ପ୍ରଫୁଲ୍ଲ କୁମାର ମିଶ୍ର

ପ୍ରଫୁଲ୍ଲ କୁମାର ମିଶ୍ର କିମ୍ବା ଜଷ୍ଟିସ ପି କେ ମିଶ୍ର (ଜନ୍ମ ୧୭ ସେପ୍ଟେମ୍ବର ୧୯୪୭) ଜଣେ ଭାରତୀୟ ବିଚାରପତି, ପାଟନା ହାଇକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି । ପରବର୍ତ୍ତୀ ସମୟରେ ସେ ଗୋଆ ପାଇଁ ଲୋକାୟୁକ୍ତ ଭାବେ କାର୍ଯ୍ୟ କରିଛନ୍ତି ।

ସଂକ୍ଷିପ୍ତ ଜୀବନି ସମ୍ପାଦନା

ଜଷ୍ଟିସ ମିଶ୍ର ୧୯୪୭ ମସିହାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ସ୍ୱର୍ଗତ ଜୟକୃଷ୍ଣ ମିଶ୍ର ମଧ୍ୟ ଜଣେ ବିଚାରପତି ଥିଲେ । ସେ ୧୯୬୮ ମସିହାରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ସ୍ୱର୍ଣ୍ଣ ପଦକ ସହିତ LL.B. ପାସ କରିଥିଲେ । ଜଷ୍ଟିସ ମିଶ୍ର ୧୭ ଜାନୁଆରୀ ୧୯୯୬ରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଅତିରିକ୍ତ ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ ।[୧] ୨୦୦୧ ମସିହାରେ ତାଙ୍କୁ ମାଡ୍ରାସ ହାଇକୋର୍ଟକୁ ବଦଳି କରାଯାଇଥିଲା । ୧୨ ଅଗଷ୍ଟ ୨୦୦୯ରେ ସେ ପାଟନା ହାଇକୋର୍ଟର ପ୍ରଧାନ ବିଚାରପତି ପଦରେ ଉନ୍ନୀତ ହୋଇଥିଲେ ।[୨] ଜଷ୍ଟିସ୍ ମିଶ୍ର ୧୬ ସେପ୍ଟେମ୍ବର ୨୦୦୯ରେ ବିଚାର ବିଭାଗରୁ ଅବସର ନେଇଥିଲେ । ଅବସର ପରେ ସେ ଗୋଆର ମାନବ ଅଧିକାର ଆୟୋଗର ପ୍ରଥମ ଚେୟାରମ୍ୟାନ୍ ହୋଇଥିଲେ । ଏପ୍ରିଲ୍ ୨୦୧୬ରେ ଜଷ୍ଟିସ୍ ବି ସୁଦର୍ଶନ ରେଡ୍ଡୀଙ୍କ ପରେ ଜଷ୍ଟିସ ମିଶ୍ର ଗୋଆର ଲୋକାୟୁକ୍ତ ଭାବରେ ନିଯୁକ୍ତ ହେଲେ ।

ଆଧାର ସମ୍ପାଦନା

  1. "The Hindu : P. K. Mishra sworn in Madras HC judge". web.archive.org. 28 January 2002. Archived from the original on 28 January 2002. Retrieved 28 February 2022.
  2. "P.K. Misra Patna High Court CJ". The Hindu (in Indian English). 12 August 2009. Retrieved 28 February 2022.