦୧୨ (୨ୟ ସଂସ୍କରଣ) ପ୍ରବନ୍ଧ, ଇତିହାସ, ଭାଷା, ପରମ୍ପରା, ଲୋକସଂସ୍କୃତି
ସମ୍ପୂର୍ଣ୍ଣ ଓଡ଼ିଶା ଇତିହାସ ୧୯୯୯ ଇତିହାସ, କଳିଙ୍ଗ, ମରାଠା, ବ୍ରିଟିଶ, ଓଡ଼ିଆ, ଗଡ଼ଜାତ
ମୟୂରଭଞ୍ଜ ଇତିହାସ ଓ ସଂସ୍କୃତିର ମୁଖ୍ୟଧାରା ୨୦୦୧ ଇତିହାସ, ସଂସ୍କୃତି, ଆଦିବାସୀ, ବିଦ୍ରୋହ
ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଜୀବନୀ
ଲୋକମାନ୍ୟ ବାଲ୍ ଗଙ୍ଗାଧର ତିଲକ ଜୀବନୀ
ଓଡ଼ିଆ ଭାଷା ଆନ୍ଦୋଳନ ଓ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଆଲୋଚନା
Political history of Orissa, 1900-1936 ୧୯୭୯
History of Orissa ୧୯୮୦
Evolution of Orissa and her Culture ୧୯୮୪
ପ୍ରଥମ ବିଶ୍ୱଯୁଦ୍ଧ ୧୯୭୪
ମୁସ୍ତାଫା କେମାଲ ପାଶା ୧୯୭୫
ଆଧୁନିକ ବିଶ୍ୱ ୧୯୭୫
Historians and historiography in Orissa
Life and culture of early medieval Orissa as depicted on temples
Changing Pattern of political Culture
Studies in Hindu and Buddhist Art
Archaeology of Mayurbhanj
Madhu-sudan Das, his speeches[]

ସମ୍ପାଦିତ ପୁସ୍ତକ

  • Comprehensive history and culture of Orissa, 1997 (୪ ଖଣ୍ଡ)
  • Aspects of Indian history and historiography (1996)
  • Madhusudan Das, the legislature (1980)
  • Culture, tribal history and freedom movement : with Dr. N.K. Sahu commemoration volume (1989)
  • Illustrated Bhagavata Purana (1985)
  • Modern world, a new perspective (1987)
  • Heritage of India (୨ ଖଣ୍ଡ)
  • ବାମଣ୍ଡା ପ୍ରଜା ଆନ୍ଦୋଳନ ୧୯୯୪

ତାଙ୍କ କୃତି ଓ କୃତିତ୍ୱ ସମ୍ପର୍କରେ Orissan history, Culture and Archaeology in felicitation of Prof. P. K. Misra (1999) ନାମରେ ପୁସ୍ତକଟି ସଂକଳିତ ।

ସମ୍ମାନ ଓ ପୁରସ୍କାର

  1. ୧.୦ ୧.୧ "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ (୨୦୦୮, ୨୦୦୯, ୨୦୧୦ ମସିହାରେ ପ୍ରକାଶିତ ୨୦୧୧ ବର୍ଷର ପୁରସ୍କୃତ ପୁସ୍ତକ)". Odisha Sahitya Akademi. Retrieved 20 February 2022.
  2. ମହାନ୍ତି, ନଗେନ୍ଦ୍ର ନାଥ (୨୦୦୫). ଓଡ଼ିଆ ଚରିତ କୋଷ, ୨ୟ ଭାଗ. ନୂଆଦିଲ୍ଲୀ: ପ୍ରତିମା ନାଥ ଟ୍ରଷ୍ଟ. pp. ୮୪୭-୮୪୮. ISBN 81-903352-2-7.
  3. ପଣ୍ଡା, ଶ୍ରୀହରି; ମହାପାତ୍ର, ରାଜକିଶୋର (୨୦୨୨). ମୟୂରଭଞ୍ଜିଆ ସାରସ୍ୱତ ସାଧକ. କଟକ: ସାଇ ଯମୁନା.